ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୯।୬:ଭାରତରେ ଖାଦ୍ୟ, ଫଳ ଓ ପନିପରିବା ଆଦି ଉପରେ ଅତ୍ୟଧିକ ପରିମାଣରେ କେମିକଲ୍ସ ସ୍ପ୍ରେ ଓ ମିଶ୍ରଣ ଯୋଗୁ ଏସବୁ ନେଇ ଲୋକଙ୍କ ଭରସା ଏକପ୍ରକାର ଉଠିଗଲାଣି। ପ୍ରତିଦିନ ଏଭଳି ଘଟଣା ସାମ୍ନାକୁ ଆସୁଛି। ଏଭଳି ପରିସ୍ଥିତି ଦେଶ ଭିତରେ ଛବି ଖରାପ କରୁଥିବା ବେଳେ ଏବେ ବିଦେଶରେ ମଧ୍ୟ ଏହା ପହଞ୍ଚିଗଲାଣି। ଭାରତରୁ ରପ୍ତାନୀ ହେଉଥିବା ଉତ୍ପାଦନ ଉପରେ ସନ୍ଦେହ ପ୍ରକାଶ କଲେଣି ଆମଦାନୀ କରୁଥିବା ରାଷ୍ଟ୍ର। ନିକଟରେ ଜାପାନ ଭାରତରୁ କିଣୁଥିବା ଆମ୍ଭ ଉପରେ ବ୍ୟାନ ଲଗାଇଥିବା ବେଳେ ଏବେ ପଡୋଶୀ ବାଂଲାଦେଶ ମଧ୍ୟ ଭାରତୀୟ ଆମ୍ଭ ଉପରେ ବ୍ୟାନ ଲଗାଇଛି।

ନେପାଳର ବର୍ଡର କ୍ୱାରେଣ୍ଟାଇନ ଅଫିସର ଭାରତରୁ ଆମଦାନୀ ହୋଇଥିବା ଆମ୍ୱର ପ୍ରଥମେ ପରୀକ୍ଷା କରିଥିଲେ। ଏଥିରେ ଅତ୍ୟଧିକ ପରିମାଣରେ କେମିକଲ୍ସ ପେଷ୍ଟିସାଇଡ ମିଳିଥିଲା। ଏହାପରେ ନେପାଳ ସରକାର ଆମ୍ଭ ପରେ ତୁରନ୍ତ ବ୍ୟାନ ଲଗାଇଛନ୍ତି। କାଠମାଣ୍ଡୁର କୃଷି ଏବଂ ପଶୁସମ୍ପଦ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଆମଦାନୀ କଟକଣା ଏପ୍ରିଲ-ମେ ମାସରୁ ଲାଗୁ ହୋଇଛି।

ନେପାଳୀ କର୍ତ୍ତୃପକ୍ଷ ଏହି ପଦକ୍ଷେପକୁ ଘରୋଇ ଫଳ କିସମ ପାଇଁ ଲାଭଦାୟକ ବୋଲି କହିଛନ୍ତି। ମାଧେସ ପ୍ରଦେଶର ଭୂମି ପରିଚାଳନା, କୃଷି ଏବଂ ସମବାୟ ମନ୍ତ୍ରଣାଳୟର ମୁଖପାତ୍ର ମନୀଷ କୁମାର ପାଲ ନେପାଳ ମିଡିଆ ‘ଦି ରାଇଜିଂ ନେପାଳ’କୁ କହିଛନ୍ତି ଯେ ଏହି ପ୍ରତିବନ୍ଧକ ସ୍ଥାନୀୟ ଭାବରେ ଉତ୍ପାଦିତ, “ସୱାସ୍ଥ୍ୟକର ଫଳ” ପାଇଁ ଅଧିକ ସୁଯୋଗ ସୃଷ୍ଟି କରିଛି।

ଭାରତ ଏକାଧିକ ଦେଶକୁ ଆମ୍ୱ ରପ୍ତାନୀ କରିଥାଏ। ଭାରତର ପ୍ରମୁଖ ପାଞ୍ଚଟି ଆମ୍ୱ ରପ୍ତାନିକାରୀ ଦେଶ ହେଉଛି ଆମେରିକା, ୟୁଏଇ, ୟୁକେ, ନେଦରଲ୍ୟାଣ୍ଡ ଏବଂ ସାଉଦି ଆରବ। ଯଦିଓ ନେପାଳ ଭାରତର ସର୍ୱବୃହତ ଆମ୍ୱ ବଜାର ତାଲିକାରେ ନାହିଁ, ତଥାପି ଭାରତୀୟ ଆମ୍ୱ ଉପରେ ରାସାୟନିକ କୀଟନାଶକ ମିଳିବା ପରବର୍ତ୍ତୀ ଫଳ ଉତ୍ପାଦନ ଇକୋସିଷ୍ଟମ ପାଇଁ ପ୍ରଶ୍ନ ଉଠାଇଛି।

ସେପଟେ ଅତ୍ୟଧିକ ଗରମ ଯୋଗୁ ଭାରତରେ ଆମ୍ୱ ଚାଷ ପ୍ରଭାବିତ ହୋଇଛି। କୋଙ୍କଣ ବେଲ୍ଟରେ ଆଲଫୋନ୍ସୋ ଚାଷୀଙ୍କ ଅଧିକ କ୍ଷତି ଗ୍ରସ୍ତ ହୋଇଛନ୍ତି। ବିଳମ୍ୱ ବର୍ଷା ଏବଂ ପ୍ରଚଣ୍ଡ ଗରମ ପ୍ରବାହ ୯୦ ପ୍ରତିଶତ ପର୍ଯ୍ୟନ୍ତ ବିନାଶକାରୀ କ୍ଷତି ଘଟାଇଛି। ଆଉ ଏଭଳି ସ୍ଥଳେ ବ୍ୟାନ ନିର୍ଦ୍ଦେଶ ଆସିବା ଭାରତୀୟ ଚାଷୀଙ୍କ ପାଇଁ ନିରାଶଜନକ ।

ଗତ ମାସରେ, ଜାପାନ ଭାରତର କେସର, ଅଲଫୋନ୍ସୋ, ଲେଙ୍ଗଡ଼ା ଏବଂ ବାଇଗଣପଲେଇ ଆମ୍ୱ ଉପରେ ଗତ ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କଟକଣା ଲଗାଇଛି। ଭାରତୀୟ ଉତ୍ପାଦନ କେନ୍ଦ୍ରଗୁଡ଼ିକରେ ଅନିୟମିତତା ଦେଖିବାକୁ ପାଇବା ପରେ ଏହି କଟକଣା ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ସକାଳୁ ସକାଳୁ ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା

ଜାକର୍ତ୍ତା,୧୨।୯: ଇଣ୍ଡୋନେସିଆରେ ଲଗାତାର ଦ୍ୱିତୀୟ ଦିନରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଜାଭା ଦ୍ୱୀପରେ ଶନିବାର ୬.୨ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି। ଜର୍ମାନ ରିସର୍ଚ୍ଚ…

ଏବେ ଅଭିଜିତ ଦୀପକେଙ୍କ ମିଶି କ’ଣ କରିବାକୁ ଯାଉଛନ୍ତି ସୋନମ ୱାଙ୍ଗଚୁକ? କଲେ ବଡ଼ ଘୋଷଣା, ସେପ୍ଟେମ୍ବର ୧୯…

ନୂଆଦିଲ୍ଲୀ,୧୨।୯: ଲଦାଖରେ ସେପ୍ଟେମ୍ବର ୧୯ରୁ ହେବାକୁ ଥିବା ସୋନମ ୱାଙ୍ଗଚୁକଙ୍କ ପଦଯାତ୍ରାକୁ ନେଇ ଏବେ ପ୍ରତିକ୍ରିୟା ଆସିଛି। ସୋନମ ୱାଙ୍ଗଚୁକ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭିଡିଓ…

ଆମକୁ ଶତ୍ରୁ ନୁହେଁ, ପଡ଼ୋଶୀ ଭାବନ୍ତୁ: ମୋଦି-ଜିନପିଙ୍ଗ୍‌ ଭେଟ ପୂର୍ବରୁ ବଦଳିଲା ଚାଇନାର ସ୍ବର, ଭାରତ ସହ…

ନୂଆଦିଲ୍ଲୀ/ବେଜିଂ,୧୧।୯: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ୧୮ଶ ବ୍ରିକ୍ସ (BRICS) ଶିଖର ସମ୍ମିଳନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?