Posted inଜାତୀୟ

ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ, ଏବେ ଏହି ନାମରେ…

କୋଲକାତା,୧୦ା୬: ଶେଷରେ ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଛି ‘ଧାମ’ ଶବ୍ଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁରୋଧକ୍ରମେ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ସେ କହିଛନ୍ତି, ପୁରୀ ରୀତିନୀତି ଅନୁଯାୟୀ ଦୀଘାରେ ପୂଜାପାଠ ହେବ। ଦୀଘା ଜଗନ୍ନାଥ ଧାମ ହେବ ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ଏବଂ ସରକାରୀ ନଥିରେ ସାଂସ୍କୃତିକ କେନ୍ଦ୍ର ଭାବରେ ରହିବ।

ପଶ୍ଚିମବଙ୍ଗର ଦୀଘାଠାରେ ତତ୍କାଳୀନ ତୃଣମୂଳ ସରକାର ଏକ ଜଗନ୍ନାଥ ମନ୍ଦିର ନିର୍ମାଣକରି ତାହାର ଉଦ୍‌ଘାଟନ କରିଥିଲେ। ଉକ୍ତ ଜଗନ୍ନାଥ ମନ୍ଦିରର ନାମ ‘ଜଗନ୍ନାଥ ଧାମ ଦୀଘା’ ବୋଲି ଉଲ୍ଲେଖ କରାଯାଇଥିଲା। ତେବେ ସେହି ମନ୍ଦିରର ନାମକରଣକୁ ନେଇ ପ୍ରଥମରୁ ବିବାଦ ଦେଖିବାକୁ ମିଳିଥିଲା। ତେଣୁ ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ହଟାଇବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିଠି ଲେଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଜଣାଇଥିଲେ। ଏହାପରେ ପଶ୍ଚିମବଙ୍ଗର ଭାଜପା ସରକାର ସେହି ନାମରୁ ‘ଧାମ’ ଶବ୍ଦ ତୁରନ୍ତ ପ୍ରତ୍ୟାହାର କରିବେ ବୋଲି ନିଷ୍ପତ୍ତି ନେଇଥିଲେ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଅଧିକାରୀ ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ଦୀଘା ଜଗନ୍ନାଥ ମନ୍ଦିର ନାଁରେ ଧାମ ଯୋଡ଼ିବା ସନାତନ ଓ ଭାରତୀୟ ସଂସ୍କୃତି ସହ ଠିକ୍‌ ହୋଇନାହିଁ। ଏ ବାବଦରେ ସମସ୍ତ ପ୍ରକାର କାଗଜପତ୍ର ସେ ଦେଖିଛନ୍ତି। ପଶ୍ଚିମବଙ୍ଗର ପୂର୍ବ ସରକାର ଏହାର ନାମ ଶ୍ରୀ ଶ୍ରୀ ଜଗନ୍ନାଥ ଧାମ କଲ୍‌ଚରାଲ ସେଣ୍ଟର ରଖିଥିଲେ। ଟେକ୍ନିକାଲି ଗତ ସରକାର ଏହାକୁ ସରକାରୀ ନାମକରଣ ଭାବେ ପ୍ରସ୍ତୁତ କରିଛନ୍ତି। ଏହା ଭିତରେ ଧାମ ଶବ୍ଦ ଭର୍ତ୍ତି କରିଦେଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏନେଇ ଯେଉଁ ଚିଠି ଲେଖିଛନ୍ତି, ତାକୁ ସ୍ବୀକାର କରୁଛି। ତୁରନ୍ତ ଧାମ ଶବ୍ଦ ସେହି ନାମକରଣରୁ ହଟାଇଦିଆଯିବ। ମାତ୍ର ଜଗନ୍ନାଥଙ୍କ ପୂଜା ସନାତନ ଧର୍ମରେ ଯେଉଁଭଳି ହୁଏ ସେନେଇ ଯାହା ଉଲ୍ଲେଖ ଅଛି ସେହିଭଳି କରାଯିବ। ରିଜୋଲ୍ୟୁଶନ ଯେଉଁଭଳି ହୋଇଛି ସବୁ ସେମିତି ଚାଲିବ, ହେଲେ ଧାମ ଶବ୍ଦ ହଟାଇ ଦିଆଯିବ। ହେଲେ ମନ୍ଦିରରେ ପୂଜାପାଠ, ପ୍ରସାଦ ପ୍ରସ୍ତୁତିଠାରୁ ସବୁକିଛି ମନ୍ଦିରଗୁଡ଼ିକରେ ଯେଉଁଭଳି କରାଯାଏ ସେମିତି ଚାଲିବ। ପୂର୍ବ ସରକାର ରାଜନୀତି କରିବାକୁ ସନାତନ ଧର୍ମ ବିରୋଧୀ କାର୍ଯ୍ୟ କରିଥିଲେ, ତାକୁ ପରିବର୍ତ୍ତନ କରାଯିବ। ଏକଥା ତାଙ୍କ ମନରେ ମଧ୍ୟ ଥିଲା। ଜଗନ୍ନାଥଙ୍କ ପୃଥିବୀରେ ଅଗଣିତ ଭକ୍ତ ଅଛନ୍ତି, ସମସ୍ତଙ୍କୁ ଏକଥା କହୁଛୁ ଧାମ ଶବ୍ଦ ହଟାଯିବ। ଆଗକୁ ଦୀଘା ସ୍ଥିତ ମନ୍ଦିରର ନାମ ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ହେବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?