ଚାକିରି ଆରମ୍ଭ ୬ ହଜାରରୁ ହେଲେ ଏବେ ୧୩ ପ୍ଲଟ୍‌, ଲକ୍‌ରରେ କୋଟି କୋଟି ଟଙ୍କା ; ଆଇଟିଡିଏ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି…

ଭୁବନେଶ୍ୱର/ବାଲିଗୁଡ଼ା,୬।୬(ତ୍ରିନାଥ ମହାନ୍ତି/ ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିିରି ଆରମ୍ଭ କରିଥିଲେ ୬ ହଜାର ଟଙ୍କାରେ। ହେଲେ ସେ କିଛି ଦିନ ପରେ ଆୟଠାରୁ ଢେର ପରିମାଣର ଅଧିକ ଟଙ୍କା ରୋଜଗାର କରିଥିଲେ। ଏହି ଟଙ୍କାରେ ବିଳାସବେସନ ସାମଗ୍ରୀ କିଣିବା ଠାରୁ ଆରମ୍ଭ କରି ବିଦେଶ ଭ୍ରମଣ କରୁଥିଲେ। ଆଦିବାସୀ ଇଲାକାରେ ରହି ବେସ୍‌ ମଉଜ କରୁଥିଲେ ବାବୁ ଜଣଙ୍କ। ଶେଷରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲିଗୁଡ଼ାର ଆଇଟିଡିଏ ସହକାରୀ ର୍ନିବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରା ଭିିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭିଜିଲାନ୍ସ ଶନିବାର ତାଙ୍କ ଘରେ ରେଡ କରିବା ପରେ କେବଳ ଭୁବନେଶ୍ବରରେ ୪ଟି ବହୁତଳ କୋଠା ସହ ବାବୁଙ୍କର କୋଟି କୋଟି ଟଙ୍କାର ବିପୁଳ ସମ୍ପତ୍ତି ଠାବ କରିଛି ଭଜିଲାନ୍ସ। ସରକାରୀ ଦରମାରେ କେମିତି ଠିଆ କରିଥିଲେ ଏତେ ବଡ଼ ସାମ୍ରାଜ୍ୟ, ତାକୁ ନେଇ ଏବେ ଉଠିଛି ପ୍ରଶ୍ନ। ଏହି ସମ୍ପତ୍ତିର ଅଧିକାରୀ ହେଲେ ଆଇଟିଡିଏ ବାଲିଗୁଡ଼ା ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର ବୈକୁଣ୍ଠନାଥ ବେହେରା। ବାବୁଙ୍କର ବିପୁଳ ସମ୍ପତ୍ତି ରହିଥିବା ବେଳେ ତାକ ବ୍ୟାଙ୍କ୍‌ ଲକ୍‌ରରୁ ୨କୋଟି ଟଙ୍କା ନଗଦ ଠାବ ହୋଇଛି। ରାଜଧାନୀ ଭୁବନେଶ୍ବରର ପ୍ରାଇମ ଏରିଆ କାନନ ବିହାର ଫେଜ-୧ର ଦୁଇ ମହଲା କୋଠା ଥିବା ବେଳେ ଶୈଳଶ୍ରୀବିହାର, କାନନ ବିହାରରେ ଥିବା ଦୁଇ ତାଲା କୋଠା, ଚନ୍ଦ୍ରଶେଖରପୁରେ ଥିବା ଦୁଇ ତାଲା କୋଠା, ଧର୍ମଶଳାରେ ଥିବା ଦୁଇ ତାଲା କୋଠା, ବାରିପଦାରେ ଥିବା ସମ୍ପର୍କୀୟ ଘର, ଯଜପୁରରେ ଥିବା ଅନ୍ୟ ଏକ ସମ୍ପର୍କୀୟ ଘର, ବାଲଗୁଡ଼ାରେ ଥିବା ସରକାରୀ ଅଫିସ ଏବଂ ବାଲିଗୁଡ଼ାରେ ଥିବା ସରକାରୀ କ୍ୱାର୍ଟସରେ ଚଢଉ କରାଯାଇଥିଲା। ବାଲିଗୁଡ଼ା ବ୍ୟାଙ୍କଲକରରୁ ନଗଦ ୨୦୦ କୋଟି ଟଙ୍କା ଜବତ ହୋଇଥିଲା। ତାଙ୍କ ନାମରେ ୪ଟି ବହୁତଳ କୋଠା, ୧୩ଟି ପ୍ଲଟ, ଘରୁ ଜବତ ହୋଇଛି୨.୬୬ ଲକ୍ଷ ଟଙ୍କା ।

୧୯୯୯ରେ ଆରମ୍ଭ ହୋଇଥିଲା ବାବୁଙ୍କ ସରକାରୀ ଚାକିରି। ଜୁନିୟର ଇଞ୍ଜିନିୟର ଭାବେ ନବରଙ୍ଗପୁରରେ ହୋଇଥିଲା ପୋଷ୍ଟିଂ। ମାସିକ ଦରମା ଥିଲା ୬ ହଜାର। ୨୦୦୧ ଯାଏଁ ବାବୁ ସେଠାରେ ଥିଲେ। ପରେ ଉଦଳା ଟ୍ରାନ୍ସଫର ହୋଇଥିଲା। ହେଲେ କିଛି ଦିନ ମଧ୍ୟରେ ପୁଣି ଫେରି ଆସିଥିଲେ ନବରଙ୍ଗପୁର। ଡାବୁଗାଁ ବ୍ଲକ କୁସୁମଗୁଡାରେ କନିଷ୍ଠ କିରାଣୀ ଭାବେ ୨୦୦୧ରୁ ୨୦୦୭ ଯାଏଁ ଆଇଟିଡିଏରେ ରହିବା ପରେ ୨୦୧୬ରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ମିଳିଥିଲା ପଦୋନ୍ନତି। ଆଇଟିଡିଏ ନବରଙ୍ଗପୁରରେ ହିଁ ୨୦୨୨ ଯାଏଁ ରହିଥିଲେ। ଏ ବର୍ଷ ଫେବୃଆରୀରେ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର ରାଙ୍କ ସହ ବାଲିଗୁଡାରେ ହୋଇଥିଲା ପୋଷ୍ଟିଂ। ବଡ କଥା ହେଉଛି ଯେ, ପୁରା ଚାକିରି କାଳ ନବରଙ୍ଗପୁରରେ ହିଁ ଆସ୍ଥାନ ଜମାଇଥିଲେ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରା। ଏଥିରୁ ଅନୁମାନ କରିହେଉଛି ଯେ, ପୂର୍ବ ସରକାରରେ କେମିତି ପ୍ରଭାବ ରହିଥିଲା ଇଞ୍ଜିନିୟର ବାବୁଙ୍କର। ହେଲେ ଏବେ ପଡିଛନ୍ତି ଭିଜିଲାନ୍ସ ଜାଲରେ। ୯ଟି ସ୍ଥାନରେ ଏକକାଳୀନ ରେଡ ବେଳେ ବୈକୁଣ୍ଠ ବାବୁଙ୍କ ବିପୁଳ ସମ୍ପତ୍ତି ଠାବ ହୋଇଛି। ଚଢ଼ଉ ବେଳେ ବାବୁଙ୍କ ଘରୁ ୪ରୁ ଅଧିକ ହାଇଫାଇ ଆଇଫୋନ, ମୂଲ୍ୟବାନ ବ୍ରାଣ୍ଡେଡ ବ୍ୟାଗ ଓ ୩ଟି ଦାମୀ ହୀରା ମୁଦି ମିଳିଛି।

ସବୁଠୁ ଆଶ୍ଚର୍ୟ୍ୟର କଥା, ତାଙ୍କ ସଉକ ପାଇଁ ସେ ୨୪ କ୍ୟାରେଟ ସୁନାରେ ୩ଟି ସୁନା ମୂର୍ତ୍ତି ତିଆରି କରି ରଖିଥିଲେ, ଯାହା ତାଙ୍କର ଅତ୍ୟଧିକ ବିଳାସମୟ ଜୀବନଶୈଳୀର ପ୍ରମାଣ। ଯନ୍ତ୍ରୀ ବାବୁଙ୍କ ସାମ୍ରାଜ୍ୟ ଏତେ ବଡ଼ ଯେ ଭିଜିଲାନ୍ସ ବିଭାଗ ଗୋଟିଏ କି ଦୁଇଟି ନୁହେଁ, ବରଂ ଓଡ଼ିଶାର ମୋଟ ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଚଢାଉରେ ୨ଜଣ ଅ୍‌ତରିକ୍ତ ଏସିପି, ୫ଜଣ ଡିଏସ୍‌ପି, ୬ଜଣ ଇନ୍ସପେକ୍ଟର, ଏବଂ ଅନ୍ୟ ଅଧିକାରୀ ସାମିଲ ଥିଲେ। ଭୁବନେଶ୍ୱରରୁ ନେଇ ଯାଜପୁର ଓ ବାରିପଦା ପର୍ୟ୍ୟନ୍ତ ବୈକୁଣ୍ଠଙ୍କ ସମ୍ପର୍କୀୟ ଓ ତାଙ୍କ ସହ ଜଡ଼ିତ ଘରଗୁଡ଼ିକରେ ଖୋଳତାଡ଼ ଚାଲିଛି। ଭୁବନେଶ୍ୱରର କାନନ ବିହାରସ୍ଥିତ ବୈକୁଣ୍ଠଙ୍କ ଆଲିସାନ ବାସଭବନରେ ଭିଜିଲାନ୍ସ ଟିମ ପହଞ୍ଚିବା ପରେ ସେଠାରେ ଥିବା ଦାମୀ ସାମଗ୍ରୀ ଦେଖି ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କାଶ୍ମୀରର ବଡ଼ ଆତଙ୍କବାଦୀ ଆକ୍ରମଣ: ଶହୀଦ ହୋଇଗଲେ…

ଶ୍ରୀନଗର,୨୨।୭: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ ଚୌକ ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜଣେ କନଷ୍ଟେବଳ ଶହୀଦ ହୋଇଛନ୍ତି। ଆକ୍ରମଣକାରୀ…

୬୩ ବର୍ଷ ବୟସରେ ୪୫ ବର୍ଷର ପୂରୁଣା ସ୍ବପ୍ନ ପୂରଣ କଲେ ସୁଶୀଳା ଦେବୀ

ଚଣ୍ଡିଗଡ,୨୨।୭:ଶିକ୍ଷା ପାଇଁ କୌଣସି ବୟସ ସୀମା ନାହିଁ ବୋଲି ଆପଣ ହୁଏତ ଏହି କଥାଟି ଶୁଣିଥିବେ। ହରିୟାଣାର ଜଣେ ୬୩ ବର୍ଷୀୟା ଜେଜେମା ଏହାକୁ ସତ୍ୟ ପ୍ରମାଣିତ…

ସୋନମ ୱାଙ୍ଗଚୁକଙ୍କୁ ଭାବୁକ ନିବେଦନ କଲେ ଅଭିଜିତ୍‌ ଦୀପକେ, କହିଲେ-ଆପଣଙ୍କ ଜୀବନ…

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

CJPକୁ ନବୀନଙ୍କ ସମର୍ଥନ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ…

ଭୁବନେଶ୍ୱର,୨୨ା୭: ସିଜେପିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ମନ୍ତବ୍ୟକୁ ନାପସନ୍ଦ କରିଛି ଭାଜପା। ଏକ ପ୍ରେସମିଟ୍‌ କରି କଡ଼ା ଜବାବ ଦେଇଛନ୍ତି ଭାଜପାର ବରିଷ୍ଠ ଏମ୍‌ପି…

CJP ଆଗରେ ନଇଁଲେ ମୋଦି ସରକାର! କହିଲେ ଯାହା ଚାହିଁବେ…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ CJP (କକରୋଚ୍ ଜନତା ପାର୍ଟି) ତରଫରୁ ଜାରି ରହିଥିବା ପ୍ରତିବାଦ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାର ଆଲୋଚନା ପାଇଁ ନିଜର ପ୍ରସ୍ତୁତି ଦେଖାଇଛନ୍ତି। ସରକାରୀ…

ପଞ୍ଚସଖା ସ୍ମୃତି ପାଠାଗାର ଅସୁରକ୍ଷିତ: ଉପରୁ ଖସିଲା ସିଲିଂ, କର୍ମଚାରୀ କହିଲେ…

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri