ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି ପ୍ରକ୍ରିୟା ବେଶ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପାରେ। ସଠିକ ବଜେଟ ନିର୍ଦ୍ଧାରଣ କରିବାଠାରୁ ଆରମ୍ଭ କରି ଆଇନଗତ କାଗଜପତ୍ରର ଯାଞ୍ଚ ଏବଂ ହୋମ୍‌ ଲୋନ୍‌ ଚୟନ କରିବା ପର୍ଯ୍ୟନ୍ତ ଏମିତି ଅନେକ ନିଷ୍ପତ୍ତି ରହିଛି, ଯାହାର ପ୍ରଭାବ ଜୀବନ ସାରା ରହିଥାଏ। ତେଣୁ ଘର କିଣିବା ପୂର୍ବରୁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିବା ଅତ୍ୟନ୍ତ ଜରୁରୀ। ଯଦି ଆପଣ ବି ନିଜ ପାଇଁ ନୂଆ ଘରଟିଏ କିଣିବାକୁ ଯାଉଛନ୍ତି, ତେବେ କିଛି ଗୁରୁତ୍ୱପୂର୍ଣ୍ଣ କଥା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ।

୧-ଘର କିଣିବାର ପ୍ରକୃତ ଉଦ୍ଦେଶ୍ୟ କଣ?
ଘର କିଣିବା ପୂର୍ବରୁ ଏହା ସ୍ପଷ୍ଟ କରି ନିଅନ୍ତୁ ଯେ ଆପଣ ଏହାକୁ ନିଜେ ରହିବା ପାଇଁ କିଣୁଛନ୍ତି ନା କେବଳ ନିବେଶ (Investment) ଉଦ୍ଦେଶ୍ୟରେ କିଣୁଛନ୍ତି। ଯଦି ଆପଣ ନିଜେ ରହିବା ପାଇଁ ଘର ଖୋଜୁଛନ୍ତି, ତେବେ ଅଫିସ, ପିଲାଙ୍କ ସ୍କୁଲ, ହସ୍ପିଟାଲ ଏବଂ ଅନ୍ୟାନ୍ୟ ଜରୁରୀ ସୁବିଧା ସେଠାରୁ କେତେ ଦୂର, ତାହା ଯାଞ୍ଚ କରିବାକୁ ଜମାରୁ ଭୁଲନ୍ତୁ ନାହିଁ। ଅନ୍ୟପଟେ ଯଦି ନିବେଶ ପାଇଁ କିଣୁଛନ୍ତି, ତେବେ ଭବିଷ୍ୟତରେ ସେହି ଅଞ୍ଚଳରେ ଜମିର ଦାମ କେତେ ବଢ଼ିବ ଏବଂ ଭଡ଼ା ମିଳିବାର ସମ୍ଭାବନା କେତେ ଅଛି, ତାର ଆକଳନ ନିଶ୍ଚୟ କରନ୍ତୁ।

୨- ଆର୍ଥିକ ସ୍ଥିତିର ସଠିକ ଆକଳନ:-
ଘର କିଣିବା ପୂର୍ବରୁ ଆପଣଙ୍କର ମୋଟ ଆୟ, ମାସିକ ଖର୍ଚ୍ଚ ଏବଂ ପୂର୍ବରୁ ଥିବା ଋଣର ସ୍ଥିତିକୁ ଭଲଭାବେ ବିଶ୍ଳେଷଣ କରନ୍ତୁ। ଆପଣ ପ୍ରତି ମାସରେ କେତେ ଟଙ୍କାର ଇଏମ୍‌ଆଇ (EMI) ସହଜରେ ସୁଝିପାରିବେ, ତାହା ବୁଝିବା ଜରୁରୀ। ବିଶେଷଜ୍ଞଙ୍କ ମତରେ, EMI ଏତିକି ହେବା ଦରକାର ଯେପରି ଆପଣଙ୍କର ଅନ୍ୟାନ୍ୟ ଆର୍ଥିକ ଆବଶ୍ୟକତା ଉପରେ ଚାପ ପଡ଼ିବ ନାହିଁ। ଏହା ସହିତ ଡାଉନ୍‌ ପେମେଣ୍ଟ, ରେଜିଷ୍ଟ୍ରେଶନ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ପୂର୍ବରୁ ସଞ୍ଚୟ କରି ରଖିବା ଉଚିତ।

୩. କ୍ରେଡିଟ ସ୍କୋର (Credit Score) ଉପରେ ଦିଅନ୍ତୁ ଧ୍ୟାନ:-
ହୋମ୍‌ ଲୋନ୍‌ ନେବା ସମୟରେ ଆପଣଙ୍କର କ୍ରେଡିଟ୍‌ ସ୍କୋର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କ୍ରେଡିଟ୍‌ ସ୍କୋର ଭଲ ଥିଲେ ବ୍ୟାଙ୍କଗୁଡ଼ିକ କମ ସୁଧ ହାରରେ ଲୋନ୍‌ ଦେବାକୁ ପ୍ରସ୍ତୁତ ହୋଇଥାନ୍ତି। ତେଣୁ ଘର କିଣିବାକୁ ଯୋଜନା କରିବା ମାତ୍ରେ ପ୍ରଥମେ ନିଜର କ୍ରେଡିଟ୍‌ ସ୍କୋର ଯାଞ୍ଚ କରନ୍ତୁ ଏବଂ ଯଦି ଏହା କମ ଅଛି, ତେବେ ଏହାକୁ ସୁଧାରିବାକୁ ଚେଷ୍ଟା କରନ୍ତୁ।

୪. ଲୁକ୍କାୟିତ ବା ଅତିରିକ୍ତ ଖର୍ଚ୍ଚକୁ ଭୁଲନ୍ତୁ ନାହିଁ:-
ଅନେକ କ୍ରେତା କେବଳ ଘରର ମୂଲ୍ୟକୁ ହିଁ ନିଜର ମୋଟ ବଜେଟ ବୋଲି ଭାବି ନିଅନ୍ତି, କିନ୍ତୁ ପ୍ରକୃତ ଖର୍ଚ୍ଚ ଏହାଠାରୁ ବହୁତ ଅଧିକ ହୋଇଥାଏ। ଷ୍ଟାମ୍ପ ଡ୍ୟୁଟି, ରେଜିଷ୍ଟ୍ରେଶନ ଫିସ, ଲୋନ ପ୍ରୋସେସିଂ ଫିସ୍‌, ଇଣ୍ଟେରିୟର ଡିଜାଇନ୍‌, ମେଣ୍ଟେନାନ୍ସ ଡିପୋଜିଟ୍‌ ଏବଂ ଶିଫ୍ଟିଂ ଭଳି ଖର୍ଚ୍ଚ ମୋଟ ମୂଲ୍ୟକୁ ୧୦ ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇଦିଏ। ତେଣୁ ଏହି ସବୁ ଅତିରିକ୍ତ ଖର୍ଚ୍ଚକୁ ପୂର୍ବରୁ ହିଁ ବଜେଟ୍‌ରେ ସାମିଲ କରନ୍ତୁ।

୫. ଆଇନଗତ କାଗଜପତ୍ରର କଡ଼ା ଯାଞ୍ଚ:-
ଘରର ସବୁ ଆଇନଗତ କାଗଜପତ୍ର (Legal Documents) ଯାଞ୍ଚ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପ୍ରପର୍ଟିର ଟାଇଟଲ କ୍ଲିୟର (Clear Title) ଅଛି କି ନାହିଁ ଏବଂ ପ୍ରୋଜେକ୍ଟଟି RERA (ରିଅଲ ଇଷ୍ଟେଟ ନିୟାମକ ପ୍ରାଧିକରଣ) ଅଧୀନରେ ପଞ୍ଜୀକୃତ କି ନାହିଁ, ତାହା ନିଶ୍ଚିତ କରନ୍ତୁ। ଆବଶ୍ୟକ ପଡ଼ିଲେ ଜଣେ ଆଇନ ବିଶେଷଜ୍ଞ କିମ୍ବା ଓକିଲଙ୍କ ସାହାଯ୍ୟ ନେବା ସବୁଠାରୁ ବୁଦ୍ଧିମାନର କାମ ହେବ।

୬. ଘରର ଫିଜିକାଲ ଯାଞ୍ଚ (Home Inspection):-
କୌଣସି ବି ପ୍ରପର୍ଟି କିଣିବା ପୂର୍ବରୁ ନିଜେ ଯାଇ ତାର ସ୍ଥିତି ପରଖନ୍ତୁ। ଘରର କାନ୍ଥର ମଜବୁତି, ବୈଦ୍ୟୁତିକ ବ୍ୟବସ୍ଥା, ପ୍ଲମ୍ବିଂ, ପାଣି ସିପେଜ (ଓଦା ହେବା) ଏବଂ ଅନ୍ୟାନ୍ୟ ବୈଷୟିକ ଦିଗଗୁଡ଼ିକର ଯାଞ୍ଚ ଆପଣଙ୍କୁ ଭବିଷ୍ୟତର ବଡ଼ ସମସ୍ୟାରୁ ରକ୍ଷା କରିପାରିବ। ଅଭିଜ୍ଞ କ୍ରେତାମାନଙ୍କ ମତରେ, ଏକ ପ୍ରଫେଶନାଲ ହୋମ୍‌ ଇନ୍ସପେକ୍ସନ୍‌ କରାଇବା ଦ୍ୱାରା ଖରାପ ଘର କିଣିବାର ଆଶଙ୍କା ରହେନାହିଁ।

ମୋଟାମୋଟି କହିବାକୁ ଗଲେ ଘର କିଣିବା ଜୀବନର ଏକ ବଡ଼ ଆର୍ଥିକ ନିଷ୍ପତ୍ତି। ତେଣୁ କୌଣସି ପ୍ରକାରର ତରବରିଆ ନିଷ୍ପତ୍ତି ନନେଇ, ଧୌର୍ଯ୍ୟର ସହ ସବୁ ଦିଗକୁ ଯାଞ୍ଚ କରି ଆଗକୁ ବଢ଼ିଲେ ଆପଣଙ୍କ ସ୍ବପ୍ନର ଘର ଆପଣଙ୍କ ପାଇଁ ସୁଖ ଓ ଶାନ୍ତି ନେଇ ଆସିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବ୍ରିକ୍ସ (BRICS) ସମ୍ମିଳନୀରେ ଆମେରିକା ଉପରେ ବର୍ଷିଲେ ରୁଷିଆ-ଇରାନ; ଆୟୋଜକ ଭାରତ ସମ୍ମୁଖରେ କ’ଣ ରହିଛି ଆହ୍ବାନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରୁଷିଆ ଏବଂ ଇରାନ ଶୁକ୍ରବାର, ଆମେରିକା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ ଦ୍ୱାରା ଲାଗୁ କରାଯାଇଥିବା କଟକଣା ଏବଂ ଆକ୍ରମଣାତ୍ମକ କାର୍ଯ୍ୟକଳାପର ସମାଲୋଚନା କରିଛନ୍ତି। ସେମାନେ…

Bank Strike Update: ୧୪ ଯାଏ ବ୍ୟାଙ୍କ ବନ୍ଦ! ଜରୁରୀ କାମ ଥିଲେ କଣ କରିବେ?

ନୂଆଦିଲ୍ଲୀ,୧୨।୯: ଯଦି ଆପଣଙ୍କ ବ୍ୟାଙ୍କରେ ଚେକ୍ କ୍ଲିୟରାନ୍ସ, କ୍ୟାସ, ଜମା କିମ୍ୱା ଉଠାଣ, ପାସବୁକ୍ ଅପଡେଟ୍ ଭଳି କୌଣସି ଜରୁରୀ କାମ ବାକି ଅଛି, ତେବେ ଆପଣଙ୍କୁ…

ରିସର୍ଟରେ ଲାଗିଲା ନିଆଁ: ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବାରୁ ପର୍ଯ୍ୟଟକ ଛାନିଆ

ଦାରିଙ୍ଗବାଡ଼ି,୧୨।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟି ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଘରୋଇ ରିସର୍ଟର ଗୋଟିଏ କଟେଜରେ ଅଗ୍ନିକାଣ୍ଡ ଘଟି ଏହା ସମ୍ପୂର୍ଣ୍ଣ ଜଳିପୋଡ଼ି…

ଆଜି ୫ ରାଶିଙ୍କୁ କ୍ୟାରିୟର-ବ୍ୟବସାୟରୁ ପ୍ରଚୁର ଧନଲାଭ; ପ୍ରବଳ ଇନକମ୍‌କୁ ଚାକିରିରେ ବଡ଼ ପଦବୀର ଅଫର୍‌

୧୨ ସେପ୍ଟେମ୍ୱର, ୨୦୨୬ରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଏବଂ ଶନିବାର ଦିନ ପଡୁଛି। ପଞ୍ଚାଙ୍ଗ ଅନୁଯାୟୀ, ଏହି ତିଥିରେ ତ୍ରିପୁଷ୍କର ଯୋଗର ଶୁଭ…

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?