Posted inଫୁରସତ

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା ‘ଚନ୍ଦ୍ରଭାଗା ବୁଡ଼’ ଭାବରେ ଲୋକପ୍ରସିଦ୍ଧି ରହିଛି। ଏହି ଯାତ୍ରା ତିନିଦିନ ଧରି କୋଣାଦିତ୍ୟ କ୍ଷେତ୍ରରେ ଅନୁଷ୍ଠିତ ହେଉଥିଲା। ମାଘ ଶୁକ୍ଳ ଷଷ୍ଠୀ ତିଥିରେ ଶ୍ରୀଆଦିତ୍ୟଙ୍କର ଛୋଟ ବିଜେ ପ୍ରତିମା ରାଜଗୁରୁ ସଂସ୍କାର କରିଥିବା ରଥକୁ ବିଜେ କରନ୍ତି।
ଛୋଟ ପ୍ରତିମାଙ୍କୁ ଏକ ସ୍ବତନ୍ତ୍ର ମନ୍ଦିରକୁ ପାଲିଙ୍କିରେ ବିଜେ କରାଯାଏ। ସେଠାରେ ମଙ୍ଗଳାରୋପଣ, ଶୀତଳ ଭୋଗ ଓ ନକ୍ଷତ୍ର ବନ୍ଦାପନା ହୁଏ। ଏଇଠି ଅଷ୍ଟାଷ୍ଟ ପ୍ରଣାମ ବ୍ୟବସ୍ଥା ପ୍ରଚଳିତ ଥିଲା। ଆମେ ଆଗରୁ ସୂଚନା ଦେଇଥିଲୁ ଶୀଆଦିତ୍ୟଙ୍କର ପ୍ରତିନିଧି ଦେବତା ହେଉଛନ୍ତି ଦୁଇଟି ଚକ୍ର(ଚକା)। ତାଙ୍କୁ ମୂଳ ପଦ୍ମକେଶର ମନ୍ଦିରର ମୁଖ୍ୟ ଚକାର ମାନ୍ୟତା ଦିଆଯାଇଥିଲା। ଏଥିରେ ନକ୍ଷତ୍ରମାନଙ୍କର ଚିହ୍ନ ରହିଥିଲା। ନକ୍ଷତ୍ରମାନଙ୍କର ପ୍ରତିନିଧିତ୍ୱ କରୁଥିବାରୁ ତାହାଙ୍କୁ ଷଷ୍ଠୀଦିନ ‘ନକ୍ଷତ୍ର ବନ୍ଦାପନା’ କରାଯିବା ବିଧି ଥିଲା। ଏସବୁ ସୂର୍ଯ୍ୟାସ୍ତ ପରେ ଅନୁଷ୍ଠିତ ହେବାର ବିଧି। ଶେଷକୁ ଛୋଟ ବିଜେ ପ୍ରତିମାଙ୍କୁ ରାଜକୀୟ ଚିହ୍ନ ସ୍ବରୂପ ରଥ ନିକଟକୁ ଶୋଭାଯାତ୍ରା ପାଇଁ ନିଆଯାଏ। ଏହିସବୁ ବିଧି ରାତିର ୪ର୍ଥ ପ୍ରହର ସୁଦ୍ଧା ସମାପ୍ତ ହୁଏ।
ଚତୁର୍ଥ ପ୍ରହରରେ ୨୧ଜଣ ସେବକ ୨୧ଟି ଦୀପ ଧରି ମହୋଦଧି ପଟକୁ ମୁହଁ କରି ଠିଆ ହୁଅନ୍ତି। ଶ୍ରୀଆଦିତ୍ୟ ମହାକାଶରେ ଆବିର୍ଭାବ ହେଲାମାତ୍ରେ ଆଳତି ଆରମ୍ଭ ହେଉଥିଲା। ଆଳତି ପରେ ରଥରେ ଛେରାପହଁରା ନୀତି ଏଠାରେ ଥିଲା। ଗଜପତିଙ୍କ ଅନୁପସ୍ଥିତିରେ ରାଜଗୁରୁ ଛେରାପହଁରା କରିବାର ବିଧି ଥିଲା। ପୁରୀରେ ଗଜପତିଙ୍କ ଅନୁପସ୍ଥିତିରେ ଗଜପତିଙ୍କ ପ୍ରତିନିଧି ମୁଦିରଥ (ମୁଦ୍ରାହସ୍ତ) ସେବକ ଛେରା ପହଁରା କରିବା ବିଧି ଥିବାବେଳେ ଅର୍କକ୍ଷେତ୍ରରେ ରାଜଗୁରୁ କରିବାର ବିଧି ପ୍ରଚଳିତ ଥିଲା। ସେତିକିବେଳେ ଶ୍ରୀଜଗନ୍ନାଥଙ୍କ ଖଡ଼ିପ୍ରସାଦ ସ୍ବରୂପ ପବିତ୍ର ପାଟ ଅର୍ପଣ କରାଯାଏ।
ମାଘସପ୍ତମୀ ରଥଯାତ୍ରା:
ରଥରେ ଛେରାପହଁରା ନୀତି ସରିବା ପରେ ରଥଯାତ୍ରା ଆରମ୍ଭ ହେଉଥିଲା। ମାଘ ସପ୍ତମୀ ବୁଡ଼ ପରେ ଶ୍ରୀସୂର୍ଯ୍ୟଙ୍କର ଆବିର୍ଭାବ ଦର୍ଶନ କରି ଭକ୍ତ ମୁଖ୍ୟ ମନ୍ଦିର ଅର୍ଥାତ୍‌ ଶ୍ରୀପଦ୍ମକେଶର ମନ୍ଦିର ସାମନାରେ ଶୋଭାଯାତ୍ରାରେ ସାମିଲ ହେଉଥିଲେ। ଏବେ ରଥଯାତ୍ରା ହେଉ ନ ଥିବାରୁ ମନ୍ଦିର ପରିସରରେ ଥିବା ନବଗ୍ରହଙ୍କୁ ଦର୍ଶନ କରି ଫେରିଯାଉଛନ୍ତି।
ମନ୍ଦିର ସାମନା ଦାଣ୍ଡରେ ପୂର୍ବଦିଗକୁ ରଥ ଯାତ୍ରା କରେ। ଏହି ଦାଣ୍ଡକୁ ମଧ୍ୟ ବିଭିନ୍ନ କାଗଜାତରେ ‘ବଡ଼ଦାଣ୍ଡ’ ବୋଲି ଉଲ୍ଲେଖ ରହିଛି। ଛତ୍ରୀ, ତ୍ରାସ, ଘଣ୍ଟୁଆଙ୍କ ଘଣ୍ଟର ତାଳେ ତାଳେ ରଥ ବିରାଟ ଶୋଭାଯାତ୍ରାରେ ‘ଗୁଣ୍ଡିଚା ମନ୍ଦିର’ ଦିଗକୁ ଆଗେଇ ଚାଲେ। ଏଠାରେ ବିଚାର କରିବା କଥା ‘ଗୁଣ୍ଡିଚା’ ଶବ୍ଦ। ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ତ ଅର୍କକ୍ଷେତ୍ର ମନ୍ଦିର ସହିତ କୌଣସି ସମ୍ପର୍କ ନାହିଁ। ତେଣୁ ତାଙ୍କର ମହାରାଣୀ ଗୁଣ୍ଡିଚାଙ୍କ ନାମରେ ‘ଗୁଣ୍ଡିଚା ଘର’ ହେବା ଯଥାର୍ଥ ନୁହେଁ। ଯେଉଁ ଆଲୋଚକ ‘ଗୁଣ୍ଡିଚା’ ଶବ୍ଦକୁ ଶ୍ରୀକ୍ଷେତ୍ରରେ ‘ଗୁଣ୍ଡିଚାଘର’ ସହିତ ସମୀକରଣ କରି ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ମହାରାଣୀ ଗୁଣ୍ଡିଚାଙ୍କ ସହିତ ଲାକ୍ଷଣିକ କରି ଏକ ଭ୍ରାନ୍ତ ଐତିହ୍ୟ ଉପସ୍ଥାପନ କରିଛନ୍ତି, ତାହା ବିଚାର କରିବା କଥା।
ଗୁଣ୍ଡିଚା ଶବ୍ଦକୁ ଏକ ସୌରା ବା ଶବର ଶବ୍ଦ ନୁହେଁ ବୋଲି ଶ୍ରୀ ସଚ୍ଚିଦାନନ୍ଦ ମିଶ୍ର (ଝଙ୍କାର, ୩୮ବର୍ଷ, ବିଷୁବ ସଂଖ୍ୟା) ଲେଖିଥିଲେ। ସେ ସମ୍ଭାବନା କରିଥିଲେ ଦ୍ରାବିଡ଼ ଗୁଡ଼ିସା ଶବ୍ଦରୁ ଆସିଥାଇପାରେ। ଗୁଣ୍ଡିଚା ହେଉଛନ୍ତି ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ, ଏପରି ବର୍ଣ୍ଣନା ପ୍ରାଚୀନ ଶାସ୍ତ୍ରରେ ନାହିଁ। ସାରଳା ଦାସ ‘ଓଡ଼ିଆ ମହାଭାରତ’ରେ ଲେଖିଥିଲେ ‘ଗୁଣ୍ଡକେରୀ’। ଓଡ଼ିଆ ମହାଭାରତରେ ‘ଗୁଣ୍ଡିଚା’ ଶବ୍ଦ ମୋଟେ ନାହିଁ। ସଂସ୍କୃତ ବ୍ରହ୍ମପୁରାଣରେ ‘ଗୁଣ୍ଡିକା’ ଶବ୍ଦ, ସ୍କନ୍ଦ ପୁରାଣରେ ଶ୍ରୀଜଗନ୍ନାଥଙ୍କ ଏହି ମହୋତ୍ସବକୁ ‘ଗୁଣ୍ଡିଚା ମହୋତ୍ସବ’ କୁହାଯାଇଛି। ମହାପ୍ରଭୁଙ୍କ ଉପାସନାରେ ‘ଗୁଣ୍ଡିଚା ମହୋତ୍ସବ’ ବ୍ୟତୀତ ତିନୋଟି ଗୁଣ୍ଡିଚା ଯାତ୍ରା ରହିଅଛି। ଗୁପ୍ତ ଗୁଣ୍ଡିଚା ବା ଶରତ ଗୁଣ୍ଡିଚା। ଏହାକୁ ଶାକ୍ତ ଗୁଣ୍ଡିଚା ମଧ୍ୟ କୁହାଯାଏ। ଆଶ୍ୱିନ ମାସ ଦୁର୍ଗାପୂଜା ସମୟରେ ଶ୍ରୀମାଧବ ଓ ଦେବୀ ଦୁର୍ଗାଙ୍କୁ ନେଇ ଗୋପନ ନୀତି ହେଉଥିବାରୁ ‘ଗୁଣ୍ଡିଚା’ ଶବ୍ଦ ବ୍ୟବହାର ହୋଇଅଛି। ଦ୍ୱିତୀୟଟି ହେଲା- ଚୈତ୍ର ଗୁଣ୍ଡିଚା। କୋଣାର୍କଠାରେ ପୂର୍ବେ ହେଉଥିବା ମାଘ ଶୁକ୍ଳ ସପ୍ତମୀ ରଥଯାତ୍ରା ପରି ଶ୍ରୀମନ୍ଦିରରେ ଚୈତ୍ରମାସ ଶୁଳ୍କ ପକ୍ଷ ଷଷ୍ଠୀ ତିଥିରେ ଶ୍ରୀସୂର୍ଯ୍ୟଙ୍କ ରଥଯାତ୍ରା ଭିତରବେଢ଼ାରେ ହୋଇଥାଏ। ଏଥିରେ କେତେକ ଗୋପନ ରୀତି ଅଛି। ତୃତୀୟଟି ହେଲା ବସନ୍ତ ଗୁଣ୍ଡିଚା।

ଡ. ସୁରେନ୍ଦ୍ର କୁମାର ମିଶ୍ର

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?