Posted inଖେଳ

ଟିମ ଇଣ୍ଡିଆରେ ସ୍ଥାନ ପାଇବା ପରେ ପ୍ରଥମଥର ଏମିତି କାରନାମା କଲେ ବୈଭବ ସୂର୍ଯ୍ୟବଂଶୀ: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୦।୬: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତ ଏ ଦଳ ସହିତ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ସେଠାରେ ଏକ ଦିନିକିଆ ସିରିଜ ଚାଲିଛି। ଏଥିରେ ଭାରତ ଏ, ଶ୍ରୀଲଙ୍କା ଏ ଏବଂ ଆଫଗାନିସ୍ତାନ ଏ ଦଳ ସାମିଲ ଅଛନ୍ତି। ସିରିଜର ଉଦଘାଟନୀ ମ୍ୟାଚ ଜୁନ ୯ରେ ଦାମ୍ବୁଲାରେ ଭାରତ ଏ ଏବଂ ଶ୍ରୀଲଙ୍କା ଏ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ ଏ ଦଳ ୮ ରନରେ ବିଜୟୀ ହୋଇଥିଲା। ସୂର୍ଯ୍ୟବଂଶୀ ବ୍ୟାଟରେ ବିଶେଷ ପ୍ରଭାବ ପକାଇ ନ ଥିଲେ ମଧ୍ୟ ସେ ପଡିଆରେ ଚଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ଭାରତୀୟ ଦଳ ପାଇଁ ଚୟନ ହେବା ପରେ ସେ ପ୍ରଥମ ଥର ପାଇଁ କ୍ୟାଚ ନେଇଥିଲେ।

ବର୍ତ୍ତମାନ ଭାରତ ଏ ଦଳ ସହିତ ଶ୍ରୀଲଙ୍କାରେ ଖେଳୁଥିବା ବୈଭବଙ୍କୁ ଜୁନ ୬ରେ ଭାରତୀୟ ଦଳ ପାଇଁ ମନୋନୀତ କରାଯାଇଥିଲା। ସେ ଆୟର୍ଲାଣ୍ଡ-ଇଂଲଣ୍ଡ ଗସ୍ତ ଏବଂ ଏସୀୟ ଗେମ୍ସ ଟି୨୦ ଦଳ ପାଇଁ ଦଳରେ ସ୍ଥାନ ପାଇଥିଲେ। ତାଙ୍କ ଚୟନ ପୂର୍ବରୁ ତାଙ୍କର ବ୍ୟାଟିଂ ଦକ୍ଷତା ଉପରେ କେବେ ସନ୍ଦେହ ନ ଥିଲା, କିନ୍ତୁ ତାଙ୍କ କ୍ଷେତ୍ରରକ୍ଷଣ ବିଷୟରେ ପ୍ରଶ୍ନ ଉଠିଥିଲା। ବିଶେଷକରି କ୍ୟାଚ ନେବାର କ୍ଷମତା।
ଭାରତୀୟ ଦଳ ପାଇଁ ତାଙ୍କର ଚୟନ ପରେ ଡାମ୍ବୁଲାରେ ଶ୍ରୀଲଙ୍କା ଏ ବିପକ୍ଷରେ ସେ ଯେଉଁଭଳି କ୍ୟାଚ ନେଇଥିଲେ। ତାହା ଦର୍ଶାଏ ଯେ, ସେ କେବଳ ବ୍ୟାଟ ସାହାଯ୍ୟରେ ପ୍ରତିପକ୍ଷ ବୋଲରମାନଙ୍କୁ ଭାଙ୍ଗିବାରେ ସିଦ୍ଧ ନୁହଁନ୍ତି ବରଂ ତାଙ୍କ କ୍ଷେତ୍ରରକ୍ଷଣ ଦ୍ୱାରା ମ୍ୟାଚର ମୋଡ଼ ବଦଳାଇବାରେ ମଧ୍ୟ ଦକ୍ଷ।

ଭାରତ ଏର ମୋଟ ୨୭୭ ରନର ପିଛା କରୁଥିବା ଶ୍ରୀଲଙ୍କା ଏର ଓପନିଂ ଯୋଡ଼ି ନିରୋଶାନ ଡିକୱେଲା ଏବଂ ଅଭିଷ୍କା ଫର୍ଣ୍ଣାଣ୍ଡୋ ବିସ୍ଫେ।ରକ ନଜର ଆସିଥିଲେ। ବୋର୍ଡରେ ୯୩ ରନ ସହିତ, ସେମାନେ ଏକ ଶତକୀୟ ଭାଗୀଦାରୀ ପାଇଁ ନିକଟତର ହୋଇଥିଲେ ଏବଂ ଭାରତ ଏ ଉପରେ ଚାପ ସ୍ପଷ୍ଟ ଥିଲା। ସେହି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିରେ, ପାର୍ଟ-ଟାଇମର୍‌ ଆୟୁଷ ବାଡୋନିଙ୍କ ବୋଲିଂରେ ଅଭିଷ୍କା ଫର୍ଣ୍ଣାଣ୍ଡୋଙ୍କୁ ଆଉଟ କରିଥିଲେ। ତାଙ୍କ ବଲ୍‌ରେ ବୈଭବ ଚମତ୍କାର କ୍ୟାଚ ନେଇଥିଲେ। ତାହା ମ୍ୟାଚ୍‌ର ଗତିକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଇଥିଲା। ଜୁନ ୬ରେ ଟିମ ଇଣ୍ଡିଆରେ ମନୋନୀତ ହେବା ପରେ ଏହା ତାଙ୍କର ପ୍ରଥମ କ୍ୟାଚ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?