ଜିନ୍‌ପିଙ୍ଗ୍‌ ଗଲେ କୋରିଆ

ବର୍ତ୍ତମାନ ସ୍ଥିତିରେ ବିଶ୍ୱରେ କେଉଁ ଦେଶ ଅଧିକ କ୍ଷମତାଶାଳୀ କହିବା କଷ୍ଟକର। ଦିନ ଥିଲା, ଆମେରିକା ଓ ରୁଷିଆ ସୁପରପାଓ୍ବାର ଭାବେ ରାଜୁତି କରୁଥିଲେ। ଚାଇନା ଶକ୍ତିଶାଳୀ ତାଲିକା ଭିତରକୁ ପ୍ରବେଶ କରିବା ପରେ ପୃଥିବୀରେ ଏକ ନୂଆ ସମୀକରଣ ସୃଷ୍ଟି ହୋଇଥିଲା। ଏବେ ଦେଖାଯାଉଛି ଉତ୍ତର କୋରିଆ ଭଳି ଦେଶ ମଧ୍ୟ ବିଶ୍ୱସ୍ତରରେ ଚର୍ଚ୍ଚାକୁ ଆସୁଛି। ଅବଶ୍ୟ ପିଓଙ୍ଗ୍‌ୟାଙ୍ଗ ପାଖରେ ଆଣବିକ ଅସ୍ତ୍ର ଏପରିକି ଉଦ୍‌ଜାନ ବୋମା ଅଛି ବୋଲି କୁହାଯାଉଛି। ତେବେ ନିକଟ ଅତୀତକୁ ଦେଖିଲେ ନୂଆ କଥା ଦୃଷ୍ଟିକୁ ଆସୁଛି। ଗତ ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଚାଇନା ରାଜଧାନୀ ବେଜିଂ ଗସ୍ତ କରି ଫେରିବାର ଦିନକ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ସେଠାକୁ ଯାଇ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କୁ ଭେଟିଥିଲେ। ତାହାକୁ ନେଇ ପୃଥିବୀବ୍ୟାପୀ ବଡ଼ ଆଲୋଚନା ହୋଇଥିଲା। ଦୁଇ ଶକ୍ତିଶାଳୀ ଦେଶ ବେଜିଂମୁହଁା ହେବା ଯୋଗୁ ଚାଇନାର କ୍ଷମତା ବହୁଗୁଣିତ ହୋଇଥିବା ବିଷୟ ଜଣାପଡ଼ିଥିଲା। ସଦ୍ୟ ଘଟଣା ଦେଖିଲେ ଜିନ୍‌ପିଙ୍ଗ୍‌ ଦୁଇଦିନିଆ ଉତ୍ତର କୋରିଆ ଗସ୍ତରେ ଯାଇ ୯ ଜୁନ୍‌ରେ ସେଠାକାର ସର୍ବମାନ୍ୟ ନେତା କିମ୍‌ ଜଙ୍ଗ୍‌ ଉନ୍‌ଙ୍କୁ ଭେଟି ରାଜନୀତି, ଅର୍ଥନୀତି, ପ୍ରଯୁକ୍ତି, ପ୍ରତିରକ୍ଷା ଓ ସାଂସ୍କୃତିକ ସମ୍ପର୍କ ବୃଦ୍ଧି ନେଇ ରାଜି ହୋଇଥିବା ଜଣାପଡ଼ିଛି। ଅର୍ଥାତ୍‌ ଦୁନିଆ ଜିନ୍‌ପିଙ୍ଗ୍‌ଙ୍କ ପଛରେ ପଡ଼ିଥିବା ବେଳେ କିମ୍‌ଙ୍କ ସହ ସୁସମ୍ପର୍କ ଗଢ଼ିବାରେ ଜିନ୍‌ପିଙ୍ଗ୍‌ ବ୍ୟସ୍ତ।
ବିଶ୍ୱରେ ଚାଇନାକୁ ଏକ ପ୍ରମୁଖ ରାଷ୍ଟ୍ର ଭାବେ ଦେଖାଯାଉଥିବା ବେଳେ ହର୍ମିଟ୍‌ କିଙ୍ଗଡମ୍‌ ବା ଏକାକୀ ରହୁଥିବା ଦେଶ ଭାବେ ଉତ୍ତର କୋରିଆକୁ ଜିନ୍‌ପିଙ୍ଗ୍‌ ୭ ବର୍ଷ ପରେ ଯାଇଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ କିମ୍‌ ବେଜିଂ ଗସ୍ତ କରିଥିଲେ। ଜିନ୍‌ପିଙ୍ଗ୍‌ଙ୍କ ଏବର ଗସ୍ତକୁ ନେଇ ଚାଇନାର ଖବର ସରବରାହ ସଂସ୍ଥା ଜିନ୍‌ହ୍ବା ପକ୍ଷରୁ କୁହାଯାଉଛି ଯେ, ଚାଇନା ଓ ଉତ୍ତର କୋରିଆର ନେତାମାନେ ସେମାନଙ୍କ ବୈଠକରେ ଆମେରିକା କରୁଥିବା ଆକ୍ରମଣକୁ ପ୍ରତିହତ କରିବା ନେଇ ଆଲୋଚନା କରିଛନ୍ତି। ଏଥିସହିତ ଉତ୍ତର କୋରିଆକୁ ସାହାଯ୍ୟ କରିବାର ମନୋଭାବକୁ ଆଗକୁ ବଢ଼ାଇବା ପାଇଁ ଜିନ୍‌ପିଙ୍ଗ୍‌ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ନିଜ ଦେଶର ସାର୍ବଭୌମତ୍ୱ, ପ୍ରତିରକ୍ଷା ଏବଂ ବିକାଶମୂଳକ ସ୍ବାର୍ଥର ସୁରକ୍ଷା ସହିତ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଉଭୟ ନେତା ସନ୍ତୋଷଜନକ ଚୁକ୍ତିରେ ମଧ୍ୟ ପହଞ୍ଚିଛନ୍ତି । ଭୂରାଜନୈତିକ ଉତ୍ତେଜନା ଭିତରେ ଏହି ଏକାକୀ ରହୁଥିବା ଦେଶ ସହିତ ସମ୍ପର୍କକୁ ଅଧିକ ମଜଭୁତ କରିବା ପାଇଁ ଜିନ୍‌ପିଙ୍ଗ୍‌ଙ୍କ ଗସ୍ତ ତାଙ୍କର ସର୍ବଶେଷ ପ୍ରୟାସକୁ ଦର୍ଶାଉଛି ବୋଲି ଆଲୋଚନା ହେଉଛି। ଏହାକୁ କମ୍ୟୁନିଷ୍ଟ ପଡ଼ୋଶୀ ଦେଶ ଉପରେ ବେଜିଂର ଅନନ୍ୟ ପ୍ରଭାବକୁ ପୁନର୍ବାର ଜାହିର କରିବାର ଏକ ପ୍ରଚେଷ୍ଟା ଭାବରେ ମଧ୍ୟ ଦେଖାଯାଉଛି। ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉତ୍ତର କୋରିଆ ନେତା କିମ୍‌ଙ୍କ ବ୍ୟବହାରରେ ଅତିଷ୍ଠ ଥିଲେ ମଧ୍ୟ କିଛି ଜବରଦସ୍ତି କରିପାରୁନାହାନ୍ତି। ପୃଥିବୀ ଜାଣିଛି ଟ୍ରମ୍ପ୍‌ ଏକଜିଦିଆ। କିନ୍ତୁ ତାଙ୍କଠାରୁ ଆହୁରି ଏକଶିଙ୍ଗିଆ ହେଉଛନ୍ତି କିମ୍‌। ନିଜ ଦେଶରେ ୨୦୨୪ରେ ଦେଖାଦେଇଥିବା ବନ୍ୟା ବେଳେ ଦାୟିତ୍ୱରେ ଅବହେଳା କରିଥିବା ୨୦ରୁ ୩୦ ଜଣ ସରକାରୀ ଅଧିକାରୀଙ୍କ ମୁଣ୍ଡକାଟ କରିଦେଇଥିବା ତାଙ୍କ ତତ୍‌କ୍ଷଣାତ୍‌ କଠୋର ଦଣ୍ଡ ଦେବାର ବ୍ୟକ୍ତିତ୍ୱକୁ ଦର୍ଶାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା କିମ୍‌ ଏକଶିଙ୍ଗିଆ ହେବା ସହିତ ନିଜ ଦେଶକୁ ସମ୍ପୂର୍ଣ୍ଣ ଭାବେ ଅଲଗା ରଖିବାର ଶକ୍ତି ଗଢ଼ିପାରିଛନ୍ତି। ତାଙ୍କ ଶାସନ ଏବଂ ଦେଶ ବିରୋଧରେ ବିଦେଶୀ ଗଣମାଧ୍ୟମରେ ଅନେକ ନକାରାତ୍ମକ ପ୍ରଚାର କରାହୋଇଆସୁଛି। କିନ୍ତୁ ନିଜେ କୌଣସି ବ୍ୟବସାୟିକ ସଂସ୍ଥା ବା ଦେଶଠାରୁ ଉପରକୁ ନେଇ କୌଣସି ଶିଳ୍ପପତିଙ୍କୁ ଗୁରୁତ୍ୱ ଦେଉ ନ ଥିବାରୁ ତାଙ୍କର ଶକ୍ତି ଅନ୍ୟତମ ବୋଲି କହିହେବ। ସମ୍ଭବତଃ କିମ୍‌ଙ୍କ ସହ ଟ୍ରମ୍ପ୍‌ ଶତ୍ରୁତା ବଢ଼ାଇବାକୁ ଚାହଁୁ ନ ଥିବେ। କିନ୍ତୁ ଜିନ୍‌ପିଙ୍ଗ୍‌ଙ୍କ ଗସ୍ତକୁ ସେ ନିଶ୍ଚିତ ଭାବେ ତର୍ଜମା କରୁଥିବେ। ଚାଇନା ଓ ଉତ୍ତର କୋରିଆ ମିଶି କିଛି ଆକ୍ରମଣାତ୍ମକ ପଦକ୍ଷେପ ନେଲେ ଆମେରିକା ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିପାରେ।
ଏଭଳି ସନ୍ଧିକ୍ଷଣରେ ରୁଷିଆ କଥା ଦେଖିଲେ ପିଓଙ୍ଗ୍‌ୟାଙ୍ଗ ସହ ମସ୍କୋର ଉତ୍ତମ ସମ୍ପର୍କ ରହିଛି। ପୁଣି ଜିନ୍‌ପିଙ୍ଗ୍‌ ଓ ପୁଟିନ୍‌ ମଧ୍ୟ ଉତ୍ତମ ବନ୍ଧୁ। ଏହା ସତ୍ତ୍ୱେ ୭ ବର୍ଷ ପରେ ଜିନ୍‌ପିଙ୍ଗ୍‌ଙ୍କ ଉତ୍ତର କୋରିଆ ଗସ୍ତ ନିଶ୍ଚିତ ଭାବେ ତାଙ୍କ ସମ୍ପ୍ରସାରଣ ମାନସିକତାକୁ ଦର୍ଶାଉଛି। ଚାଇନାର ବିଶେଷତ୍ୱ ହେଲା ପୃଥିବୀ ଗୋଟେ ଦିଗରେ ଚିନ୍ତା କରୁଥିବା ବେଳେ ଏହା ଭିନ୍ନ ଧରଣର ଆଗୁଆ ଭାବନାରେ ମଗ୍ନ ଥାଏ। ଯଦି କୌଣସି ସ୍ଥିତିରେ ଚାଇନା ଓ ରୁଷିଆ ମଧ୍ୟରେ ଅପଡ଼ ହୋଇଯାଏ, ସେହି ସମୟରେ ଉତ୍ତର କୋରିଆ ସହ ବନ୍ଧୁତ୍ୱ ସମ୍ଭବତଃ ସହାୟକ ହେବ ବୋଲି ଜିନ୍‌ପିଙ୍ଗ୍‌ ଭାବୁଥାଇପାରନ୍ତି।
ବାସ୍ତବରେ ଆଜିର ଭୂରାଜନୈତିକ ସ୍ଥିତିରେ କେହି ସ୍ଥାୟୀ ବନ୍ଧୁ ବା ଶତ୍ରୁ ରହିବେ ବୋଲି ମାନେ ନାହିଁ। ଡିଜିଟାଲ ବିଶ୍ୱରେ ସମସ୍ତେ ଯୋଡ଼ି ହୋଇଯାଇଥିବାରୁ ଦେଶର ସୀମାନ୍ତକୁ ନେଇ କେବଳ ଚିନ୍ତା କଲେ ହେବନାହିଁ। ସେହି ରାଷ୍ଟ୍ର ଆଗକୁ ବଢ଼ିଚାଲେ, ଯିଏ ସର୍ବଦା ବିକଳ୍ପ ସନ୍ଧାନରେ ଥାଏ। ଭାରତର ବହିର୍ବ୍ୟାପାର ନୀତି ଭବିଷ୍ୟତକୁ ଅନିଷା କରିପାରୁ ନ ଥିବାରୁ ପାକିସ୍ତାନ ଓ ଚାଇନାକୁ କେବଳ ଶତ୍ରୁ ବୋଲି ବିଚାର କରୁଛି। ଦେଖିଲାବେଳକୁ ଆମେରିକା ସହ ଦୀର୍ଘଦିନର ଦୋସ୍ତିର ମୂଲ ପର୍ଯ୍ୟାପ୍ତ ଟାରିଫ୍‌ ସହିବାରେ ଯାଉଛି। ଦୁନିଆର ଗତିକୁ ଦେଖି ପରିକ୍ରମା କରିବା ଦରକାର। ସମ୍ଭବତଃ ଅନ୍ୟ ଦେଶଗୁଡ଼ିକ ଅପେକ୍ଷା ଚାଇନା ଏ କଥାକୁ ଭଲ ଭାବେ ବୁଝିପାରିଛି ବୋଲି ଆଗଉଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

ମାନବଜାତିର ଭବିଷ୍ୟତ ପାଇଁ ଶିକ୍ଷାର ଭୂମିକା

ଶିକ୍ଷା ହେଉଛି ମାନବ ସଭ୍ୟତାର ଅତୀତ ଓ ଭବିଷ୍ୟତକୁ ଯୋଡ଼ିଥିବା ସବୁଠାରୁ ଦୃଢ଼ ସେତୁ। ପ୍ରାଚୀନ କାଳରେ ଯେତେବେଳେ ଶ୍ରେଣୀକକ୍ଷର କୌଣସି ନିର୍ଦ୍ଦିଷ୍ଟ କାନ୍ଥ ନ ଥିଲା,…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଝଡ଼ବର୍ଷା!ଏହି ସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୧୬ା୯ (ବନ୍ଦନା ସେଠୀ): ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଖରାଦିନ ଭଳି ସକାଳୁ ଟାଇଁ ଟାଇଁ ଖରା ସାଧାରଣ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

UPI ୟୁଜର୍ସଙ୍କ ପାଇଁ ବଡ଼ ଖବର: ୨୦୦୦ରୁ ଅଧିକ ପେମେଣ୍ଟରେ ଲାଗିବ ଚାର୍ଜ? ସ୍ପଷ୍ଟ କଲେ ସରକାର, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୯: UPI ପେମେଣ୍ଟ ଉପରେ ୦.୫ ପ୍ରତିଶତ ଟ୍ୟାକ୍ସ କିମ୍ବା ଚାର୍ଜ ଲାଗିବାକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ସ୍ପଷ୍ଟତା ଆସିଛି। ୨୦୦୦ ଟଙ୍କାରୁ ଅଧିକ UPI…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?