Posted inଜାତୀୟ

ଚମକାଇଲା ଆଜିର ନୂଆ ତେଲଦର! ଟାଙ୍କି ଫୁଲ୍‌ କରିବା ପୂର୍ୱରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୦।୬: ବୁଧବାର, ୧୦ ଜୁନରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ସ୍ଥିର ରହିଥିଲେ ମଧ୍ୟ, ସାମ୍ପ୍ରତିକ ଦିନଗୁଡ଼ିକରେ ହୋଇଥିବା ପ୍ରବଳ ବୃଦ୍ଧି ସାଧାରଣ ଜନତାଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଗତ ଦୁଇ ସପ୍ତାହରୁ ମଧ୍ୟ କମ ସମୟ ଭିତରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଚାରି ଚାରି ଥର ଦାମ ବଢ଼ାଇ ଗ୍ରାହକମାନଙ୍କୁ ମହଙ୍ଗା ମାଡ଼ର ଏକ ବଡ଼ ଝଟକା ଦେଇଛନ୍ତି। ଏହା ଯୋଗୁଁ ଇନ୍ଧନର ମୂଲ୍ୟ ମେ’ ୨୦୨୨ ପରଠାରୁ ଏପର୍ଯ୍ୟନ୍ତର ସବୁଠାରୁ ସର୍ୱୋଚ୍ଚ ସ୍ତରରେ (Record High) ପହଞ୍ଚି ଯାଇଛି।

ଯଦିଓ ଆଜି ତୈଳ ଦର ସ୍ଥିର ରହିଛି, କିନ୍ତୁ ଏହା ପୂର୍ୱରୁ ସୋମବାର, ୨୫ ମେ’ରେ ପେଟ୍ରୋଲ-ଡିଜେଲ ଦର ଲିଟର ପିଛା ୨.୫୦ଟଙ୍କାରୁ ଅଧିକ ବୃଦ୍ଧି କରାଯାଇଥିଲା। ୧୫ ମେ’ଠାରୁ ଏପର୍ଯ୍ୟନ୍ତ ଦୁଇ ସପ୍ତାହରୁ କମ ସମୟ ମଧ୍ୟରେ ଇନ୍ଧନ ମୂଲ୍ୟରେ ମୋଟ ଟଙ୍କା ୭.୫ର ବଡ଼ ଧରଣର ବୃଦ୍ଧି ଘଟିଛି, ଯାହା ଘରୋଇ ବଜେଟକୁ ସମ୍ପୂର୍ଣ୍ଣ ଭାବେ ବିଗାଡ଼ି ଦେଇଛି।

ବିଶେଷଜ୍ଞଙ୍କ ମତରେ, ପଶ୍ଚିମ ଏସିଆ (ମିଡିଲ ଇଷ୍ଟ)ରେ ଜାରି ରହିଥିବା ଯୁଦ୍ଧ ଏବଂ ଉତ୍ତେଜନା ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (କ୍ରୁଡ ଅଏଲ) ମୂଲ୍ୟ ଆକାଶଛୁଆଁ ହେବାରେ ଲାଗିଛି। ଗ୍ଲୋବାଲ ମାର୍କେଟ୍ରେ ଅଶୋଧିତ ତୈଳର ଏହି ବଦ୍ଧିତ ବୋଝକୁ ଗ୍ରାହକମାନଙ୍କ ଉପରକୁ ସ୍ଥାନାନ୍ତର କରିବାରେ (Price Pass-on) ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ କିଛିଟା ବିଳମ୍ୱ ହୋଇଥିଲା, ଯାହାର ଭରଣା ଏବେ କ୍ରମାଗତ ଚାରି ଥର ଦାମ ବଢ଼ାଇ କରାଯାଇଛି।

ପ୍ରମୁଖ ସହରଗୁଡ଼ିକରେ ଆଜିର ପେଟ୍ରୋଲ ଦର (ଲିଟର ପିଛା)
ଭୁବନେଶ୍ୱର:୧୦୮.୮୯
ନୂଆଦିଲ୍ଲୀ:୧୦୨.୧୨
କୋଲକାତା:୧୧୩.47

ଡିଜେଲ ଦର ମଧ୍ୟ ଜାଣି ରଖନ୍ତୁ (ଲିଟର ପିଛା)
ଭୁବନେଶ୍ୱର:୧୦୦.୬୦
ନୂଆଦିଲ୍ଲୀ:୯୫.୨୦
କୋଲକାତା:୯୯.୮୨


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସୀମାନ୍ତରେ ଆନ୍ଧ୍ର ମହିଳା ଓ ଶିଶୁବିକାଶ ମନ୍ତ୍ରୀଙ୍କ ଅନୁପ୍ରବେଶ, ଓଡ଼ିଶା ପ୍ରଶାସନ ଉପରେ…

ପଟ୍ଟାଙ୍ଗି,୧୦ା୬(ଶରତ କୁମାର ଧଳ): ଓଡ଼ିଶାର ସୀମାନ୍ତ ଗ୍ରାମରେ ପଡ଼ୋଶୀ ଆନ୍ଧ୍ର ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ ସରକାରୀ ଅଧିକାରୀ ଅନୁପ୍ରବେଶ କରି ସରକାରୀ…

ମୋଦିଙ୍କୁ ପ୍ରଶଂସାରେ ପୋତିଲା ପାକିସ୍ତାନର ବନ୍ଧୁ ଦେଶ: ଦିନେ କହୁଥିଲେ ‘ଇଣ୍ଡିଆ ଆଉଟ’ ଏବେ କହୁଛନ୍ତି…

ନୂଆଦିଲ୍ଲୀ,୧୦।୬: ନରେନ୍ଦ୍ର ମୋଦି ସ୍ବାଧୀନ ଭାରତର ଇତିହାସରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ସର୍ବାଧିକ ଦୀର୍ଘ ଦିନ ଧରି ରହିବାର ରେକର୍ଡ ସ୍ଥାପନ କରିଥିଲେ। ଏହି ଐତିହାସିକ ସଫଳତା…

ମୋହନ ସରକାରଙ୍କ ବଡ଼ ଘୋଷଣା, ସରକାରୀ କର୍ମଚାରୀଙ୍କ ୨ଟି ପିଲା ଥିଲେ…

ଭୋପାଳ,୧୦।୬: ସରକାରୀ କର୍ମଚାରୀ ଏବଂ ଚାକିରି ଆଶାୟୀମାନଙ୍କ ପାଇଁ ଏକ ବଡ଼ ଖବର ଆସିଛି: ସେମାନେ ଆଉ “ଦୁଇ ସନ୍ତାନ” ନିୟମର ଅଧୀନରେ ରହିବେ ନାହିଁ। ମଧ୍ୟପ୍ରଦେଶ…

ପେଟ୍ରୋଲ-ସିଲିଣ୍ଡର ପରେ ଏବେ ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ,୧୦।୬: ସରକାରଙ୍କ ନୂତନ ମୂଲ୍ୟ ସ୍ଥିରୀକରଣ ଯୋଜନା ଅନୁଯାୟୀ, ଘରୋଇ ବିମାନ କମ୍ପାନୀଗୁଡ଼ିକ ଏବେ ତିନି ବର୍ଷ ପର୍ଯ୍ୟନ୍ତ ବିମାନ ଟର୍ବାଇନ ଇନ୍ଧନ (ATF) ମୂଲ୍ୟ ସ୍ଥିର…

ଜଳୁଛି ଜଙ୍ଗଲ: ବନ୍ୟଜନ୍ତୁ ଗାଁ ମୁହାଁ

ମାଲକାନଗିରି,୧୦।୬: ମାଲକାନଗିରି ସଦର ମହକୁମାର ନିକଟ ଜଙ୍ଗଲରେ ନିଆଁ ଲାଗିଯାଇଛି। ନିଆଁ ମଙ୍ଗଳବାରଠାରୁ ଲାଗିଥିବା ବେଳେ ଏହାକୁ ଆୟତ୍ତ କରାଯାଇନାହିଁ। ଫଳରେ ବନ୍ୟଜନ୍ତୁ ଗାଁ ମୁହାଁ ହେଉଛନ୍ତି।…

କଂଗ୍ରେସରେ ମିଶିଯିବ TMC? ରାହୁଲଙ୍କୁ ଭେଟିଲେ… ରାଜନୀତିରେ ବଡ଼ ହଲଚଲ!

କୋଲକାତା,୧୦।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସ ଭିତରେ ଖିନ୍‌ଭିନ୍‌ ହେଉଥିବା ପରି ମନେ ହେଉଛି, ଦଳର ନେତାମାନେ ତୁରନ୍ତ ଇସ୍ତଫା ଦେଉଛନ୍ତି। ଏହା…

ଦିଦିଙ୍କୁ ଝଟ୍‌କା ପରେ ଝଟ୍‌କା: ପୁଣି ଏମ୍‌ପି ଦେଲେ ଇସ୍ତଫା

କୋଲକାତା,୧୦।୬: ତୃଣମୂଳ କଂଗ୍ରେସ (ଟିଏମସି)କୁ ଆଉ ଏକ ଝଟକା ଲାଗିଛି। ଏମ୍‌ପି ସୁସ୍ମିତା ଦେବ ରାଜ୍ୟ ସଭାରୁ ଇସ୍ତଫା ଦେଇଛନ୍ତି। ଏହା ପରେ ସେ ଆସାମ ମୁଖ୍ୟମନ୍ତ୍ରୀ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨ ବର୍ଷ ପୂର୍ତ୍ତି: ଦୀପ ଲଗାଇ ସ୍ବତନ୍ତ୍ର ପୂଜା, ପ୍ରାର୍ଥନା କଲେ ବିଧାୟକଙ୍କ ସହିତ ଶହ ଶହ ନେତା, କର୍ମୀ

ଛତ୍ରପୁର,୧୦।୬ (ଦିଲ୍ଲୀପ ସାମଲ): ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ଅଗ୍ରାହରମ ସାହି ସ୍ଥିତ ଶ୍ରୀ ଶ୍ରୀ ଗୌରୀଶଙ୍କର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri