ସବୁଠି ବିଜେଡି ଗଡ଼

ଭୁବନେଶ୍ୱର,୧।୩(ବ୍ୟୁରୋ): ଗତ ୩ ଦିନ ଧରି ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ଭୋଟ ଗଣନା ସୋମବାର ଶେଷ ହୋଇଛି। ତିନୋଟି ପର୍ଯ୍ୟାୟ ଗଣତି ପରେ ବିଜେଡି ରେକର୍ଡ ବିଜୟ ହାସଲ କରିଛି। ୮୫୩ଟି ଜିଲା ପରିଷଦ ଆସନ ମଧ୍ୟରୁ ବିଜେଡି ୫୫୨ ସିଟ୍‌ରେ ବିଜୟୀ ହୋଇଥିବା ବେଳେ ୨୧୧ ସିଟ୍‌ରେ ଆଗୁଆ ରହିଛି। ସେହିପରି ଭାଜପା ୩୧ଟିରେ ବିଜୟୀ, ୧୫ଟିରେ ଆଗୁଆ ରହିଥିବାବେଳେ କଂଗ୍ରେସ ୩୦ଟି ଆସନରେ ବିଜୟୀ ଏବଂ ୬ଟିରେ ଆଗୁଆ ରହିଛି। ସ୍ବାଧୀନ ଓ ଅନ୍ୟାନ୍ୟ ଦଳ ୭ଟି ଆସନ ହାତେଇଛନ୍ତି। ୯୦ ପ୍ରତିଶତ ଆସନ ବିଜେଡି ସପକ୍ଷରେ ଯାଇଥିବା ବେଳେ ମାତ୍ର ୧୦ ପ୍ରତିଶତ ଆସନରେ ଭାଜପା, କଂଗ୍ରେସ ଏବଂ ଅନ୍ୟାନ୍ୟ ପ୍ରାର୍ଥୀଙ୍କୁ ସନ୍ତୁଷ୍ଟ ହେବାକୁ ପଡିଛି। କହିବାକୁ ଗଲେ ବିଜେଡି ପଞ୍ଚାୟତ ଜନମତକୁ ସମ୍ପୂର୍ଣ୍ଣ ପୋଛିନେଇଛି। ପଞ୍ଚାୟତ ଜନମତ ବିରୋଧୀ ଦଳ ଭାଜପା ଓ କଂଗ୍ରେସକୁ ଜୋରଦାର ଝଟକା ଦେଇଛି। ଏପରିକି ଉଭୟ ଦଳ ନିଜର ପୂର୍ବସ୍ଥିତିକୁ ମଧ୍ୟ ହରାଇଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ୪୭୩ ଜିଲାପରିଷଦ ଆସନରେ ବିଜୟୀ ହୋଇଥିବା ବେଳେ ଭାଜପା ୨୯୭ ଓ କଂଗ୍ରେସ ୬୦ଟି ସିଟ୍‌ରେ ବିଜୟୀ ହୋଇଥିଲେ। ତେବେ ଚଳିତ ନିର୍ବାଚନରେ କଂଗ୍ରେସ ହାତରୁ ଅଧା ଜିଲାପରିଷଦ ଆସନ ଚାଲିଯାଇଥିବା ବେଳେ ଭାଜପା ପ୍ରାୟ ୨୫୦ ସିଟ୍‌ ହରାଇଛି।
ଭାଜପା ୧୦ ଜିଲାରେ ଖାତା ଖୋଲିପାରି ନାହିଁ। ସେହି ଜିଲାଗୁଡ଼ିକ ହେଲା ଭଦ୍ରକ, ଦେବଗଡ଼, ଜଗତ୍‌ସିଂହପୁର, ଯାଜପୁର, ଝାରସୁଗୁଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ଭାଜପା ନିଜ ଗଡ଼ ବଞ୍ଚାଇବାରେ ମଧ୍ୟ ବିଫଳ ହୋଇଛି। ଗତ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜ, କଳାହାଣ୍ଡି, ବଲାଙ୍ଗୀର, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର ଆଦି ଜିଲାରେ ଭଲ ପ୍ରଦର୍ଶନ କରିଥିଲା। ତେବେ ଚଳିତ ନିର୍ବାଚନରେ ସେସବୁ ଜିଲାରେ ଦଳକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ପଞ୍ଚାୟତ ନିର୍ବାଚନରେ ଲୋକମାନେ ଭାଜପାକୁ ଏକପ୍ରକାର ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି।
କଂଗ୍ରେସ ମଧ୍ୟ ଚଳିତ ନିର୍ବାଚନରେ ମାଟି କାମୁଡ଼ି ପଡ଼ିଛି। ୧୮ଟି ଜିଲାରେ କଂଗ୍ରେସ ଖାତା ଖୋଲିପାରି ନାହିଁ। ସେହି ଜିଲାଗୁଡ଼ିକ ହେଲା ଅନୁଗୋଳ, ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼। ତେବେ ଏହି ପରାଜୟକୁ କଂଗ୍ରେସ ଜନସାଧାରଣଙ୍କ ଉପରେ ଲଦିଛି। ଲୋକମାନେ ରାଜ୍ୟରେ ଗଣତନ୍ତ୍ର ମାଧ୍ୟମରେ ଏକଚ୍ଛତ୍ରବାଦ ଶାସନ ସ୍ଥାପନ କରିବାକୁ ଚାହୁଁଛନ୍ତି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।
ଚଳିତ ପଞ୍ଚାୟତ ନିର୍ବାଚନରେ ଭାଜପା ଓ କଂଗ୍ରେସ ଧରାଶାୟୀ ହୋଇଛନ୍ତି। ଏହି ନୈରାଶ୍ୟଜନକ ପ୍ରଦର୍ଶନ ଉଭୟ ଦଳର ନେତା ଓ କର୍ମୀଙ୍କୁ ବ୍ୟଥିତ କରିଛି। ଉଭୟ ଦଳରେ ନେତୃତ୍ୱ ସଙ୍କଟ ଯୋଗୁ ଏଭଳି ଦଶା ଭୋଗିବାକୁ ପଡୁଛି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମାସ୍କନ୍ଧ ନେତା ନ ଥିବା ଯୋଗୁ ଉଭୟ ଦଳ ଜନତାଙ୍କ ବିଶ୍ୱାସଭାଜନ ହୋଇପାରୁ ନ ଥିବା ଆଲୋଚନା ହେଉଛି। ଯେଉଁ ନେତାଙ୍କୁ ଦଳ ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ କରୁଛନ୍ତି ତାଙ୍କୁ ଦଳୀୟ ନେତା ଓ ଜନତା କେତେ ଗ୍ରହଣ କରୁଛନ୍ତି ସେସବୁର ସମୀକ୍ଷା କରାଯାଉ ନାହିଁ। ଲବି ଆଧାରରେ ରାଜ୍ୟରେ ଦଳର ମୁଖିଆ ନିଯୁକ୍ତ ହେଉଛନ୍ତି। ଏହାକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖା ଦେଉଥିବା ବେଳେ ସାଙ୍ଗଠନିକ କ୍ଷେତ୍ର ମଧ୍ୟ ଦୁର୍ବଳ ହେଉଛି। ନିଜକୁ ସୁହାଇଲା ଭଳି ସଂଗଠନ ଗଢ଼ାଯାଉଥିବାରୁ ନିର୍ବାଚନରେ ତାହାର ଲାଭ ମିଳିବା ବଦଳରେ ଦଳକୁ ଅନେକ କ୍ଷତି ସହିବାକୁ ପଡୁଛି। ଚଳିତ ପଞ୍ଚାୟତ ନିର୍ବାଚନରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ବୋଲି କର୍ମୀ ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri