ରିଷିଡ଼ା,୧୦ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଜନୈକ ମହିଳାଙ୍କଠାରୁ ଓ ବିଭିନ୍ନ ଅଞ୍ଚଳର ଲୋକମାନଙ୍କଠୁ ସରକାରୀ ସହାୟତା ଯୋଗାଇ ଦେବା ନାମରେ ପୌରକେଲା ଗ୍ରାମର ହଜାରୁ ଦଣ୍ତସେନା ନାମକ ଜଣେ ବ୍ୟକ୍ତି ଟଙ୍କା ଠକି ନେଇଥିଲେ। ଏବିଷୟରେ କେସିଙ୍ଗା ସିଡିପିଓ ସନ୍ଦୀପ ମାଝୀଙ୍କଠାରେ ଅଭିଯୋଗ ହୋଇଥିଲା। ଏ ବିଷୟକୁ ଗୁରୁତର ସହ ନେଇ ଏକ ତିନି ଜଣିଆ ଟିମ୍ ଗଠନ କରି ତଦନ୍ତ ଚଳାଇ ଉକ୍ତ ଦଲାଲ ବ୍ୟକ୍ତିଙ୍କୁ ଧରି ସମସ୍ତଙ୍କୁ ଥାନାରେ ଟଙ୍କା ଫେରସ୍ତ କରିଥିଲେ। ଅଭିଯୋଗକାରୀମାନେ ମୋଟା ଅଙ୍କର ଟଙ୍କା ଫେରସ୍ତ ପାଇଥିଲେ। ଏହିପରି ଠକ ଦଲାଲମାନଙ୍କ ପ୍ରତି ସାବଧାନ ରହିବା ସହ ପୋଲିସକୁ ଜଣାଇବା ପାଇଁ କେସିଙ୍ଗା ସିଡିପିଓ ସନ୍ଦୀପ ମାଝୀ ଆହ୍ବାନ ଦେଇଛନ୍ତି।
ପ୍ରକାଶ ଥାଉ କି, ଏହି ବ୍ୟକ୍ତି ଅନ୍ୟ ସ୍ଥାନୀୟ ଟାଉଟରମାନଙ୍କୁ ଧରି ବହୁ ଜାଗାରେ ଏପରି କାରନାମା କରୁଥିବା ଚର୍ଚ୍ଚା ହେଉଛି।

