ଭିଜିଲାନ୍ସ ଜାଲରେ ଫାର୍ମାସି କାଉନ୍‌ସିଲ୍‌ର ସିନିୟର ଆସିଷ୍ଟାଣ୍ଟ

ଭୁବନେଶ୍ୱର,୧୦ା୬(ତ୍ରିନାଥ ମହାନ୍ତି): ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭୁବନେଶ୍ୱରସ୍ଥିତ ଓଡ଼ିଶା ଫାର୍ମାସି କାଉନ୍‌ସିଲ୍‌ର ସିନିୟର ଆସିଷ୍ଟାଣ୍ଟ ବିଶ୍ୱମୋହନ ପଟ୍ଟନାୟକ ଓରଫ ରାଜା ଓ ତାଙ୍କ ସହଯୋଗୀ ମହମ୍ମଦ ଇଜାଜ ଖାନ୍‌ ଓରଫ ପୃଷ୍ଟି। ଫାର୍ମାସି ରେଜିଷ୍ଟ୍ରେଶନ ସାର୍ଟିଫିକେଟ ପ୍ରଦାନ ପାଇଁ ଜଣେ ଆବେଦନକାରୀଙ୍କଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ଲାଞ୍ଚ ମାମଲା ରୁଜୁ କରାଯାଇ ଉଭୟଙ୍କୁ ଗିରଫ କରାଯାଇଛି। ବିଶ୍ୱମୋହନ ପଟ୍ଟନାୟକ ବାହୁ କୁସ୍ତିରେ ଦେଶ ଓ ରାଜ୍ୟ ପାଇଁ ପଦକ ଜିତିଛନ୍ତି। କ୍ରୀଡ଼ା କୋଟାରେ ସେ ଚାକିରି କରିଥିଲେ ମଧ୍ୟ ଲାଞ୍ଚ ପାଇଁ ପଦକର ମର୍ଯ୍ୟାଦାକୁ ପାଦରେ ଦଳିଦେଇଛନ୍ତି।
ଫାର୍ମାସି ରେଜିଷ୍ଟ୍ରେଶନ ସାର୍ଟିଫିକେଟ ପ୍ରଦାନ ପାଇଁ ଆବେଦନକାରୀ ସପ୍ତାହେ ହେଲାଣି ସିନିୟର ଆସିଷ୍ଟାଣ୍ଟ ବିଶ୍ୱମୋହନଙ୍କୁ ଅନୁରୋଧ କରିଆସୁଥିଲେ। କିନ୍ତୁ କାମ କରିଦେବା ପାଇଁ ବିଶ୍ୱମୋହନ ତାଙ୍କୁ ୯ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ନ ଦେଲେ କାମ ହେବନାହିଁ ବୋଲି ମନାକରି ଦେଇଥିଲେ। ଶେଷରେ ଏନେଇ ଅଭିଯୋଗକାରୀ ଭିଜିଲାନ୍ସକୁ ଜଣାଇଥିଲେ। ମଙ୍ଗଳବାର ଆବେଦନକାରୀ ଭୁବନେଶ୍ୱରସ୍ଥିତ ଓଡ଼ିଶା ଫାର୍ମାସି କାଉନ୍‌ସିଲ କାର୍ଯ୍ୟାଳୟ ସମ୍ମୁଖରେ ବିଶ୍ୱମୋହନଙ୍କୁ ଭେଟିଥିବା ବେଳେ ସେ ପୁନର୍ବାର ଲାଞ୍ଚ ଦାବିକରି ତାଙ୍କ ସହଯୋଗୀ ଇଜାଜଙ୍କୁ ଦେବାକୁ କହିଥିଲେ। ଏହାପରେ ଘଟଣା ସମ୍ପର୍କରେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ଆବେଦନକାରୀ। ଯୋଜନା ଅନୁସାରେ ଆବେଦନକାରୀ ଇଜାଜ୍‌ଙ୍କ ଜରିଆରେ ବିଶ୍ୱମୋହନଙ୍କୁ ଲାଞ୍ଚ ଅର୍ଥ ଦେଇଥିଲେ। ସେହି ସମୟରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉକରି ଦୁଇ ଅଭିଯୁକ୍ତଙ୍କୁ ଧରିଥିଲେ। ସେମାନଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ (୯ ହଜାର) ଜବତ କରାଯାଇଛି। ଲାଞ୍ଚ ନେଇ ଧରାପଡ଼ିବା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ବିଶ୍ୱମୋହନଙ୍କ ଆଦିମାତା କଲୋନୀରେ ଥିବା ଘର ଏବଂ ଅଫିସରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ବଡ଼ କଥା ହେଲା ଅଭିଯୁକ୍ତ ବିଶ୍ୱମୋହନ କ୍ରୀଡ଼ା କୋଟାରେ ଚାକିରି ପାଇଛନ୍ତି। କିନ୍ତୁ କୋଟାରେ ପାଇବା ପରଠୁ ସେ ଲାଞ୍ଚରେ ବୁଡି ରହୁଥିଲେ। ବିଭିନ୍ନ ସ୍ଥାନ ବୁଲାବୁଲି କରି ଟଙ୍କା ଉଡ଼ାଉଥିଲେ। ବିଶେଷକରି ତାଙ୍କର ଖାଦ୍ୟ ପାଇଁ ମାସକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲା।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?