Posted inଜାତୀୟ

ରାହୁଲଙ୍କ ହାତ ଧରିବ ଟିଏମସି, ମମତା ହେବେ ଉପାଧ୍ୟକ୍ଷ, ଡିଲ୍‌ ଫାଇନାଲ!

କୋଲକାତା,୧୦।୬: କଂଗ୍ରେସରେ ଟିଏମସି (TMC) ର ମିଶ୍ରଣକୁ ନେଇ ଚର୍ଚ୍ଚା ଜୋର ଧରିଛି। ମିଳିଥିବା ସୂଚନା ଅନୁସାରେ, ସୋନିଆ ଗାନ୍ଧୀଙ୍କ ପକ୍ଷରୁ ମିଳିଥିବା ପ୍ରସ୍ତାବ ଉପରେ ମମତା ବାନାର୍ଜୀ ପ୍ରସ୍ତୁତ ଥିବା ଜଣାପଡ଼ୁଛି, କିନ୍ତୁ ସେ ଅଭିଷେକ ବାନାର୍ଜୀଙ୍କ ଜରିଆରେ ରାହୁଲ ଗାନ୍ଧୀଙ୍କ ସାମ୍ନାରେ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। ମମତା ଓ ଅଭିଷେକଙ୍କ ବ୍ୟାକ-ଟୁ-ବ୍ୟାକ ଦିଲ୍ଲୀ ଗସ୍ତ ପରେ ଚର୍ଚ୍ଚା। ଦିନକ ପୂର୍ବରୁ ସୋନିଆଙ୍କୁ ଭେଟିଥିଲେ ମମତା। ଆଜି ରାହୁଲଙ୍କୁ ଦିଲ୍ଲୀରେ ଭେଟିଲେ ଅଭିଷେକ। ମମତାଙ୍କୁ କଂଗ୍ରେସର ଜାତୀୟ ଉପସଭାପତି ଅଫର ଥିବା ଚର୍ଚ୍ଚା; ଅଭିଷେକଙ୍କୁ କଂଗ୍ରେସ ମହାସଚିବ ପଦ ଅଫର ଚର୍ଚ୍ଚା।

ସୂତ୍ର ଅନୁସାରେ, ଅଭିଷେକ ବାନାର୍ଜୀ ରାହୁଲ ଗାନ୍ଧୀଙ୍କ ସହ ହୋଇଥିବା ବୈଠକରେ ଏହି ବିଷୟରେ ଆଲୋଚନା କରିଛନ୍ତି। ଟିଏମସି ନେତା କଂଗ୍ରେସ ନେତୃତ୍ୱ ସାମ୍ନାରେ ଦାବି ରଖିଛନ୍ତି ଯେ ମମତା ବାନାର୍ଜୀଙ୍କୁ ରାଜ୍ୟ ସଭାକୁ ପଠାଯାଉ। କେବଳ ସେତିକି ନୁହେଁ, ତାଙ୍କୁ ରାଜ୍ୟ ସଭାରେ ବିରୋଧୀ ଦଳ ନେତା ପଦ ମଧ୍ୟ ଦିଆଯାଉ। ତେବେ ଏହା ଉପରେ କଂଗ୍ରେସ ପକ୍ଷରୁ କଣ କୁହାଯାଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସୋନିଆ ଗାନ୍ଧୀ ନିଜେ ଫୋନ କରି ମମତା ବାନାର୍ଜୀଙ୍କୁ ଟିଏମସିର କଂଗ୍ରେସରେ ମିଶ୍ରଣ ପାଇଁ ପ୍ରସ୍ତାବ ଦେଇଥିଲେ। ସୂତ୍ର ଅନୁସାରେ, ସୋନିଆ ଗାନ୍ଧୀ ମମତା ବାନାର୍ଜୀଙ୍କୁ କହିଛନ୍ତି ଯେ ସେ ଟିଏମସିର ମିଶ୍ରଣ କରିଦିଅନ୍ତୁ, ଏହାର ବଦଳରେ ତାଙ୍କୁ କଂଗ୍ରେସର ଜାତୀୟ ଉପାଧ୍ୟକ୍ଷ କରାଯିବ। ଏହା ବ୍ୟତୀତ ତାଙ୍କ ଭଣଜା ତଥା ଏମପି ଅଭିଷେକ ବାନାର୍ଜୀଙ୍କୁ ମଧ୍ୟ ଦଳର ସାଧାରଣ ସମ୍ପାଦକ ପଦ ଦିଆଯିବ।

କଂଗ୍ରେସ ସଂସଦୀୟ ଦଳର ନେତ୍ରୀ ମମତା ବାନାର୍ଜୀଙ୍କୁ ପ୍ରସ୍ତାବ ଦେଇଥିଲେ ଯେ, ଟିଏମସି ଉପରେ ଭାଜପାର ରାଜନୈତିକ ଆକ୍ରମଣକୁ ଦେଖି ସେ ନିଜ ଦଳକୁ କଂଗ୍ରେସ ସହ ମିଶ୍ରଣ କରିଦେବା ଉଚିତ, ନଚେତ ଭାଜପା ସେମାନଙ୍କୁ ମଧ୍ୟ ଆମ ଆଦମୀ ପାର୍ଟି (AAP) ଭଳି ହଇରାଣ କରିବ। ଏହାସହ ତାଙ୍କ ଦଳର କିଛି ଆଭ୍ୟନ୍ତରୀଣ ଲୋକ ମଧ୍ୟ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ଅଛନ୍ତି, ତେଣୁ ସେମାନଙ୍କ ପାଇଁ ପରିସ୍ଥିତି କଠିନ ହୋଇଯାଇଛି। ସୂତ୍ରରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ମମତା ବାନାର୍ଜୀ ଏହା ଉପରେ ନିଷ୍ପତ୍ତି ନେବା ପାଇଁ କିଛି ଦିନର ସମୟ ମାଗିଛନ୍ତି।

କଂଗ୍ରେସରେ ଟିଏମସିର ମିଶ୍ରଣ ଆଶଙ୍କା ସେତେବେଳେ ଆହୁରି ଦୃଢ଼ ହେଲା, ଯେତେବେଳେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଗତ ଦୁଇ ଦିନରେ (୮ ଓ ୯ ଜୁନ) ଦୁଇଥର କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତାଙ୍କ ବାସଭବନ ‘୧୦ ଜନପଥ’ରେ ଭେଟିଥିଲେ। ବୈଠକ ସମୟରେ ଉଭୟ ନେତାଙ୍କ ମଧ୍ୟରେ ବେଶ ଆନ୍ତରିକତା ଦେଖିବାକୁ ମିଳିଥିଲା। ମମତା ଏବଂ ସୋନିଆ ପରସ୍ପରକୁ ଆଲିଙ୍ଗନ ମଧ୍ୟ କରିଥିଲେ। ଏହାପରେ ଆଜି ରାହୁଲ ଗାନ୍ଧୀ ଏବଂ ଅଭିଷେକ ବାନାର୍ଜୀଙ୍କ ମଧ୍ୟରେ ମଧ୍ୟ ସାକ୍ଷାତକାର ହୋଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାହୁଲ ଗାନ୍ଧୀ ଏବଂ ଅଭିଷେକ ବାନାର୍ଜୀଙ୍କ ମଧ୍ୟରେ ୧୦ ଜନପଥରେ ହୋଇଥିବା ଏହି ବୈଠକ ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?