ଆର୍ଥିକ ସଙ୍କଟର ପ୍ରଭାବ: କରାଚି ବନ୍ଦର ୟୁଏଇକୁ ବିକ୍ରି କରିବ ପାକିସ୍ତାନ…

ଇସଲାମାବାଦ,୨୦।୬ : କରାଚି ବନ୍ଦର ଟର୍ମିନାଲକୁ ହସ୍ତାନ୍ତର କରିବା ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ସହିତ ଚୁକ୍ତି ଶେଷ କରିବାକୁ ପାକିସ୍ତାନ ଏକ ବୁଝାମଣା କମିଟି ଗଠନ କରିଛି। ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ କରିଛି ଜରୁରୀକାଳୀନ ପାଣ୍ଠି ସଂଗ୍ରହ ପାଇଁ ଗତ ବର୍ଷ ପ୍ରଣୟନ ହୋଇଥିବା ଆଇନ ଅନୁଯାୟୀ ଏହି ପଦକ୍ଷେପ ପ୍ରଥମ ଆନ୍ତଃ- ସରକାରୀ କାରବାର ହୋଇପାରେ।

ଆନ୍ତଃt-ସରକାରୀ ବାଣିଜ୍ୟ କାରବାର ଉପରେ କ୍ୟାବିନେଟ କମିଟିର ଏକ ବୈଠକରେ ଅର୍ଥମନ୍ତ୍ରୀ ଇଶାକ ଦାର୍‌ ଅଧ୍ୟକ୍ଷତା କରିଥିଲେ। ନିଷ୍ପତ୍ତି ଅନୁଯାୟୀ, କରାଚି ବନ୍ଦର ଟ୍ରଷ୍ଟ (କେପିଟି) ଏବଂ ୟୁଏଇ ସରକାରଙ୍କ ମଧ୍ୟରେ ବାଣିଜି୍ୟକ ଚୁକ୍ତିନାମା ପାଇଁ ଏକ କମିଟି ଗଠନ କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି। କରାଚି ବନ୍ଦର ଟର୍ମିନାଲକୁ ହସ୍ତାନ୍ତର କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ୟୁଏଇ ଏଜେନ୍ସି ସହିତ ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ଏକ ଡ୍ରାଫ୍ଟ ଅପରେଶନ, ରକ୍ଷଣାବେକ୍ଷଣ, ପୁଞ୍ଜି ବିନିଯୋଗ ଏବଂ ବିକାଶ ଚୁକ୍ତିନାମାକୁ ଚୂଡ଼ାନ୍ତ କରିବାକୁ ବୁଝାମଣା କମିଟିକୁ ଅନୁମତି ଦିଆଯାଇଛି। ଗଠିତ ବୁଝାମଣା କମିଟି ସାମୁଦ୍ରିକ ବ୍ୟାପାର ମନ୍ତ୍ରୀ ଫୈସଲ ସାବଜୱାରୀଙ୍କ ଦ୍ୱାରା ପରିଚାଳିତ ହେବ।

କମିଟିର ସଦସ୍ୟମାନେ ଅର୍ଥ ଏବଂ ବୈଦେଶିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ, କରାଚି ବନ୍ଦର ଟର୍ମିନାଲ (କେପିଟି) ର ଚେୟାରମ୍ୟାନ ତଥା କେପିଟିର ଜେନେରାଲ ମ୍ୟାନେଜର ଅଛନ୍ତି। ଟର୍ମିନାଲଗୁଡିକୁ ଆବୁଧାବି ବନ୍ଦର ଗ୍ରୁପର ଏକ ସହାୟକ କମ୍ପାନୀ ଆବୁଧାବି ବନ୍ଦର (ଏଡିପି)କୁ ହସ୍ତାନ୍ତର କରିବାକୁ ଏକ ଚୁକ୍ତିନାମା କରିବାକୁ ପାକିସ୍ତାନ ଲକ୍ଷ୍ୟ ରଖିଛି।

ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ କରିଛି ୟୁଏଇ ସରକାର ଗତ ବର୍ଷ ପାକିସ୍ତାନ ଇଣ୍ଟରନ୍ୟାଶନାଲ କଣ୍ଟେନର ଟର୍ମିନାଲର ପ୍ରଶାସନିକ ନିୟନ୍ତ୍ରଣରେ କରାଚି ବନ୍ଦର ଟର୍ମିନାଲ ହାସଲ କରିବାକୁ ଆଗ୍ରହ ଦେଖାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri