Posted inଜାତୀୟ

ନିଜ ଜ୍ୱାଇଁକୁ ବାହାହେଲେ ଶାଶୁ, ସ୍ତ୍ରୀ ଦେଖି କହିଲେ…

କାନପୁର,୯।୬: ଉତ୍ତରପ୍ରଦେଶର କାନପୁର ଦେହାତ ଜିଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ନିଜ ସ୍ତ୍ରୀଙ୍କୁ ଛାଡ଼ି ଶାଶୁଙ୍କୁ କୋର୍ଟରେ ବାହା ହେଇଛନ୍ତି। ବିବାହ ପରେ ଉଭୟେ ସୋସିଆଲ ମିଡିଆରେ ଏହାର ଘୋଷଣା କରିବା ସହ ଫେରାର୍‌ ହୋଇଯାଇଛନ୍ତି।

ଏହି ଘଟଣାଟି କାନପୁର ଦେହାତର ଆକବରପୁର ଥାନା ଅଞ୍ଚଳରେ ଘଟିଛି। ସୂଚନା ଅନୁଯାୟୀ, ଶାଶୁ ଏବଂ ଜ୍ୱାଇଁଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରିଶେଷରେ ଯୁବକ ଜଣକ ନିଜ ସ୍ତ୍ରୀକୁ ଛାଡି ଶାଶୁଙ୍କୁ ନେଇ ଘରୁ ପଳାଇଥିଲେ ଏବଂ ଉଭୟେ କାନପୁର କୋର୍ଟରେ ପହଞ୍ଚି ଆଇନଗତ ଭାବେ ବିବାହ କରିଥିଲେ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ନିଜ ବିବାହକୁ ଲୁଚାଇବା ପରିବର୍ତ୍ତେ ଉଭୟେ ଏକ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଭାଇରାଲ ଭିଡିଓରେ ସେମାନେ ପରିବାର ଏବଂ ସମାଜର କଥା ନଭାବି ସ୍ୱଇଚ୍ଛାରେ ବିବାହ କରିଥିବା ଦର୍ଶାଇଛନ୍ତି। ଏହା ସହ ନିଜର ନୂଆ ସମ୍ପର୍କ ପାଇଁ ଲୋକଙ୍କଠାରୁ ଆଶୀର୍ୱାଦ ମଧ୍ୟ ମାଗିଛନ୍ତି।

ଏହି ଘଟଣା ଏବଂ ଭାଇରାଲ ଭିଡିଓ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି । ସ୍ତ୍ରୀ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି। ଭିଡିଓ ପୋଷ୍ଟ କରିବା ପରଠାରୁ ଶାଶୁ ଓ ଜ୍ୱାଇଁ ଫେରାର୍‌ ଥିବା ବେଳେ ଏନେଇ ଏପର୍ଯ୍ୟନ୍ତ ପୋଲିସରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଏହା ପୂର୍ୱରୁ ୟୁପିର ଆଲିଗଡ଼ ଜିଲାରେ ମଧ୍ୟ ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା। ସେଠାରେ ଝିଅର ବାହାଘର କାର୍ଡ ବଣ୍ଟା ସରିଥିବା ବେଳେ ବାହାଘର ପୂର୍ୱରୁ ମା’ ନିଜର ହେବାକୁ ଥିବା ଜ୍ୱାଇଁଙ୍କ ସହ ଫେରାର୍‌ ହୋଇଯାଇଥିଲେ ଏବଂ ଉଭୟେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି, ଦୀପାବଳିରେ ଦେଲେ…

ନୂଆଦିଲ୍ଲୀ,୮।୧୧: ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ…

ଦୀପାବଳିରେ କୁଡୁମି ସମାଜର ଗୋଠ ପୂଜା, ଧିଙ୍ଗୁଆନ ପର୍ବ

କାଳିଆପାଣି,୮।୧୧: ଦୀପାବଳି ଅବସରରେ କୁଡୁମି ସମାଜର ଗୋଠପୂଜା ଏବଂ ଧିଙ୍ଗୁଆନ ପର୍ବ ରବିବାର ଅନୁଷ୍ଠିତ ହୋଇଯାଇଛି । କୁଡୁମି ସମାଜ ନିଜ ପାରମ୍ପରିକ ରୀତି ନୀତିକୁ ବିଶ୍ୱାସ…

ମହିଳା କର୍ମଚାରୀଙ୍କୁ ଏହି ଗିଫ୍ଟ ଦେଲେ କେଏଲ୍‌ ରାହୁଲ, ଚାରିଆଡୁ ପ୍ରଶଂସା

ନୂଆଦିଲ୍ଲୀ,୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବ୍ୟାଟିଂରେ ଚମତ୍କାର କରିବା ସହ ମଇଦାନ ବାହାରେ ନିଜର ମହାନତା ଦେଖାଇଛନ୍ତି ଭାରତୀୟ ୱିକେଟ୍‌କିପର ବ୍ୟାଟର କେଏଲ୍‌ ରାହୁଲ ।…

ପେଟବ୍ୟଥା-ବାନ୍ତି….. ଦୀପାବଳିରେ ଗୁପଚୁପ ଖାଇ ୧୦୦ରୁ ଅଧିକ ଅସୁସ୍ଥ

ଲକ୍ଷ୍ନୌ,୮।୧୧: ଦୀପାବଳି ପର୍ବର ଖୁସି ଭିତରେ ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲାରେ ଖାଦ୍ୟ ବିଷକ୍ରିୟାର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଲୋକ…

ରେଳ ଧାରଣାରେ ଦମ୍ପତିଙ୍କ ଝଗଡ଼ା ନେଲା ୩ ଜୀବନ, ବଞ୍ଚାଇବାକୁ ଯାଇ ଟ୍ରେନ୍‌ ଧକ୍କାରେ…

ଜୟପୁର,୮ା୧୧: ରାଜସ୍ଥାନର ବିକାନେର ଜିଲାରେ ରବିବାର ଏକ ଦୁଃଖଦ ରେଳ ଦୁର୍ଘଟଣା ଘଟିଛି । ରେଳ ଧାରଣାରେ ଝଗଡ଼ା କରୁଥିବା ଏକ ଦମ୍ପତିଙ୍କୁ ବଞ୍ଚାଇବାକୁ ଯାଇ ଟ୍ରେନ୍‌…

କର୍ମଚାରୀଙ୍କୁ ଲକ୍ଷେ ଟଙ୍କା ଦୀପାବଳି ବୋନସ ଦେଲେ ବ୍ୟବସାୟୀ, ଥାଳିରେ ସଜାଇ….

ନୂଆଦିଲ୍ଲୀ,୮ା୧୧: ଦୀପାବଳିରେ ସାଧାରଣତଃ କର୍ମଚାରୀଙ୍କୁ ଅତିରିକ୍ତ ଦରମା, ମିଠା କିମ୍ବା ଉପହାର ଆକାରରେ ବୋନସ୍‌ ମିଳିଥାଏ । କିନ୍ତୁ ଗୁଜରାଟର ସୁରଟରେ ଜଣେ କପଡ଼ା ବ୍ୟବସାୟୀ ନିଜର…

ଜିଲାସ୍ତରୀୟ ପିଏମ୍‌ଶ୍ରୀ କୁଇଜ୍‌ ପ୍ରତିଯୋଗିତା, ପୁରସ୍କୃତ ହେଲେ କୃତୀ ପ୍ରତିଯୋଗୀ

ବଲାଙ୍ଗୀର: ୮।୧୧(ସୁନିଲ କୁମାର ମହାନ୍ତି): ଛାତ୍ରୀଛାତ୍ରଙ୍କ ଜ୍ଞାନ, ମେଧା, ଉପସ୍ଥିତ ବୁଦ୍ଧି ଓ ପ୍ରତିଯୋଗିତାମୂଳକ ମନୋଭାବର ବିକାଶ ଲକ୍ଷ୍ୟରେ ଜିଲାସ୍ତରୀୟ ପିଏମ୍‌ଶୀ କୁଇଜ ପ୍ରତିଯୋଗିତା ୨୦୨୬ ବଲାଙ୍ଗୀରସ୍ଥିତ…

ଗୁଣିଗାରେଡ଼ି ସନ୍ଦେହରେ ୮୦ ବର୍ଷୀୟ ବୃଦ୍ଧଙ୍କୁ ନିର୍ମମ ହତ୍ୟା ମାମଲା, ଦୁଇ ଭାଇ ଗିରଫ

ଭଞ୍ଜନଗର,୮ା୧୧(ବାବୁଲା ପ୍ରଧାନ): ଅନ୍ଧବିଶ୍ୱାସର କରୁଣ ପରିଣତି । ଗୁଣିଗାରେଡ଼ି ସନ୍ଦେହରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ଅଭିଯୋଗରେ ତାରସିଂ ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?