ଗଣ୍ଠି ଯନ୍ତ୍ରଣା ପାଇଁ ରୋବୋଟିକ୍‌ ସର୍ଜରି

ସାଧାରଣତଃ ଗଣ୍ଠି ଯନ୍ତ୍ରଣାକୁ ଅଧିକାଂଶ ବାର୍ଦ୍ଧକ୍ୟର ଏକ ଅପରିହାର୍ଯ୍ୟ ଅଂଶ ବୋଲି ଗ୍ରହଣ କରିଥା’ନ୍ତି। ହେଲେ ବାସ୍ତବରେ ବିଭିନ୍ନ କାରଣରୁ ବର୍ତ୍ତମାନ କେବଳ ବୟସ୍କ ନୁହନ୍ତି ଅନ୍ୟମାନଙ୍କଠାରେ ବି ଏହି ସମସ୍ୟା ଦେଖା ଦେଉଛି। ବେଶ୍‌ କିଛି ବର୍ଷ ଏହାର ଉପଚାର ଲାଗି ଗଣ୍ଠି ପ୍ରତିରୋପଣ ଅସ୍ତ୍ରୋପଚାର କରାଯାଇଆସୁଛି। ଯଦିଓ ଏହାଦ୍ୱାରା ଯନ୍ତ୍ରଣାରୁ ଉପଶମ ମିଳିଥାଏ ହେଲେ ଏଥିରେ ବିଭିନ୍ନ ଜଟିଳତା ଦେଖାଦେବାର ଆଶଙ୍କା ବି ଥାଏ। ତେଣୁ ବର୍ତ୍ତମାନ ରୋବୋଟିକ୍‌ ଟୋଟାଲ ନୀ ରିପ୍ଲେସମେଣ୍ଟ, ନେଭିଗେଟେଡ ହିପ୍‌ ରିପ୍ଲେସମେଣ୍ଟ ଭଳି ବିଭିନ୍ନ ରୋବୋଟିକ୍‌ ଆସିଷ୍ଟେଡ୍‌ ଜଏଣ୍ଟ ରିପ୍ଲେସ୍‌ମେଣ୍ଟ ସର୍ଜରି ଏହି ଚିକିତ୍ସାକୁ ଅଧିକ ନିରାପଦ କରିବା ଓ ରୋଗୀକୁ ଯନ୍ତ୍ରଣାମୁକ୍ତ ଜୀବନ ଜିଇବାରେ ସାହାଯ୍ୟ କରୁଛି। ଯେଉଁଥିପାଇଁ ଧୀରେ ଧୀରେ ଏହା ଆଣ୍ଠୁଗଣ୍ଠି ସମସ୍ୟା ଭୋଗୁଥିବା ରୋଗୀଙ୍କ ମଧ୍ୟରେ ବ୍ୟାପକ ହେବାରେ ଲାଗିଛି।
ରୋବୋଟିକ୍‌ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି କ’ଣ : ଏହା ହେଉଛି ଆଣ୍ଠୁ ବା ଅଣ୍ଟା ରୋଗର ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଏକ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା। ଯେଉଁଥିରେ ଶଲ୍ୟ ଚିକିତ୍ସକ ବା ସର୍ଜନ ଏକ ରୋବୋଟିକ୍‌ ବାହୁ ଏବଂ କମ୍ପ୍ୟୁଟର ସଫ୍ଟୱେର୍‌ ସାହାଯ୍ୟରେ ଅତି ସୂକ୍ଷ୍ମ ଭାବେ ଏବଂ ସଠିକତା ସହ କ୍ଷତିଗ୍ରସ୍ତ ଗଣ୍ଠି ଏବଂ ଅନ୍ୟ ଗଣ୍ଠିକୁ ବଦଳାଇଥାନ୍ତି। ସର୍ଜରି ପୂର୍ବରୁ, ରୋଗୀର ଆଣ୍ଠୁ ବା ଅଣ୍ଟାର ସିଟି ସ୍କାନ କରାଯାଇ କମ୍ପ୍ୟୁଟର ସାହାଯ୍ୟରେ ଥ୍ରୀଡି(3D) ମଡେଲ ତିଆରି ହୁଏ। ଯାହା ଡାକ୍ତରଙ୍କୁ ରୋଗୀର ଗଣ୍ଠିର ଆକାର ଏବଂ ଠିକ୍‌ ସ୍ଥାନ ଜାଣିବାରେ ସାହାଯ୍ୟ କରେ।
ଏଥିରେ ମୁଖ୍ୟତଃ କରାଯାଉଥିବା ସର୍ଜରୀ: ଏଥିରେ ମୁଖ୍ୟତଃ ରୋବୋଟିକ୍‌ ଟୋଟାଲ ନୀ ରିପ୍ଲେସମେଣ୍ଟ, ନେଭିଗେଟେଡ ଟୋଟାଲ ହିପ୍‌ ରିପ୍ଲେସମେଣ୍ଟ ଏବଂ ପାର୍ସିଆଲ ନୀ ରିପ୍ଲେସମେଣ୍ଟ ଆଦି ସର୍ଜରି କରାଯାଇଥାଏ। ଏହି ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ବର୍ତ୍ତମାନ ଅର୍ଥୋପେଡିକ ସର୍ଜରିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ମଧ୍ୟରୁ ଗୋଟିଏ। ଏଥିରେ ରୋବୋଟ ସାହାଯ୍ୟରେ ଚିକିତ୍ସକମାନେ ଅତୁଳନୀୟ ସଠିକତା ସହିତ କେବଳ ଖରାପ ହୋଇଥିବା ହାଡ଼ ଏବଂ କାର୍ଟିଲେଜ୍‌କୁ ବାହାର କରି କୃତ୍ରିମ ଗଣ୍ଠିକୁ ଠିକ୍‌ ଜାଗାରେ ପ୍ରତିରୋପଣ କରିପାରନ୍ତି, ଯଦ୍ୱାରା ଡିସଲୋକେଶନ ବିପଦ ହ୍ରାସ ପାଇଥାଏ। ଫଳରେ ଏହା କେବଳ ଆଣ୍ଠୁର ଯନ୍ତ୍ରଣା ଉପଶମ କରେ ନାହିଁ ବରଂ ଏକ ପ୍ରାକୃତିକ ଆଣ୍ଠୁ ପରି ଦୀର୍ଘ ଦିନ ପର୍ଯ୍ୟନ୍ତ କାମ ମଧ୍ୟ କରେ।
ଉପକାରିତା: ମାନୁଆଲ୍‌ ବା ଓପନ୍‌ ଜଏଣ୍ଟ ରିପ୍ଲେସ୍‌ମେଣ୍ଟ ସର୍ଜରି ଅପେକ୍ଷା ଅତ୍ୟାଧୁନିକ ରୋବୋଟିକ୍‌ ଆସିଷ୍ଟେଡ୍‌ ସର୍ଜରି ନିଶ୍ଚିତ ଭାବେ ଅଧିକ ଲାଭଦାୟକ। କାରଣ ପୂର୍ବ ପଦ୍ଧତିରେ ସର୍ଜରି ପରେ ଅନେକ ରୋଗୀଙ୍କର କଷ୍ଟ ସମ୍ପୂର୍ଣ୍ଣ ଲାଘବ ହୋଇ ନ ଥିବା, ଦୀର୍ଘ ଦିନ ଧରି ଫିଜିଓଥେରାପି କରିବାକୁ ହେବ କିମ୍ବା କେବେ ପ୍ରତିରୋପଣ ଠିକ୍‌ ଭାବେ ହୋଇ ନ ପାରିବା ଭଳି ସମସ୍ୟା ଦେଖିବାକୁ ମିଳୁଥିଲା। ହେଲେ ରୋବୋଟିକ୍‌ ସର୍ଜରି ପରେ ପ୍ରାୟ ସମସ୍ତ ସର୍ଜରି ଠିକ୍‌ ଭାବେ ହୋଇପାରୁଛି ଏବଂ ରୋଗୀ କମ୍‌ ଯନ୍ତ୍ରଣାରେ ଖୁବ୍‌ ଶୀଘ୍ର ଚଳପ୍ରଚଳ କରିପାରୁଛନ୍ତି। ତା’ଛଡ଼ା ଏହି ସର୍ଜରିରେ ରୋଗୀକୁ ଦୀର୍ଘ ଦିନ ଡାକ୍ତରଖାନାରେ ରହିବା କିମ୍ବା ସର୍ଜରି ପରେ ମାସ ମାସ ଧରି ଫିଜିଓଥେରାପି କରାଇବାର ଆବଶ୍ୟକତା ମଧ୍ୟ ହେଉ ନାହିଁ।
ରୋବଟ ଦ୍ୱାରା ସର୍ଜରି କଲେ ଯଦି କୌଣସି ତ୍ରୁଟି ହୋଇଯାଏ ତେବେ ସାରା ଜୀବନ କଷ୍ଟ ଭୋଗିବାକୁ ପଡ଼ିବ ଅବା ପୁନର୍ବାର ଚାଲିବା ଏକ ସ୍ବପ୍ନ ପାଲଟିଯିବା ଭଳି ବିଭିନ୍ନ ଭ୍ରାନ୍ତ ଧାରଣା ରୋବୋଟିକ୍‌ ସର୍ଜରିକୁ ନେଇ ଅନେକଙ୍କ ମନରେ ରହିଛି। ହେଲେ ବାସ୍ତବତା ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏଥିରେ ରୋବଟ୍‌ ନୁହେଁ ବରଂ ଏହାର ସହାୟତା ନେଇ ଅଭିଜ୍ଞ ଡାକ୍ତରମାନେ ସର୍ଜରି କରିଥାନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି ପୂର୍ବରୁ ଏହି ସର୍ଜରି ପାଇଁ ରୋଗୀମାନେ ବାହାର ରାଜ୍ୟକୁ ଯାଉଥିବା ବେଳେ ବର୍ତ୍ତମାନ ଏହି ଅତ୍ୟାଧୁନିକ ଶଲ୍ୟ ଚିକିତ୍ସା ଆମ ରାଜ୍ୟରେ ମଧ୍ୟ ଉପଲବ୍ଧ। ତେଣୁ ଦୀର୍ଘଦିନ ଧରି ଆଣ୍ଠୁଗଣ୍ଠି ସମସ୍ୟା ବିଶେଷ କରି ଆର୍ଥ୍ରାଇଟିସ୍‌ ସମସ୍ୟା ଦେଇ ଗତି କରୁଥିବା ରୋଗୀମାନେ ଭୟ ନ କରି ଆତ୍ମବିଶ୍ୱାସର ସହ ଏହି ସର୍ଜରି ଦ୍ୱାରା ଜଏଣ୍ଟ ରିପ୍ଲେସ୍‌ମେଣ୍ଟ କରାଇଲେ ଦୀର୍ଘ ବର୍ଷଧରି ଏକ ସୁସ୍ଥ ଓ ଯନ୍ତ୍ରଣାମୁକ୍ତ ଜୀବନ ଜିଇ ପାରିବେ, ଏଥିରେ ସନ୍ଦେହ ନାହିଁ।

ଡା. ସୁନୀଲ ଦାଶ
– ସିନିୟର କନ୍‌ସଲ୍‌ଟାଣ୍ଟ ଆଣ୍ଡ ଡାଇରେକ୍ଟର, ଅର୍ଥୋପେଡିକ୍‌ ବିଭାଗ, ମଣିପାଲ୍‌ ହସ୍ପିଟାଲ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବନ୍ଧୁକ କାରଖାନା ଠାବ: ୫ଟି ଦେଶୀ ବନ୍ଧୁକ ସହ ୩ ଗିରଫ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ପୋଲିସ ଏକ ବେଆଇନ ଦେଶୀ ବନ୍ଧୁକ ନିର୍ମାଣ ୟୁନିଟ୍‌ ଉପରେ ଶୁକ୍ରବାର ରାତିରେ ଚଢ଼ଉ କରି…

BRICS : ‘ପ୍ରତ୍ୟେକ ଦେଶର ସ୍ବର ଶୁଣାଯିବା ଉଚିତ; କିଛି ରାଷ୍ଟ୍ର ନେଉଛନ୍ତି ନିଷ୍ପତ୍ତି’ ପ୍ରଧାନମନ୍ତ୍ରୀଙ୍କ ଏହି କଥା ମଧ୍ୟରେ ଲୁଚି ରହିଛି ଏକ ଗୁପ୍ତ ବାର୍ତ୍ତା

ନୂଆଦିଲ୍ଲୀ,୧୨।୯: BRICS ସମ୍ମିଳନୀ ୨୦୨୬କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତା ଦେଇଥିଲେ ଯେ, ଏହି ସଂଗଠନ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ପ୍ରୟାସ କରୁଛି।…

Video: ଏମିତି କ’ଣ କହିଲେ ମାଲେସିଆ ପ୍ରଧାନମନ୍ତ୍ରୀ ଯେ ହସି ପକାଇଲେ ମୋଦି, ଦେଖନ୍ତୁ ମଜାଦାର ଭିଡ଼ିଓ

ନୂଆଦିଲ୍ଲୀ,୧୨।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ଭାରତରେ ପହଞ୍ଚିଛନ୍ତି। ସେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ…

ଓରାଙ୍ଗଉଟାନ ଲିଙ୍କ୍‌ରେ ନୂଆ ସିସିଟିଭି ଫୁଟେଜ୍‌: ସାମ୍ନାକୁ ଆସିଲା ରାତିଅଧର…

ଜଳେଶ୍ୱର, ୧୨।୯: ଓରାଙ୍ଗଉଟାନ ଚାଲାଣ ଲିଙ୍କ୍‌ ନେଇ ଚାଲିଥିବା ଛାନଭିନ୍‌ ମଧ୍ୟରେ ନୂଆ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ଦୀଘାର ଜଣେ ସନ୍ଦିଗ୍ଧ ହୋଟେଲ ସମ୍ମୁଖରେ ଲାଗିଥିବା…

ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ହାଟବଜାରରେ ନାହିଁ ନ ଥିବା ଭିଡ଼, ମୁଖ୍ୟ ଆକର୍ଷଣ ପାଲଟିଛି…

ରିଷିଡ଼ା,୧୨ା୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଏବେ ପୁରପଲ୍ଲୀ ଉତ୍ସବମୁଖର। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଥିବା ବେଳେ ଘରେ…

ମିଳୁନି ପାନୀୟ ଜଳ, ଶୋଷ ମେଣ୍ଟାଉଛି ପରିତ୍ୟକ୍ତ କୁଣ୍ଡ

ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା ସୁଙ୍କି ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗି ରହିଥିବା ଓଡ଼ିଶାର ଅନ୍ୟତମ ଗ୍ରାମ ବାନ୍ଧା। ଉକ୍ତ…

ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ! ଏହି ଜିଲାରେ ରଚିବ ପ୍ରଳୟ…

ନୂଆଦିଲ୍ଲୀ, ୧୨।୯ : ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ନିମିଷକେ ସବୁ ହୋଇଯିବ ଛାରଖାର। ମାଡ଼ିଆସିବ ସମୁଦ୍ର ଜୁଆର। କିଛି…

ରାସ୍ତା ସାଜିଛି ବାଧକ, ଭାରରେ ବୁହା ହେଲେ ମହିଳା ରୋଗୀ

ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): ପ୍ରତ୍ୟେକ ଗ୍ରାମରେ ପହଞ୍ଚିବ ରାସ୍ତା, ଆଉ କୌଣସି ସମସ୍ୟାର ସମ୍ମୁଖିନ ହେବେନି ଗ୍ରାମବାସୀ । ଏହି ନାରା ଦେଇ ଚାଲିଛନ୍ତି ସରକାରୀ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?