ଚାକିରି ଆରମ୍ଭ ୬ ହଜାରରୁ ହେଲେ ଏବେ ୧୩ ପ୍ଲଟ୍‌, ଲକ୍‌ରରେ କୋଟି କୋଟି ଟଙ୍କା ; ଆଇଟିଡିଏ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି…

ଭୁବନେଶ୍ୱର/ବାଲିଗୁଡ଼ା,୬।୬(ତ୍ରିନାଥ ମହାନ୍ତି/ ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିିରି ଆରମ୍ଭ କରିଥିଲେ ୬ ହଜାର ଟଙ୍କାରେ। ହେଲେ ସେ କିଛି ଦିନ ପରେ ଆୟଠାରୁ ଢେର ପରିମାଣର ଅଧିକ ଟଙ୍କା ରୋଜଗାର କରିଥିଲେ। ଏହି ଟଙ୍କାରେ ବିଳାସବେସନ ସାମଗ୍ରୀ କିଣିବା ଠାରୁ ଆରମ୍ଭ କରି ବିଦେଶ ଭ୍ରମଣ କରୁଥିଲେ। ଆଦିବାସୀ ଇଲାକାରେ ରହି ବେସ୍‌ ମଉଜ କରୁଥିଲେ ବାବୁ ଜଣଙ୍କ। ଶେଷରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲିଗୁଡ଼ାର ଆଇଟିଡିଏ ସହକାରୀ ର୍ନିବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରା ଭିିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭିଜିଲାନ୍ସ ଶନିବାର ତାଙ୍କ ଘରେ ରେଡ କରିବା ପରେ କେବଳ ଭୁବନେଶ୍ବରରେ ୪ଟି ବହୁତଳ କୋଠା ସହ ବାବୁଙ୍କର କୋଟି କୋଟି ଟଙ୍କାର ବିପୁଳ ସମ୍ପତ୍ତି ଠାବ କରିଛି ଭଜିଲାନ୍ସ। ସରକାରୀ ଦରମାରେ କେମିତି ଠିଆ କରିଥିଲେ ଏତେ ବଡ଼ ସାମ୍ରାଜ୍ୟ, ତାକୁ ନେଇ ଏବେ ଉଠିଛି ପ୍ରଶ୍ନ। ଏହି ସମ୍ପତ୍ତିର ଅଧିକାରୀ ହେଲେ ଆଇଟିଡିଏ ବାଲିଗୁଡ଼ା ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର ବୈକୁଣ୍ଠନାଥ ବେହେରା। ବାବୁଙ୍କର ବିପୁଳ ସମ୍ପତ୍ତି ରହିଥିବା ବେଳେ ତାକ ବ୍ୟାଙ୍କ୍‌ ଲକ୍‌ରରୁ ୨କୋଟି ଟଙ୍କା ନଗଦ ଠାବ ହୋଇଛି। ରାଜଧାନୀ ଭୁବନେଶ୍ବରର ପ୍ରାଇମ ଏରିଆ କାନନ ବିହାର ଫେଜ-୧ର ଦୁଇ ମହଲା କୋଠା ଥିବା ବେଳେ ଶୈଳଶ୍ରୀବିହାର, କାନନ ବିହାରରେ ଥିବା ଦୁଇ ତାଲା କୋଠା, ଚନ୍ଦ୍ରଶେଖରପୁରେ ଥିବା ଦୁଇ ତାଲା କୋଠା, ଧର୍ମଶଳାରେ ଥିବା ଦୁଇ ତାଲା କୋଠା, ବାରିପଦାରେ ଥିବା ସମ୍ପର୍କୀୟ ଘର, ଯଜପୁରରେ ଥିବା ଅନ୍ୟ ଏକ ସମ୍ପର୍କୀୟ ଘର, ବାଲଗୁଡ଼ାରେ ଥିବା ସରକାରୀ ଅଫିସ ଏବଂ ବାଲିଗୁଡ଼ାରେ ଥିବା ସରକାରୀ କ୍ୱାର୍ଟସରେ ଚଢଉ କରାଯାଇଥିଲା। ବାଲିଗୁଡ଼ା ବ୍ୟାଙ୍କଲକରରୁ ନଗଦ ୨୦୦ କୋଟି ଟଙ୍କା ଜବତ ହୋଇଥିଲା। ତାଙ୍କ ନାମରେ ୪ଟି ବହୁତଳ କୋଠା, ୧୩ଟି ପ୍ଲଟ, ଘରୁ ଜବତ ହୋଇଛି୨.୬୬ ଲକ୍ଷ ଟଙ୍କା ।

୧୯୯୯ରେ ଆରମ୍ଭ ହୋଇଥିଲା ବାବୁଙ୍କ ସରକାରୀ ଚାକିରି। ଜୁନିୟର ଇଞ୍ଜିନିୟର ଭାବେ ନବରଙ୍ଗପୁରରେ ହୋଇଥିଲା ପୋଷ୍ଟିଂ। ମାସିକ ଦରମା ଥିଲା ୬ ହଜାର। ୨୦୦୧ ଯାଏଁ ବାବୁ ସେଠାରେ ଥିଲେ। ପରେ ଉଦଳା ଟ୍ରାନ୍ସଫର ହୋଇଥିଲା। ହେଲେ କିଛି ଦିନ ମଧ୍ୟରେ ପୁଣି ଫେରି ଆସିଥିଲେ ନବରଙ୍ଗପୁର। ଡାବୁଗାଁ ବ୍ଲକ କୁସୁମଗୁଡାରେ କନିଷ୍ଠ କିରାଣୀ ଭାବେ ୨୦୦୧ରୁ ୨୦୦୭ ଯାଏଁ ଆଇଟିଡିଏରେ ରହିବା ପରେ ୨୦୧୬ରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ମିଳିଥିଲା ପଦୋନ୍ନତି। ଆଇଟିଡିଏ ନବରଙ୍ଗପୁରରେ ହିଁ ୨୦୨୨ ଯାଏଁ ରହିଥିଲେ। ଏ ବର୍ଷ ଫେବୃଆରୀରେ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର ରାଙ୍କ ସହ ବାଲିଗୁଡାରେ ହୋଇଥିଲା ପୋଷ୍ଟିଂ। ବଡ କଥା ହେଉଛି ଯେ, ପୁରା ଚାକିରି କାଳ ନବରଙ୍ଗପୁରରେ ହିଁ ଆସ୍ଥାନ ଜମାଇଥିଲେ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରା। ଏଥିରୁ ଅନୁମାନ କରିହେଉଛି ଯେ, ପୂର୍ବ ସରକାରରେ କେମିତି ପ୍ରଭାବ ରହିଥିଲା ଇଞ୍ଜିନିୟର ବାବୁଙ୍କର। ହେଲେ ଏବେ ପଡିଛନ୍ତି ଭିଜିଲାନ୍ସ ଜାଲରେ। ୯ଟି ସ୍ଥାନରେ ଏକକାଳୀନ ରେଡ ବେଳେ ବୈକୁଣ୍ଠ ବାବୁଙ୍କ ବିପୁଳ ସମ୍ପତ୍ତି ଠାବ ହୋଇଛି। ଚଢ଼ଉ ବେଳେ ବାବୁଙ୍କ ଘରୁ ୪ରୁ ଅଧିକ ହାଇଫାଇ ଆଇଫୋନ, ମୂଲ୍ୟବାନ ବ୍ରାଣ୍ଡେଡ ବ୍ୟାଗ ଓ ୩ଟି ଦାମୀ ହୀରା ମୁଦି ମିଳିଛି।

ସବୁଠୁ ଆଶ୍ଚର୍ୟ୍ୟର କଥା, ତାଙ୍କ ସଉକ ପାଇଁ ସେ ୨୪ କ୍ୟାରେଟ ସୁନାରେ ୩ଟି ସୁନା ମୂର୍ତ୍ତି ତିଆରି କରି ରଖିଥିଲେ, ଯାହା ତାଙ୍କର ଅତ୍ୟଧିକ ବିଳାସମୟ ଜୀବନଶୈଳୀର ପ୍ରମାଣ। ଯନ୍ତ୍ରୀ ବାବୁଙ୍କ ସାମ୍ରାଜ୍ୟ ଏତେ ବଡ଼ ଯେ ଭିଜିଲାନ୍ସ ବିଭାଗ ଗୋଟିଏ କି ଦୁଇଟି ନୁହେଁ, ବରଂ ଓଡ଼ିଶାର ମୋଟ ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଚଢାଉରେ ୨ଜଣ ଅ୍‌ତରିକ୍ତ ଏସିପି, ୫ଜଣ ଡିଏସ୍‌ପି, ୬ଜଣ ଇନ୍ସପେକ୍ଟର, ଏବଂ ଅନ୍ୟ ଅଧିକାରୀ ସାମିଲ ଥିଲେ। ଭୁବନେଶ୍ୱରରୁ ନେଇ ଯାଜପୁର ଓ ବାରିପଦା ପର୍ୟ୍ୟନ୍ତ ବୈକୁଣ୍ଠଙ୍କ ସମ୍ପର୍କୀୟ ଓ ତାଙ୍କ ସହ ଜଡ଼ିତ ଘରଗୁଡ଼ିକରେ ଖୋଳତାଡ଼ ଚାଲିଛି। ଭୁବନେଶ୍ୱରର କାନନ ବିହାରସ୍ଥିତ ବୈକୁଣ୍ଠଙ୍କ ଆଲିସାନ ବାସଭବନରେ ଭିଜିଲାନ୍ସ ଟିମ ପହଞ୍ଚିବା ପରେ ସେଠାରେ ଥିବା ଦାମୀ ସାମଗ୍ରୀ ଦେଖି ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?