FIFA World Cup ଆଉ ୨ ଦିନ : ପରସ୍ପର ବିପକ୍ଷରେ ଖେଳିବେ ଭାଇ-ଭାଇ

ଓ୍ବାଶିଂଟନ୍‌,୯।୬: ଫିଫା ବିଶ୍ୱକପ୍‌କୁ ଆଉ ୨ ଦିନ। ଜୁନ ୧୧ରୁ ଆରମ୍ଭ ହେଉଥିବା ବିଶ୍ୱକପ ପାଇଁ ଆମେରିକା, କାନାଡା ଏବଂ ମେକ୍ସିକୋରେ ଫୁଟବଲ ପ୍ରେମୀଙ୍କ ଭିଡ଼ ଆରମ୍ଭ ହୋଇଯାଇଛି। ପ୍ରସଂଶକ ନିଜ ନିଜ ଦେଶର ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଏକ ବଡ଼ ଖବର ସାନାକୁ ଆସିଛି। ଫିଫା ବିଶ୍ୱକପ୍‌ରେ ୪ ଯୋଡ଼ା ଭାଇ ଭିନ୍ନ ଭିନ୍ନ ଦେଶ ପାଇଁ ଖେଳୁଥିବା ବେଳେ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଛି। ଆସନ୍ତୁ ସୋମନଙ୍କ ବିସୟରେ ଜାଣିବା…

ଫ୍ରାନ୍ସରେ ଜନ୍ମିତ ଡୋ ଭ୍ରାତା ଭିନ୍ନ ଭିନ୍ନ ଅନ୍ତର୍ଜାତୀୟ ବାଟ ବାଛିଛନ୍ତି। ସାନ ଭାଇ ଡିଜାୟର ପାରିସ ସେଣ୍ଟ-ଜର୍ମେନ ଦଳର ଜଣେ ଉଦୀୟମାନ ତାରକା। ସେ ଫ୍ରାନ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। କିନ୍ତୁ ତାଙ୍କ ବଡ଼ ଭାଇ ଗୁଏଲା ଆଇଭରୀ କୋଷ୍ଟା ପାଇଁ ଖେଳୁଛନ୍ତି।

ଯାହାକି ସେମାନଙ୍କ ବାପାଙ୍କ ଜନ୍ମସ୍ଥାନ। ଦୁଇ ଭାଇ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ପରସ୍ପର ବିପକ୍ଷରେ ଖେଳିଥିଲେ। ଉକ୍ତ ମ୍ୟାଚ୍‌ରେ ଗୁଏଲାଙ୍କ ଗୋଲ ବଳରେ ଆଇଭରୀ କୋଷ୍ଟ ୨-୧ ଗୋଲରେ ଫ୍ରାନ୍ସକୁ ହରାଇଥିଲା।

ଓ୍ବିଲିୟମ୍ସ ଭ୍ରାତାଙ୍କ ଜନ୍ମ ସ୍ପେନର ବାସକ୍ୟୁ କାଉଣ୍ଟିରେ। ସେମାନଙ୍କ ମା’ ବାପା ଘାନାର ନାଗରିକ ଥିଲେ। ନିକୋ ସ୍ପେନର ଦକ୍ଷ ଯୁବ ଖେଳାଳିଙ୍କ ମଧ୍ୟରେ ପରିଗଣିତ ହେବା ସହ ତାଙ୍କ ପ୍ରତିନିଧିତ୍ୱରେ ଦଳ ୟୁରୋ ୨୦୨୪ ଜିତିଥିଲା। ବଡ଼ ଭାଇ ଇନାକି ଏକ ଫ୍ରେଣ୍ଡଲୀ ମ୍ୟାଚ୍‌ରେ ସ୍ପେନ ପାଇଁ ଖେଳିବା ପରେ ଘାନା ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ନିଷ୍ପତ୍ତି ନେଇଥିଲେ।

ବ୍ରୋବେ ଓ ଲୁକାସେନ ଗୋଟିଏ ପରିବାରର ଦୁଇ ଭାଇ। କିନ୍ତୁ ସେମାନଙ୍କ ବାପା ସମାନ ନୁହେଁ। କ୍ଲବସ୍ତରରେ ଭଲ ପ୍ରଦର୍ଶନ ପରେ ବ୍ରୋବେଙ୍କୁ ନେଦରଲାଣ୍ଡ୍ସ ଦଳରେ ନିଆଯାଇଥିବା ବେଳେ ଲୁକାସେନଙ୍କୁ ଆହତ ଖେଳାଳିଙ୍କ ବଦଳରେ ଘାନାର ବିଶ୍ୱକପ୍‌ ଦଳରେ ସାମିଲ କରାଯାଇଛି। ସେମାନଙ୍କ ଫୁଟବଲ ଯାତ୍ରା ସେମାନଙ୍କୁ ଭିନ୍ନ ବାଟରେ ନେଇଯାଇଥିଲା।

ହାରୀ ସୋଟର (ଅଷ୍ଟ୍ରେଲିଆ) ଓ ଜନ ସୋଟର (ସ୍କଟଲାଣ୍ଡ)
ଆବରଡିନରେ ଜନ୍ମିତ ସୋଟର ଭାଇ ମଧ୍ୟ ଭିନ୍ନ ଭିନ୍ନ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଜନ ସୋଟର ସ୍କଟଲାଣ୍ଡ ପାଇଁ ଖେଳୁଥିବା ବେଳେ ହାରୀ ଅଷ୍ଟ୍ରେଲିଆ ପାଇଁ ଖେଳୁଛନ୍ତି। ଅନ୍ୟପକ୍ଷେ ସେମାନଙ୍କ ମା’ଙ୍କ ଅଷ୍ଟ୍ରେଲିଆ ନାଗରିକ ହୋଇଥିବାରୁ ଜନ ଅଷ୍ଟ୍ରେଲିଆ ପାଇଁ ଖେଳିବା ଆରମ୍ଭ କରିଥିଲେ। ଏପରିକି ହାରୀ ଯୁବସ୍ତରରେ ସ୍କଟଲାଣ୍ଡ ପାଇଁ ଖେଳିବା ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ସ୍ତରୀୟ ପ୍ରେରଣା ଉତ୍ସବ ପାଇଁ ଛାତ୍ରୀ କୀର୍ତ୍ତନା ମନୋନୀତ, ଅଞ୍ଚଳରେ ଖୁସିର ଲହରି

ପଟାଙ୍ଗି,୧୯ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦରମହକୁମାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ କୀର୍ତ୍ତନା ସାହୁ ଜାତୀୟ ସ୍ତରୀୟ ପ୍ରେରଣା ଉତ୍ସବ କାର୍ଯ୍ୟକ୍ରମକୁ ମନୋନୀତ…

ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରିଲା ପ୍ରଥମ ଆଡ଼ପ ଅବଢ଼ା: ଶ୍ରଦ୍ଧାଳୁ ଆନନ୍ଦିତ

ପୁରୀ,୧୯ା୭: ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରିଛି ପ୍ରଥମ ଆଡ଼ପ ଅବଢ଼ା। ଶହଶହ ଶ୍ରଦ୍ଧାଳୁ ଆଡ଼ପ ଅବଢ଼ା ପାଇ ଆନନ୍ଦିତ ହୋଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ…

FIFA World Cup 2026: ସମସ୍ତେ ଟ୍ରଫି ଦେଖିଛନ୍ତି… କିନ୍ତୁ ଏବେ FIFA ଚାମ୍ପିୟଙ୍କୁ ଦିଆଯିବ ଏକ ସ୍ବତନ୍ତ୍ର ‘Ring’, ଯାହାର ମୂଲ୍ୟ…

ନ୍ୟୁୟର୍କ,୧୯।୭: ମାତ୍ର କିଛି ଘଣ୍ଟା ମଧ୍ୟରେ, ଫୁଟବଲ ତାର ପରବର୍ତ୍ତୀ ବିଶ୍ୱ ବିଜେତାଙ୍କୁ ମୁକୁଟ ପିନ୍ଧାଇବ। ୧୯ ଜୁଲାଇ ବିଳମ୍ବିତ ରାତିରେ ଆର୍ଜେଣ୍ଟିନା ଏବଂ ସ୍ପେନ ମଧ୍ୟରେ…

ଉଦ୍‌ଘାଟନ ପୂର୍ବରୁ ଚକରାଘାଟିରେ ପର୍ଯ୍ୟଟକଙ୍କ ଭିଡ଼, ଏବେଠୁ ସୁରକ୍ଷା ଚିନ୍ତା, ନଚେତ୍‌…

ଭଞ୍ଜନଗର,୧୯ା୭(ବାବୁଲା ପ୍ରଧାନ): ଘୁମୁସର ମାଟିରେ ଭଞ୍ଜ ରାଜବଂଶର ଯାହା କିଛି ସ୍ମୃତି ଅଛି ସେଥିମଧ୍ୟରୁ ଚକରାଘାଟି ଅନ୍ୟତମ। ଉକ୍ତ ଘଞ୍ଚ ଜଙ୍ଗଲ ଘାଟିରେ ଘୁମୁସର ବୀର ଚକରା…

FIFA World Cup 2026 Prize Money: ଫିଫା ବିଶ୍ୱକପ ପୁରସ୍କାର ରାଶି ଶୁଣିଲେ ଉଡିଯିବ ହୋସ୍‌; ଚାମ୍ପିୟନଙ୍କ ଉପରେ ହେବ ଧନ ବର୍ଷା

ନ୍ୟୁୟର୍କ,୧୯।୭: ଆଜି (ରବିବାର) ରାତି ୧୨ଟା ୩୦ ରେ ଆର୍ଜେଣ୍ଟିନା ଏବଂ ସ୍ପେନ ମଧ୍ୟରେ ଫିଫା ବିଶ୍ୱକପ ୨୦୨୬ ଫାଇନାଲ ଅନୁଷ୍ଠିତ ହେବ। ଲିଓନେଲ ମେସିଙ୍କ ଅଧିନାୟକତ୍ୱରେ,…

୭ ଜିଲାକୁ ପ୍ରବଳ ବର୍ଷା: ସତର୍କ କରାଇ ପାଣିପାଗ ବିଭାଗ କହିଲା ଏହି ସମୟରେ…

ଭୁବନେଶ୍ୱର,୧୯ା୭: ରବିବାର ପଶ୍ଚିମ ଏବଂ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ରାଜ୍ୟ…

ଟ୍ରମ୍ପଙ୍କ ଶୁଳ୍କ ଦ୍ୱାରା କିଏ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ? IMFର ଆଶ୍ଚର୍ଯ୍ୟଜନକ ରିସର୍ଚ୍ଚ ଆସିଲା ସାମ୍ନାକୁ

ଓ୍ବାଶିଂଟନ,୧୯।୭: ଅର୍ଥନୀତିଜ୍ଞ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF)ର ପୂର୍ବତନ ଉପ-ପରିଚାଳନା ନିର୍ଦ୍ଦେଶକ ଗୀତା ଗୋପୀନାଥ କହିଛନ୍ତି ଯେ ଆମେରିକାର ଶୁଳ୍କର ପରିଣାମ ଆମେରିକୀୟ ଗ୍ରାହକମାନଙ୍କ ପାଇଁ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ସୋମବାର ସମସ୍ତ ସ୍କୁଲ ଛୁଟି

ଥିରୁଭାନନ୍ତପୁରମ,୧୯ା୭: ରବିବାର ଫିଫା ବିଶ୍ବକପର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରି ରହିଥିବା ବେଳେ କେରଳ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri