ଗୋବରୀ ନଦୀ ପୋତି ହୋଇ ଜଙ୍ଗଲରେ ପରିଣତ

କେନ୍ଦ୍ରାପଡ଼ା, ୧୪।୨ (ଜଗନ୍ନାଥ ଧଳ): ପଟ୍ଟାମୁଣ୍ଡାଇରୁ ବ୍ରାହ୍ମଣୀ ନଦୀ ଓ କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳର ଗୋବରୀ ନଦୀ ମଧ୍ୟରେ ଥିବା ସଂଯୋଗୀକରଣ ଜଳପଥ ଏବେ ବନ୍ଦ ହୋଇପଡ଼ିଛି। ଫଳରେ ଗୋବରୀ ନଦୀ ଜଳପଥ ପୋତି ହୋଇ ବଣୁଆ ଜଙ୍ଗଲରେ ପରିଣତ ହୋଇଛି। ଫଳରେ ଜଳସେଚନ ଅବ୍ୟବସ୍ଥାରୁ ୫ ହଜାରରୁ ଊର୍ଦ୍ଧ୍ୱ ଚାଷ ଜମିରେ ୩ ଫସଲ ଉତ୍ପାଦନ ହୋଇପାରୁନାହିଁ। ଏ ନେଇ ସ୍ଥାନୀୟ ଲୋକ ଉଦ୍‌ବେଗ ପ୍ରକାଶ କରି ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ଉପରେ ୩ ବର୍ଷ ହେବ ମାମଲା କରିଛନ୍ତି। ମାମଲା ଶୁଣାଣି ହୋଇ ବିଭାଗକୁ ଅନୁଧ୍ୟାନ ସହ ସମସ୍ୟାର ନିରାକରଣ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସତ୍ତ୍ୱେ ଜଳସମ୍ପଦ ବିଭାଗ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି।
ଏ ସମ୍ପର୍କରେ ମାମଲାର ଅଭିଯୋଗକାରୀ ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପିଏଲଭି ପ୍ରଫୁଲ୍ଲ କୁମାର ଦାସ, କ୍ଷୀରୋଦ ମଲ୍ଲିକ, ଅଶୋକ ବଳ, ଦେବାଶିଷ ପଣ୍ଡା ପ୍ରମୁଖ କହିଛନ୍ତି ଯେ, ଶିଳ୍ପ ବିହୀନ କେନ୍ଦ୍ରପଡ଼ାର ଅର୍ଥନୀତି କୃଷି ଭିତ୍ତିକ। ଏହାସତ୍ତ୍ୱେ ରାଜ୍ୟ ସରକାର ଏଥିରେ ଥିବା ଜଳସେଚନ ପରି ମୁଖ୍ୟ ସମସ୍ୟାକୁ ଦୂର କରୁନାହାନ୍ତି। ପୂର୍ବରୁ ଜିଲାରେ ପ୍ରବାହିତ ବ୍ରାହ୍ମଣୀ ସହିତ ଗୋବରୀ ନଦୀର ସଂଯୋଗୀକରଣ ଥିଲା। ଏଥିରେ ନୌବାଣିଜ୍ୟ ସହିତ ଚାଷ ପାଇଁ ପାଣି ମିଳୁଥିଲା। ତେବେ ୧୯୬୦ ଦଶକରେ କଟକ- ଚାନ୍ଦବାଲି ରାସ୍ତା ନିର୍ମାଣ ସମୟରେ ପଟ୍ଟାମୁଣ୍ଡାଇଠାରେ ଏହାର ସଂଯୋଗୀକରଣ ପଥକୁ ବନ୍ଦ କରି ଦିଆଗଲା। ଫଳରେ ପଟ୍ଟାମୁଣ୍ଡାଇଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ୨୦ କିଲୋମିଟର ଜଳପଥ ଶୁଖିଲା ପଡିଛି। ଏହାର ଶଯ୍ୟା ପୋତି ହେବା ଫଳରେ ନିକଟବର୍ତ୍ତୀ ଗ୍ରାମବାସୀ ନିତ୍ୟ କର୍ମଠାରୁ କ୍ଷେତକୁ ଜଳସେଚନରୁ ବାଦ ପଡ଼ିଛନ୍ତି। ପୂର୍ବରୁ ଏହି ଅଞ୍ଚଳରେ ଅର୍ଥକାରୀ ଫସଲ ଉତ୍ପାଦନ ହେଉଥିବା ବେଳେ ଏଠାରେ ଏବେ ମରୁଡି ସମସ୍ୟା ଦେଖାଦେଇଛି। ଏ ନେଇ ସ୍ଥାନୀୟ ଅଧିବାସୀ ବ୍ଲକ ଓ ଜିଲାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ମଧ୍ୟ କରିଥିଲେ। ଏଥିରୁ ସୁଫଳ ନ ମିଳିବାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ବ୍ରାହ୍ମଣୀ ସହିତ ଗୋବରୀ ନଦୀର ସଂଯୋଗୀକରଣ ପାଇଁ ନାଲସା (ଜାତୀୟ ଆଇନ ସେବା ପ୍ରଧିକରଣ)ରେ ୨୦୨୧ ଫେବୃଆରୀ ୧୪ରେ ଏକ ମାମଲା ହୋଇଥିଲା। ଏହି ମାମଲାକୁ କେନ୍ଦ୍ରପଡ଼ା ଜିଲା ଆଇନସେବା ପ୍ରାଧିକରଣ (ଡିଏଲ୍‌ଏସ୍‌ଏ) ପକ୍ଷରୁ ଶୁଣାଣି କରାଯାଇ ଭିତ୍ତିଭୂମିର ତଦନ୍ତ କରିବାକୁ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ହୋଇଥିଲା। ତେବେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅଦ୍ୟାବଧି କୌଣସି ତପତ୍ରତା ପ୍ରକାଶ ପାଉନାହିଁ। ଜଳପଥ ସଂଯୋଗୀକରଣ କାର୍ଯ୍ୟ ତ୍ୱରାନ୍ବିତ ହେଲେ ଜଳପଥ ନିକଟ କ୍ଷେତରେ ୩ ପ୍ରକାର ଅର୍ଥକାରୀ ଫସଲ ଉପତ୍ାଦନ ହୋଇପାରିବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ ନିର୍ବାହୀଯନ୍ତ୍ରୀ ଇଂ. ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ଏନେଇ ପ୍ରାରମ୍ଭିକ ତଦନ୍ତ ହୋଇଛି। ଦୁଇ ଜଳପଥ ସଂଯୋଗୀକରଣ ହେଲେ ସ୍ଥାନୀୟ ଅଞ୍ଚଳର କୃଷି ଅର୍ଥନୀତିରେ ବିରାଟ ପରିବର୍ତ୍ତନ ଆସିବ। ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

୪୦ କୋଟି ଟଙ୍କା ବିନିଯୋଗ କରି ନିଜ ବ୍ରାଣ୍ଡ୍ ପାଇଁ ନୂଆ ଅଧ୍ୟାୟ ଆରମ୍ଭ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୮।୧୨: ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ୮ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗି ଏକ ନୂଆ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର କୋହଲି...

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ

ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri