ବିମାନଯାତ୍ରା ନେଇ ବାବୁଙ୍କୁ ତାଗିଦ: ଲାଗିଲା କଟକଣା

ଭୁବନେଶ୍ୱର,୯।୬(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛିଦିନ ତଳେ ପେଟ୍ରୋଲ, ଡିଜେଲର ବ୍ୟବହାର କମ୍‌ କରିବା ପାଇଁ କହିବା ପରଠାରୁ ସାଧାରଣରେ ଲୋକଙ୍କ ଭିତରେ ଏକ ପ୍ରକାର ଭୟ ରହିଛି। ସମାନଭାବେ ବର୍ତ୍ତମାନ ରାଜ୍ୟର ପେଟ୍ରୋଲ ପମ୍ପଗୁଡ଼ିକୁ ଆବଶ୍ୟକତା ଅନୁଯାୟୀ ତୈଳ ପହଞ୍ଚି ପାରୁ ନ ଥିବା ଲକ୍ଷ୍ୟ କରାଯାଉଛି। ରାଜ୍ୟ ସରକାର ଖର୍ଚ୍ଚ କମ୍‌ କରିବା ପାଇଁ ସରକାରୀ ବାବୁମାନଙ୍କ ଗାଡ଼ି ବ୍ୟବହାର ଉପରେ ଏକପ୍ରକାର କଟକଣା ଲଗାଇ ସାରିଛନ୍ତି। ପୂର୍ବଭଳି ଜଣେ ଅଧିକାରୀ ଏକୁଟିଆ ଗୋଟିଏ ସରକାରୀ ଗାଡ଼ି ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ସ୍ଥିତି ସରକାରୀ ବାବୁମାନଙ୍କ ବିମାନ ଯାତ୍ରାକୁ ନେଇ ନୂଆ ତଥ୍ୟ ଦୃଷ୍ଟିକୁ ଆସିଛି। ଅର୍ଥ ବିଭାଗ ପକ୍ଷରୁ ଗତ ୫ ତାରିଖରେ ଜାରି କରାଯାଇଥିବା ଏକ ସ୍ମାରକ ଅନୁଯାୟୀ, ସରକାରୀ ଗସ୍ତ ସମୟରେ କର୍ମଚାରୀମାନେ ବିଜ୍‌ନେସ କ୍ଲାସରେ ବିମାନଯାତ୍ରା କରିବା ପାଇଁ ଗୋଟିଏ ଜାଗାରେ ଦୁଇଟି ବିମାନର ବ୍ୟବହାର କରୁଛନ୍ତି। ଏହାଦ୍ୱାରା ରାଜକୋଷରୁ ବିପୁଳ ଟଙ୍କା ବ୍ୟୟ ହେଉଥିବା ନଜରକୁ ଆସିବା ପରେ ଏହା ଉପରେ ରୋକ ଲଗାଇବାକୁ ପଦକ୍ଷେପ ନିଆଯାଇଛି।
ଅର୍ଥ ବିଭାଗର ସ୍ମାରକ ଅନୁଯାୟୀ, ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସର୍ବଭାରତୀୟ ସେବା(ଏଆଇଏସ୍‌)ର ଅଧିକାରୀ(ଯେଉଁମାନଙ୍କ ଦରମା ସ୍ତର-୧୪ ବା ତା’ଠାରୁ ଅଧିକ) ସେମାନେ ସରକାରୀ କାର୍ଯ୍ୟରେ ବିମାନଯାତ୍ରା କରିବା ବେଳେ ବିଜ୍‌ନେସ ବା କ୍ଲବ୍‌ ଶ୍ରେଣୀ ପାଇଁ ଯୋଗ୍ୟ ଅଟନ୍ତି। କିନ୍ତୁ ନଜରକୁ ଆସିଛି, କେତେଜଣ ସରକାରୀ କର୍ମଚାରୀ ଯେଉଁମାନେ ବିମାନ ଦ୍ୱାରା ବ୍ୟବସାୟ ଶ୍ରେଣୀ ଯାତ୍ରା କରିବାକୁ ହକ୍‌ଦାର, ସେମାନେ ରାଜ୍ୟ ବାହାରର କୌଣସି ଗୋଟିଏ ସ୍ଥାନକୁ ଯିବା ଲାଗି ସିଧାସଳଖ ବିମାନ ବ୍ୟବହାର କରୁନାହାନ୍ତି। ବିଜନେସ୍‌ ବା କ୍ଲବ ଶ୍ରେଣୀର ସିଟ୍‌ରେ ଯିବା ଲାଗି ସିଧାସଳଖ ଯାଉଥିବା ବିମାନରେ ନ ଯାଇ କନେକ୍ଟିଂ ଫ୍ଲାଇଟ୍‌କୁ ବେଶି ପ୍ରାଧାନ୍ୟ ଦେଉଛନ୍ତି। ଫଳରେ କୌଣସି ସ୍ଥାନକୁ ଯିବା ପାଇଁ ସରକାରୀ କର୍ମଚାରୀମାନେ ଦୁଇଟି ବିମାନ ଟିକେଟ କରୁଛନ୍ତି କିମ୍ବା ଅଧିକ ଟଙ୍କା ଖର୍ଚ୍ଚ କରି କନେକ୍ଟିଂ ଫ୍ଲାଇଟ୍‌ରେ ଯିବା ପାଇଁ ପସନ୍ଦ କରୁଛନ୍ତି। ଏହାଦ୍ୱାରା ସରକାରୀ ପାଣ୍ଠିର ପରିହାରଯୋଗ୍ୟ ଖର୍ଚ୍ଚ ହୁଏ ଏବଂ ଅନାବଶ୍ୟକ ବିମାନ ଯାତ୍ରା ଯୋଗୁ ସମ୍ପୃକ୍ତ ଅଧିକାରୀଙ୍କ ମୂଲ୍ୟବାନ ସମୟ ମଧ୍ୟ ନଷ୍ଟ ହେଉଛି।
ସ୍ମାରକରେ ଆହୁରି ଉଲ୍ଲେଖ କରାଯାଇଛି, ସରକାରୀ ଅଧିକାରୀ ଯେଉଁଠାରୁ ଯାତ୍ରା କରିବେ ଏବଂ ଯେଉଁ ସ୍ଥାନରେ ପହଞ୍ଚିବେ ଏଥିଲାଗି ଯଦି ସିଧାସଳଖ ବିମାନ ସୁବିଧା ଥିବ ତାହାଲେ ସେହି କ୍ଷେତ୍ରରେ ବିଜ୍‌ନେସ ବା କ୍ଲବ କ୍ଲାସ୍‌ କୌଣସି ପ୍ରକାର କନେକ୍ଟିଂ ଫ୍ଲାଇଟ୍‌ର ବ୍ୟବହାର କରିପାରିବେ ନାହିଁ। ସେହି ସିଧାସଳଖ ବିମାନରେ ଯାତ୍ରା କରିବେ। ଯଦି ସିଧା ଗନ୍ତବ୍ୟ ସ୍ଥଳକୁ ଯାଉଥିବା ବିମାନରେ ବିଜ୍‌ନେସ କ୍ଲାସ୍‌ ବ୍ୟବସ୍ଥା ନ ଥିବ ଅଧିକାରୀମାନେ ପ୍ରିମିୟମ ଇକୋନୋମିଂ କିମ୍ବା ଇକୋନୋମି କ୍ଲାସ୍‌ରେ ଯାତ୍ରା କରିପାରିବେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ସକାଳୁ ସକାଳୁ ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା

ଜାକର୍ତ୍ତା,୧୨।୯: ଇଣ୍ଡୋନେସିଆରେ ଲଗାତାର ଦ୍ୱିତୀୟ ଦିନରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଜାଭା ଦ୍ୱୀପରେ ଶନିବାର ୬.୨ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି। ଜର୍ମାନ ରିସର୍ଚ୍ଚ…

ଏବେ ଅଭିଜିତ ଦୀପକେଙ୍କ ମିଶି କ’ଣ କରିବାକୁ ଯାଉଛନ୍ତି ସୋନମ ୱାଙ୍ଗଚୁକ? କଲେ ବଡ଼ ଘୋଷଣା, ସେପ୍ଟେମ୍ବର ୧୯…

ନୂଆଦିଲ୍ଲୀ,୧୨।୯: ଲଦାଖରେ ସେପ୍ଟେମ୍ବର ୧୯ରୁ ହେବାକୁ ଥିବା ସୋନମ ୱାଙ୍ଗଚୁକଙ୍କ ପଦଯାତ୍ରାକୁ ନେଇ ଏବେ ପ୍ରତିକ୍ରିୟା ଆସିଛି। ସୋନମ ୱାଙ୍ଗଚୁକ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭିଡିଓ…

ଓରାଙ୍ଗ୍‌ଉଟାନ ଉଦ୍ଧାର ଘଟଣା: ଦୀଘାରୁ ୩ ଜଣଙ୍କୁ ଉଠାଇ ଆଣିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର/ଭୋଗରାଇ,୧୨ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି…

ଦୁବାଇରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ…

ଭୁବନେଶ୍ୱର,୧୨ା୯(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ଟିମ୍‌ ୪ର୍ଥ ଦିନରେ ଦୁବାଇ ଠାରେ ଏକ ରୋଡ୍‌ ଶୋ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଓଡ଼ିଶାର ଶିଳ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?