Posted inଖେଳ

ବିଶ୍ୱକପ୍‌ ଆରମ୍ଭ ପୂର୍ବରୁ ଫିଫା ଜାରିକଲା କଡ଼ା ନୂଆ ନିୟମାବଳୀ,ଜାଣନ୍ତୁ…

ଓ୍ବାଶିଂଟନ୍‌,୧୦।୬: ଆମେରିକାସରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ର ୨୩ତମ ସଂସ୍କରଣ ଲାଗି ଖେଳାଳିଙ୍କୁ କଡ଼ା ଶୃଙ୍ଖଳା ମଧ୍ୟରେ ରହିବାକୁ ପଡ଼ିବ। ସମୟ ନଷ୍ଟ ଓ ଇଞ୍ଜୁରି ବାହାନା ଭଳି ସମସ୍ୟାର ସମାଧାନ ପାଇଁ ଫିଫା ପକ୍ଷରୁ ବିଶ୍ୱକପ୍‌ ଲାଗି କଡ଼ା ନିୟମାବଳୀ ପ୍ରସ୍ତୁତ କରାଯାଇଛି।

ସମୟ ନଷ୍ଟରୁ ବର୍ତ୍ତିବା ପାଇଁ ନିୟମ
୫ ସେକେଣ୍ଡ କାଉଣ୍ଟଡାଉନ: ପ୍ରତ୍ୟେକ ଥର ଗୋଲ କିକ୍‌ ଓ ଥ୍ରୋ-ଇନ୍‌ ବେଳେ ରେଫରି ୫ ସେକେଣ୍ଡରେ କାଉଣ୍ଟଡାଉନ ଆରମ୍ଭ କରିବେ। ଯଦି କୌଣସି ଦଳ ଥ୍ରୋ-ଇନ ବେଳେ ୫ ସେକେଣ୍ଡରୁ ଅଧିକ ସମୟ ନିଅନ୍ତି, ତେବେ ବଲକୁ ପ୍ରତିପକ୍ଷ ଦଳକୁ ଦିଆଯିବ। ସେହିଭଳି ଗୋଲ କିକ୍‌ କ୍ଷେତ୍ରରେ ବିଳମ୍ବ ହେଲେ ପ୍ରତିପକ୍ଷ ଦଳକୁ ଏକ କର୍ନର କିକ୍‌ ଦିଆଯିବ।

୮ ସେକେଣ୍ଡ ଗୋଲକିପର ନିୟମ: ମ୍ୟାଚ୍‌ ଚାଲିଥିବା ବେଳେ ଗୋଲକିପରଙ୍କୁ ବଲ ଧରିବାର ୮ ସେକେଣ୍ଡ ମଧ୍ୟରେ ବଲ ଛାଡ଼ିବାକୁ ପଡ଼ିବ। ଏଥିରେ ଅବହେଳା ହେଲେ ପ୍ରତିପକ୍ଷ ଦଳକୁ ଏକ କର୍ନର କିକ୍‌ ଦିଆଯିବ।

ସବ୍‌ଷ୍ଟିଟ୍ୟୁଶନ ସମୟ: ସବ୍‌ଷ୍ଟିଚ୍ୟୁଟ ହେବାକୁ ଯାଉଥିବା ବିଦାୟୀ ଖେଳାଳିଙ୍କୁ ପଡ଼ିଆ ଛାଡ଼ିବା ପାଇଁ ମାତ୍ର ୧୦ ସେକେଣ୍ଡ ସମୟ ମିଳିବ। ଯଦି ବିଦାୟୀ ଖେଳାଳି ପଡ଼ିଆ ଛାଡ଼ିବା ପାଇଁ ୧୦ ସେକେଣ୍ଡରୁ ଅଧିକ ସମୟ ନିଅନ୍ତି, ତେବେ ପଡ଼ିଆକୁ ଆସିବାକୁ ଥିବା ଖେଳାଳିଙ୍କୁ ପେନାଲ୍ଟି ବାବଦକୁ ୬୦ ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହାର ଅର୍ଥ ୧ ମିନିଟ୍‌ ପାଇଁ ଦଳକୁ ୧୦ ଖେଳାଳିଙ୍କ ସହିତ ଖେଳିବାକୁ ପଡ଼ିବ।

ଫିଲ୍ଡରେ ମେଡିକାଲ ନିୟମ
ଇଞ୍ଜୁରି ପାଇଁ ୧ ମିନିଟ୍‌: ଯଦି କୌଣସି ଫିଲ୍ଡରେ ଆହତ ହୁଅନ୍ତି ଏବଂ ତାଙ୍କୁ ମେଡିକାଲ ଚିକିତ୍ସାର ଆବଶ୍ୟକତା ପଡ଼େ, ତେବେ ତାଙ୍କୁ ତୁରନ୍ତ ଫିଲ୍ଡ ଛାଡ଼ିବାକୁ ପଡ଼ିବ। ଏଥିସହିତ ପଡ଼ିଆକୁ ଫେରିବା ପାଇଁ ତାଙ୍କୁ ଏକ ମିନିଟ୍‌ ଅପେକ୍ଷା କରିବାକୁ ପଡ଼ିବ।

ଟାକ୍ଟିକାଲ ଟାଇମଆଉଟ୍ସ ବ୍ୟାନ: ଗୋଲକିପର ଆହତ ହେବାର ବାହାନ କଲା ବେଳେ ଦଳୀୟ ଖେଳାଳି କୋଚ୍‌ଙ୍କ ନିର୍ଦ୍ଦେଶ ଲାଗି ଟଚ୍‌ଲାଇନ ପର୍ଯ୍ୟନ୍ତ ଯାଇପାରିବେ ନାହିଁ। ଏଭଳି କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଯଦି କୌଣସି ଦଳ ଏହାର ଉଲ୍ଲଂଘନ କରେ, ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।

ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ
ପାଟି ଲୁଚାଇବା ବ୍ୟାନ: ଖେଳାଳିମାନେ ପଡ଼ିଆରେ ପ୍ରତିପକ୍ଷ ଖେଳାଳିଙ୍କ ସହ ଯୁକ୍ତିତର୍କ କିମ୍ବା ହାତାହାତି ଭଳି ପରିସ୍ଥିତିରେ ହାତ କିମ୍ବା ବାହୁ କିମ୍ବା ଶାର୍ଟ ଜରିଆରେ ପାଟି ଲୁଚେଇ ପାରିବେ ନାହିଁ। ଏଭଳି କଲେ ଖେଳାଳିଙ୍କୁ ସିଧାସଳଖ ରେଡ୍‌ କାର୍ଡ ଦିଆଯିବ।

ଶାର୍ଟ ଖୋଲିଲେ ୟେଲୋ କାର୍ଡ: ଯଦି କୌଣସି ଖେଳାଳି ସେଲିବ୍ରେଶନ ବେଳେ ସମ୍ପୂର୍ଣ୍ଣ ରୂପେ ଶାର୍ଟ ଖୋଲନ୍ତି, ତେବେ ତାଙ୍କୁ ଅତ୍ୟଧିକ ସେଲିବ୍ରେଶନ କରିବା ପାଇଁ ଗୋଟିଏ ୟେଲୋ କାର୍ଡ ଦିଆଯିବ। ଯଦି ଗୋଟିଏ ୟେଲୋ କାର୍ଡ ପାଇଥିବା ଖେଳାଳି ଶାର୍ଟ ଖୋଲନ୍ତି, ତେବେ ତାଙ୍କୁ ଦ୍ୱିତୀୟ ୟେଲୋ ଓ ରେଡ କାର୍ଡ ଦିଆଯିବ।

ଭାର ପରିସୀମାରେ ବୃଦ୍ଧି
କର୍ନର କିକ୍‌ ଓ ଫାଉଲ ରିଭ୍ୟୁ: ଭୁଲ ବଶତଃ ଦିଆଯାଇଥିବା କର୍ନର କିକ୍ସ ଓ ଆଟାକିଂ ଫାଉଲକୁ ଭାର ଜରିଆରେ ରିଭ୍ୟୁ ଏବଂ ଠିକ୍‌ କରାଯାଇପାରିବ।

ଦ୍ୱିତୀୟ ୟେଲୋ: ଭାର ମାଧ୍ୟମରେ ଅନୁଚିତ ଟାକେଲ ବେଳେ ଦିଆଯାଇଥିବା ୟେଲୋ କାର୍ଡକୁ ରେଡ୍‌ କାର୍ଡ ପରିଣତ କରାଯାଇପାରିବ।

ୟେଲୋ କାର୍ଡ ରିସେଟ୍‌: କୌଣସି ଖେଳାଳିଙ୍କୁ ଗୋଟିଏ ୟେଲୋ କାର୍ଡ ମିଳିଥିଲେ, ତାହା ୩ ମ୍ୟାଚ୍‌ ବିଶିଷ୍ଟ ଗ୍ରୁପ୍‌ ପର୍ଯାୟ ଶେଷରେ ବାତିଲ ହୋଇଯିବ। ଫଳରେ ରାଉଣ୍ଡ-୩୨କୁ ଉନ୍ନୀତ ହୋଇଥିବା ପ୍ରତ୍ୟେକ ଦଳର ସମସ୍ତ ଖେଳାଳି କ୍ଲିନ ସ୍ଲେଟ୍‌ ସହ ଖେଳିବେ।

ଦ୍ୱିତୀୟ ରିସେଟ୍‌: କ୍ୱାର୍ଟର ଫାଇନାଲ ପରେ ଦ୍ୱିତୀୟ ଥର ପାଇଁ ଖେଳାଳିଙ୍କ ଶୃଙ୍ଖଳାଗତ ସ୍ଲେଟ୍‌କୁ କ୍ଲିନ କରାଯିବ। ଯାହା ଫଳରେ ରାଉଣ୍ଡ ଅଫ୍‌-୩୨ କିମ୍ବା ରାଉଣ୍ଡ ଅଫ୍‌-୧୬ରେ ଗୋଟିଏ ୟେଲୋ କାର୍ଡ ପାଇଥିବା ଖେଳାଳି ଫାଇନାଲରୁ ବଞ୍ଚିତ ହେବେ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

ଋଷିକୂଲ୍ୟାରେ ଭାସୁଛି ମୃତଦେହ

ଛତ୍ରପୁର,୧୫।୯(ଅନାଥ ତରାଇ/ଦିଲୀପ ସାମଲ): ଗଞ୍ଜାମ ବ୍ଲକ ଅଧୀନ ଗୋଖୁରୁକୁଦା ଫରେଷ୍ଟ ଅଫିସ ନିକଟସ୍ଥ ଋଷିକୂଲ୍ୟା ନଦୀରେ ମଙ୍ଗଳବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?