Posted inଜାତୀୟ

ସକ୍ରିୟ ହେଲା ଘୂର୍ଣ୍ଣିବଳୟ; ୧୧ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା, ୧୫ଜିଲାକୁ ଆଲର୍ଟ କଲା IMD

ଲକ୍ଷ୍ନୌ,୯।୬: ଉତ୍ତର ପ୍ରଦେଶ (UP) ରେ ପାଣିପାଗ ଏବେଠାରୁ ରୂପ ବଦଳାଇବା ଆରମ୍ଭ କଲାଣି। ବାରାଣସୀ, ପ୍ରୟାଗରାଜ, ବାନ୍ଦା ଏବଂ ଆଗ୍ରା ଭଳି ସହରଗୁଡ଼ିକରେ ପାରଦ ୪୧ ରୁ ୪୪ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥିବା ବେଳେ ଆଜି ଅନେକ ଜିଲ୍ଲା ପାଇଁ ପ୍ରବଳ ଝଡ଼ବର୍ଷାର ଚେତାବନୀ ଜାରି କରାଯାଇଛି। ପାଣିପାଗ ବିଭାଗର ପୂର୍ୱାନୁମାନ ଅନୁଯାୟୀ, ବାତ୍ୟା ସଦୃଶ ଘୂର୍ଣ୍ଣିବଳୟ ସକ୍ରିୟ ହେବା ଯୋଗୁଁ ଜୁନ ୧୧ ଓ ୧୨ ତାରିଖରେ ସମଗ୍ର ରାଜ୍ୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରାକ-ମୌସୁମୀ (Pre-Monsoon) ବର୍ଷା ଓ ବଜ୍ରପାତ ହେବ। ଏହାର ପ୍ରଭାବ ବର୍ତ୍ତମାନଠାରୁ ହିଁ ଦେଖିବାକୁ ମିଳିଲାଣି ଏବଂ ୟୁପିର ଅନେକ ଜିଲାରେ ଭାରି ବର୍ଷା ହେବା ନେଇ ଆଲର୍ଟ ଜାରି କରାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ ଉନ୍ନାଓ, ଲକ୍ଷ୍ନୌ ଏବଂ ହରଦୋଇ ଜିଲ୍ଲାରେ ଘଣ୍ଟାପ୍ରତି ୬୦ ରୁ ୭୦ କିଲୋମିଟର ଏବଂ କେତେକ ସ୍ଥାନରେ ୮୦ କିଲୋମିଟର ବେଗରେ ପ୍ରବଳ ଝଡ଼ ସହ ବର୍ଷା ହେବାର ଆଶଙ୍କା ରହିଛି।

୧୧ ଜୁନରେ ପାଣିପାଗ ବିଭାଗ ସମଗ୍ର ରାଜ୍ୟ ପାଇଁ ଅରେଞ୍ଜ ଏବଂ ୟେଲୋ ଆଲର୍ଟ ଜାରି କରିଛି। ୧୧ ଏବଂ ୧୨ ଜୁନରେ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବା ସହ ମୂଷଳଧାରାରେ ବର୍ଷା ହେବ। ଏହାଫଳରେ ତାପମାତ୍ରା ୪୩ ଡିଗ୍ରୀରୁ ହ୍ରାସ ପାଇ ସିଧା ୩୫ ରୁ ୩୬ ଡିଗ୍ରୀ ସେଲସିୟସକୁ ଚାଲିଆସିବ।

ଉତ୍ତର ହରିୟାଣା ଏବଂ ପୂର୍ୱ ଉତ୍ତର ପ୍ରଦେଶ ଆକାଶରେ ସମୁଦ୍ର ପତ୍ତନରୁ ୧.୫ କିମି ଉପରେ ଏକ ଚକ୍ରବାତ୍‌ ବାୟୁମଣ୍ଡଳୀୟ କ୍ଷେତ୍ର ସକ୍ରିୟ ରହିଛି। ପୂର୍ୱ ଉତ୍ତର ପ୍ରଦେଶରୁ ଆରମ୍ଭ କରି ଉତ୍ତର ଆନ୍ଧ୍ର ପ୍ରଦେଶ ପର୍ଯ୍ୟନ୍ତ (ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଓଡ଼ିଶା ଦେଇ) ଏକ ଲଘୁଚାପ ରେଖା ଗତି କରୁଛି, ଯାହା ବଙ୍ଗୋପସାଗରରୁ ପ୍ରଚୁର ପରିମାଣରେ ଜଳୀୟବାଷ୍ପ ଟାଣୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ଏବେ ଅଭିଜିତ ଦୀପକେଙ୍କ ମିଶି କ’ଣ କରିବାକୁ ଯାଉଛନ୍ତି ସୋନମ ୱାଙ୍ଗଚୁକ? କଲେ ବଡ଼ ଘୋଷଣା, ସେପ୍ଟେମ୍ବର ୧୯…

ନୂଆଦିଲ୍ଲୀ,୧୨।୯: ଲଦାଖରେ ସେପ୍ଟେମ୍ବର ୧୯ରୁ ହେବାକୁ ଥିବା ସୋନମ ୱାଙ୍ଗଚୁକଙ୍କ ପଦଯାତ୍ରାକୁ ନେଇ ଏବେ ପ୍ରତିକ୍ରିୟା ଆସିଛି। ସୋନମ ୱାଙ୍ଗଚୁକ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭିଡିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?