ବାହା ହେବେ ନାହିଁ ଇଶା

ମୁମ୍ବାଇ: ‘ଆଶ୍ରମ ୩’ରେ ନଜର ଆସିଥିବା ଅଭିନେତ୍ରୀ ଇଶା ଗୁପ୍ତା ଏବେ ବେଶ ଚର୍ଚ୍ଚାରେ । କିଛିଦିନ ହେବ ବଡ ପରଦାରୁ ଦୂରରେ ଥିବା ଇଶା ପୁଣିଥରେ ଫେରିଛନ୍ତି । ତାଙ୍କର ମନମୋହକ, ଆକର୍ଷିତ, ସିଜଲିଙ୍ଗ ଓ ଦମଦାର ଅନ୍ଦାଜ ପାଇଁ ସେ ପ୍ରଶଂସକଙ୍କ ପାଖେ ବେଶ ପରିଚିତ । କିଛିଦିନ ହେବ ବଡ ପରଦାରୁ ଦୂରରେ ଥିଲେ ବି ସେ ସୋସିଆଲ ମିଡିଆରେ ଖୁ୍‌ବ୍ ଆକ୍ଟିଭ ରହିବା ସହ ପ୍ରଶଂସକଙ୍କ ସହ ଯୋଡି ହୋଇ ରହୁଥିଲେ । ଆଶ୍ରମ ୩ରେ ସେ ପୁଣିଥରେ ନଜର ଆସିବା ପରେ ଏବେ ଦର୍ଶକେ ତାଙ୍କୁ ଏକ ଭଲ ମୁଭିରେ ଦେଖିବାକୁ ଅପେକ୍ଷା ରଖିଛନ୍ତି ।
ଏବେ ଇଶାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଯାହାକୁ ନେଇ ଚର୍ଚ୍ଚା ବି ଜୋର ଧରିଛି । ଭାଇରାଲ ଭିଡିଓଟି ଭିରଲ ଭୟାନୀ ଇନଷ୍ଟାଗ୍ରାମ ପେଜରେ ଶ୍ରେୟାର କରିବା ପରେ ଏହା ଭାଇରାଲ ହୋଇଛି । ଇଶାଙ୍କୁ ଏକ କ୍ଲିନକ ବାହାରେ ସ୍ପଟ କରାଯାଇଥିବା ବେଳେ ଏହିସମୟରେ ସେ କ୍ୟାମେରାକୁ ପୋଜ ଦେଉଥିବା ଦେଖାଯାଇଛି । ଏହି ସମୟରେ ଜଣେ କ୍ୟାମେରାମ୍ୟାନଙ୍କ ବିବାହକୁ ନେଇ କଥା ହୋଇଥିବା ବେଳେ ଇଶା କହିଛନ୍ତି କାହିଁକି ବିଚରା ବିବାହ କରିବ । ଏହି ଚିଟଚାଟରେ ଇଶା କ୍ୟାମେରାମ୍ୟାନଙ୍କୁ ବିବାହ ନ କରିବାକୁ ପରାମର୍ଶ ଦେଉଛନ୍ତି । ଏହାସହ ସେ କହିଛନ୍ତି ମୁଁ ବି ତ ବିବାହ କରୁନାହିଁ । ତେଣୁ ଏଥିରୁ ଅନୁମାନ କରାଯାଇଛି ଯେ ଇଶା ବୋଧହୁଏ ବିବାହ କରିବେ ନାହିଁ । ହେଲେ ଏହି ଭିଡିଓଟି ଦେଖିବା ପରେ ଭିନ୍ନ ଭିନ୍ନ ପ୍ରକାର କମେଣ୍ଟ ଦେଇଛନ୍ତି ତାଙ୍କ ପ୍ରଶଂସକ । ଆଉ କେତେଜଣ ତାଙ୍କୁ ବିବାହ କରିନେବାକୁ ପରାମର୍ଶ ବି ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

ପୁଅ ଅଭ୍ୟାନଙ୍କ ସହ ୱାର୍କଆଉଟ୍‌ କଲେ ଦିୟା

ମୁମ୍ବାଇ: ବଲିଉଡ୍‌ର ଷ୍ଟାର୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିୟା ମିର୍ଜା ଅନ୍ୟତମ। ସେ ନିଜର ନିଖୁଣ ଅଭିନୟ ଦ୍ୱାରା ବହୁବାର ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ସଫଳ ହୋଇଛନ୍ତି। ମିସ୍‌...

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ରାମାୟଣ ସେଟ୍‌ରୁ ରଣବୀର କପୁର-ସାଇ ପଲ୍ଲବୀଙ୍କ ଲୁକ୍‌ ଭାଇରାଲ୍‌, ରାମ-ସୀତା ଅବତାରରେ ଆସିଲେ ନଜର

ଭୁବନେଶ୍ୱର,୨୭।୪: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri