ବିହନ ସଙ୍କଟରେ ଆଳୁ ଚାଷୀ

କେନ୍ଦ୍ରାପଡ଼ା,୩।୧୧(ଜଗନ୍ନାଥ ଧଳ): ନଭେମ୍ବର ପହିଲାରୁ ଚାଷୀଙ୍କୁ ଆଳୁ ବିହନ ଯୋଗାଣ ହେବ ବୋଲି କୃଷି ମନ୍ତ୍ରୀ ଘୋଷଣା କରିଥିଲେ। ହେଲେ ତାହା କାର୍ଯ୍ୟକାରୀ ହୋଇ ପାରିଲା ନାହିଁ।କେନ୍ଦ୍ରାପଡ଼ା ଜିଲାର ଆଳୁ ଚାଷୀ ବିହନ ସଙ୍କଟରେ ପଡିଛନ୍ତି। ସରକାରୀ ବିହନ ଯୋଗାଣ ଅଦ୍ୟାବଧି ହୋଇ ନ ଥିବାରୁ ବଜାରରୁ ଅଧିକ ଦାମ ଦେଇ ବିହନ କ୍ରୟ କରୁଛନ୍ତି।ଏହି ବିହନ ଦ୍ୱାରା କେତେଦୂର ସଫଳତା ମିଳିବ ସେନେଇ ଚାଷୀମାନେ ଆଶଙ୍କା ପ୍ରକଟ କରିଛନ୍ତି। ଜିଲାରେ ପ୍ରତିଦିନ ୬୦୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଆଳୁ ବ୍ୟବହାର ହେଉଥିଲେ ମଧ୍ୟ ପ୍ରାୟ ୭୦୦ ହେକ୍ଟର ଜମିରେ ପ୍ରତିବର୍ଷ ଆଳୁ ଚାଷ ହୋଇଥାଏ।ଚଳିତ ବର୍ଷ ୧ ହଜାର ହେକ୍ଟର ଜମିରେ ଆଳୁ ଚାଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ହେକ୍ଟର ପିଛା ୧୫ କୁଇଣ୍ଟାଲ ହିସାବରେ ଚାଷୀଙ୍କୁ ୧୫ ହଜାର କୁଇଣ୍ଟାଲ ବିହନ ଆବଶ୍ୟକ। ତେବେ ଅଦ୍ୟାବଧି କେଜିଏ ବି ସରକାରୀ ବିହନ ଚାଷୀଙ୍କ ନିକଟରେ ପହଞ୍ଚତ୍ ନାହିଁ ବୋଲି ଅଭିଯୋଗ ହୋଇଛି।
ଏ ସଂକ୍ରାନ୍ତରେ ଜିଲା କୃଷକ ସଭା ସମ୍ପାଦକ ଗୟାଧର ଧଳ କହିଛନ୍ତି, ଆଳୁ ଏକ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ। ଗତ କିଛି ମାସ ଧରି ଆଳୁର ଦାମ ହୁହୁ ହୋଇ ବଢ଼ୁଛି। ସାମୁଦ୍ରିକ ଝଡ଼ ଦାନା ଓ ଗତ ଲଘୁଚାପଜନିତ ବର୍ଷା ଖରିଫ ଚାଷକୁ ଉଜାଡି ଦେଇଛି। ଆଳୁ ଚାଷ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ ଚାଷୀଙ୍କୁ ଉପଯୁକ୍ତ ବିହନ ମିଳିନାହିଁ। ଜିଲା ଉଦ୍ୟାନ ବିଭାଗକୁ ଏନେଇ ଚାଷୀ ବାରମ୍ବାର ଦୌଡୁଥିଲେ ମଧ୍ୟ ବିହନ ଆସି ନ ଥିବା ସୂଚନା ମିଳୁଛି ା ଚାଷୀଙ୍କ ହାଡଭଙ୍ଗା ପରିଶ୍ରମ ବିହନ ବିହୁନେ ନଷ୍ଟ ହୋଇଯାଉଛି। ବଜାରରେ ବିହନ କେଜି ୬୦ ଟଙ୍କା ଥିବା ବେଳେ ସରକାରୀ ବିହନ କେଜି ପ୍ରତି ୧୧ରୁ ୧୭ ଟଙ୍କାରେ ମିଳିବା ଆଶା ରହିଥିବା ବୋଲି ସେ ପ୍ରକାଶ କରିଛନ୍ତି। ଡେରାବିଶ ବ୍ଲକ କୁଶିଆପାଳ ଗ୍ରାମର ଚାଷୀ ସୁନାକର ରାଉତ କହିଛନ୍ତି, ଆଳୁ ଦରରେ ଏବେ ପକ୍ଷୀ ଲାଗିଛି। ପ୍ରତିଦିନ ଦାମ ଅଧିକ ହେଉଛି। ଏଥିପାଇଁ ଚାଷୀ ଆଳୁ ଲଗାଇବା ପାଇଁ ପ୍ରସ୍ତୁତିକୁ ଶେଷ ପର୍ଯ୍ୟାୟରେ ରଖିଥିଲେ ମଧ୍ୟ ବିହନ ମିଳୁନାହିଁ। ବଜାର ବିହନ ଉପରେ ଭରସା ନ ଥିବା କହିଥିବା ବେଳେ ୧୩ ଏକର ଜମିରେ ଆଳୁ ଚାଷ କରିବେ ବୋଲି ସେ କହିଛନ୍ତି। କୃଷକ ନେତା ବିଧୁଭୂଷଣ ମହାପାତ୍ର କୁହନ୍ତି, ୨୦୧୫ରେ ସରକାର ଆଳୁ ମିଶନ କାର୍ଯ୍ୟକାରୀ କଲେ। ଇତିମଧ୍ୟରେ ୯ ବର୍ଷ ପୂରଣ ହେବ।ଏବେ ଆଳୁ କ୍ଷେତରେ ଲଗାଇବା ସମୟ ମାତ୍ର ବିହନ ମିଳୁନାହିଁ। ଜିଲାରେ ଶୀତଳ ଭଣ୍ଡାର ଗଠନ ସମ୍ପର୍କରେ କୌଣସି ସୂଚନା ନାହିଁ। ଶୀତଳ ଭଣ୍ଡାର ନ ଥିଲେ ଆଳୁ ସଂରକ୍ଷଣ ଅସମ୍ଭବ।ତୁରନ୍ତ ଆଳୁ ବିହନ ଚାଷୀଙ୍କୁ ଯୋଗାଣ ସହିତ ଶୀତଳ ଭଣ୍ଡାର ଗଠନ ସମ୍ପର୍କରେ ଜିଲା ପ୍ରଶାସନ ନିଷ୍ପତ୍ତି ନେବାକୁ ସେ ଦାବି କରିଛନ୍ତି।
ଏସମ୍ପର୍କରେ ଉଦ୍ୟାନ କୃଷି ବିଭାଗ ଉପ ନିର୍ଦ୍ଦେଶକ ସୁକୁମାର ଦତ୍ତ କହିଛନ୍ତି, ବିହନ ପାଇଁ ଇଣ୍ଡେଣ୍ଟ ଯାଇଛି। ଜିଲାକୁ ବିହନ ଆସି ନାହିଁ। ଖୁବ୍‌ ଶୀଘ୍ର ଆଳୁ ବିହନ ପହଞ୍ଚତ୍ ଯିବ ବୋଲି ଉପନିର୍ଦ୍ଦେଶକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri