ସିଙ୍ଗଡ଼ା- କଚୋଡ଼ି ପ୍ରେମୀ ସାବଧାନ! FSSAI ଜାରି କଲା ବଡ଼ ଚେତାବନୀ, ହୋଇପାରେ ମାରାତ୍ମକ ରୋଗ!

ଭାରତ ଏମିତି ଏକ ଦେଶ ଯେଉଁଠି ଖାଇବା ପିଇବା ପଛରେ ପ୍ରଚୁର ପଇସା ଖର୍ଚ୍ଚ କରାଯାଏ। ଲୋକମାନେ ସ୍ବାସ୍ଥ୍ୟ ଅପେକ୍ଷା ସ୍ବାଦକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଚା’ ସହିତ ଅନେକ ଜିନିଷ ଖାଇବାକୁ ଭଲ ଲାଗେ, କିନ୍ତୁ ଏଗୁଡ଼ିକୁ ବାରମ୍ବାର ଗରମ କରାଯାଉଥିବା ତେଲରେ ଛାଣି କିମ୍ବା ରାନ୍ଧି ଖାଇବା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିପାରେ। ବିଶେଷ କରି ଖବରକାଗଜ (ନ୍ୟୁଜପେପର)ରେ ପ୍ୟାକ କରାଯାଉଥିବା ଜିନିଷ, କାରଣ ସମୋସା (ସିଙ୍ଗଡ଼ା), କଚୋଡ଼ି, ବଡ଼ା-ପାଓ ଏବଂ ଚାଟ ଖାଉଥିବା ଲୋକଙ୍କ ପାଇଁ ଏକ ବଡ଼ ଆଲର୍ଟ ଜାରି କରାଯାଇଛି।

FSSAI ଖବରକାଗଜରେ ଖାଦ୍ୟ ପରଷିବା ଏବଂ ପ୍ୟାକ କରିବା ଉପରେ ବେଶ କଡ଼ାକଡ଼ି ଆଭିମୁଖ୍ୟ ଗ୍ରହଣ କରିଛି। ଏହାଦ୍ୱାରା କ୍ୟାନ୍ସର (କର୍କଟ) ଭଳି ମାରାତ୍ମକ ରୋଗର ଆଶଙ୍କା ବଢ଼ୁଥିବା ନେଇ ଲୋକଙ୍କୁ ସଚେତନ କରାଯାଇଛି। FSSAI ଅନୁଯାୟୀ, ଗୋଟିଏ ତେଲକୁ ବାରମ୍ବାର ଗରମ କରି ବ୍ୟବହାର କରିବା ଦ୍ୱାରା ସେଥିରେ ଅନେକ କ୍ଷତିକାରକ ରସାୟନ ତିଆରି ହେବାକୁ ଲାଗେ। ଯେତେବେଳେ ତେଲକୁ ବାରମ୍ବାର ଗରମ କରାଯାଏ, ସେତେବେଳେ ସେଥିରେ ଅକ୍ସିଡେସନ ଏବଂ ରାସାୟନିକ ପରିବର୍ତ୍ତନ ଘଟିଥାଏ। ଏହାପରେ ଏଭଳି ଖାଦ୍ୟକୁ ଖବରକାଗଜରେ ଗୁଡ଼ାଇ ରଖିବା ଦ୍ୱାରା ଏହାର କେମିକାଲ୍ସଗୁଡ଼ିକ ଖାଦ୍ୟ ମଧ୍ୟକୁ ସ୍ଥାନାନ୍ତରିତ ହେବାକୁ ଲାଗନ୍ତି।

ଖବରକାଗଜରେ ଖାଦ୍ୟ ଗୁଡ଼ାଇବା ବିପଜ୍ଜନକ ହୋଇପାରେ। FSSAI ଅନୁଯାୟୀ, ଏହି ଅଭ୍ୟାସ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହାର କାରଣ ହେଉଛି ଖବରକାଗଜର କାଳି (Ink)ରେ ଅନେକ ପ୍ରକାରର ରାସାୟନିକ ପଦାର୍ଥ ରହିଥାଏ। ଏଥିରେ ରଙ୍ଗ, ପିଗମେଣ୍ଟ, କେମିକାଲ ଏବଂ ସୀସା (Lead) ଭଳି ଭାରୀ ଧାତୁ ସାମିଲ ଥାଇପାରେ। ଯେତେବେଳେ ଖବରକାଗଜରେ ଗରମ ଖାଦ୍ୟ ଯେପରିକି ସିଙ୍ଗଡ଼ା, ବଡ଼ା-ପାଓ, ପକୋଡ଼ି, ପରଟା କିମ୍ବା ଅନ୍ୟାନ୍ୟ ଜିନିଷ ଗୁଡ଼ାଇ ରଖାଯାଏ, ସେତେବେଳେ କାଳିରେ ଥିବା କ୍ଷତିକାରକ ଉପାଦାନଗୁଡ଼ିକ ଖାଦ୍ୟରେ ମିଶିଯାନ୍ତି। ଏହାପରେ, ଯେତେବେଳେ ସେହି ଖାଦ୍ୟକୁ ଖିଆଯାଏ, ସେହି ଦୂଷିତ ରସାୟନଗୁଡ଼ିକ ପେଟ ଭିତରକୁ ଚାଲିଯାନ୍ତି।

ଏହାକୁ ନେଇ ବିଶେଷଜ୍ଞମାନଙ୍କ କହିବା କଥା ହେଉଛି, ଯଦି ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଦ୍ୟକୁ ଖବରକାଗଜରେ ରଖାଯାଏ, ତେବେ ଏହାଦ୍ୱାରା ଶରୀରରେ କ୍ଷତିକାରକ ତତ୍ତ୍ୱ ଜମା ହେବାକୁ ଲାଗେ। ପରେ ଏହା ଧୀରେ ଧୀରେ କ୍ୟାନ୍ସର ଏବଂ ଅନ୍ୟାନ୍ୟ ବଡ଼ ରୋଗର କାରଣ ସାଜିଥାଏ। ଏହି କେମିକାଲ ଯୋଗୁଁ ଆମର ହଜମ ପ୍ରକ୍ରିୟା ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ।

ଖବରକାଗଜରେ ଖାଦ୍ୟ ଗୁଡ଼ାଇ ଖାଇବାର ଅପକାରିତା:

-ହୃଦରୋଗ (ହାର୍ଟ ଆଟାକ)ର ଆଶଙ୍କା ବଢ଼ିବା
-କୋଲେଷ୍ଟ୍ରଲ ବୃଦ୍ଧି ପାଇବା
-ମେଦବହୁଳତା (Motapa) ଏବଂ ମଧୁମେହ (Diabetes)ର ବିପଦ
-ହଜମ ଜନିତ ସମସ୍ୟା ଦେଖାଦେବା

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

ବିଜ୍ଞାନକୁ ବାଦ୍‌ ଦେଇ ଦେଶର ପ୍ରଗତି ପରିକଳ୍ପନା ଅସମ୍ଭବ

ଦିଗପହଣ୍ଡି, ୧୫।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ୍‌ ସ୍କୁଲର ଷଷ୍ଠତମ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ହରିବନ୍ଧୁ ଦୋରା, କାଳୁଚରଣ…

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?