CNG ଠାରୁ ବି ଶସ୍ତା ହେଲା ପେଟ୍ରୋଲ! ଦିଲ୍ଲୀରେ ଲିଟର ପ୍ରତି ମାତ୍ର ୮୨ଟଙ୍କାରେ ମିଳିଲା…

ନୂଆଦିଲ୍ଲୀ,୭।୬: ପଶ୍ଚିମ ଏସିଆ (ମିଡିଲ ଇଷ୍ଟ)ରେ ଜାରି ରହିଥିବା ଯୁଦ୍ଧ ଏବଂ ଆକାଶଛୁଆଁ ତେଲ ଦର ମଧ୍ୟରେ ଦିଲ୍ଲୀର ଗାଡ଼ି ଚାଳକଙ୍କ ପାଇଁ ଏକ ବେଶ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଦେଶର ରାଜଧାନୀରେ ଏବେ ପେଟ୍ରୋଲର ଏକ ସ୍ୱତନ୍ତ୍ର କିସମ ସିଏନଜି (CNG) ଠାରୁ ବି କମ ଦାମରେ ମିଳିବାକୁ ଯାଉଛି। ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଦିଲ୍ଲୀରେ ଏହି ଖାସ ପେଟ୍ରୋଲକୁ ଲଞ୍ଚ କରିଛନ୍ତି, ଯାହାର ମୂଲ୍ୟ ସମସ୍ତଙ୍କୁ ଚକିତ କରିଦେଇଛି।

ଦିଲ୍ଲୀରେ ଯେଉଁଠି ସାଧାରଣ ସିଏନଜି (CNG)ର ମୂଲ୍ୟ କିଲୋଗ୍ରାମ ପିଛା ୮୩.0୯ ଟଙ୍କାରେ ପହଞ୍ଚିଛି, ସେଠାରେ ଲଞ୍ଚିଂ ସମୟରେ ଏହି ନୂଆ ସ୍ୱତନ୍ତ୍ର ପେଟ୍ରୋଲ (E85 Petrol)ର ମୂଲ୍ୟ ମାତ୍ର ୮୨.୧୨ ଟଙ୍କା ପ୍ରତି ଲିଟର ଧାର୍ଯ୍ୟ କରାଯାଇଛି। ଅର୍ଥାତ ଏହି ନୂଆ ଇନ୍ଧନ ସିଏନଜି ତୁଳନାରେ ପ୍ରାୟ ୯୭ ପଇସା ଶସ୍ତା ପଡ଼ୁଛି।

ଯଦି ଆପଣ ଭାବୁଛନ୍ତି ଯେ ନିଜର ସାଧାରଣ କାର୍‌ କିମ୍ୱା ବାଇକ ନେଇ ଆପଣ ଏହି ଶସ୍ତା ପେଟ୍ରୋଲ ପକାଇଦେବେ, ତେବେ ଟିକେ ଅଟକି ଯାଆନ୍ତୁ। ଏହି ବଡ଼ ଆଶ୍ୱସ୍ତି ସହିତ ଏକ ବଡ଼ ସର୍ତ୍ତ ମଧ୍ୟ ଜଡ଼ିତ ଅଛି। ଏହି ଖାସ ଇନ୍ଧନକୁ ‘E85’ ନାମ ଦିଆଯାଇଛି, କାରଣ ଏଥିରେ ୮୫ ପ୍ରତିଶତ ପର୍ଯ୍ୟନ୍ତ ଏଥାନଲ (Ethanol) ମିଶ୍ରଣ କରାଯାଇଛି। ଏହି ପେଟ୍ରୋଲ ଆପଣଙ୍କ ସାଧାରଣ ଗାଡ଼ିର ଇଞ୍ଜିନକୁ ନଷ୍ଟ କରିଦେଇପାରେ। ଏହାର ବ୍ୟବହାର କେବଳ ସେହି ସୱତନ୍ତ୍ର E85 ଗାଡ଼ିଗୁଡ଼ିକ (Flex-Fuel Vehicles)ରେ ହିଁ କରାଯାଇପାରିବ, ଯାହାକୁ ଅଟୋମୋବାଇଲ କମ୍ପାନୀଗୁଡ଼ିକ ଏହି ଇନ୍ଧନ ଅନୁଯାୟୀ ପ୍ରସ୍ତୁତ କରୁଛନ୍ତି।

ଯେହେତୁ କମ୍ପାନୀଗୁଡ଼ିକ ଏହି ବର୍ଗର ଗାଡ଼ିଗୁଡ଼ିକୁ ନିକଟରେ ହିଁ ବଜାରକୁ ଆଣିବା ଆରମ୍ଭ କରିଛନ୍ତି, ତେଣୁ ବର୍ତ୍ତମାନ ଦିଲ୍ଲୀ ରାସ୍ତାରେ ଏଭଳି ଗାଡ଼ିର ସଂଖ୍ୟା ନାହିଁ କହିଲେ ଚଳେ।
ପ୍ରାଥମିକ ପର୍ଯ୍ୟାୟରେ ଏହି ସୱତନ୍ତ୍ର ପେଟ୍ରୋଲ ଦିଲ୍ଲୀର ୭ଟି ମନୋନୀତ ପେଟ୍ରୋଲ ପମ୍ପରେ ବିକ୍ରି ପାଇଁ ଉପଲବ୍ଧ କରାଯାଇଛି। ଜଣେ ପେଟ୍ରୋଲ ପମ୍ପ ପରିଚାଳକଙ୍କ କହିବା ଅନୁଯାୟୀ, E85 ଇନ୍ଧନ ବିକ୍ରି କରିବା ପାଇଁ ସମ୍ପୂର୍ଣ୍ଣ ରୂପେ ଏକ ନୂଆ ଭିତ୍ତିଭୂମି (Infrastructure) ପ୍ରସ୍ତୁତ କରାଯାଇଛି। ଏଥିପାଇଁ ପମ୍ପଗୁଡ଼ିକରେ ଅଲଗା ଷ୍ଟୋରେଜ ଟ୍ୟାଙ୍କ, ସୱତନ୍ତ୍ର ନୋଜଲ ମେସିନ ଏବଂ ସୱତନ୍ତ୍ର ପାଇପଲାଇନ ବିଛାଯାଇଛି।

ହିନ୍ଦୁସ୍ତାନ ପେଟ୍ରୋଲିୟମ (HPCL) ଏବଂ ଭାରତ ପେଟ୍ରୋଲିୟମ (BPCL) ଭଳି ସରକାରୀ ତେଲ କମ୍ପାନୀଗୁଡ଼ିକ ହିଁ ଏହାର ଯୋଗାଣ କରିବେ ଏବଂ ଏହାର ପରିବହନ (Transportation) ପାଇଁ ଟ୍ୟାଙ୍କର ମଧ୍ୟ ସମ୍ପୂର୍ଣ୍ଣ ଅଲଗା ରହିବ। ଯେମିତି ଯେମିତି ବଜାରରେ ଫ୍ଲେକ୍ସ-ଫ୍ୟୁଲ (Flex-Fuel) ଗାଡ଼ିର ସଂଖ୍ୟା ବଢ଼ିବ, ସେମିତି ସେମିତି ଦିଲ୍ଲୀର ଅନ୍ୟ ପମ୍ପଗୁଡ଼ିକରେ ମଧ୍ୟ ଏହି ସୁବିଧାର ସମ୍ପ୍ରସାରଣ କରାଯିବ।

ଏହି ନୂତନ ପଦକ୍ଷେପ ଦ୍ୱାରା କେବଳ ଗାଡ଼ି ଚାଳକମାନେ ଉପକୃତ ହେବେ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଗ୍ରାମୀଣ ଭାରତକୁ ମଧ୍ୟ ଏକ ବଡ଼ ସହାୟତା ମିଳିବ। ଦେଶ ଭିତରେ ହିଁ ଏଥାନଲ ପ୍ରସ୍ତୁତ ହେବା ଦ୍ୱାରା ଅଶୋଧିତ ତେଲ (କ୍ରୁଡ ଅଏଲ) ପାଇଁ ବିଦେଶ ଉପରେ ଭାରତର ର୍ନିଭରଶୀଳତା ହ୍ରାସ ପାଇବ, ଯାହା ଫଳରେ ଆମର ମୂଲ୍ୟବାନ ବୈଦେଶିକ ମୁଦ୍ରା ଭଣ୍ଡାର ବାହାରକୁ ଯିବାରୁ ରକ୍ଷା ପାଇବ।

ଏଥାନଲକୁ ଆଖୁ, ଶସ୍ୟ ଏବଂ ଅନ୍ୟାନ୍ୟ କୃଷି ଜାତ ଦ୍ରବ୍ୟର ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ କରାଯାଏ। ଏଭଳି ପରିସ୍ଥିତିରେ, ଏହି ଇନ୍ଧନର ଚାହିଦା ବଢ଼ିବା ଦ୍ୱାରା ଦେଶର ଅନ୍ନଦାତା (ଚାଷୀ)ମାନେ ସେମାନଙ୍କ ଫସଲର ବର୍ଜ୍ୟବସ୍ତୁର ମଧ୍ୟ ଭଲ ମୂଲ୍ୟ ପାଇପାରିବେ, ଯାହା ସେମାନଙ୍କ ଆୟକୁ ବହୁ ଗୁଣ ଗୁଣିତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମାଡ଼ିଆସୁଛି ବଡ଼ ବର୍ଷା: ୯ରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର, ୭ା୯: ରାଜ୍ୟକୁ ପୁଣି ମାଡ଼ିଆସୁଛି ବଡ଼ ବର୍ଷା। ଆଜି ଓ ଆସନ୍ତାକାଲି ବିଭିନ୍ନ ଜିଲାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବ। ଏହାପରେ ୯ ତାରିଖରୁ…

ଖଣି ନିଲାମକୁ ନେଇ ତେଜୁଛି ବିରୋଧ, ଆନ୍ଦୋଳନ ଚେତାବନୀ ଦେଇ ଅଞ୍ଚଳବାସୀ କହିଲେ…

ଥୁଆମୂଳ ରାମପୁର,୭।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ ଖଣ୍ଡୁଆଳମାଳି ପାହାଡ଼ କର୍ଲାପାଟ ବକ୍ସାଇଟ ବ୍ଲକକୁ ନେଇ ବିରୋଧ ତେଜୁଛି। ଆନୁମାନିକ ୨୪.୮…

PCB ଛାଡିବା ପରେ ପାକିସ୍ତାନ କ୍ରିକେଟର ଚିଠା ଖୋଲିଲେ ମିସବା, ହେଲାଣି ଚର୍ଚ୍ଚା

ଇସଲାମାବାଦ,୭।୯: ପାକିସ୍ତାନ କ୍ରିକେଟରେ କ’ଣ ଘଟୁଛି? ଦଳ ଏବଂ ଚୟନ କମିଟି ପରିବର୍ତ୍ତନ କରିବା ଦ୍ୱାରା ପାକିସ୍ତାନ କ୍ରିକେଟ ଦଳର ବର୍ତ୍ତମାନ ଏବଂ ଭବିଷ୍ୟତ ପରିବର୍ତ୍ତନ ହେବ…

ଓଜନ କମାଇବାର ସହଜ ଉପାୟ

ଆମ ଶରୀରର ଓଜନ ସନ୍ତୁଳିତ ରହିବା ନିହାତି ଦରକାର। ହେଲେ ଏହାର ଏକ ସରଳ ଉପାୟ ରହିଛି। ଏହାକୁ ଜଣେ ଅତି ସହଜରେ ଆପଣେଇ ପାରିବ। ତାହା…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri