Posted inଜାତୀୟ

ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ, ଏବେ ଏହି ନାମରେ…

କୋଲକାତା,୧୦ା୬: ଶେଷରେ ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଛି ‘ଧାମ’ ଶବ୍ଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁରୋଧକ୍ରମେ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ସେ କହିଛନ୍ତି, ପୁରୀ ରୀତିନୀତି ଅନୁଯାୟୀ ଦୀଘାରେ ପୂଜାପାଠ ହେବ। ଦୀଘା ଜଗନ୍ନାଥ ଧାମ ହେବ ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ଏବଂ ସରକାରୀ ନଥିରେ ସାଂସ୍କୃତିକ କେନ୍ଦ୍ର ଭାବରେ ରହିବ।

ପଶ୍ଚିମବଙ୍ଗର ଦୀଘାଠାରେ ତତ୍କାଳୀନ ତୃଣମୂଳ ସରକାର ଏକ ଜଗନ୍ନାଥ ମନ୍ଦିର ନିର୍ମାଣକରି ତାହାର ଉଦ୍‌ଘାଟନ କରିଥିଲେ। ଉକ୍ତ ଜଗନ୍ନାଥ ମନ୍ଦିରର ନାମ ‘ଜଗନ୍ନାଥ ଧାମ ଦୀଘା’ ବୋଲି ଉଲ୍ଲେଖ କରାଯାଇଥିଲା। ତେବେ ସେହି ମନ୍ଦିରର ନାମକରଣକୁ ନେଇ ପ୍ରଥମରୁ ବିବାଦ ଦେଖିବାକୁ ମିଳିଥିଲା। ତେଣୁ ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ହଟାଇବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିଠି ଲେଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଜଣାଇଥିଲେ। ଏହାପରେ ପଶ୍ଚିମବଙ୍ଗର ଭାଜପା ସରକାର ସେହି ନାମରୁ ‘ଧାମ’ ଶବ୍ଦ ତୁରନ୍ତ ପ୍ରତ୍ୟାହାର କରିବେ ବୋଲି ନିଷ୍ପତ୍ତି ନେଇଥିଲେ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଅଧିକାରୀ ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ଦୀଘା ଜଗନ୍ନାଥ ମନ୍ଦିର ନାଁରେ ଧାମ ଯୋଡ଼ିବା ସନାତନ ଓ ଭାରତୀୟ ସଂସ୍କୃତି ସହ ଠିକ୍‌ ହୋଇନାହିଁ। ଏ ବାବଦରେ ସମସ୍ତ ପ୍ରକାର କାଗଜପତ୍ର ସେ ଦେଖିଛନ୍ତି। ପଶ୍ଚିମବଙ୍ଗର ପୂର୍ବ ସରକାର ଏହାର ନାମ ଶ୍ରୀ ଶ୍ରୀ ଜଗନ୍ନାଥ ଧାମ କଲ୍‌ଚରାଲ ସେଣ୍ଟର ରଖିଥିଲେ। ଟେକ୍ନିକାଲି ଗତ ସରକାର ଏହାକୁ ସରକାରୀ ନାମକରଣ ଭାବେ ପ୍ରସ୍ତୁତ କରିଛନ୍ତି। ଏହା ଭିତରେ ଧାମ ଶବ୍ଦ ଭର୍ତ୍ତି କରିଦେଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏନେଇ ଯେଉଁ ଚିଠି ଲେଖିଛନ୍ତି, ତାକୁ ସ୍ବୀକାର କରୁଛି। ତୁରନ୍ତ ଧାମ ଶବ୍ଦ ସେହି ନାମକରଣରୁ ହଟାଇଦିଆଯିବ। ମାତ୍ର ଜଗନ୍ନାଥଙ୍କ ପୂଜା ସନାତନ ଧର୍ମରେ ଯେଉଁଭଳି ହୁଏ ସେନେଇ ଯାହା ଉଲ୍ଲେଖ ଅଛି ସେହିଭଳି କରାଯିବ। ରିଜୋଲ୍ୟୁଶନ ଯେଉଁଭଳି ହୋଇଛି ସବୁ ସେମିତି ଚାଲିବ, ହେଲେ ଧାମ ଶବ୍ଦ ହଟାଇ ଦିଆଯିବ। ହେଲେ ମନ୍ଦିରରେ ପୂଜାପାଠ, ପ୍ରସାଦ ପ୍ରସ୍ତୁତିଠାରୁ ସବୁକିଛି ମନ୍ଦିରଗୁଡ଼ିକରେ ଯେଉଁଭଳି କରାଯାଏ ସେମିତି ଚାଲିବ। ପୂର୍ବ ସରକାର ରାଜନୀତି କରିବାକୁ ସନାତନ ଧର୍ମ ବିରୋଧୀ କାର୍ଯ୍ୟ କରିଥିଲେ, ତାକୁ ପରିବର୍ତ୍ତନ କରାଯିବ। ଏକଥା ତାଙ୍କ ମନରେ ମଧ୍ୟ ଥିଲା। ଜଗନ୍ନାଥଙ୍କ ପୃଥିବୀରେ ଅଗଣିତ ଭକ୍ତ ଅଛନ୍ତି, ସମସ୍ତଙ୍କୁ ଏକଥା କହୁଛୁ ଧାମ ଶବ୍ଦ ହଟାଯିବ। ଆଗକୁ ଦୀଘା ସ୍ଥିତ ମନ୍ଦିରର ନାମ ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ହେବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡେରାବିଶ ବ୍ଲକରେ ୧.୦୬ କୋଟି ଟଙ୍କାର ସରକାରୀ ଅର୍ଥ ହଡ଼ପ: ସଦର ଥାନାରେ ବିଡ଼ିଓଙ୍କ ଏତଲା, ବରିଷ୍ଠ କିରାଣୀ ଫେରାର

ଡେରାବିଶ, ୨୯।୧୦ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଶଶିକାନ୍ତ ରଣା ଚଞ୍ଚକତା କରି ୧ କୋଟି ୬ ଲକ୍ଷ…

ନୀତୀଶଙ୍କ ଘନିଷ୍ଠ ସହଯୋଗୀ ଏବେ ହୋଇପାରନ୍ତି ସମ୍ରାଟଙ୍କ ପ୍ରମୁଖ ସଚିବ; ବିହାରକୁ ଫେରିବାକୁ ଯାଉଛନ୍ତି ଓଡ଼ିଶା କ୍ୟାଡରର ଆଇଏଏସ!

ପାଟନା,୨୯।୧୦: ଓଡ଼ିଶା କ୍ୟାଡରର ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ସଞ୍ଜୟ କୁମାର ସିଂହ, ଯିଏ ମୂଳତଃ ବିହାରର ବାସିନ୍ଦା, ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ପ୍ରମୁଖ…

ବାତ୍ୟା ଅର୍ଣ୍ଣବ ପ୍ରଭାବ, ଉପୁଡ଼ି ପଡ଼ିଲା ଗଛ, ଛିଣ୍ଡିଲା ବିଦ୍ୟୁତ୍‌ ତାର

ଲାଞ୍ଜିଗଡ଼, ୨୯ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ସ୍ଥାନରେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ବିଦ୍ୟୁତ…

ତପ୍ତପାଣି ଘାଟିରେ ପ୍ରଳୟଙ୍କରୀ ରୂପ: ପାହାଡ଼ ଧସି ଭାସିଗଲା କଲଭର୍ଟ, ୩୨୬ ନମ୍ବର NHରେ ଗାଡ଼ି ଚଳାଚଳ ଠପ୍

ଦିଗପହଣ୍ଡି, ୨୯।୧୦ (ଅଶେଷ ନାଥ ମିଶ୍ର): ଲଗାଣ ବର୍ଷା ଯୋଗୁ ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ବେଲଗଡ଼ ନିକଟରେ ଥିବା ଏକ କଲଭର୍ଟ ପାହାଡ଼ିଆ ପାଣିର ପ୍ରବଳ…

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ୟୁସୁଫ ପଠାନ

ନୂଆଦିଲ୍ଲୀ,୨୯।୧୦: ପଶ୍ଚିମବଙ୍ଗର ମୁର୍ସିଦାବାଦରେ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଏନସିପି ସାଂସଦ ୟୁସୁଫ ପଠାନ କହିଛନ୍ତି ଯେ ଏହି ଦେଶର ଯୁବକ ଏବଂ…

ହସିନା ସରକାରଙ୍କୁ ଗାଦିଚ୍ୟୁତ କରିବାର ଯୋଜନା ଆଗୁଆ ପ୍ରସ୍ତୁତ କରାଯାଇଥିଲା: ୟୁନୁସଙ୍କ ପୂର୍ବତନ ସଚିବ ଦେଲେ ଚମକାଇବା ଭଳି ତଥ୍ୟ

ଢାକା,୨୯।୧୦: ବାଂଲାଦେଶରେ ଛାତ୍ରମାନଙ୍କ ହିଂସାତ୍ମକ ବିକ୍ଷୋଭ ପରେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଢାକା ଛାଡ଼ିବା ପୂର୍ବରୁ, ଦେଶର ଦାୟିତ୍ୱ ମହମ୍ମଦ ୟୁନୁସଙ୍କୁ ହସ୍ତାନ୍ତର କରାଯାଇଥିଲା।…

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଫସଲ କ୍ଷତି ଆଶଙ୍କାରେ ଚାଷୀ

ରିଷିଡା,୨୯ା୧୦(ସୁଶାନ୍ତ ମଲ୍ଲିକ)- ବାତ୍ୟା ଅର୍ଣ୍ଣବ ପ୍ରଭାବରେ କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକର ରିଷିଡା ସମେତ ତେରେସିଂହା, ଗଜବାହାଲ, ପୌରକେଲା, ରେଗେଡ଼ା, ରାଜପୁର, ସରଗୁଲମାଲପଡା, ଯୋରାଡ୍ରବରା, ସାପଲହରା, ରିଞ୍ଜା…

‘ଟେଷ୍ଟ କ୍ରିକେଟରେ ଏବେ ବି ବହୁତ କିଛି ପ୍ରମାଣ କରିବାର ଅଛି’ ଯଶପ୍ରୀତ ବୁମରାଙ୍କ ସମ୍ପର୍କରେ ଏମିତି କହିଲେ ପାକିସ୍ତାନ କ୍ରିକେଟର

ନୂଆଦିଲ୍ଲୀ,୨୯।୧୦: ଯେତେବେଳେ ଜସପ୍ରୀତ ବୁମରାଙ୍କ ହାତରେ ବଲ ଥାଏ, ସେତେବେଳେ ଶ୍ରେଷ୍ଠ ବ୍ୟାଟରମାନଙ୍କ ପାଇଁ ମଧ୍ୟ ରନ ସଂଗ୍ରହ କରିବା କଷ୍ଟକର ହୋଇପଡ଼େ। ନିଜର ଦମଦାର ବୋଲିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?