ପୁରୁଷୋତ୍ତମପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି ଅପରାଧୀ, ଗ୍ୟାଙ୍ଗକୁ ଠାବ କରିବା ଲାଗି ପୋଲିସ…

ପୁରୁଷୋତ୍ତମପୁର,୭ା୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଅପରାଧୀମାନେ ଦିନକୁ ଦିନ ସେମାନଙ୍କ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଥିବାରୁ ପୋଲିସର ନିଦ ହଜିଯାଇଛି। ଏମାନଙ୍କୁ ଧରିବା ଲାଗି ପୋଲିସ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ କରୁଛି। ମାତ୍ର ସେମାନେ କୌଶଳକ୍ରମେ ପୋଲିସକୁ ଚକମା ଦେଖାଇ ଚମ୍ପଟ ମାରିବାରେ ଲାଗିଛନ୍ତି। ଏହି ଅପରାଧୀମାନେ ପୁରୁଷୋତ୍ତମପୁର ଥାନା ସମେତ କୋଦଳା, ବେଗୁନିଆପଡ଼ା, କବିସୂର୍ଯ୍ୟନଗର, କୋଟିନଡ଼ା,ପାଟପୁର ଥାନା ଇଲାକା ସମେତ ଜିଲାର ବିଭିନ୍ନ ଥାନାରେ ଆପରାଧିକ ମାମଲାରେ ସଂପୃକ୍ତ ରହିଥିବାର ନେଇ ପୋଲିସ ପକ୍ଷରୁ ଜଣାପଡ଼ିଛି। ଏପରିକି ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଓ ଛକଗୁଡ଼ିକରେ ଆତଙ୍କରାଜ ଚଳାଇଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ରାସ୍ତାରେ ଯାତାୟାତ କରିବାକୁ ଲୋକେ ବିପଦ ମଣୁଥିବାବେଳେ ଦୌରାତ୍ମ୍ୟର ଶିକାର ହୋଇ ମଧ୍ୟ ଲୋକେ ଜୀବନ ଭୟରେ ଏମାନଙ୍କ ବିରୋଧରେ ମୁହଁ ଖୋଲିବା କି ପୋଲିସରେ ଅଭିଯୋଗ କରିବାକୁ ସାହସ କରୁନାହାନ୍ତି। ଗତ ମାର୍ଚ୍ଚ ୨ତାରିଖରେ ଏକ ଆପରାଧିକ କାର୍ଯ୍ୟ ଘଟାଇବାକୁ ଯୋଜନା କରୁଥିବାବେଳେ ନିଜ ବନ୍ଧୁକରୁ ଗୁଳି ଫୁଟି ନିଜେ ଆହତ ହୋଇଥିଲେ। ମାତ୍ର ପୋଲିସ କବଳରୁ ବର୍ତ୍ତିବା ଲାଗି ନାଟକୀୟ ଢଙ୍ଗ ରଚନା କରି ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ଶିକୁଳା ଶୁଣ୍ଢିବାଙ୍କଠାରେ ଦୁର୍ବୃତ୍ତମାନେ ଗୁଳି କରି ଦେଇଥିବା ନେଇ ଏକ ମିଥ୍ୟା କାହାଣୀ ରଚିଥିଲେ। ଯାହାକି ପୋଲିସର ତଦନ୍ତରେ ସତ୍ୟତାର ଗୁମର ଫିଟିଥିବାବେଳେ ମୁଖ୍ୟ ଅଭିଯୁକ୍ତ ସାଗର ବେହେରା, ରାହୁଲ ପ୍ରଧାନଙ୍କ ସମେତ ଜଣେ ନାବାଳକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ଗ୍ୟାଙ୍ଗର ଅନ୍ୟ ଅଭିଯୁକ୍ତ ଶ୍ରୀମନ୍ତ ଓରଫ ନିଲୁ ନାହାକ, ପାଣ୍ଡା ଓରଫ ରାଜେଶ ଜେନା, ଶ୍ରୀଧର ନାହାକ ଓ କାଳିଆ ଓରଫ ଘନଶ୍ୟାମ ବେହେରା ଫେରାର ରହିଛନ୍ତି। ଏମାନେ ବିଭିନ୍ନ ସ୍ଥାନରେ ଏପରି ଲୁଟ୍‌ପାଟ୍‌ ରାହାଜାନି ସହ ଆତଙ୍କରାଜ ସୃଷ୍ଟି କରିବରୁ ଏମାନଙ୍କୁ ଧରିବା ଲାଗି ପୋଲିସ ରାତିଦିନ ଏକ କରିଦେଇଛି। ଏହି କୁଖ୍ୟାତ ଅପରାଧୀମାନଙ୍କୁ କେବେ ବି ଛଡ଼ାଯିବ ନାହିଁ। ଏମାନଙ୍କୁ ଧରିବା ଲାଗି ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଦିନରାତି ଚଢ଼ାଉ ଚାଲିଥିବାର ନେଇ ପୁରୁଷୋତ୍ତମପୁର ଏସ୍‌ଡିପିଓ ସୁଜିତ କୁମାର ନାୟକ ଓ ଆଇଆଇସି କୁଳମଣି ସେଠୀ କହିଛନ୍ତି। ଏହାସହ ଏହି ଅଞ୍ଚଳରେ ରହିଥିବା ପେସାଦାରୀ ଅପରାଧୀଙ୍କ ତାଲିକା ପ୍ରସ୍ତୁତି କରାଯାଇଥିବା ବେଳେ ନୂତନ ଭାବରେ କିଛି ଯୁବକ ଆପରାଧିକ କାର୍ଯ୍ୟରେ ଲିପ୍ତ ରହିଥିବାର ତଥ୍ୟ ସଂଗ୍ରହ କରାଯାଇ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯାନୁଷ୍ଠାନ ପ୍ରକ୍ରିୟା ଜାରି ରହିଛି। ପୁରୁଷୋତ୍ତମପୁରକୁ ଅପରାଧୀମୁକ୍ତ କରାଯିବା ନେଇ ଆଇଆଇସି ସେଠୀ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଗାଡ଼ି ଆସିଲେ ମଧ୍ୟ ସେ ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri