LPG ପରେ ବଢିଲା କି ପେଟ୍ରୋଲ ଦର? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୭।୬: ଦେଶରେ ୩ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଘରୋଇ ଏଲପିଜି (LPG) ସିଲିଣ୍ଡର ମୂଲ୍ୟରେ ବୃଦ୍ଧି କରାଯାଇଛି। ଅନ୍ୟପଟେ, ପେଟ୍ରୋଲ ଏବଂ ଡିଜେଲ ଦରକୁ ନେଇ ମଧ୍ୟ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି। ଆଇଓସିଏଲ (IOCL)ର ତଥ୍ୟ ଅନୁଯାୟୀ, ଦେଶର ଚାରୋଟିଯାକ ମହାନଗରରେ ଗତ ପ୍ରାୟ ଦୁଇ ସପ୍ତାହ ହେବ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ବିଶେଷ କଥା ହେଉଛି, ଶୁକ୍ରବାର ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ (କ୍ରୁଡ ଅଏଲ) ମୂଲ୍ୟରେ ୨.୫୦ ପ୍ରତିଶତରୁ ଅଧିକ ହ୍ରାସ ରେକର୍ଡ କରାଯାଇଥିଲା।

ସେହିପରି ଅନ୍ୟପଟେ କ୍ରିସିଲ (Crisil) ରିପୋର୍ଟରେ କୁହାଯାଇଛି ଯେ, ଯଦି ବର୍ତ୍ତମାନ ସମୟରେ ପେଟ୍ରୋଲିୟମ କମ୍ପାନୀଗୁଡ଼ିକୁ କ୍ଷତିରୁ ବଞ୍ଚାଇବାକୁ ହୁଏ, ତେବେ ପେଟ୍ରୋଲ ଏବଂ ଡିଜେଲ ଦରରେ ଲିଟର ପିଛା ୫ ଟଙ୍କା ବୃଦ୍ଧି ହେବା ନିହାତି ଜରୁରୀ। ସୂଚନାଯୋଗ୍ୟ, ଗତ ମେ’ ୧୫ ରୁ ମେ’ ୨୫ ତାରିଖ ମଧ୍ୟରେ ଚାରି ଥର ଇନ୍ଧନ ମୂଲ୍ୟ ବୃଦ୍ଧି କରାଯାଇଥିଲା। ଏହି ସମୟ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦାମ ପ୍ରାୟ ୮ ପ୍ରତିଶତ ବଢ଼ିଥିଲା। ଆସନ୍ତୁ ଜାଣିବା ଦେଶର ଚାରୋଟି ପ୍ରମୁଖ ମହାନଗରରେ ପେଟ୍ରୋଲ-ଡିଜେଲର ସାମ୍ପ୍ରତିକ ମୂଲ୍ୟ ଏବଂ ଆନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲର ସ୍ଥିତି କଣ ରହିଛି।

ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। ଗତ ସପ୍ତାହର ଶେଷ କାରବାର ଦିବସରେ କ୍ରୁଡ ଅଏଲ ଦର ୨.୫୦% ରୁ ଅଧିକ କମିଛି। ଆମେରିକୀୟ କ୍ରୁଡ ମୂଲ୍ୟ ୨.୬୯% ହ୍ରାସ ପାଇ ବ୍ୟାରେଲ ପିଛା ୯୦.୫ ଡଲାରରେ ବନ୍ଦ ହୋଇଥିଲା। ସେହିପରି ଉପସାଗରୀୟ (ଖାଡ଼ି) ଦେଶଗୁଡ଼ିକର ଅଶୋଧିତ ତେଲ ମୂଲ୍ୟ ୨% ହ୍ରାସ ପାଇ ବ୍ୟାରେଲ ପିଛା ୯୩.୦୯ ଡଲାରରେ ବନ୍ଦ ହୋଇଥିଲା। ଯଦିଓ କିଛି ଦିନ ପୂର୍ୱରୁ ଏହି ମୂଲ୍ୟ ପୁଣି ଥରେ ବ୍ୟାରେଲ ପିଛା ୧୦୦ ଡଲାର ଛୁଇଁଥିଲା, ଯାହାଫଳରେ ମହଙ୍ଗା ମା ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଥିଲା। ବିଶେଷଜ୍ଞଙ୍କ ମତରେ, ଆଗାମୀ ଦିନରେ ଅଶୋଧିତ ତେଲ ମୂଲ୍ୟରେ ଏଭଳି ଉତାର-ଚଢ଼ାବ ଜାରି ରହିପାରେ।

ଆଇଓସିଏଲ ତଥ୍ୟ ଅନୁଯାୟୀ, ଦେଶର ରାଜଧାନୀ ଦିଲ୍ଲୀ ସମେତ ଚାରୋଟିଯାକ ମହାନଗରରେ ପେଟ୍ରୋଲ ଏବଂ ଡିଜେଲ ଦର ଅପରିବର୍ତ୍ତିତ ରହିଛି। ମେ’ ମାସର ଦ୍ୱିତୀୟ ଭାଗରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରାୟ ୮ ପ୍ରତିଶତ ବୃଦ୍ଧି ପାଇଥିଲା। ତଥ୍ୟ ଅନୁସାରେ:

୧୫ ମେ: ପେଟ୍ରୋଲ ୩ ଟଙ୍କା ଏବଂ ଡିଜେଲ ୩.୨୯ ଟଙ୍କା ପ୍ରତି ଲିଟର ବଢ଼ିଥିଲା।
୧୯ ମେ: ପେଟ୍ରୋଲ ଏବଂ ଡିଜେଲ ଦରରେ ୯୦ ପଇସା ପ୍ରତି ଲିଟର ବୃଦ୍ଧି ହୋଇଥିଲା।
୨୩ ମେ: ପେଟ୍ରୋଲ ୮ ପଇସା ଏବଂ ଡିଜେଲ ୯୧ ପଇସା ମହଙ୍ଗା ହୋଇଥିଲା।
୨୫ ମେ: ପେଟ୍ରୋଲ ୨.୬୧ ଟଙ୍କା ଏବଂ ଡିଜେଲ ୨.୧ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

‘ଜମ୍ମୁ କଶ୍ମୀର-ଲଦାଖ ଆମର’: ନୂଆ UN ମାନଚିତ୍ର ପ୍ରତି ଭାରତର ପ୍ରତିକ୍ରିୟା ପାକିସ୍ତାନକୁ ବିଚଳିତ କରିବ

ନୂଆଦିଲ୍ଲୀ,୬।୯: ଭାରତ ଜାତିସଂଘ ବା UN ସାଧାରଣ ସଭାର ପ୍ରସ୍ତାବ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି ଯାହା ଶୀର୍ଷକ ‘ମାନଚିତ୍ର ସଂଶୋଧନ କରନ୍ତୁ’। ବୈଦେଶିକ ମନ୍ତ୍ରଣାଳୟର…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

ଅରୁଣାଚଳରେ ପ୍ରଥମ ପ୍ରମୁଖ ଭାରତ-ଚାଇନା କୋର କମାଣ୍ଡରସ୍ତରୀୟ ବୈଠକ; ଜାଣନ୍ତୁ କ’ଣ ରହିଛି ଏଜେଣ୍ଡା

ନୂଆଦିଲ୍ଲୀ,୬।୯: ଅରୁଣାଚଳ ପ୍ରଦେଶରେ ଭାରତ ଏବଂ ଚାଇନା କୋର କମାଣ୍ଡରମାନଙ୍କ ମଧ୍ୟରେ ଏକ ପ୍ରମୁଖ ସୀମା କର୍ମଚାରୀ ବୈଠକ (BPM) ଅନୁଷ୍ଠିତ ହେବାକୁ ଯାଉଛି। ରବିବାର (ସେପ୍ଟେମ୍ବର…

୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…

ତାଣ୍ଡବ ରଚିଲା ବର୍ଷା! ରାଜଧାନୀରେ ଭୁଶୁଡ଼ିଲା କୋଠା; ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୬।୯: ରାଜଧାନୀ ଦିଲ୍ଲୀରେ ପୁଣି ଥରେ ପ୍ରବଳ ବର୍ଷା ଯୋଗୁ ତାଣ୍ଡବ ସୃଷ୍ଟି ହୋଇଛି। ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ରବିବାର ହଠାତ ଏକ କୋଠା…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri