ଦୟନୀୟ ଶିକ୍ଷା ଅବସ୍ଥା
ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ ଦେବା? ଶିକ୍ଷକ, ଅଭିଭାବକ ନା ଛାତ୍ରୀଛାତ୍ରଙ୍କୁ? ଚୁଳରେ ଥାଇ ଆମେ ମୂଳକୁ ଖୋଜିବା…
ଜିଡିପି ବୃଦ୍ଧିର ରହସ୍ୟ
ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି ମପାଯାଉଛି ତାହା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତର୍କ ସୃଷ୍ଟି କରିଛି। ଏହି ବିବାଦର…
ଅସଫଳତାକୁ ସ୍ବୀକାର
ବିଶ୍ୱକପ୍ ଫୁଟ୍ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍ବଲ ବିଶ୍ୱ ମଞ୍ଚରେ ଖେଳିବାକୁ ସୁଯୋଗ ପାଇବ। ୨୦୨୬ ବିଶ୍କପ୍ ଫୁଟ୍ବଲ ଫାଇନାଲ ଜୁଲାଇ ୧୯ରେ ଅନୁଷ୍ଠିତ ହୋଇଥିଲା।…
ଏଇ ଭାରତରେ
ମୁମ୍ବାଇର ବାଲ୍ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ ମାଟି ଓ ପରେ ପ୍ଲାଷ୍ଟର ପାରିସରେ ତିଆରି ଗଣେଶଙ୍କୁ ପୂଜା କରାଯାଉଥିଲା। ହେଲେ…
ଯୋଗାଯୋଗର ଭାଷା ଜାଣିବା ଜରୁରୀ
ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ ମାଡାମ୍ ଓ ସାର୍ମାନେ ସରଳ ଭାଷାରେ ବୁଝାନ୍ତି ଆଉ ଆମେମାନେ ବୁଝିଯାଉ। ମୁଁ…
ଡିଜିଟାଲ କାରବାରରେ ସନ୍ଦେହ
କୌଶଳକରି ଅନ୍ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା ବଦଳରେ ମୋବାଇଲ ଫୋନ୍ ମାଧ୍ୟମରେ ନିଜର ବ୍ୟାଙ୍କ ଆକାଉଣ୍ଟରୁ ସିଧାସିଧା ଗ୍ରହୀତାଙ୍କ ଆକାଉଣ୍ଟକୁ…
ଫୁଟ୍ପାଥରୁ ବି ବିଦା
ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ଓ ଛୋଟ ବ୍ୟବସାୟୀମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲେ। ନଗଦ…
ଏଇ ଭାରତରେ
ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ। ସେମାନେ ଅଦରକାରୀ କନାରୁ ଆକର୍ଷଣୀୟ ବେଡ୍ଶିଟ ତିଆରି କରୁଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ…
ପୁରସ୍କାର ପସରା
ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର ଟିକେ ଲେଖାପଢ଼ା ଗୁଣ ରହିଛି। ବୁଲି ବୁଲି ଥକି ପଡ଼ିଲେ କେଉଁ ଗଛ…
ନିଃସନ୍ତାନ କର ଭଗବାନ
ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼ ହୋଇଉଠେ, ସେଠି ସନ୍ତାନ ପ୍ରାପ୍ତିର ସୁଖକର ଅନୁଭବଠାରୁ ମୁହଁ ମୋଡ଼ିନେବା କେବେ ବି…
କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି
ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ଗସ୍ତକୁ ବିରାଟ ଆକାରରେ ଦେଖାଇଲା। ଟାରିଫ୍ ଓ ଅନ୍ୟାନ୍ୟ ଆର୍ଥିକ ଦିଗ ବିଷୟରେ ବ୍ରିକ୍ସରେ ଚର୍ଚ୍ଚା…
ବିଫଳତାର ସ୍ମାରକୀ
ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ ନିର୍ମାଣ କରାଯିବ ଏବଂ ଏହାର ଉଚ୍ଚତା ରହିବ ୨୫୦ ଫୁଟ। ଇଂଲଣ୍ଡଠାରୁ ଆମେରିକା…

