Odisha Elections 2024
Posted inଜାତୀୟ

ଜବତ ଜାହାଜର ୧୭ କର୍ମଚାରୀଙ୍କୁ ଭେଟିପାରିବେ ଭାରତୀୟ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ,୧୬ା୪(ପି.ଟି.): ଇରାନ ସେନା କବ୍‌ଜା କରିଥିବା ଇସ୍ରାଏଲୀ ମାଲ୍‌ବାହୀ ଜାହାଜର ୧୭ କର୍ମଚାରୀଙ୍କୁ ଭାରତୀୟ କର୍ତ୍ତୃପକ୍ଷ ଭେଟିପାରିବେ। ଏଥିପାଇଁ ଇରାନ ଅନୁମତି ଦେବ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରୀ ହୋସେନ୍‌ ଅମିର-ଅବଦୁଲ୍ଲାହିଆନ୍‌ କହିଛନ୍ତି। ପ୍ରତିପକ୍ଷ ଏସ୍‌. ଜୟଶଙ୍କରଙ୍କ ସହ ଟେଲିଫୋନ୍‌ କଥାବାର୍ତ୍ତା ବେଳେ ଅବଦୁଲ୍ଲାହିଆନ୍‌ ଉପରୋକ୍ତ ସୂଚନା ଦେଇଛନ୍ତି। କଣ୍ଟେନର ଜାହାଜରେ ଥିବା ଭାରତୀୟ କ୍ରିଉ ମେମ୍ବରମାନଙ୍କୁ ମୁକ୍ତ କରିଦେବା ପାଇଁ ଜୟଶଙ୍କର ଇରାନ ବହିର୍ବ୍ୟାପାର ମନ୍ତ୍ରୀଙ୍କୁ କହିଥିଲେ। ସୂଚନାଯୋଗ୍ୟ, ଇରାନର ଅର୍ଦ୍ଧସାମରିକ ରିଭଲ୍ୟୁଶନାରି ଗାର୍ଡ ଶନିବାର ଇସ୍ରାଏଲୀ ସ୍ବୀକୃତିପ୍ରାପ୍ତ ମାଲ୍‌ବାହୀ ଜାହାଜକୁ ହୋରମୁଜ୍‌ ପ୍ରଣାଳୀରୁ ଜବତ କରିଥିଲା। ସୈନ୍ୟମାନେ ଏକ ହେଲିକପ୍ଟରରୁ ଉକ୍ତ ଜାହାଜ ଉପରେ ଖସିଥିଲେ। ଇରାନ ଉକ୍ତ ଅଞ୍ଚଳରେ ଉତ୍ତେଜନା ବଢ଼ାଉଥିବାବେଳେ ଜାହାଜ ଜବତ କରିବାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଇସ୍ରାଏଲୀ ସେନା ଚେତାବନୀ ଦେଇଥିଲା। ସେହିଦିନ ବିଳମ୍ବିତ ରାତିରେ ଇରାନ ଇସ୍ରାଏଲ୍‌ ଉପରେ ୩୦୦ ମିଶାଇଲ୍‌ ଓ ଡ୍ରୋନ୍‌ ମାଡ଼ କରିଥିବାବେଳେ ଇସ୍ରାଏଲୀ ଡିଫେନ୍ସ ସିଷ୍ଟମ ୯୯ ପ୍ରତିଶତ ମିଶାଇଲକୁ ପ୍ରତିହତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜିତିଲେ ସିବଲ, ସୁପ୍ରିମକୋର୍ଟ ବାର ଆସୋସିଏଶନର ଅଧ୍ୟକ୍ଷ ହେଲେ କପିଲ ସିବଲ

ନୂଆଦିଲ୍ଲୀ,୧୬।୫: ବରିଷ୍ଠ ଓକିଲ କପିଲ ସିବଲ ସୁପ୍ରିମକୋର୍ଟ ବାର ଆସୋସିଏସନର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ଗୁରୁବାର (୧୬ ମେ’) ରେ ଅନୁଷ୍ଠିତ ନିର୍ବାଚନରେ କପିଲ...

ସୋସିଆଲ ମିଡିଆରେ କଂଗ୍ରେସ ହିଟ! କଂଗ୍ରେସର ମନିଫେଷ୍ଟୋକୁ ୮୮ ଲକ୍ଷଥର କରାଯାଇଛି ଡାଉନଲୋଡ

ନୂଆଦିଲ୍ଲୀ,୧୬।୫: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଅଭିଯାନ କେବଳ ମଇଦାନରେ କରାଯାଉନାହିଁ, ସୋସିଆଲ ମିଡିଆ ମଧ୍ୟ ଏହାର ପ୍ରଚାର ପାଇଁ ଏକ ପ୍ରମୁଖ ମାଧ୍ୟମ...

ଗୋଟିଏ ମଞ୍ଚରେ ଏକାଠି ନଜର ଆସିବେ ମୋଦି-ରାଜ ଠାକରେ

ମୁମ୍ବାଇ,୧୬।୫: ଭାଜପା ଏହାର ସହଯୋଗୀ ତଥା ମହାରାଷ୍ଟ୍ର ନବନିର୍ମାଣ ସେନାଙ୍କ ସହ ମହାରାଷ୍ଟ୍ରର ଅବଶିଷ୍ଟ ୧୩ ଟି ସିଟ ଉପରେ ବାଜି ଲଗାଇବାକୁ ପ୍ରସ୍ତୁତ ହେଉଛି।...

କୋଭିଶିଲ୍ଡ ଟିକାର ମାରାତ୍ମକ ରକ୍ତଜମାଟ ପ୍ରତିକ୍ରିୟା ଭିଆଇଟିଟି

ନୂଆଦିଲ୍ଲୀ,୧୬ା୫ : ଆଷ୍ଟ୍ରାଜେନିକା କମ୍ପାନୀ ଏହାର କୋଭିଶିଲ୍ଡ ଟିକାକୁ ସାରା ବିଶ୍ୱରୁ ପ୍ରତ୍ୟାହାର କରିନେବାର ସପ୍ତାହେ ପରେ ଏହାର ଅନ୍ୟ ଏକ ମାରାତ୍ମକ ପାର୍ଶ୍ୱ ପ୍ରତିକ୍ରିୟା...

କାଳବୈଶାଖୀ ନେଲା ୧୧ ଜୀବନ

କୋଲକାତା,୧୬।୫: ଗୁରୁବାର ପଶ୍ଚିମବଙ୍ଗର ମାଲଦାଠାରେ ପ୍ରକୃତି ତାଣ୍ଡବ ରଚିଛି। ବାତ୍ୟା ପରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟିଥିବାର ସୂଚନା ମିଳିଛି ଯେଉଁଥିରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର...

ଏନଡିଏରେ ସାମିଲ ହେଲେ ଦାଗି ନେତାଙ୍କ ପ୍ରତି ସଫ୍ଟ ହୋଇ ଯାଉଛି କେନ୍ଦ୍ରୀୟ ଏଜେନ୍ସି? ଜବାବ ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୬।୫: ଲୋକ ସଭା ନିର୍ବାଚନ ପାଇଁ ଚାରୋଟି ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଇଛି। ୪୦୦ ଟି ଆସନ ଲକ୍ଷ୍ୟ ହାସଲ କରିବା ପାଇଁ ଭାରତୀୟ ଜନତା...

ଆରମ୍ଭ ହେଲା ହୋମ ଭୋଟିଂ, ୧୦୨୨ ଭୋଟର ଘରେ ଭୋଟ ଦେବାକୁ ବାଛିଲେ ବିକଳ୍ପ

ନୂଆଦିଲ୍ଲୀ,୧୬।୫: ମେ ୨୫ରେ ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଗୁରୁଗ୍ରାମ ଲୋକ ସଭା ଆସନରେ ମତଦାନ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ଗୁରୁଗ୍ରାମର କୌଣସି...

ପୋଲିସକୁ ବୟାନ ଦେଲେ ଶ୍ୱାତି ମାଲିଓ୍ବାଲ, କହିଲେ ସମ୍ପୂର୍ଣ୍ଣ ଘଟଣାକ୍ରମ

ନୂଆଦିଲ୍ଲୀ,୧୬।୫: ଦୀର୍ଘ ସମୟର ଅପେକ୍ଷା କରିବା ପରେ ରାଜ୍ୟ ସଭା ଏମପି ଶ୍ୱାତି ମାଲିୱାଲ ଶେଷରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘର ନିକଟରେ ତାଙ୍କ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri