Odisha Elections 2024

ଶକ୍ତିଶାଳୀ ଆଇଇଡି ବୋମା ଜବତ

ମାଲକାନଗିରି, ୯ା୧(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲାରେ କୋମ୍ବିଂ ଅପରେଶନ ବେଳେ ସୋମବାର ଯବାନମାନେ ଏକ ଶକ୍ତିଶାଳୀ ଆଇଇଡି ବୋମା ସହ କିଛି ମାଓବାଦୀ ପୋଷ୍ଟର ଜବତ କରିଛନ୍ତି। ନାରାୟଣପୁର ଜିଲାର ଗୋରା ଗ୍ରାମ ନିକଟ ଜଙ୍ଗଲରେ ସ୍ଥାନୀୟ ପୋଲିସ ଓ ଡିଆରଜି ଯବାନମାନେ କୋମ୍ବିଂ ଅପରେଶନ କରୁଥିଲେ। ଏହି ସମୟରେ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ସେହି ଅଞ୍ଚଳରେ ଖଞ୍ଜିଥିବା ଏକ ଆଇଇଡି ବୋମାକୁ ଯବାନମାନେ ଠାବ କରିଥିଲେ। ଏହାର ଓଜନ ୨୫ କେଜି। ଅତ୍ୟନ୍ତ ଶକ୍ତିଶାଳୀ ଥିବା ଏହି ବୋମା ବିସ୍ଫୋରଣ ହୋଇଥିଲେ ଯବାନମାନଙ୍କୁ ବଡ଼ଧରଣର କ୍ଷତି ପହଞ୍ଚାଇଥାନ୍ତା। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ବୋମାକୁ ଜବତ କରି ଯବାନମାନେ ନିଷ୍କ୍ରିୟ କରିଦେବାରୁ ଏକ ବିପଦ ଟଳିଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳରେ କୋମ୍ବିଂ ଅପରେଶନ ଜାରି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସକାଳ ୯ଟା ସୁଦ୍ଧା ବରଗଡ଼ ଜିଲାରେ ମତଦାନ ହାର:ଭଟଲିରେ ସର୍ବାଧିକ, ବିଜେପୁରରେ ସର୍ବନିମ୍ନ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା ଧାଡ଼ି...

ଚାଲିଛି ଗଣତନ୍ତ୍ରର ମହାପର୍ବ: ଭୋଟ ଦେବାକୁ ପ୍ରବଳ ଭିଡ଼

ଫୁଲବାଣୀ, ୨୦।୫(ରାକେଶ କୁମାର ରାଉତ):ସାଧାରଣ ନିର୍ବାଚନର ଦିତୀୟ ପର୍ଯ୍ୟାୟରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଭୋଟ ଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ସକାଳ ୭ଟାରୁ ଭୋଟ ଦାନ...

ସସ୍ତ୍ରୀକ ଭୋଟ୍‌ ଦେଲେ କଂଗ୍ରେସ ପ୍ରାର୍ଥୀ ନିପନ ଦାଶ

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ମତଦାତାଙ୍କ ଲମ୍ବା ଧାଡ଼ି...

ମତଦାନ କଲେ କଂଗ୍ରେସ ପ୍ରାର୍ଥୀ ଚିତ୍ରସେନ

ପୁରୁଷୋତ୍ତମପୁର,୨୦ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନ ଲାଗି ସୋମବାର ସକାଳୁ ନିର୍ଦ୍ଧାରିତ ସମୟରେ ମତଦାନ ଆରମ୍ଭ ହୋଇଛି। ଏଥିରେ କଂଗ୍ରେସ ପକ୍ଷରୁ ଖଲ୍ଲିକୋଟ...

ପଙ୍କାଳସାହିରେ ଭୋଟ୍‌ ବର୍ଜନ

ନୟାଗଡ଼,୨୦ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଦଶପଲା ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ଚାଲୁ ରହିଥିବା ବେଳେ ଅଧିକାଂଶ ସ୍ଥାନରେ ଇଭିଏମ୍‌ ଅଚଳ ଥିବା ଦେଖିବାକୁ ମିଳୁଛି। ନୂଆଗାଁ...

ଧାଡ଼ିରେ ଠିଆ ହୋଇ ମତଦାନ କଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ମତଦାତାଙ୍କ ଲମ୍ବାଧାଡ଼ି ଲାଗିଛି।...

ନୟାଗଡ଼ର ଅଧିକାଂଶ ସ୍ଥାନରେ ଇଭିଏମ୍‌ ଅଚଳ, ବୁଥ୍‌ରେ ଚାପା ଉତ୍ତେଜନା

ନୟାଗଡ଼,୨୦ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଭୋଟ ଚାଲୁ ରହିଥିବା ବେଳେ ଅଧିକାଂଶ ସ୍ଥାନରେ ଇଭିଏମ୍‌ ଅଚଳ ଥିବା ଦେଖିବାକୁ ମିଳୁଛି। ନୂଆଗାଁ...

ଟିଟିଲାଗଡ଼ରେ ଇଭିଏମ୍‌ ଅଚଳ, ମତଦାନ ବିଳମ୍ବ

ଟିଟିଲାଗଡ଼,୨୦ା୫: ବଲାଙ୍ଗୀର ଜିଲା ଟିଟିଲାଗଡ଼ର ୧୯୧ ନଂ ବୁଥ୍‌ରେ ଇଭିଏମ୍‌ ଅଚଳ ହେବାରୁ ମତଦାନରେ ବିଳମ୍ବ ହୋଇଛି। ୭ଟାରେ ବୁଥ୍‌ ଖୋଲିବା ପରେ ଭୋଟରମାନେ ଲମ୍ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri