ଯୁବକଙ୍କୁ ଥାର୍ଡ ଡିଗ୍ରୀ: ବଦଳିଲେ ବାରଙ୍ଗ IIC: ଜାଣନ୍ତୁ କିଏ ହେଲେ ନୂଆ

ବାରଙ୍ଗ, ୩୧।୫(ଲିଙ୍ଗରାଜ ରାଉତ) : ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା ଅଭିଯୋଗ ପରେ ପୋଲିସ ବିଭାଗ ତତ୍କାଳ କାର୍ଯ୍ୟନୁଷ୍ଠାନ ନେଇଛି। ବାରଙ୍ଗ ଥାନାର IIC ନିରଞ୍ଜନ ବେହେରାଙ୍କୁ ବଦଳି କରାଯାଇ କଟକ DCP ଅଫିସକୁ ପଠାଯାଇଛି।

ଏହି ଘଟଣା ପରେ ପୋଲିସ ବିଭାଗ ଉପରେ ଚାପ ବଢ଼ିଥିବା ବେଳେ, ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଯୁବକଙ୍କୁ ଥାନାରେ ଅମାନବିକ ବ୍ୟବହାର କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା, ଯାହା ପରେ ଏହି ବଦଳି ହୋଇଛି।

ଏପରିସ୍ଥିତିରେ ପୁରୀଘାଟ ଥାନାର IIC ବିଶ୍ବରଞ୍ଜନ ନାୟକଙ୍କୁ ବାରଙ୍ଗ ଥାନା IIC ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେ ଅସ୍ଥାୟୀ ଭାବେ ବାରଙ୍ଗ ଥାନାର କାର୍ଯ୍ୟଭାର ନେବେ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଥିବା ବେଳେ, ପୋଲିସ ପକ୍ଷରୁ ତଦନ୍ତ ପରେ ଆଗାମୀ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୈନିକ ରାଜ୍ୟ ବାହାରକୁ ଚାଲାଣ ହେଉଛି ଗଞ୍ଜେଇ, ପାଟ୍ରୋଲିଂବେଳେ ୨ ଜଣଙ୍କୁ ଅଟକାଇବାରୁ ମିଳିଲା…

ଭଞ୍ଜନଗର,୨ା୯(ବାବୁଲା ପ୍ରଧାନ): ଗଞ୍ଜେଇ ଚାଲାଣବେଳେ ଭଞ୍ଜନଗର ପୋଲିସ ଦୁଇଜଣଙ୍କୁ ଗିରଫ କରିବା ସହ ୨୪ କେଜି ୭୯୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିସହ ଏକ ମୋଟରସାଇକେଲ…

ଠେଙ୍ଗାରେ ପିଟିପିଟି ବୃଦ୍ଧ ବାପାଙ୍କୁ ହତ୍ୟା: ପୁଅ-ବୋହୂ ଗିରଫ

କୁଆଁରମୁଣ୍ଡା,୨ା୯(ମହେନ୍ଦ୍ର କୁମାର ସାହୁ): ଠେଙ୍ଗାରେ ପିଟି ନିଜର ଜନ୍ମ କଲା ବୃଦ୍ଧ ବାପାଙ୍କୁ ହତ୍ୟା କରାଯାଇଛି। ଏଭଳି ହତ୍ୟାକାଣ୍ଡ କରିଛନ୍ତି ପୁଅ ଓ ବୋହୂ। ଏହି ଘଟଣା…

MKCG ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ନିଖୋଜ, ରେଲ୍‌ୱେ ଷ୍ଟେଶନରୁ ମିଳିଲା ମୋବାଇଲ

ବ୍ରହ୍ମପୁର,୨।୯(ସୁବାସ ଚନ୍ଦ୍ର ପାଢ଼ୀ) : ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ଭେଷଜ ମହାବିଦ୍ୟାଳୟର ଜଣେ ଛାତ୍ର ନିଖୋଜ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି। ସୂଚନା କ୍ରମେ…

ନେପାଳ ବନ୍ୟା ପରେ ଭାରତର ସହାୟତାକୁ ପ୍ରଶଂସା, ପ୍ରଧାନମନ୍ତ୍ରୀ କହିଲେ…

କାଠମାଣ୍ଡୁ,୨ା୯: ନେପାଳରେ ଭୟଙ୍କର ବନ୍ୟା ପରେ ଭାରତ ପକ୍ଷରୁ ମିଳୁଥିବା ଲଗାତାର ସହାୟତାକୁ ନେଇ ଭାରତ ଓ ଚାଇନାକୁ ଧନ୍ୟବାଦ ଜଣାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହା।…

ଗାଧୋଇବା ସମୟରେ ନଦୀରେ ଭାସି ଜଣେ ନିଖୋଜ

ଗୁଣପୁର,୨ା୯(ସୁଜାତା ପାଢ଼ୀ): ଗାଧୋଇବା ସମୟରେ ନଦୀରେ ଭାସିଯାଇ ଜଣେ ନିଖୋଜ ହୋଇଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ଗୁଣପୁର ବଂଶଧାରା ନଦୀରେ। ନିଖୋଜ ଜଣେ ବ୍ୟକ୍ତି ଓ ତାଙ୍କ…

ସ୍କୁଲରେ ବାଜିବ ବେଲ, ହେଲେ ଆଉ ବଜାଇବେନି ସନ୍ତୋଷ

ଭଞ୍ଜନଗର,୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଲାଲସିଂସ୍ଥିତ କାହ୍ନୁ ରାଉତ ଉଚ୍ଚ ବିଦ୍ୟାଳୟର ପିଅନ ସନ୍ତୋଷ ଗୌଡ଼ (୫୮)ଙ୍କ ବୁଧବାର ଅକାଳ ବିୟୋଗରେ ବିଦ୍ୟାଳୟ…

ବରଗଡ଼ରେ ଆତଙ୍କ: କୁକୁରକୁ ମାରି ଖାଇଲା ବାଘ, ସିସିଟିଭିରେ କଏଦ ଦୃଶ୍ୟରୁ…

ବରଗଡ଼,୨ା୯(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅଞ୍ଚଳରେ ବାଘ ଆତଙ୍କ ଦେଖାଯାଇଛି। ମଙ୍ଗଳବାର ସିସିଟିଭିରେ ବାଘ ବୁଲୁଥିବାର ଚିତ୍ର କଏଦ ହେବା ଏବଂ ସେଠାରେ ଏକ…

ନୂଆ ପ୍ରଧାନଶିକ୍ଷୟିତ୍ରୀ ଭାବେ ଯୋଗଦେଲେ ମାଳତୀ ମହାନ୍ତି, କହିଲେ ବିଦ୍ୟାଳୟର ବିକାଶ ସହ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଳତୀ ମହାନ୍ତି ନୂତନ ଭାବେ ଲେଭଲ-୩ରୁ ପଦୋନ୍ନତି ପାଇ ପ୍ରଧାନଶିକ୍ଷୟିତ୍ରୀ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri