Posted inଜାତୀୟ

ଡିମେନ୍‌ସିଆ ଥିବା ଲୋକଙ୍କଠାରେ ଭିଟାମିନ ଅଭାବ

ନୂଆଦିଲ୍ଲୀ,୧୦।୬(ପିଟି):ସାଧାରଣ ଲୋକଙ୍କ ଅପେକ୍ଷା ସ୍ମୃତିଶକ୍ତି ହ୍ରାସ(ଡିମେନ୍‌ସିଆ) ରୋଗର ସମ୍ଭାବନା ଅଧିକ ଥିବା ଲୋକଙ୍କ ଠାରେ ଭିଟାମିନ ଅଭାବ ଅଧିକ ଦେଖାଯାଇଥାଏ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ତେଲଙ୍ଗାନାର ୫୫୬ ଜଣ ମଧ୍ୟ ବୟସ୍କ ଏବଂ ବୃଦ୍ଧାବୃଦ୍ଧଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା। ସେଥିରୁ କମ୍‌ ବିପଦ ଥିବା ଲୋକଙ୍କ ତୁଳନାରେ ଡିମେନ୍‌ସିଆର ଅଧିକ ବିପଦ ଥିବା ବ୍ୟକ୍ତିଙ୍କ ମଧ୍ୟରେ ଭିଟାମିନ ଡି, ବି୨, ବି୬ ଏବଂ ବି୯ର ଅଭାବ ଯଥେଷ୍ଟ ଅଧିକ ରହିଥାଏ ବୋଲି ଜଣାପଡ଼ିଥିବା ‘ଲାନ୍ସେଟ ରିଜିଓନାଲ୍‌ ହେଲ୍‌ଥ ସାଉଥ ଇଷ୍ଟ ଏସିଆ’ ପତ୍ରିକାରେ ପ୍ରକାଶ ପାଇଛି।
ଅଧ୍ୟୟନରୁ ଜଣାପଡ଼ିଛି, ଭିଟାମିନର ମାତ୍ରା ଡିମେନ୍‌ସିଆ ବିପଦର କାରକଗୁଡ଼ିକୁ ବଦଳାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। ଅଧ୍ୟୟନରେ ସାମିଲ ହୋଇଥିବା ପ୍ରାୟ ୩୯% ଲୋକଙ୍କ ମଧ୍ୟରେ ଡିମେନ୍‌ସିଆ ହେବାର ଆଶଙ୍କା ଥିବା ପୂର୍ବାନୁମାନ କରାଯାଇଥିଲା। ଡିମେନ୍‌ସିଆ ହେଉଛି ଏକ ସ୍ନାୟୁଗତ ସମସ୍ୟା, ଯେଉଁଥିରେ ସ୍ମରଣ ଶକ୍ତି, ଚିନ୍ତାଧାରା ଏବଂ କଥାବାର୍ତ୍ତା କରିବାର କ୍ଷମତା ଧୀରେ ଧୀରେ ହ୍ରାସ ପାଇଥାଏ। ଭାରତୀୟ ଚିକିତ୍ସା ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର୍‌), ରାଷ୍ଟ୍ରୀୟ ପୋଷଣ ସଂସ୍ଥାନ(ଏନ୍‌ଆଇଏନ୍‌) ଏବଂ ସ୍ବିଡେନର କାରୋଲିନ୍‌ସ୍କା ଇନ୍‌ଷ୍ଟିଚ୍ୟୁଟର ଗବେଷକମାନେ ବୟସ, ଶରୀରର ଓଜନ (ବିଏମ୍‌ଆଇ), ଶାରୀରିକ ସକ୍ରିୟତା, ରକ୍ତଚାପ ଏବଂ ମୋଟ କୋଲେଷ୍ଟରଲ ସୂଚନା ବ୍ୟବହାର କରି ଭାରତ-ନିର୍ଦ୍ଦିଷ୍ଟ ‘କାର୍ଡିଓଭାସ୍କୁଲାର ରିସ୍କ ଫ୍ୟାକ୍ଟର୍ସ, ଏଜିଙ୍ଗ, ଆଣ୍ଡ ଇନ୍ସିଡେନ୍ସ ଅଫ ଡିମେନ୍‌ସିଆ’ ସ୍କୋର ମାଧ୍ୟମରେ ଏହି ବିପଦର ପୂର୍ବାନୁମାନ କରିଥିଲେ। ଅନୁଧ୍ୟାନରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ମହିଳା ଏବଂ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ମଧ୍ୟରେ ଡିମେନ୍‌ସିଆର ଆଶଙ୍କା ଅଧିକ ରହିଥାଏ। ଗ୍ରାମାଞ୍ଚଳରେ ମେଦବହୁଳତା ଓ ହାଇପର କୋଲେଷ୍ଟ୍ରୋଲେମିଆର କମ୍‌ ପ୍ରଭାବ ଏବଂ ଅଧିକ ଶାରୀରିକ ସକ୍ରିୟତା ଭଳି ସକାରାତ୍ମକ ଦିଗଗୁଡ଼ିକ ମଧ୍ୟ ଡିମେନ୍‌ସିଆର ବିପଦକୁ ରୋକି ପାରି ନ ଥାଏ। ମାଇକ୍ରୋନ୍ୟୁଟ୍ରିଏଣ୍ଟ(ସୂକ୍ଷ୍ମ ପୋଷକ ତତ୍ତ୍ୱ) ଅଭାବ ମଧ୍ୟରେ ଭିଟାମିନ୍‌ ବି୨ର ଅଭାବ ସବୁଠାରୁ ଅଧିକ ଅର୍ଥାତ୍‌ ୬୪% ଲୋକଙ୍କଠାରେ ଦେଖିବାକୁ ମିଳିଥିଲା। ଏହା ପଛକୁ ମୋଟ ଭିଟାମିନ ବି୧୨ ୪୭%, ଭିଟାମିନ୍‌ ଡି ୪୨%, ଭିଟାମିନ ବି୬ ୩୪% ଏବଂ ଆକ୍ଟିଭ ଭିଟାମିନ ବି୧୨ ୧୭% ଲୋକଙ୍କଠାରେ ଅଭାବ ଥିବା ଜଣାପଡ଼ିଥିଲା। ଏହା ସହିତ ଗବେଷକମାନେ ଲେଖିଛନ୍ତି ଯେ, କମ୍‌ ବିପଦ ଥିବା ଗୋଷ୍ଠୀ ତୁଳନାରେ ଉଚ୍ଚ ବିପଦ ଥିବା ଗୋଷ୍ଠୀରେ ଭିଟାମିନ୍‌ ଡି, ବି୧, ବି୯ ଏବଂ ବି୧୨ (ମୋଟ ଏବଂ ସକ୍ରିୟ) ର ଅଭାବ ଅଧିକ ଥିଲା। ଅନ୍ୟ ସମସ୍ତ କାରକକୁ ହିସାବକୁ ନେବା ପରେ ମଧ୍ୟ ଭିଟାମିନ ଡି ର ଅଭାବ ଡିମେନ୍‌ସିଆର ବିପଦ ବଢ଼ାଇବା ସହ ସେମାନଙ୍କ ଉପରେ ଅଧିକ ବୋଝ ସଦୃଶ ଜାରି ରହିଥିଲା ବୋଲି ଜଣାପଡ଼ିଛି। ସାଧାରଣତଃ, କମ୍‌ ବିପଦ ଥିବା ଗୋଷ୍ଠୀ ତୁଳନାରେ ଉଚ୍ଚ ବିପଦ ଥିବା ଗୋଷ୍ଠୀରେ କ୍ଷୀର ଜାତୀୟ ଦ୍ରବ୍ୟ, ବାଦାମ, ମଞ୍ଜି ଏବଂ ଅନ୍ୟାନ୍ୟ ପନିପରିବା ଖାଇବା ମାତ୍ରା ଯଥେଷ୍ଟ କମ୍‌ ଥିଲା। ଅନ୍ୟପକ୍ଷରେ କମ୍‌ ବିପଦ ଥିବା ଗୋଷ୍ଠୀ ତୁଳନାରେ ଉଚ୍ଚ ବିପଦ ଥିବା ଗୋଷ୍ଠୀରେ ବେକେରୀ ଖାଦ୍ୟ, ମାଂସ, ପ୍ରୋସେସ୍ଡ ଫୁଡ୍‌ ଏବଂ କୁକୁଡ଼ା ମାଂସ ଜାତୀୟ ଖାଦ୍ୟର ବ୍ୟବହାର ଯଥେଷ୍ଟ ଅଧିକ ଥିଲା। ଉଚ୍ଚ ବିପଦ ଥିବା ଗୋଷ୍ଠୀର ପ୍ରାୟ ୬୮% ବ୍ୟକ୍ତି ୭ରୁ ଅଧିକ ପ୍ରକାରର ଖାଦ୍ୟ ଖାଉଥିଲେ (ଯାହା ଅଧିକ ଖାଦ୍ୟ ବିବିଧତାକୁ ଦର୍ଶାଏ), ଯେଉଁଠାରେ କମ୍‌ ବିପଦ ଥିବା ଗୋଷ୍ଠୀରେ ଏହା ୭୭% ଥିଲା। ସେହିପରି କମ୍‌ ବିପଦ ଥିବା ଗୋଷ୍ଠୀ ତୁଳନାରେ ଉଚ୍ଚ ବିପଦ ଥିବା ଗୋଷ୍ଠୀରେ ଭିଟାମିନ୍‌ ଏ, ରାଇବୋଫ୍ଲାଭିନ, ଫୋଲେଟ, କ୍ୟାଲସିୟମ୍‌, ସେଲେନିୟମ, ଆଇରନ୍‌, ଜିଙ୍କ୍‌ ଏବଂ ପୋଟାସିୟମ ଗ୍ରହଣ କରିବାର ମାତ୍ରା ଯଥେଷ୍ଟ କମ୍‌ ଥିଲା। ଗବେଷକମାନେ କହିଛନ୍ତି, କମ୍‌ ବିପଦ ଥିବା ଗୋଷ୍ଠୀ ତୁଳନାରେ ଉଚ୍ଚ ବିପଦ ଥିବା ଗୋଷ୍ଠୀଙ୍କ ଠାରେ ସୋଡିୟମ (ଲୁଣ) ଗ୍ରହଣ କରିବାର ମାତ୍ରା ଯଥେଷ୍ଟ ଅଧିକ ଥିଲା ବୋଲି ଗବେଷଣାରୁ ଜଣାପଡ଼ିଥିବା ଉକ୍ତ ପତ୍ରିକାରେ ଉଲ୍ଲେଖ ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଭାରତ ଗସ୍ତରେ ଆସିବେ ଇରାନୀ ରାଷ୍ଟ୍ରପତି; ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ଉପରେ ସମସ୍ତଙ୍କ ନଜର? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ/ତେହରାନ,୧୪।୮: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆସନ୍ତା ମାସରେ ଭାରତ ଗସ୍ତରେ ଆସୁଛନ୍ତି। ସେ ସେପ୍ଟେମ୍ବର 12-13 ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

‘ତୁମର ଜାତି କ’ଣ, ତୁମେ କୋଭିଡ ଟିକା କେଉଁଠାରୁ ନେଇଛ…’; ଜନଗଣନାରେ ପଚରାଯିବ ଏମିତି ୪୦ ପ୍ରଶ୍ନ, ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସରକାର ୨୦୨୭ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪୦ଟି ପ୍ରଶ୍ନ ଚୂଡ଼ାନ୍ତ କରିଛନ୍ତି। ଏହି ପ୍ରକ୍ରିୟା ସମୟରେ, ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

ବରାଳ ବାଲୁଙ୍କେଶ୍ୱର ମନ୍ଦିର ବିକାଶ ପାଇଁ ୮୫ ଲକ୍ଷ ଟଙ୍କା ମଞ୍ଜୁର

ସାକ୍ଷୀଗୋପାଳ,୧୪ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ବରାଳ ଗ୍ରାମର ପୁରାଣ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସମାଗମ ବୃଦ୍ଧି…

କମାଲ କଲେ ସନ୍ନି-ପ୍ରୀତି ଯୋଡ଼ି: ଦର୍ଶକଙ୍କୁ ଲୁହରେ ଭିଜାଇଲା ବିଭାଜନର ଯନ୍ତ୍ରଣା

ସ୍ବାଧୀନତା ଦିବସର ବିଶେଷ ଅବସରରେ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବଣ୍ଟୱାରା ୧୯୪୭’ ସିନେମା ଘରେ ମୁକ୍ତିଲାଭ କରିଛି। ଭାରତ ବିଭାଜନର କଷ୍ଟକର ଏବଂ…

୭ ଦିନ ବନ୍ଦ ରହିବ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ: ପଛରେ ରହିଛି ଏମିତି କାରଣ

ଭଞ୍ଜନଗର,୧୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ହୋଇଥିବା ରାଜ୍ୟର ଏକ ମାତ୍ର ସରକାରୀ ୱାଟର ପାର୍କକୁ ଗତ ମାସରେ ଅନିର୍ଦ୍ଦିଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri