Posted inଫୁରସତ

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା ହଁ, ସମ୍ପ୍ରତି ବୈଜ୍ଞାନିକମାନେ ଏକ ବଡ଼ ଖୁଲାସା କରିଛନ୍ତି, ଯେଉଁଥିରେ ମଣିଷର ତୃତୀୟ ଆଖି ବିଷୟରେ ଉଲ୍ଲେଖ କରାଯାଇଛି।

ଫିଲ୍ମଠାରୁ ଆରମ୍ଭ କରି ପୁରାଣ ଶାସ୍ତ୍ର ପର୍ଯ୍ୟନ୍ତ ଆମେ ସମସ୍ତେ ତୃତୀୟ ଆଖି ବିଷୟରେ ବହୁତ କିଛି ଶୁଣିଛେ। ଯେତେବେଳେ ବି ତୃତୀୟ ଆଖିର କଥା ଆସେ, ସେତେବେଳେ ମହାଦେବଙ୍କ ନାମ ସର୍ୱାଗ୍ରେ ନିଆଯାଏ। କିନ୍ତୁ ଏବେ ବୈଜ୍ଞାନିକମାନେ ମଣିଷ ଶରୀରକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆଣିଛନ୍ତି।

ବୈଜ୍ଞାନିକମାନେ ଏହି କଥା ଉପରେ ଜୋର୍‌ ଦେଇଛନ୍ତି ଯେ ମଣିଷ ପାଖରେ ମଧ୍ୟ ତୃତୀୟ ଆଖି ରହିଛି। ଆମ ମସ୍ତିଷ୍କର ମଧ୍ୟଭାଗରେ ଏକ ଛୋଟ ଗ୍ରନ୍ଥି (Gland) ରହିଛି, ଯାହାକୁ ପ୍ରାଚୀନ କାଳରୁ ‘ତୃତୀୟ ଆଖି’ ବୋଲି କୁହାଯାଏ। ଆଧୁନିକ ବିଜ୍ଞାନ ଏହାକୁ ପାଇନାଲ ଗ୍ଲାଣ୍ଡ (Pineal Gland) ବୋଲି ନାମିତ କରିଛି। ଏହା କୌଣସି ଯାଦୁକରୀ ଆଖି ନୁହେଁ, ବରଂ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ରହସ୍ୟମୟ ଗ୍ରନ୍ଥି।

ଗବେଷଣାରୁ ଜଣାପଡ଼ିଛି ଯେ ଆଜକୁ ପ୍ରାୟ ୫୦ କୋଟି ବର୍ଷ ପୂର୍ୱେ ଆମ ପୂର୍ୱପୁରୁଷମାନଙ୍କ ପାଖରେ ଏହି ମଧ୍ୟ-ଆଖି (Median Eye) ଥିଲା, ଯାହା ସମୟ ସହିତ ପରିବର୍ତ୍ତିତ ହୋଇ ପାଇନାଲ ଗ୍ଲାଣ୍ଡର ରୂପ ନେଇଛି। ଯଦିଓ ଏବେ ଏହା ଦେଖିବା କାମ କରେନାହିଁ, କିନ୍ତୁ ଏହା ଆମ ଶରୀରର ଶୋଇବା ପ୍ରକ୍ରିୟା ଏବଂ ଶରୀରର ଜୈବିକ ଘଣ୍ଟା (Body Clock) କୁ ନିୟନ୍ତ୍ରଣ କରିଥାଏ।

କୁହାଯାଏ ଯେ ପ୍ରାୟ ୫୦ କୋଟି ବର୍ଷ ପୂର୍ୱେ ଆମର ପୂର୍ୱପୁରୁଷମାନେ ସାମୁଦ୍ରିକ ଜୀବ ଥିଲେ, ଯେଉଁମାନେ ଗଭୀର ସମୁଦ୍ରର ଅନ୍ଧାରରେ ରହୁଥିଲେ। ସମୟ ସହିତ ଧୀରେ ଧୀରେ ସେମାନଙ୍କର ଦୁଇ ପାର୍ଶ୍ୱରେ ଥିବା ଆଖି ଅକାମୀ ହେବାକୁ ଲାଗିଲା, କିନ୍ତୁ ମୁଣ୍ଡ ମଝିରେ ଥିବା ଏହି ତୃତୀୟ ଆଖି ସକ୍ରିୟ ରହିଥିଲା। ଗବେଷକମାନେ ଏହି ଆଖିକୁ ‘କମ୍ପୋଜିଟ ଆନସେଷ୍ଟ୍ରାଲ ମିଡିଆନ ଆଇ’ (Composite Ancestral Median Eye) ବୋଲି ନାମ ଦେଇଛନ୍ତି। ଏହି ତୃତୀୟ ଆଖି ଆଲୋକକୁ ଚିହ୍ନିପାରୁଥିଲା। କେବଳ ସେତିକି ନୁହେଁ, ଏହା ଦିନ ଓ ରାତିର ପରିବର୍ତ୍ତନକୁ ଜାଣିବା ସହ ଦିଗ ର୍ନିଣ୍ଣୟ କରିବାରେ ସାହାଯ୍ୟ କରୁଥିଲା।

ସମୟ ବଦଳିବା ସହିତ ଯେତେବେଳେ ଏହି ଜୀବମାନେ ଗାତ ବା ସୁଡ଼ଙ୍ଗ ଭିତରେ ରହିବାକୁ ଲାଗିଲେ, ସେମାନଙ୍କ ପାର୍ଶ୍ୱ ଆଖିଗୁଡ଼ିକ ଚାଲିଗଲା। ତେବେ ମଝିରେ ଥିବା ଆଖିଟି ରହିଗଲା। ପରବର୍ତ୍ତୀ ସମୟରେ ଏହାର କିଛି ଅଂଶ ରେଟିନାରେ ପରିଣତ ହେଲା ଏବଂ ମଝି ଅଂଶଟି ପାଇନାଲ ଗ୍ଲାଣ୍ଡ ପାଲଟିଗଲା। କରେଣ୍ଟ ବାୟୋଲୋଜି (Current Biology)’ ଜର୍ଣ୍ଣାଲରେ ପ୍ରକାଶିତ ଏହି ରିପୋର୍ଟରେ ଗବେଷକମାନେ ମାଛ, ଲାମ୍ପେ(Lamprey) ଏବଂ ଅନ୍ୟାନ୍ୟ ଜୀବମାନଙ୍କର ଜେନେଟିକ ଡାଟା ତଥା ଜୀବାଶ୍ମର ବିଶ୍ଳେଷଣ କରି ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ଆଜିର ମଣିଷ ଶରୀରରେ ଏହି ପାଇନାଲ ଗ୍ଲାଣ୍ଡ କଣ କାମ କରେ? ପାଇନାଲ ଗ୍ଲାଣ୍ଡ ହେଉଛି ଏକ ମଟର ଦାନା ଆକାରର ଛୋଟ ଗ୍ରନ୍ଥି, ଯାହା ମସ୍ତିଷ୍କର ଠିକ ମଝିରେ ଅବସ୍ଥିତ। ଏହାର ମୁଖ୍ୟ କାର୍ଯ୍ୟ ହେଉଛି ମେଲାଟୋନିନ (Melatonin) ହରମୋନ ପ୍ରସ୍ତୁତ କରିବା, ଯାହା ଆମର ସର୍କାଡିଆନ ରିଦମ (Circadian Rhythm) ବା ଦୈନନ୍ଦିନ ଶାରୀରିକ ଚକ୍ରକୁ ନିୟନ୍ତ୍ରିତ ରଖେ। ଏହା ସହିତ ଏହା ମଣିଷର ମୁଡ (Mood), ପ୍ରଜନନ ପ୍ରଣାଳୀ, ରୋଗ ପ୍ରତିରୋଧକ ଶକ୍ତି (Immune System) ଏବଂ ଶରୀରର ତାପମାତ୍ରା ସନ୍ତୁଳିତ ରଖିବାରେ ସାହାଯ୍ୟ କରେ।

ରାତି ହେଲେ ଏହି ଗ୍ରନ୍ଥିରୁ ହରମୋନ କ୍ଷରଣ ହୋଇଥାଏ, ଯାହାଦ୍ୱାରା ଆମକୁ ନିଦ ଆସେ। ଦିନରେ ଏହାର ସ୍ତର କମ ରହିଥାଏ, ଯେପରି ଆମେ ଜାଗ୍ରତ ରହିପାରିବା। ଆଜି ବି କିଛି ଜୀବଙ୍କ ମଧ୍ୟରେ ଏହା ସ୍ପଷ୍ଟ ଭାବେ ଦେଖାଯାଏ। ନ୍ୟୁଜିଲ୍ୟାଣ୍ଡର ଟୁଆଟାରା (Tuatara) ନାମକ ଜୀବ ଏହାର ସବୁଠାରୁ ବଡ଼ ଉଦାହରଣ, ଯାହା ମୁଣ୍ଡ ଉପରେ ଏକ ଛୋଟ ଆଖି ରହିଛି ଏବଂ ସେଥିରେ ଲେନ୍ସ ଓ ରେଟିନା ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୟାକ୍ସ ଟାଣୁଛି ଟୋଲପ୍ଲାଜା, ଜୀବନ ନେଉଛି ରାଜପଥ: ନୀରବଦ୍ରଷ୍ଟା ସାଜିଛି ଏନ୍‌ଏଚ୍‌ଏଆଇ

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୪ଲେନ୍‌ ବିଶିଷ୍ଟ ୫୩ ନମ୍ବର ଜାତୀୟ ରାଜପଥ ବେହାଲ୍‌ ହୋଇପଡ଼ିଛି। ରାଜପଥର ବିଭିନ୍ନ ସ୍ଥାନରେ ଖାଲଖମା ପୂରି ରହିଛି।…

୧୮ଦିନ ହେଲା ଘରକୁ ଫେରିନାହାନ୍ତି ଜୟଲାଲ: ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଯାଇଥିଲେ ଛତିଶଗଡ଼

ନୂଆପଡ଼ା,୪ା୯ (ମକାରୁ ବେମାଲ):ଜଣେ ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଛତିଶଗଡ଼ର ଦୁର୍ଗ ଅଞ୍ଚଳକୁ ଯାଇଥିବା ନୂଆପଡା ଜିଲାର ଜଣେ ଯୁବକ ୧୮ଦିନ ହେଲା ଘରକୁ ଫେରିନାହାନ୍ତି। ଏହାକୁ…

ବର୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ…

ଭୁବନେଶ୍ୱର,୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଆଡକୁ ଗତି କରୁଛି। ଫଳରେ ରାଜ୍ୟକୁ ଏବେ ଲଘୁଚାପ…

ଜମନକିରା ବ୍ଲକରେ ହାତୀ ଉପଦ୍ରବ: ଏକର ଏକର ଧାନ କ୍ଷେତ ଉଜୁଡ଼ିଲା, ଚିନ୍ତାରେ ଚାଷୀକୂଳ

ଜମନକିରା,୪।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଏବେ ଚରମ ସୀମାରେ ପହଞ୍ଚିଛି । ବିଶେଷ କରି ବଡ଼ରମା ବନ୍ୟପ୍ରାଣୀ ରେଞ୍ଜ…

ମିଳୁନି ମୌଳିକ ସୁବିଧା, ଚଟାଣରେ ବସି ପଢ଼ୁଛନ୍ତି ପିଲା: ୪୬ ଛାତ୍ରୀଛାତ୍ରଙ୍କ ପାଇଁ ୨ ଶିକ୍ଷକ

ଗଞ୍ଜାମ, ୪ା୯ (ଅନାଥ ତରାଇ):ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ ପ୍ରବେଶ ପଥ ନିକଟରେ ଥିବା ପୁଇଁତୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୀର୍ଘଦିନ ଧରି ଭିତ୍ତିଭୂମି ଅଭାବ…

ମନ୍ଧାନାଙ୍କ ରେକର୍ଡ ଶତକ: ଭାରତର ଲଗାତର ଦ୍ୱିତୀୟ ବିଜୟ

ଦୁବାଇ,୩ା୯: ସ୍ମୃତି ମନ୍ଧାନାଙ୍କ ରେକର୍ଡ ଶତକ ବଳରେ ମହିଳା ଏସିଆ କପ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୧୩୭ ରନର ବଡ଼ ବ୍ୟବଧାନରେ ହଂକଂ, ଚାଇନାକୁ ପରାସ୍ତ…

ଷ୍ଟେଶନରେ ଯୁବତୀଙ୍କୁ ବଳାତ୍କାର

ରାଉରକେଲା,୩।୯: ରାଉରକେଲା ଭଳି ଜନଗହଳିପୂର୍ଣ୍ଣ ରେଲ ଷ୍ଟେଶନରେ ଗୁରୁବାର ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଷ୍ଟେଶନର ରେଷ୍ଟ ରୁମ୍‌ରେ ଜଣେ ଯୁବତୀଙ୍କ ବଳାତ୍କାର କରାଯାଇଥିବା…

୫୬ ଭୋଗ ନ ଥିଲେ ବି ପ୍ରସନ୍ନ ହେବେ କାହ୍ନା! ଜନ୍ମାଷ୍ଟମୀରେ ବାଳଗୋପାଳଙ୍କୁ ଚଢ଼ାନ୍ତୁ ଏହି ୫ଟି ପ୍ରିୟ ଜିନିଷ; ଜାଣନ୍ତୁ ବିଧି

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ସାରା ଦେଶରେ ଉତ୍ସାହର ସହ ପାଳନ କରାଯାଏ। ଏହି ଦିନ ଭକ୍ତମାନେ ବ୍ରତ ରଖି ମଧ୍ୟରାତ୍ରିରେ ବାଳଗୋପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri