ବାଲିଗୁଡ଼ାରେ ବଡ଼ଦିନ ପର୍ବ, ଖଗେଶ୍ୱରଙ୍କ ସ୍ମୃତିରେ ଶହୀଦ ଦିବସ ପାଳିତ

ବାଲିଗୁଡ଼ା,୨୫।୧୨:(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ାରେ ବଡ଼ଦିନ ପର୍ବ ଶାନ୍ତି ଶୃଙ୍ଖଳା ଏବଂ ହର୍ଷଉଲ୍ଲାସରେ ପାଳିତ ହୋଇଯାଇଛି l ଏନେଇ କନ୍ଧମାଳ ଜିଲାରେ ଥିବା ଚର୍ଚ୍ଚଗୁଡ଼ିକୁ ଭଳିକିଭଳି ରଙ୍ଗବେରଙ୍ଗ ଆଲୋକମାଳାରେ ସଜ୍ଜିତ କରାଯାଇଛି। ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଚର୍ଚ୍ଚରେ ପ୍ରାର୍ଥନା କରି ପରସ୍ପରକୁ ଶୁଭେଚ୍ଛା ଜଣାଇ କେକ୍‌ କାଟି ବାଣ୍ଟିଥିଲେ। ଏପରି କି ବନ୍ଧୁମିଳନରେ ସମସ୍ତେ ଏକତ୍ରିତ ହୋଇ ଖୁସି ମନାଇଥିଲେ।

କରୋନା କଟକଣା ଯୋଗୁ ଗତ ଦୁଇବର୍ଷ ହେଲା ବଡ଼ଦିନ ପର୍ବ ଫିକା ପଡ଼ିଥିଲା। ହେଲେ ଚଳିତବର୍ଷ ପର୍ବ ପାଳନ ଲାଗି ସୁଯୋଗ ମିଳିଥିବାରୁ ଖ୍ରୀଷ୍ଟଧର୍ମାବଲମ୍ବୀ ଭାଇ ଭଉଣୀ ଆନନ୍ଦର ସହ ଏହି ପର୍ବ ପାଳନ କରିଛନ୍ତି। ଏପରି କି ବିଭିନ୍ନ ଚର୍ଚ୍ଚ ଉପାସନା ଗୃହରେ ସାମୂହିକ ପ୍ରାର୍ଥନା ଏବଂ ନାଚଗୀତ ଜମିଥିଲା।

ଅନ୍ୟପକ୍ଷେ ଆଦିବାସୀ ନେତା ଶହୀଦ ଖଗେଶ୍ୱର ମଳିକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା l ପାରମ୍ପରିକ ରୀତିନୀତିରେ ଶହୀଦ ଖଗେଶ୍ୱରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ଅଞ୍ଚଳର ସମସ୍ତ ଆଦିବାସୀ ନେତା ଯୋଗଦେଇ ଶହୀଦଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ନିଜ ଅଧିକାର ପାଇଁ ଖଗେଶ୍ୱରଙ୍କ ଭଳି ପ୍ରାଣ ଦେବାକୁ ପ୍ରସ୍ତୁତ ବୋଲି କହିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବ୍ଲକ ଅଧ୍ୟକ୍ଷା ନିଶାବତୀ ମଳିକ, ସମ୍ମାନିତ ଅତିଥି ଭାବେ ରେବିଙ୍ଗିଆ ସରପଞ୍ଚ ରଞ୍ଜୁଲତା ମଳିକ, କୁଇ ସମାଜ ସଭାପତି ଧନସିଂ ମାଝୀ, ଯୁଗେଶ୍ୱର ମାଝୀ, ମନୋଜ ମଳିକ, ଶ୍ରୀକାନ୍ତ ମଳିକ, ସିଲି ମାଝୀ ପ୍ରମୁଖ ଯୋଗଦେଇଥିବା ବେଳେ ପାର୍ଥବ କହଁର, ରଘୁନାଥ ମଳିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri