ନୂଆ ନିର୍ବାଚନ କମିଶନର

ଜାତୀୟ ଓ ରାଜ୍ୟ ସ୍ତରରେ ହେଉଥିବା ନିର୍ବାଚନ ପ୍ରକ୍ରିୟା ପରିଚାଳନା କରିବା ଦାୟିତ୍ୱ ଭାରତର ନିର୍ବାଚନ କମିଶନ (ଇସିଆଇ) ଉପରେ ନ୍ୟସ୍ତ କରାଯାଇଛି। ଏକ ସ୍ବୟଂଶାସିତ ସାମ୍ବିଧାନିକ କର୍ତ୍ତୃପକ୍ଷ ଭାବେ ଇସିଆଇ ଲୋକ ସଭା, ରାଜ୍ୟ ସଭା, ରାଜ୍ୟ ବିଧାନସଭା, ରାଜ୍ୟ ବିଧାନ ପରିଷଦ ଏବଂ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଅନୁଷ୍ଠିତ ପ୍ରକ୍ରିୟାରେ ପ୍ରମୁଖ ଭୂମିକା ନିଭାଇଥାଏ। ସମ୍ବିଧାନର ଅନୁଚ୍ଛେଦ ୩୨୪ ଅନୁଯାୟୀ ଏହା କାର୍ଯ୍ୟ କରେ। ସର୍ବୋଚ୍ଚ ନ୍ୟାୟପାଳିକା, କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍‌ସି), କମ୍ପ୍‌ଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ ଅଫ୍‌ ଇଣ୍ଡିଆ ଭଳି ଇସିଆଇ ଉଭୟ ସ୍ବାୟତ୍ତତା ଓ ସ୍ବାତନ୍ତ୍ର୍ୟ ବହନ କରୁଥିବାରୁ ଏହାର ନିରପେକ୍ଷତା ସର୍ବଦା ଗୁରୁତ୍ୱ ବହନ କରିଥାଏ। ହେଲେ ନିର୍ବାଚନ କମିଶନରେ ଥିବା ବ୍ୟକ୍ତିଙ୍କ କାର୍ଯ୍ୟ ସନ୍ତୋଷଜନକ ନ ହେଲେ ଏହା ପକ୍ଷପାତିତା ଅଭିଯୋଗର ଶିକାର ହୋଇଥାଏ। ଆଜିର ଜଟିଳ ରାଜନୈତିକ ବାତାବରଣରେ ନିର୍ବାଚନ କମିଶନ ତାହାର ସାଙ୍କଟିଟି ବା ପବିତ୍ରତା ବଜାୟ ରଖିବା ଅତୀବ ଆବଶ୍ୟକ ହୋଇପଡ଼ିଲାଣି।
ଇସିଆଇର ଢାଞ୍ଚା ଦେଖିଲେ ସେଥିରେ ମୁଖ୍ୟ ନିର୍ବାଚନ କମିଶନର ଓ ଦୁଇ ଜଣ ନିର୍ବାଚନ କମିଶନର ପଦବୀ ରଖାଯାଇଛି। ନିକଟରେ ନିର୍ବାଚନ କମିଶନର ଥିବା ଅଶୋକ ଲାଭାସା ତାଙ୍କ ପଦବୀରୁ ଇସ୍ତଫା ଦେବା ପରେ ଅମଲାତନ୍ତ୍ରୀ ରାଜୀବ କୁମାରଙ୍କୁ ସେହି ପଦରେ ଅବସ୍ଥାପିତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଅଶୋକ ଏସିଆନ୍‌ ଡେଭଲପ୍‌ମେଣ୍ଟ ବ୍ୟାଙ୍କ (ଏଡିବି)ର ଭାଇସ୍‌ ପ୍ରେସିଡେଣ୍ଟ ଭାବେ ଯୋଗ ଦେବାକୁ ଥିବାରୁ ତାଙ୍କୁ ନିର୍ବାଚନ କମିଶନର ପଦ ତ୍ୟାଗ କରିବାକୁ ପଡ଼ିଛି। ଅନ୍ୟପକ୍ଷରେ ନୂଆ ନିର୍ବାଚନ କମିଶନର ଭାବେ ରାଜୀବଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ଦେବା ପରେ ସେ ୩୧ ଅଗଷ୍ଟରେ ଦାୟିତ୍ୱ ନେବେ।
ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ର ୧୯୮୪ ବ୍ୟାଚ୍‌ର ଝାଡ଼ଖଣ୍ଡ କ୍ୟାଡର ଅଧିକାରୀ ରାଜୀବ ନିର୍ବାଚନ କମିଶନର ପଦରେ ୨୦୨୫ ପର୍ଯ୍ୟନ୍ତ ରହିବେ। ସମ୍ଭବତଃ ୨୦୨୪ ଲୋକ ସଭା ନିର୍ବାଚନରେ ସେ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ତୁଲାଇପାରନ୍ତି। ନିୟମ ଅନୁଯାୟୀ ଜଣେ ନିର୍ବାଚନ କମିଶନର ତାଙ୍କ ପଦବୀରେ ୬ ବର୍ଷ କିମ୍ବା ବୟସ ୬୫ ହେବା ଯାଏ ରହିପାରିବେ। ରାଜୀବ ଫେବୃୟାରୀ ୧୯୬୦ରେ ଜନ୍ମଗ୍ରହଣ କରିଥିବାରୁ ସେ ମୁଖ୍ୟ ହେବା ସମ୍ଭାବନା ରହିଛି। ସେ ଏବେ ପବ୍ଲିକ୍‌ ଏଣ୍ଟରପ୍ରାଇଜେସ୍‌ ସିଲେକ୍‌ଶନ ବୋର୍ଡ (ପିଇଏସ୍‌ବି)ର ଅଧ୍ୟକ୍ଷ ରହିଛନ୍ତି। ପୂର୍ବରୁ ୧ ସେପ୍ଟେମ୍ବର ୨୦୧୭ରୁ ୨୯ ଫେବୃୟାରୀ ୨୦୨୦ ପର୍ଯ୍ୟନ୍ତ କେନ୍ଦ୍ରରେ ଅର୍ଥ ସଚିବ ଥିଲେ। ଅର୍ଥ ଓ କାର୍ମିକ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କଲା ବେଳେ ବ୍ୟାଙ୍କିଙ୍କ୍‌ ଏବଂ ଅମଲାତାନ୍ତ୍ରିକ କାର୍ଯ୍ୟରେ ସେ ଅନେକ ସଂସ୍କାର ଆଣିଥିଲେ। ୨୦୧୭ରେ ମୁଖ୍ୟତଃ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ସମେତ ଅଧିକାଂଶ ବ୍ୟାଙ୍କ ଯେତେବେଳେ କ୍ଷତିର ସମ୍ମୁଖୀନ ହୋଇଥିଲେ ସେତେବେଳେ ରାଜୀବ କୁମାର ଅର୍ଥସେବା ବିଭାଗରେ ନେଇଥିବା ମୌଳିକ ପରିବର୍ତ୍ତନ ତାଙ୍କୁ ଚର୍ଚ୍ଚାକୁ ଆଣିଥିଲା। ଏଥିସହିତ ପଦୋନ୍ନତି ଓ ନିଯୁକ୍ତି ଦିଗରେ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି (ଏସିସି)ରେ ଦେଖାଦେଉଥିବା ସମସ୍ୟା ସମାଧାନ ଓ କାର୍ଯ୍ୟକୁ ସୁଗମ କରିବାରେ ରାଜୀବଙ୍କ ଅବଦାନ ଅନେକ ରହିଛି। ତେବେ ନିର୍ବାଚନ କମିଶନର ଭଳି ଅତି ସମ୍ବେଦନଶୀଳ ପଦବୀ ଦାୟିତ୍ୱ ପୂର୍ବାପେକ୍ଷା ତାଙ୍କ ପାଇଁ ଅଧିକ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ। କାରଣ ସାମ୍ବିଧାନିକ ନିୟମ ଦେଇ ଗତି କଲା ବେଳେ ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷଙ୍କ ତୀକ୍ଷ୍ଣ ନଜର ତାଙ୍କ ପ୍ରତିଟି କାର୍ଯ୍ୟ ଉପରେ ନିବଦ୍ଧ ରହିବା ସ୍ବାଭାବିକ। ପୁଣି ଯଦି ୨୦୨୪ ସାଧାରଣ ନିର୍ବାଚନ ବେଳକୁ ସେ ମୁଖ୍ୟ ନିର୍ବାଚନ କମିଶନର ପଦବୀରେ ଆସୀନ ହୋଇଯାଇଥିବେ ତାହା ହେଲେ ସେହି ଦାୟିତ୍ୱ ଅଧିକ ଆହ୍ବାନ ସୃଷ୍ଟି କରିବ। ରାଜୀବ କୁମାରଙ୍କ ପ୍ରଶାସନିକ କ୍ଷେତ୍ରରେ ବିଶେଷ ଦୂରଦୃଷ୍ଟି ରହିଥିବାରୁ ଓ ପୂର୍ବ ସମୟରେ ସେ ତୁଲାଇ ଆସିଥିବା କାର୍ଯ୍ୟଧାରାରେ ଅନେକ ପରିବର୍ତ୍ତନ ଆଣିପାରିଥିବାରୁ ଏଭଳି ସାମ୍ବିଧାନିକ ପଦବୀ ପରିଚାଳନା ତାଙ୍କ ପାଇଁ ନୂଆ ସୁଯୋଗ ଭାବେ ଉଭା ହେବ।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri