ଫେକ୍ ରିଭ୍ୟୁରୁ ସାବଧାନ! ଅନଲାଇନ୍ ଶପିଂ ସମୟରେ ଷ୍ଟାର୍ ରେଟିଂ ଦେଖି ଠକିଯାଉଛନ୍ତି କି? ଏମିତି କରନ୍ତୁ ଅସଲି-ନକଲିର ଚିହ୍ନଟ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନଲାଇନ ଶପିଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି। ଘରେ ବସି ମନପସନ୍ଦର ସାମଗ୍ରୀ ପାଇବା ଯେତିକି ସହଜ, ଏଥିରେ ଠକାମିର ଶିକାର ହେବାର ଆଶଙ୍କା ମଧ୍ୟ ସେତିକି ଅଧିକ। ସାଧାରଣତଃ କୌଣସି ପ୍ରୋଡକ୍ଟ କିଣିବା ପୂର୍ବରୁ ଆମେ ସେଥିରେ ଥିବା ଗ୍ରାହକମାନଙ୍କର ‘ରିଭ୍ୟୁ’ କିମ୍ବା ମତାମତ ନିଶ୍ଚିତ ଭାବେ ଚେକ୍‌ କରିଥାଉ। କିନ୍ତୁ ଆପଣ ଜାଣିଛନ୍ତି କି, ଆପଣ ପଢ଼ୁଥିବା ଅଧିକାଂଶ ରିଭ୍ୟୁ ଅସଲି ନୁହେଁ, ବରଂ ନକଲି ବା ଫେକ୍‌ ହୋଇଥାଏ?

ହଁ, ଏହା ବଦଳୁଥିବା ସମୟର ଏକ ନୂଆ ସତ୍ୟ। ଅନେକ ସମୟରେ ଖରାପ ପ୍ରଡକ୍ଟକୁ ବିକ୍ରି କରିବା ପାଇଁ କମ୍ପାନୀଗୁଡ଼ିକ ଟଙ୍କା ଦେଇ ଫେକ ରିଭ୍ୟୁ ଲେଖାଇଥାନ୍ତି। ଆପଣ ଯେପରି ଏଭଳି କୌଣସି ଅନଲାଇନ ସ୍କାମ୍‌ର ଶିକାର ନ ହେବେ ଏବଂ ଘରକୁ କୌଣସି ନିକୃଷ୍ଟ ମାନର ସାମଗ୍ରୀ ନ ଆଣିବେ, ସେଥିପାଇଁ ଏହି ଫେକ୍‌ ରିଭ୍ୟୁକୁ ଚିହ୍ନିବାର କିଛି ସହଜ ତରିକା ନିମ୍ନରେ ଦିଆଗଲା-

କେମିତି ଚିହ୍ନିବେ ନକଲି ବା ଫେକ ରିଭ୍ୟୁ?
-କେବଳ ପ୍ରଶଂସା କରୁଥିବା ରିଭ୍ୟୁ: ଯଦି କୌଣସି ପ୍ରୋଡକ୍ଟର ଅଧିକାଂଶ ରିଭ୍ୟୁରେ କେବଳ ତାରିଫ କରାଯାଇଥାଏ ଏବଂ ସେଥିରେ କୌଣସି ତ୍ରୁଟି ଦର୍ଶାଯାଇ ନ ଥାଏ, ତେବେ ସାବଧାନ ହୋଇଯାଆନ୍ତୁ। ସାଧାରଣତଃ ଜଣେ ଅସଲି ଗ୍ରାହକ ଜିନିଷଟିର ଭଲ ଏବଂ ଖରାପ ଉଭୟ ଦିଗ ବିଷୟରେ ଲେଖିଥାଏ।

-ଛୋଟ ଏବଂ ସମାନ ଭାଷାର ପ୍ରୟୋଗ: “ବହୁତ ଭଲ ପ୍ରୋଡକ୍ଟ”, “ବେଷ୍ଟ କ୍ୱାଲିଟି”, “ନିଶ୍ଚୟ କିଣନ୍ତୁ” ଭଳି ଅତି ଛୋଟ ଏବଂ ଏକାଭଳି ଲାଗୁଥିବା ରିଭ୍ୟୁଗୁଡ଼ିକ ପ୍ରାୟତଃ ଫେକ୍‌ ହୋଇଥାଏ। ଏଗୁଡ଼ିକୁ ପ୍ରୋଗ୍ରାମିଂ ବା ବଟ୍ସ (Bots) ସାହାଯ୍ୟରେ ଏକା ସଙ୍ଗେ ବହୁ ସଂଖ୍ୟାରେ ପୋଷ୍ଟ କରାଯାଇଥାଏ।

-କମ ସମୟରେ ଅଧିକ ପଜିଟିଭ୍‌ ରିଭ୍ୟୁ: ଯଦି କୌଣସି ପ୍ରୋଡକ୍ଟ ଲଞ୍ଚ ହେବାର ମାତ୍ର କିଛି ଦିନ କିମ୍ବା ଘଣ୍ଟା ମଧ୍ୟରେ ହଠାତ ଶହ ଶହ ପଜିଟିଭ୍‌ ରିଭ୍ୟୁ ଆସିଯାଏ, ତେବେ ଏହା ଏକ ପ୍ରକାର ପ୍ରାୟୋଜିତ ରିଭ୍ୟୁ ହୋଇପାରେ।

-ରିଅଲ ଫଟୋ ବା ଭିଡିଓ ଚେକ୍‌ କରନ୍ତୁ: ଅସଲି ଗ୍ରାହକମାନେ ପ୍ରାୟତଃ ସାମଗ୍ରୀ ପାଇବା ପରେ ନିଜ ଫୋନ୍‌ କ୍ୟାମେରାରୁ ସେହି ପ୍ରଡକ୍ଟର ଫଟୋ କିମ୍ବା ଭିଡିଓ ଉଠାଇ ପୋଷ୍ଟ କରନ୍ତି। ଏହି ଫଟୋଗୁଡ଼ିକ କୌଣସି ପ୍ରଫେସନାଲ ଫଟୋଗ୍ରାଫି ଭଳି ଚମକଦାର ଦେଖାଯାଏ ନାହିଁ। ଯଦି ରିଭ୍ୟୁରେ କେବଳ ଲେଖା ଅଛି କିନ୍ତୁ କୌଣସି ବାସ୍ତବ ଫଟୋ ନାହିଁ, ତେବେ ସନ୍ଦେହ କରିବାର କାରଣ ଅଛି।

-ଖରାପ ରିଭ୍ୟୁ ପଢ଼ନ୍ତୁ: କିଣିବା ପୂର୍ବରୁ କେବଳ ଭଲ ମତାମତ ନଦେଖି ଖରାପ ରିଭ୍ୟୁ ଉପରେ ବି ନଜର ପକାନ୍ତୁ। ଏହା ଦ୍ୱାରା ପ୍ରଡକ୍ଟର ଅସଲି ଅଭାବ ବା ସମସ୍ୟା ବିଷୟରେ ସଠିକ ସୂଚନା ମିଳିଥାଏ।

କେବଳ ଷ୍ଟାର୍‌ ରେଟିଂ ଦେଖି କିଣିବା ଠିକ କି?
ଅନେକ ଲୋକ କେବଳ ୪ କିମ୍ବା ୫ ଷ୍ଟାର୍‌ ରେଟିଂ ଦେଖି ଆଖିବୁଜି ସାମଗ୍ରୀ ଅର୍ଡର କରିଦିଅନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ। କିଣିବା ପୂର୍ବରୁ ରିଭ୍ୟୁ ବକ୍ସକୁ ଯାଇ ଲୋକଙ୍କର ବ୍ୟକ୍ତିଗତ ଅଭିଜ୍ଞତା, ଜିନିଷଟିର ସୁବିଧା ଏବଂ ଅସୁବିଧା ବିଷୟରେ ବିସ୍ତୃତ ଭାବେ ପଢ଼ିବା ଉଚିତ।

ଆପଣଙ୍କର ଟିକିଏ ସାବଧାନତା ଆପଣଙ୍କୁ କଷ୍ଟ ଅର୍ଜିତ ଟଙ୍କା ବୁଡ଼ିଯିବାରୁ ବଞ୍ଚାଇ ପାରିବ ଏବଂ ଅନଲାଇନ ଠକାମିରୁ ରକ୍ଷା କରିପାରିବ। ତେଣୁ ପରବର୍ତ୍ତୀ ସମୟରେ ଅନଲାଇନ ଶପିଂ କଲାବେଳେ କେବଳ ଚମକଦାର ରିଭ୍ୟୁ ପଛରେ ନ ଦୌଡ଼ି ନିଜ ବୁଦ୍ଧିର ପ୍ରୟୋଗ କରନ୍ତୁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri