ପୋଲିସ ଇନ୍‌ଫର୍ମର ସନ୍ଦେହ: ଜଣକୁ ହତ୍ୟାକଲେ ମାଓବାଦୀ

ଦାରିଙ୍ଗବାଡି,୩।୧(ଡି.ଏନ.ଏ.)-କନ୍ଧମାଳ ଜିଲା କ.ନୂଆଗାଁ ଥାନା ଲେତିଙ୍ଗିଆ ପଞ୍ଚାୟତ ବୁଡ୍ରୁମାହା ଗ୍ରାମରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀ ଜଣକୁ ଗୁଳି କରି ହତ୍ୟା କରିଛନ୍ତି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ହେଲେ ରେବିଙ୍ଗିିଆ ପଞ୍ଚାୟତ ମାର୍ଦୋଲ ଗ୍ରାମର ରଞ୍ଜନ ଦିଗାଳ। ଘଟଣାସ୍ଥଳରେ ମାଓବାଦୀ ପୋଷ୍ଟର ଛାଡିବା ସହ ରଞ୍ଜନଙ୍କ ମୃତ ଦେହକୁ ବୁଡ୍ରୁମାହା ବିଦ୍ୟାଳୟ ସମ୍ମୁଖରେ ମାଓବାଦୀ ଛାଡି ଚାଲିଯାଇଛନ୍ତି । ପ୍ରକାଶ ଯେ, ବର୍ଷେ ହେବ ରଞ୍ଜନ ମାଓବାଦୀଙ୍କ ଭୟରେ ନିଜ ଗ୍ରାମ ଛାଡି ଶ୍ୱଶୁର ଘରେ ନିଜ ସ୍ତ୍ରୀ ପାଖରେ ରହୁଥିଲେ। ରଞ୍ଜନଙ୍କ ସ୍ତ୍ରୀ ବୁଡ୍ରୁମାହାର ଅଙ୍ଗନୱାଡି କର୍ମୀ ମିନାକ୍ଷୀ ପ୍ରଧାନ। ଗୁରୁବାର ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀ ପ୍ରାୟ ୭ ରୁ ୮ଜଣ ରଞ୍ଜନ ରହୁଥିବା ଘରେ ପହଞ୍ଚିଥିଲେ। ଘରେ ରଞ୍ଜନଙ୍କ ସ୍ତ୍ରୀଙ୍କ ସମେତ ତାଙ୍କ ଦୁଇ ଶିଶୁ ଏବଂ ଶାଶୁ ଲିସାରା ପ୍ରଧାନ ଥିଲେ। ମାଓବାଦୀ ପହଞ୍ଚି ତାଙ୍କୁ ଘରୁ ଡାକିଥିଲେ ହେଲେ ଭୟରେ ରଞ୍ଜନ ଓ ପରିବାର ନ ବାହାରିବା ପରେ ମାଓବାଦୀ ଘର ଭାଙ୍ଗି ଭିତରେ ପଶି ରଞ୍ଜନଙ୍କୁ ଆଣି ଛାତିରେ ଗୁଳି କରିବା ସହ ଘୋଷାରି ଘୋଷାରି ପ୍ରାୟ ୨୦୦ମିଟର ବିଦ୍ୟାଳୟ ସମ୍ମୁଖରେ ଛାଡି ପଳାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ନ ଥିବାବେଳେ ବୁଡ୍ରୁମାହା ସମେତ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଦିନରେ ନାମାଙ୍କନ ଭରିଲେ ସୂର୍ଯ୍ୟମଣି

ଛତ୍ରପୁର,୩।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶୁକ୍ରବାର ଶେଷ ଦିନରେ ଖଲିକୋଟ ବିଧାନସଭା ଆସନ ପାଇଁ ବିଜୁ ଜନତା...

ନାମାଙ୍କନପତ୍ର ଦାଖଲ କଲେ ବିଧାନସଭା ପ୍ରାର୍ଥିନୀ ଲତିକା ପ୍ରଧାନ

ଛତ୍ରପୁର,୩ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶେଷଦିନରେ କବିସୂର୍ଯ୍ୟନଗର ବିଧାନସଭା ଆସନ ନିମନ୍ତେ ବିଜୁ ଜନତା ଦଳର ବିଧାୟିକା...

ଜୋରଦାର ହେବ ବାରବାଟୀ-କଟକ ନିର୍ବାଚନ ଲଢ଼େଇ

କଟକ, ୩ା୫(ଶିଳ୍ପା ପ୍ରିୟଦର୍ଶିନୀ):ନିର୍ବାଚନକୁ ମାତ୍ର ଅଳ୍ପଦିନ ବାକି ରହିଥିବାବେଳେ ସରଗରମ ହେବାରେ ଲାଗିଛି କଟକ ରାଜନୀତି। ଏପରି କି ସମସ୍ତ ନିର୍ବାଚନମଣ୍ଡଳୀ ଅପେକ୍ଷା ଏବେ ରୋଚକ...

ପ୍ରାର୍ଥତ୍ପତ୍ର ଦାଖଲ ନ କରି ଫେରିଗଲେ ନଳିନୀକାନ୍ତ

ଆଠମଲ୍ଲିକ, ୩ା୫(ଉଦୀପ୍ତ ପୁରୋହିତ)/ ଅନୁଗୋଳ (ଅମିତ କୁମାର ସାମଲ):ଅନୁଗୋଳ ଜିଲା ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଗୁରୁବାର ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ...

ଫେସ୍‌ବୁକ୍‌ରେ ପୁତନା ବଧ ଶେୟାର କରି ଜେଲ୍‌ ଗଲେ ଯୁବକ

ନୟାଗଡ଼,୩ା୫(ଲୋକନାଥ ମିଶ୍ର):ଫେସ୍‌ବୁକ୍‌ର ଆମ ପାଇଁ ବଡ଼ ଆମ ନୟାଗଡ଼ ଚ୍ୟାନେଲରେ ପୁତନା ବଧ ଫଟୋ ଶେୟାର କରି ନୟାଗଡ଼ ସଦର ଥାନା ହରିପୁର ଗଁାର ରମାକାନ୍ତ...

ନାମାଙ୍କନପତ୍ର ଦାଖଲ କଲେ ଦୀପାଳି

ଭୁବନେଶ୍ୱର,୩।୫: ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଶନିବାର ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସରବାହଲରୁ ବହୁ ସମର୍ଥକଙ୍କୁ ନେଇ ବିରାଟ...

ନାମାଙ୍କନପତ୍ର ଦାଖଲ କଲେ ନିପନ

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ନିପନ କୁମାର ଦାଶ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି ।...

କଂଗ୍ରେସ ପ୍ରାର୍ଥୀ ପ୍ରତିଭା ଭରିଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପ୍ରତିଭା ମଞ୍ଜରୀ ନାୟକ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ନିଜ ସମର୍ଥନ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri