ପୂଜାରେ ଫ୍ୟାଶନ

ଶାରଦୀୟ ଦୁର୍ଗାପୂଜା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ। ମା’ଙ୍କୁ ସ୍ବାଗତ କରିବାକୁ ଚାରିଆଡେ ଚାଲିଛି ସଜବାଜ। ପୂଜାମଣ୍ଡପଗୁଡିକ ନିଜକୁ ପ୍ରସ୍ତୁତ କରିନେଇଥିବା ବେଳେ ଘରେ ଘରେ ମଧ୍ୟ ଦେଖିବାକୁ ମିଳିଛି ପାର୍ବଣର ମାହୋଲ। ପୂଜା ବଜାର ହୋଇଉଠିଛି ଚଳଚଞ୍ଚଳ। ପୂଜା ଶପିଂ ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଥିବାବେଳେ ଗଦା ଗଦା ଅଫର୍‌ ଲୋକଙ୍କୁ ଆକୃଷ୍ଟ କରୁଛି। ତେବେ ଚଳିତ ପୂଜାରେ ଟ୍ରେଣ୍ଡରେ ଥିବା କିଛି ଫ୍ୟାଶନକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା।

ନୂଆ ଡିଜାଇନରେ ଖଦି

ଫ୍ରିଡମ୍‌ ଫ୍ୟାବ୍ରିକ୍‌ କୁହାଯାଉଥିବା ଖଦି ଏବେ ନୂଆ ଡିଜାଇନ୍‌ ଓ ନୁଆ ପ୍ରିଣ୍ଟ ଯୋଗୁ ଯୁବପିଢୀଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଅତ୍ୟାଧୁନିକ ଡିଜାଇନ୍‌ରେ ପ୍ରସ୍ତୁତ ଖଦି ବସ୍ତ୍ର ଏବେ ମିଲେନିଆଲ ଟ୍ରେଣ୍ଡ୍‌ରେ ପରିଣତ ହୋଇଛି। ସେହିଭଳି ଡିଜିଟାଲ ପ୍ରିଣ୍ଟ୍‌ ଖଦିକୁ ପୁଣିଥରେ ଲୋକପ୍ରିୟ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହାବ୍ୟତୀତ ସଷ୍ଟେନେବୁଲ ଫ୍ୟାଶନ କ୍ଷେତ୍ରରେ ଖଦି ଏକ ଗୁରୁତ୍ୱପୁର୍ଣ୍ଣ ଫ୍ୟାବ୍ରିକ୍‌ ହୋଇଥିବାରୁ ଡିଜାଇନର୍‌ମାନେ ଖଦିକୁ ଅଧିକ ଗୁରୁ୍‌ତ୍ୱ ଦେଉଥିବା ଦେଖିବାକୁ ମିଳୁଛି। ଫଙ୍କି ସାର୍ଟ, ଗ୍ରାଫିକ୍‌ ପ୍ୟାଣ୍ଟ୍‌ସୁଟ୍‌, ଅନାରକଲି ସୁଟ୍‌, ଟ୍ୟୁନିକ୍ସ ଭଳି ନୂଆ ଖଦି ଫ୍ୟାଶନ ପୂଜା ଫ୍ୟାଶନରେ ସାମିଲ ହୋଇଛି। ଖଦି ଓ ଗ୍ରାମ୍ୟେଦ୍ୟୋଗ ଆୟୋଗ ପକ୍ଷରୁ ୟୁନିଟ-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଚାଲିଥିବା ରାଜ୍ୟସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ‘ଖଦିବଜାର ୨୦୧୯’ରେ ଏଭଳି ଏକାଧିକ ଅପସନ୍‌ ରହିଛି।

ଟ୍ରାଡିଶନାଲ ଡ୍ରେସ୍‌
ଫ୍ୟାସନ କ୍ଷେତ୍ରରେ ସର୍ବଦା ଅପ୍‌-ଟୁ-ଡେଟ୍‌ ରହୁଥିବା ଯୁବତୀମାନେ ଏହି ପୂଜାରେ ପାରମ୍ପରିକ ପୋଷାକ ପରିଧାନ ଉପରେ ଗୁରୁତ୍ବ ଦେଉଥିବା ଦେଖିବାକୁ ମିଳିଛି। ପୂଜାରେ ଟ୍ରାଡିସନାଲ ଲୁକ୍ସରେ ସମସ୍ତେ ନିଜକୁ ସଜାଇବାକୁ ଚାହୁଁଥିବା ବେଳେ ପୂଜା ବଜାରରେ ଟ୍ରାଡିସନାଲ ୱେୟାରର ଅଧିକ ଡିମାଣ୍ଡ ରହିଛି। ପାରମ୍ପରିକ ଶାଢୀ ଏବଂ ସାଲୱାର ସୁଟ୍‌ ଏବେବି ସମସ୍ତଙ୍କ ପ୍ରଥମ ପସନ୍ଦ ରହିଛି। ତେବେ ଚଳିତ ପୂଜାରେ ବଜାରକୁ ଆସିଥିବା ନୂଆ ଫେଷ୍ଟିଭ୍‌ କଲେକ୍ସନ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିଛି। ବିଶେଷକରି ସର୍କୁଲାର ଅନାରକଲି, ଟ୍ରି ଟ୍ରଙ୍କ୍‌ ଅନାରକଲି, କ୍ରପ୍‌ ଟପ୍‌ ଓ ଟ୍ୟୁନିକ୍ସ, ସରାରା, ଷ୍ଟ୍ରେଟ୍‌ କୁର୍ତ୍ତା ଏଥର ଟ୍ରେଣ୍ଡରେ ଥିବାବେଳେ ରଫଲ୍‌ଡ ଶାଢୀ, ଇଣ୍ଡୋ-ଓ୍ବେଷ୍ଟର୍ନ ଲେହେଙ୍ଗା, କ୍ରପ୍‌ ଟପ୍‌ ସହ ମ୍ୟାକ୍ସି ସ୍କର୍ଟ, ଏଥିନିକ୍‌ ଗାଉନ୍‌ ନୂଆ ନୂଆ ପୂଜା ଫ୍ୟାଶନରେ ସାମିଲ ହୋଇଛି। ତେବେ ର’ ସିଲ୍କ, ଚାଇନା ସିଲ୍କ, ଟସର, ଅର୍ଗାଞ୍ଜା, ଜର୍ଜେଟ୍‌, ନେଟ୍‌ ଏବଂ ସାଟିନ୍‌ ଭଳି ହାଲ୍‌କା ଫ୍ୟାବ୍ରିକ୍‌ର ଅଧିକ ଡିମାଣ୍ଡ ରହୁଛି। କିଛିଦିନ ଧରି ଡାଉନ୍‌ମାର୍କେଟ୍‌ ହୋଇଯାଇଥିବା ଅନାରକଲି ଏଥର ପୁଣିଥରେ ନୂଆ ରୂପରେ ବାଜରକୁ ଆସିଛି। ସର୍କୁଲାର ଅନାରକଲି, ଟ୍ରି ଟ୍ରଙ୍କ୍‌ ଅନାରକଲି ଭଳି ନୂଆ ଡିଜାଇନ୍‌ ବଡ଼ ବଡ଼ ଡିଜାଇନରଙ୍କ କଲେକ୍ସନରେ ଦେଖିବାକୁ ମିଳିଛି। ମିକ୍ସଡ୍‌ ଆଣ୍ଡ୍‌ ମ୍ୟାଚ୍‌ ଫ୍ୟାଶନ ଏବେକାର ସମୟରେ ସବୁଠାରୁ ଲୋକପ୍ରିୟ ଟ୍ରେଣ୍ଡ୍‌ ହୋଇଥିବା ବେଳେ ଓ୍ବେଷ୍ଟର୍ନକୁ ଡ୍ରାଡିଶନାଲ ସହ ମିଶାଇ ପିନ୍ଧିବାକୁ ଅଧିକାଂଶ ପସନ୍ଦ କରୁଛନ୍ତି। ଟ୍ୟୁନିକ୍ସ ସହ ଟେଲ୍‌ରଡ ପ୍ୟାଣ୍ଟ, କ୍ରପ୍‌ ଟପ୍‌ ଏବଂ ମ୍ୟାକ୍ସି ସ୍କର୍ଟ ଏହାର ଏକ ଭଲ ଉଦହରଣ ବୋଲି କୁହାଯାଇପାରେ। ସେହିଭଳି ଟ୍ରାଡିଶନାଲ ପୋଷାକ ସହ ଓ୍ବେଷ୍ଟର୍ନ ବା ଷ୍ଟେଟ୍‌ମେଣ୍ଟ ଜୁଏଲାରୀ ଏବଂ ଓ୍ବେଷ୍ଟର୍ନ ପୋଷାକ ସହ ପାରମ୍ପରିକ ଜୁଏଲାରୀର ବିଶେଷ ଚାହିଦା ରହିଛି।

ମେନ୍ସ ଫ୍ୟାଶନରେ କୁର୍ତ୍ତା ପାଇଜାମା
ପୁଜାରେ କେବଳ ଓ୍ବିମେନ ଫ୍ୟାଶନ ନୁହେଁ, ମେନ୍‌ ଫ୍ୟାଶନର ମଧ୍ୟ ଡିମାଣ୍ଡ ରହିଥାଏ। ଆଜିକାଲିର ଯୁବପିଢ଼ୀ ନିଜକୁ ସବୁବେଳେ ଡିଫରେଣ୍ଟ ଲୁକ୍‌ରେ ଦେଖିବାକୁ ଚାହାନ୍ତି। ପୂଜା ସମୟ ଆସିଲେ ମେନ୍‌ ଫ୍ୟାଶନ ଟ୍ରେଣ୍ଡ୍‌କୁ ଫଲୋ କରନ୍ତି। ଏଥର ଦଶହରାରେ ପୁଅମାନଙ୍କ ପାଇଁ ଲାଇନେନ୍‌, ସିଲ୍କ, ବ୍ରୋକେଡ୍‌, କଟନ ଜୁଟ୍‌ ଏବଂ କଟନ ସିଲ୍କ ଭଳି ଫ୍ୟାବ୍ରିକର ବେଶୀ ଲୋକପ୍ରିୟତା ରହିଛି। ତେବେ ପୁଜାରେ ଏଥନିକ୍‌ ପିନ୍ଧିବାକୁ ପସନ୍ଦ କରନ୍ତି। ଟ୍ରାଡିସନାଲ କୁର୍ତ୍ତା ସହିତ ପାଇଜାମାର ଡିମାଣ୍ଡ ବହୁତ ରହିଛି। ରେଡ୍‌, ଅରେଞ୍ଜ, ବ୍ଲୁ ଓ ୟେଲୋ ରଙ୍ଗର କୁର୍ତ୍ତା ପିନ୍ଧିଲେ ଅଧିକ ଫ୍ୟାସନେବୁଲ ଲାଗନ୍ତି। ସେହିଭଳି ବ୍ରାଇଟ କଲର ଆଉଟଫିଟ୍‌ରେ ଡିଫରେଣ୍ଟ କଲର ଦୁପଟା ବର୍ତ୍ତମାନ ଆଉ ଏକ ଟ୍ରେଣ୍ଡ ଚାଲିଛି। ବସ୍ତ୍ର ପରିଧାନରେ ଧୋତିର ପରମ୍ପରା ବହୁ ଆଗରୁ ରହିଆସିଛି। କିିନ୍ତୁ ଧୋତି ସହିତ ଏକ ଓ୍ବେଷ୍ଟ କୋର୍ଟ ପିନ୍ଧିଲେ ଏହା ମର୍ଡନ ଓ ଷ୍ଟାଇଲିସ୍‌ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri