ଗଞ୍ଜାମ,୯।୬(ବିଦ୍ୟାଧର ସାହୁ): କାଳବୈଶାଖୀ ପ୍ରଭାବରେ ଝଡତୋଫାନ ଘଟି ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମରେ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। ଝଡ଼ତୋଫାନ ବର୍ଷା ଯୋଗୁ ଅଞ୍ଚଳର ବହୁ ବଡ଼ ବଡ଼ ଗଛ ଟଳି ପଡ଼ିଥିବା ବେଳେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର ଛିଣ୍ଡି ଖୁଣ୍ଟି ଓଲଟି ପଡିଛି। ଫଳର ଉକ୍ତ ପଞ୍ଚାୟତର ଖଟୁଆକୁଦା, ପୋଡ଼ମ ପେଟା, କଣ୍ଟିଆ ଗଡ଼ ଏବଂ ଗୋଖର କୁଦା ଆଦି ୪ ଗାଁ ଅନ୍ଧାରରେ ରହିଥିବା ଜଣାପଡିଛି।
ଏହାର ପ୍ରଭାବରେ ନୀଳାଦ୍ରି ପୁର ଗ୍ରାମରେ ମଧ୍ୟ ବିଦ୍ୟୁତ୍ ସେବା ବ୍ୟାହତ ହୋଇଥିଲା।ହେଲେ ମଙ୍ଗଳବାର ସନ୍ଧ୍ୟାରେ ଯୁଦ୍ଧକାଳୀନ ଭିତ୍ତିରେ ସଜଡା ଯାଇଥିଲେ ମଧ୍ୟ ଅନ୍ୟ ଗ୍ରାମଗୁଡିକକୁ କରେଣ୍ଟ ନ ଆସିବାରୁ ଅସନ୍ତୋଷ ଦେଖା ଦେଇଛି l
ଅନ୍ୟପକ୍ଷେ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଯୋଗୁ ଲୋକେ ଅସ୍ତବ୍ୟସ୍ତ ହୋଇ ପଡୁଥିବା ବେଳେ ଜନସାଧାରଣଙ୍କ ପ୍ରତି ବିଦ୍ୟୁତ୍ ବିଭାଗର ସେଭଳି ତତ୍ପରତା ନ ଥିବା ଖଟୁଆ କୁଦା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ବୁଧବାର ସୁଦ୍ଧା ବିଦ୍ୟୁତ୍ ସଂଯୋଗ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଗୋଖର କୁଦା ଗ୍ରାମବାସୀ ଚେତାବନୀ ଦେଇଛନ୍ତି l

