‘ଦୀଘା ଜଗନ୍ନାଥ ଧାମ’ ନାମ ପରିବର୍ତ୍ତନ ପାଇଁ ଶୁଭେନ୍ଦୁ ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯।୬: ପଶ୍ଚିମବଙ୍ଗର ଦୀଘାସ୍ଥିତ ଜଗନ୍ନାଥ ମନ୍ଦିରର ନାମକରଣକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ସେ ‘ଦୀଘା ଜଗନ୍ନାଥ ଧାମ’ ନାମକରଣକୁ ପରିବର୍ତ୍ତନ କରି ‘ଶ୍ରୀଜଗନ୍ନାଥ ମନ୍ଦିର, ଦୀଘା’ ନାମ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଛନ୍ତି।‘ଦୀଘା ଜଗନ୍ନାଥ ଧାମ’ ନାମ ପରିବର୍ତ୍ତନ ପାଇଁ ଶୁଭେନ୍ଦୁ ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ହିନ୍ଦୁ ଧର୍ମର ପବିତ୍ର ଚାରି ଧାମ ମଧ୍ୟରୁ ପୁରୀ ଶ୍ରୀକ୍ଷେତ୍ର ଅନ୍ୟତମ ଧାମ ଭାବେ ସମଗ୍ର ବିଶ୍ୱରେ ପରିଚିତ। ଏହି ପରିପ୍ରେକ୍ଷୀରେ ଦୀଘାର ଜଗନ୍ନାଥ ମନ୍ଦିରକୁ ‘ଧାମ’ ଭାବେ ନାମକରଣ କରାଯିବା ଶ୍ରୀଜଗନ୍ନାଥ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦେଉଥିବା ସେ କହିଛନ୍ତି।

ଚିଠିରେ ମୋହନ ମାଝୀ କହିଛନ୍ତି ଯେ, ଦୀଘାର ମନ୍ଦିର ପ୍ରତି ତାଙ୍କର ସମ୍ମାନ ରହିଛି, କିନ୍ତୁ ‘ଜଗନ୍ନାଥ ଧାମ’ ଶବ୍ଦର ବ୍ୟବହାର ଭକ୍ତମାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ତେଣୁ ଏହାକୁ ପରିବର୍ତ୍ତନ କରି ‘ଶ୍ରୀଜଗନ୍ନାଥ ମନ୍ଦିର, ଦୀଘା’ ନାମ ବ୍ୟବହାର କରାଗଲେ ଏହା ଅଧିକ ଉଚିତ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି।

ଏହି ପ୍ରସଙ୍ଗରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ନାମ ପରିବର୍ତ୍ତନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି।

ଦୀଘା ଜଗନ୍ନାଥ ମନ୍ଦିରର ନାମକରଣକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ରାଜନୈତିକ ଏବଂ ଧାର୍ମିକ ସ୍ତରରେ ଚର୍ଚ୍ଚା ଜାରି ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏହି ଚିଠି ପ୍ରସଙ୍ଗକୁ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କରିଦେବୁ ନୁହେଁ କରିଦିଅନ୍ତୁ…ଅଭିଯୋଗ ଶୁଣାଣିରେ ଜିଲାପାଳଙ୍କୁ ଏଭଳି କହିଦେଲେ ୧୩ ବର୍ଷୀୟ ବାଳକ, ସମସ୍ତେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୧୯।୭: ଉତ୍ତର ପ୍ରଦେଶର ଲଖିମପୁର ଖେରିରେ, ଜଣେ ୧୩ ବର୍ଷୀୟ ବାଳକ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଯେତେବେଳେ ବାଳକଟି ଜିଲା ମାଜିଷ୍ଟ୍ରେଟ୍ (DM)ଙ୍କ ସମ୍ମୁଖରେ ନିଜର…

ଜାତୀୟ ସ୍ତରୀୟ ପ୍ରେରଣା ଉତ୍ସବ ପାଇଁ ଛାତ୍ରୀ କୀର୍ତ୍ତନା ମନୋନୀତ, ଅଞ୍ଚଳରେ ଖୁସିର ଲହରି

ପଟାଙ୍ଗି,୧୯ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦରମହକୁମାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ କୀର୍ତ୍ତନା ସାହୁ ଜାତୀୟ ସ୍ତରୀୟ ପ୍ରେରଣା ଉତ୍ସବ କାର୍ଯ୍ୟକ୍ରମକୁ ମନୋନୀତ…

ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରିଲା ପ୍ରଥମ ଆଡ଼ପ ଅବଢ଼ା: ଶ୍ରଦ୍ଧାଳୁ ଆନନ୍ଦିତ

ପୁରୀ,୧୯ା୭: ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରିଛି ପ୍ରଥମ ଆଡ଼ପ ଅବଢ଼ା। ଶହଶହ ଶ୍ରଦ୍ଧାଳୁ ଆଡ଼ପ ଅବଢ଼ା ପାଇ ଆନନ୍ଦିତ ହୋଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ…

FIFA World Cup 2026: ସମସ୍ତେ ଟ୍ରଫି ଦେଖିଛନ୍ତି… କିନ୍ତୁ ଏବେ FIFA ଚାମ୍ପିୟଙ୍କୁ ଦିଆଯିବ ଏକ ସ୍ବତନ୍ତ୍ର ‘Ring’, ଯାହାର ମୂଲ୍ୟ…

ନ୍ୟୁୟର୍କ,୧୯।୭: ମାତ୍ର କିଛି ଘଣ୍ଟା ମଧ୍ୟରେ, ଫୁଟବଲ ତାର ପରବର୍ତ୍ତୀ ବିଶ୍ୱ ବିଜେତାଙ୍କୁ ମୁକୁଟ ପିନ୍ଧାଇବ। ୧୯ ଜୁଲାଇ ବିଳମ୍ବିତ ରାତିରେ ଆର୍ଜେଣ୍ଟିନା ଏବଂ ସ୍ପେନ ମଧ୍ୟରେ…

ଉଦ୍‌ଘାଟନ ପୂର୍ବରୁ ଚକରାଘାଟିରେ ପର୍ଯ୍ୟଟକଙ୍କ ଭିଡ଼, ଏବେଠୁ ସୁରକ୍ଷା ଚିନ୍ତା, ନଚେତ୍‌…

ଭଞ୍ଜନଗର,୧୯ା୭(ବାବୁଲା ପ୍ରଧାନ): ଘୁମୁସର ମାଟିରେ ଭଞ୍ଜ ରାଜବଂଶର ଯାହା କିଛି ସ୍ମୃତି ଅଛି ସେଥିମଧ୍ୟରୁ ଚକରାଘାଟି ଅନ୍ୟତମ। ଉକ୍ତ ଘଞ୍ଚ ଜଙ୍ଗଲ ଘାଟିରେ ଘୁମୁସର ବୀର ଚକରା…

୭ ଜିଲାକୁ ପ୍ରବଳ ବର୍ଷା: ସତର୍କ କରାଇ ପାଣିପାଗ ବିଭାଗ କହିଲା ଏହି ସମୟରେ…

ଭୁବନେଶ୍ୱର,୧୯ା୭: ରବିବାର ପଶ୍ଚିମ ଏବଂ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ରାଜ୍ୟ…

ଟ୍ରମ୍ପଙ୍କ ଶୁଳ୍କ ଦ୍ୱାରା କିଏ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ? IMFର ଆଶ୍ଚର୍ଯ୍ୟଜନକ ରିସର୍ଚ୍ଚ ଆସିଲା ସାମ୍ନାକୁ

ଓ୍ବାଶିଂଟନ,୧୯।୭: ଅର୍ଥନୀତିଜ୍ଞ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF)ର ପୂର୍ବତନ ଉପ-ପରିଚାଳନା ନିର୍ଦ୍ଦେଶକ ଗୀତା ଗୋପୀନାଥ କହିଛନ୍ତି ଯେ ଆମେରିକାର ଶୁଳ୍କର ପରିଣାମ ଆମେରିକୀୟ ଗ୍ରାହକମାନଙ୍କ ପାଇଁ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ସୋମବାର ସମସ୍ତ ସ୍କୁଲ ଛୁଟି

ଥିରୁଭାନନ୍ତପୁରମ,୧୯ା୭: ରବିବାର ଫିଫା ବିଶ୍ବକପର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରି ରହିଥିବା ବେଳେ କେରଳ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri