ଉତୁରୁଛି ଅପରାଧ

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିବାଜୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଦେବୋସ୍ମିତା ପଲ୍‌ଙ୍କୁ ୩ ଜୁନ୍‌ରେ ଯେଭଳି ଭାବେ ହତ୍ୟା କରାଯାଇଛି, ତାହା ଏବେ ଦେଶସାରା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କୁ କୌଣସି ସୁପାରି କିଲରଙ୍କ ଦ୍ୱାରା ହତ୍ୟା କରାଯାଇ ନାହିଁ, ବରଂ ଚିହ୍ନା ଲୋକ ସମ୍ପତ୍ତି ଲୋଭରେ କିଭଳି ଭୟଙ୍କର କାଣ୍ଡ ଘଟାଇପାରନ୍ତି ସେହି ବିଷୟ ସ୍ପଷ୍ଟ ହେବାରେ ଲାଗିଛି। ଦେବୋସ୍ମିତା ଦିଲ୍ଲୀର ବସୁନ୍ଧରା ଏନ୍‌କ୍ଲେଭସ୍ଥିତ ସତ୍ୟମ୍‌ ଆପାର୍ଟମେଣ୍ଟରେ ଏକାକୀ ରହୁଥିଲେ। ତାଙ୍କ ନାମରେ ପଶ୍ଚିମବଙ୍ଗର ବର୍ଦ୍ଧମାନରେ ଏକ ଘର ଥିଲା। ସେଥିରେ ଜଣେ ବ୍ୟବସାୟୀ ଦମ୍ପତି ଓ ତାଙ୍କ ପୁଅ ଭଡ଼ାରେ ରହୁଥିଲେ। ଭଡ଼ାରେ ରହୁଥିବା ଘରଟିକୁ କିଣିବା ପାଇଁ ଦମ୍ପତିି ଚାହୁଁଥିଲେ ଓ ସେଥିପାଇଁ ବେବୋସ୍ମିତାଙ୍କ ଉପରେ ଚାପ ପକାଉଥିଲେ। ହେଲେ ଦେବୋସ୍ମିତା ଘର ବିକିବେ ନାହିଁ ବୋଲି କହିବା ପରେ ଦମ୍ପତି ଦେବୋସ୍ମିତାଙ୍କୁ ହତ୍ୟା କରିବାକୁ ଯୋଜନା କଲେ। ସେମାନେ ନିଜର ୧୩ ବର୍ଷର ପୁଅକୁ ଧରି ଦେବୋସ୍ମିତାଙ୍କ ଆପାର୍ଟମେଣ୍ଟ ଭିତରେ ପଶି ହତ୍ୟା କରି ଫେରିଆସିଥିଲେ। ଆଶ୍ଚର୍ଯ୍ୟର କଥା ଯେ, ଦମ୍ପତି ଭଡ଼ାରେ ନେଇଥିବା ଗାଡ଼ିକୁ ଆପାର୍ଟମେଣ୍ଟ ନିକଟରେ ରହିବାକୁ କହିଥିଲେ ଓ ସେହି ଅନୁଯାୟୀ ଅଧଘଣ୍ଟାଏ ଭିତରେ କାଣ୍ଡ ଘଟାଇ ଫେରିଥିଲେ। ସେମାନଙ୍କ ପ୍ରବେଶ ଓ ପ୍ରସ୍ଥାନ ସିସିଟିଭି କ୍ୟାମେରାରେ ସ୍ପଷ୍ଟ ଭାବେ ରେକର୍ଡିଂ ହୋଇ ରହିଥିଲା।
ଉପରଲିଖିତ ଘଟଣା କୌଣସି ସିନେମାର ନୂଆ ପ୍ଲଟ ଭଳି ଲାଗିପାରେ। ପୂର୍ବରୁ ଦେଖାଯାଇଛି, ଦୁର୍ଦ୍ଦାନ୍ତ ଅପରାଧୀ କିମ୍ବା ଗ୍ୟାଙ୍ଗ୍‌ ନେଟୱର୍କ ସହିତ ଜଡ଼ିତ ବ୍ୟକ୍ତି ଯୋଜନାବଦ୍ଧ ଭାବେ ହତ୍ୟାକାଣ୍ଡରେ ଲିପ୍ତ ହୋଇଥାଆନ୍ତି। କିନ୍ତୁ ଏବର ଘଟଣାରେ ଜଣେ ବ୍ୟବସାୟୀ, ସ୍ତ୍ରୀ ଓ ପିଲାକୁ ଧରି ମାରାତ୍ମକ ସୁପାରିକିଲର ଦଳ ଭଳି କାମ କରିବା ଭାବିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ସମଗ୍ର ଘଟଣାକ୍ରମ ଭୟଙ୍କର ନୈତିକ ପତନକୁ ଦର୍ଶାଉଛି। ଅପରାଧ ଆଉ ଅନ୍ଧାର ଗଳିରେ ଲୁଚି ରହିନାହିଁ; ଏହା ସାଧାରଣ ଲୋକଙ୍କ ମାନସିକତା ସହ ଜଡ଼ିତ ହୋଇଗଲାଣି। ଭାରତରେ ଏବେ ହତ୍ୟା ଘଟଣାସବୁ ଦୈନନ୍ଦିନ ଓ ସାଧାରଣ ଲୋକଙ୍କ ଦ୍ୱାରା ଅଧିକ ଘଟୁଥିବାର ଦେଖିତ୍ବାକୁ ମିଳୁଛି। ଚିନ୍ତାର ବିଷୟ ହେଲା ଏବେ ଆଇନ ପ୍ରତି ପ୍ରାୟ ସମସ୍ତଙ୍କର ଭୟ କମିଥିବାର ଲକ୍ଷ୍ୟ କରାଯାଉଛି। ରାସ୍ତାରେ ବଚସା, ଭିଡ଼ ହିଂସା, ଗୋଷ୍ଠୀବଦ୍ଧ ହୋଇ ହତ୍ୟା କରିବା ଘଟଣାର ବୃଦ୍ଧିରୁ ଜଣାପଡୁଛି ଯେ କେଉଁଠି ନା କେଉଁଠି ହିଂସା ଏକ ସାଧାରଣ ଉପାୟ ଏବଂ ତାହାର ଫଳ ଗମ୍ଭୀର ହେବନି ବୋଲି ଅନେକେ ଧରିନେଲେଣି। ସିନେମା ଓ ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହି ପ୍ରବୃତ୍ତିକୁ ପ୍ରୋତ୍ସାହନ ଦେବା ଭଳି ବାତାବରଣ ରହୁଛି। ଆଶ୍ଚର୍ଯ୍ୟ ଭାବେ ମହିଳାଙ୍କୁ ବଳାତ୍କାର ଓ ହତ୍ୟା କରିବାଠାରୁ ଆରମ୍ଭ କରି ସଙ୍ଗିନ ଅପରାଧ ବିଷୟରେ ଜ୍ଞାନ ଦେଲାଭଳି ଡିଜିଟାଲ ମଞ୍ଚ ବାହାରିଛନ୍ତି, ଯେଉଁଗୁଡ଼ିକର ଖୋଲାଖୋଲି ଅନୁଗାମୀ ଅସଂଖ୍ୟ ଅଛନ୍ତି। ଅପରାଧ ବଢ଼ିବା ସମାଜର ଏକ ଅଧଃପତନକୁ ଦର୍ଶାଏ। ଯେଉଁ ଦେଶରେ ଅଳ୍ପ ଅପରାଧ ଘଟେ, ସେଠାରେ ପୋଲିସ ବ୍ୟବସ୍ଥା ଯେ ସବୁଠାରୁ ସଜାଗ, ତାହା ନୁହେଁ, ବରଂ ସେହିସବୁ ଦେଶରେ ସୁଖର ସୂଚକାଙ୍କ ଅଧିକ ଥାଏ। କମ୍‌ ଅପରାଧ ଘଟୁଥିବା ଦେଶଗୁଡ଼ିକ ମଧ୍ୟରେ ଫିନ୍‌ଲାଣ୍ଡ, ଆଇସ୍‌ଲାଣ୍ଡ, ଡେନମାର୍କ, ନରଓ୍ବେ ଭଳି ଦେଶଗୁଡ଼ିକ ସୁଖ ସୂଚକାଙ୍କରେ ସର୍ବଦା ଉପରେ ଥାଆନ୍ତି। ଏଥିସହ ସେହିସବୁ ଦେଶଗୁଡ଼ିକରେ ଅର୍ଥନୈତିକ ଅସମାନତା ଯଥା ଧନୀ-ଗରିବଙ୍କ ମଧ୍ୟରେ ପ୍ରଭେଦ କମ୍‌ । ସେଠାରେ ସରକାରଙ୍କ ସାମାଜିକ ଭିତ୍ତିଭୂମି ଓ ସେବା ସୁଦୃଢ଼ ଥାଏ। ଅନ୍ୟପକ୍ଷରେ ଭାରତ ଏବେ ଅପରାଧ ଘଟୁଥିବା ଦେଶଙ୍କ ତାଲିକାରେ ସାମିଲ ହେବା ଦୌଡ଼ରେ ଥିଲା ଭଳି ମନେହେଉଛି। ଏହିସବୁ ଦେଶରେ ଅଧିକାଂଶ କ୍ଷେତ୍ରରେ ଦାରିଦ୍ର୍ୟ, ଅର୍ଥନୈତିକ ଅସମାନତା ସହ ବ୍ୟବସ୍ଥିତ ଉପାୟରେ ଦୁର୍ନୀତି ଓ ଢିଲା ଆଇନ ବ୍ୟବସ୍ଥା ଦେଖିବାକୁ ମିଳେ। ଭାରତରେ ବିକାଶର ଦ୍ୱାହି ଦେଇ ମୁଷ୍ଟିମେୟ ପୁଞ୍ଜିପତିଙ୍କୁ ଅତ୍ୟଧିକ ଲାଭବାନ୍‌ କରିବାକୁ ଯେତେ ଚେଷ୍ଟା ଚାଲିବ, ସେହିମାତ୍ରାରେ ଅସମାନତା, ହିଂସା ଏବଂ ଅସ୍ଥିରତା ବଢ଼ିଚାଲିବ।
ଏବେ ଭାରତୀୟମାନେ ବିଦେଶରେ ସେମାନଙ୍କ ବ୍ୟବହାର ଯୋଗୁ ସମାଲୋଚିତ ହେଉଛନ୍ତି। ଆମର ନାଗରିକବୋଧର ଅଭାବ ଓ ଅନ୍ୟମାନଙ୍କ ସୁବିଧା ପ୍ରତି ବେଖାତିର ମନୋଭାବ ସବୁଠି ଚର୍ଚ୍ଚାର ବିଷୟ। ହୁଏତ ଘରଠାରୁ ଆରମ୍ଭ କରି ସ୍କୁଲରେ ଏବଂ ବଡ଼ ନେତା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେବାବେଳେ ସବୁଥିରେ ସହନଶୀଳତା, ସାମାଜିକ ମୂଲ୍ୟବୋଧ, ମଣିଷ ପ୍ରତି ସହାନୁଭୂତି ଆଦି ଶିଖାଇଲେ ଆମେ ନିଜେ ଓ ପରବର୍ତ୍ତୀ ପିଢ଼ି ବାହୁସ୍ଫୋଟିଆ ବା ଅପରାଧୀ ମାନସିକତାଠାରୁ ଦୂରେଇ ରହିପାରିବା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?