ଟଙ୍କା ଗଦିରେ ଶୋଉଥିଲେ ITDA ଯନ୍ତ୍ରୀ, ଏତିକି ନଗଦ ଟଙ୍କା ସହ ଗିରଫ କଲା ଭିଜିଲାନ୍ସ

ବାଲିଗୁଡ଼ା,୭ା୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ITDA ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରା ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କୁ ରବିବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ଯନ୍ତ୍ରୀଙ୍କର ରହିଛି ଅମାପ ସମ୍ପତ୍ତି। ୫ଟି ବହୁତଳ ବିଲ୍ଡିଂ ସହ ୧୪ଟି ଦାମୀ ପ୍ଲଟ୍‌ ରହିଛି। ଏହି କୁବେର ଯନ୍ତ୍ରୀ ଜଣକ ଟଙ୍କା ଗଦିରେ ଶୋଉଥିଲେ। ତାଙ୍କ ଘରୁ ନଗଦ ୨ କୋଟି ଟଙ୍କା ସହ ୫୦୦ ଗ୍ରାମ ସୁନା ଜବତ କରିଛି ଭିଜିଲାନ୍ସ।

ସୂଚନାଯୋଗ୍ୟ, ଶନିବାର ସକାଳୁ  ଏକକାଳୀନ ଚଢ଼ାଉ ଆରମ୍ଭ କରାଯାଇଥିଲା। ଭୁବନେଶ୍ବରରେ ୪ଟି ସ୍ଥାନ ସମେତ ବାରିପଦା, ଯାଜପୁରର ଧର୍ମଶାଳା ଏବଂ ବାଲିଗୁଡା ସରକାରୀ ବାସ ଭବନରେ ମଧ୍ୟ ରେଡ କରାଯାଇଥିଲା। ଭୁବନେଶ୍ୱର ନୀଳାଦ୍ରି ବିହାରରେ ଚାରି ମହଲା ବିଶିଷ୍ଟ ଘର, ଶୈଳଶ୍ରୀ ବିହାରରେ ତିନି ମହଲା ଘର, ପଟିଆ କାନନ ବିହାର ଫେଜ୍ -୧ରେ ଦୁଇ ମହଲା ଘର, ଏବଂ ଚନ୍ଦ୍ରଶେଖରପୁରରେ ଦୁଇ ମହଲା ବିଶିଷ୍ଟ ଘର ଠାବ କରାଯାଇଥିଲା। ଯାଜପୁର ଜିଲା ଧର୍ମଶାଳା କଲେଜ ନିକଟ ପାଣ୍ଡୁଆ ଗ୍ରାମରେ ପୈତୃକ ଜମି ଉପରେ ନିର୍ମିତ ଦୁଇ ମହଲା ଘର ଠାବ କରିଥିଲା ଭିଜିଲାନ୍ସ। ବାରିପଦା ସହରର ଦେଉଳ ସାହି, ୱାର୍ଡ ନଂ-୯ରେ ଥିବା ଜଣେ ସମ୍ପର୍କୀୟଙ୍କ ଘର, ଧର୍ମଶାଳାର ପାଣ୍ଡୁଆ ଗ୍ରାମରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘର, ବାଲିଗୁଡାସ୍ଥିତ ସ୍ୱତନ୍ତ୍ର ଅଧିକାରୀ, ଆଇଟିଡିଏ କାର୍ଯ୍ୟାଳୟରେ ଥିବା ବେହେରାଙ୍କ କାର୍ଯ୍ୟାଳୟ, ଆଇଟିଡିଏ କାର୍ଯ୍ୟାଳୟ ନିକଟ ବାଲିଗୁଡାରେ ଥିବା ତାଙ୍କ ସରକାରୀ ବାସଭବନରେ ରେଡ୍ କରିଥିଲା।

ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ, ଭୁବନେଶ୍ୱରଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସର ଏକ ବହୁସ୍ତରୀୟ ଟିମ୍ ତାଙ୍କ ସମ୍ପର୍କିତ ବିଭିନ୍ନ ସ୍ଥାନରେ ଏକାସଙ୍ଗରେ ଚଢ଼ାଉ କରିଥିଲା। ଏହି ଚଢାଉରେ ୨ ଜଣ ଅତିରିକ୍ତ ଏସପି, ୫ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର, ଏବଂ ଅନ୍ୟ ଅଧିକାରୀ ସାମିଲ ଥିଲେ। ଚଢ଼ାଉ ସମୟରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, ବ୍ୟାଙ୍କ ଜମା, ନିବେଶ ଏବଂ ଅନ୍ୟାନ୍ୟ ଆର୍ଥିକ ଦଲିଲର ଯାଞ୍ଚ କରାଯାଇଥିଲା। ସ୍ତ୍ରୀଙ୍କ ନାଁରେ ଥିବା ଆଉ ଏକ ଲକରକୁ ଏପର୍ଯ୍ୟନ୍ତ ଭିଜିଲାନ୍ସ ବିଭାଗ ଖୋଲିନାହିଁ। ଏହା ଖୋଲାଗଲେ ଜଣାପଡ଼ିବ ଯନ୍ତ୍ରୀବାବୁଙ୍କ ପାଖରେ ଆଉ କେତେ ଟଙ୍କାର ସମ୍ପତ୍ତି ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?