ଜାଗା ବିବାଦକୁ ନେଇ ଆକ୍ରମଣ, ଜଣେ ଆହତ

ଗଞ୍ଜାମ,୬ା୭(ବିଦ୍ୟାଧର ସାହୁ): ରମ୍ଭା ଥାନା ଅନ୍ତର୍ଗତ ଗଞ୍ଜାମ ବ୍ଲକର ସନ୍ତୋଷପୁର ଗ୍ରାମରେ ଜାଗା ବିବାଦକୁ ନେଇ ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଉକ୍ତ ଗ୍ରାମର ଜେ. ଡମ୍ବରୁ ରେଡ୍ଡି ଆହତ ହୋଇଥିବା ବେଳେ ତାଙ୍କୁ ଦଳଗତ ଭାବେ ଆକ୍ରମଣ ହୋଇଥିବା ନେଇ ରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l

ମିଳିଥିବା ସୂଚନାନୁଯାୟୀ, ଆଜି ସକାଳେ ସନ୍ତୋଷପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ତାଙ୍କ ଜାଗାରେ ଉକ୍ତ ଗ୍ରାମର କେ. ଦଣ୍ଡପାଣି ପ୍ରଧାନ ଘର ତିଆରି କରୁଥିବା ଖବର ପାଇ ଉକ୍ତ ସ୍ଥାନରେ ପହଞ୍ଚି ପ୍ରତିବାଦ କରିବାରୁ ସେଠାରେ ଦଣ୍ଡପାଣି ପ୍ରଧାନ ଓ ତାଙ୍କ ସମ୍ପର୍କୀୟ
ଗାଳିଗୁଲଜ କରିବା ସହ ଡମ୍ବରୁଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇ ଦେବା ସହ ମାରଣାସ୍ତ୍ର
ଧରି ଉପରକୁ ଝପଟି ଆସିଥିଲେ। ଫଳରେ ସେ ଭୟଭୀତ ହୋଇ ଘରକୁ ଚାଲି ଆସିଥିଲେ। ପରେ ସେମାନେ ତାଙ୍କ ଘରକୁ ଆସି ଦଳଗତ ଭାବେ ବିଭିନ୍ନ ମରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। ଏନେଇ ସେ ରମ୍ଭା ଥାନାରେ ଉକ୍ତ ଗ୍ରାମର କେ. ଦଣ୍ଡପାଣି ପ୍ରଧାନ, କେ. ବସନ୍ତ ପ୍ରଧାନ, କେ. ହେମନ୍ତ ପ୍ରଧାନ, କେ. ନିବେଦିତା ପ୍ରଧାନ ପ୍ରମୁଖ ୪ ଜଣଙ୍କ ନାମରେ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ କରିଛନ୍ତି। ଏଥିରେ ତାଙ୍କ ବାମ ହାତରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏନେଇ ରମ୍ଭା ପୋଲିସ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

ଏବେ ବି ବଞ୍ଚିଛି ଗୁରୁ ଶିଷ୍ୟ ପରମ୍ପରା

ମହାକାଳପଡ଼ା,୧୦ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଭାରତୀୟ ବିଭିନ୍ନ ଧାର୍ମିକ ସଂସ୍କୃତି ପରମ୍ପରା ଖୁବ୍‌ ପ୍ରାଚୀନ କାଳରୁ ରହିଆସିଛି। ପାଶ୍ଚାତ୍ୟ ଧର୍ମ ଭିନ୍ନ ଥିବାବେଳେ ଭାରତୀୟ ଧାର୍ମିକ ସଂସ୍କୃତି...

ଏବେ ବି ଟଳିନି ସଙ୍କଟ, ୩୦୦ରୁ ଅଧିକ ବିମାନ ବାତିଲ କଲା ଇଣ୍ଡିଗୋ, ଆଡଭାଇଜରୀ ଜାରି…

ନୂଆଦିଲ୍ଲୀ,୧୦।୧୨: ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ରାମ ମୋହନ ନାଇଡୁ ସଂସଦରେ ସ୍ପଷ୍ଟ ଭାବରେ କହିଥିଲେ ଯେ ପରିସ୍ଥିତିରେ ଉନ୍ନତି ହେଉଛି, ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ...

କଟକରେ ଐତିହାସିକ ରେକର୍ଡ କଲେ ବୁମ୍‌ରା: ପ୍ରଥମ ଭାରତୀୟ ବୋଲର୍‌ ଭାବେ…

କଟକ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ...

ଭାରତୀୟ ଚାଉଳ ଉପରେ ଟାରିଫ୍‌ ଲଗାଇବାକୁ ଟ୍ରମ୍ପ୍‌ଙ୍କ ଧମକ

ଓ୍ବାଶିଂଟନ୍‌,୧୦ା୧୨:ଭାରତ ସମେତ ବିଭିନ୍ନ ଦେଶରୁ ରପ୍ତାନି ହେଉଥିବା ଚାଉଳ ଉପରେ ଅତିରିକ୍ତ ଟାରିଫ୍‌ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଛନ୍ତି। ଭାରତ...

ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍‌: ଆଉ ତା’ପରେ ଘଟିଗଲା…

କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...

ମୁଖ୍ୟମନ୍ତ୍ରୀ ମୋନ ମାଝୀଙ୍କ ପାଇଁ ଏମିତି କହିଦେଲେ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଟକ,୧୦।୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି।...

ବନ୍ଦ ଘରୁ ମିଳିଲା ଇଲେଟ୍ରିସିଆନଙ୍କ ଝୁଲନ୍ତା ମୃତଦେହ: ପୋଲିସ ପହଞ୍ଚି…

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ମାଗୁର ବେଡ଼ା କଲୋନୀଠାରେ ଏକ ବନ୍ଦଘରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri