Posted inଖେଳ

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ମଧ୍ୟରେ ଖୋଳାଯାଉଛି। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୨୦ ଓଭରରେ ୮ ଉଇକେଟ ହରାଇ ୧୫୫ ରନ୍‌ କରିଛି। ଫଳରେ ଆର୍‌ସିବି ଆଗରେ ୧୫୬ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ଗୁଜରାଟ । ଅନ୍ୟପକ୍ଷେ ଉଭୟ ଦଳ ଦ୍ୱିତୀୟ ଟାଇଟଲ ଲକ୍ଷ୍ୟରେ ରହିଛନ୍ତି।

ଅଧିନାୟକ ରଜତ ପଟିଦାର ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦଳୀୟ ପେସର ଉଚିତ ଲାଇନ ଲେନ୍ଥରେ ବୋଲିଂ କରି ଏହି ନିଷ୍ପତ୍ତିକୁ ସଠିକ ସାବ୍ୟସ୍ତ କରିଥିଲେ। କ୍ୱାଲିଫାୟର-୨ରେ ଶତକୀୟ ପାଳି ଖେଳିଥିବା ଅଧିନାୟକ ଶୁବମନ ଗିଲ ୧୦ ଓ ସାଇ ସୁଦର୍ଶନ ୧୨ ରନ କରି କ୍ରମାଗତ ଓଭରରେ ଆଉଟ୍‌ ହେବାରୁ ଗୁଜରାଟ ବ୍ୟାକଫୁଟକୁ ଚାଲି ଯାଇଥିଲା। ନଂ.୩ରେ ଆସିଥିବା ନିଶାନ୍ତ ସିନ୍ଧୁ (୨୦) ମଧ୍ୟ ବିଫଳ ହୋଇଥିଲେ। ଫଳରେ ଗୁଜରାଟ ପ୍ରଥମ ୧୦ ଓଭର ସୁଦ୍ଧା ୩ ଉଇକେଟ ହରାଇ ୬୩ ରନ କରିଥିଲା।

ଓ୍ବାଶିଂଟନ ସୁନ୍ଦର ଧୈର୍ଯ୍ୟର ସହ ବ୍ୟାଟିଂ କରି ଗୋଟିଏ ପକ୍ଷ ସମ୍ଭାଳି ରଖିଥିବା ବେଳେ ଅନ୍ୟ ପଟେ ଉଇକେଟ ପତନ ଜାରି ରହିଥିଲା। ପ୍ରାରମ୍ଭିକ ଉଇକେଟ ପତନ ଯୋଗୁ ଡିଫେନ୍ସିଭ ବ୍ୟାଟିଂ କରୁଥିବା ଜୋଶ ବଟଲର(୧୯) ୧୩ତମ ଓଭରରେ ଆଉଟ୍‌ ହେବାରୁ ଦଳର ବଡ଼ ସ୍କୋର କରିବା ଆଶା ମଧ୍ୟ ଶେଷ ହୋଇଥିଲା।

ସେହିପରି ଆର୍ଶଦ ଖାନ(୧୫ ରନ, ୬ ବଲ, ୨ ଛକା) ଓ ରାହୁଲ ଟଓ୍ବେଟିଆ (୭) ଆଟାକିଂ ଶଟ୍‌ ଖେଳିବାକୁ ଯାଇ ଉଇକେଟ ହରାଇଥିଲେ। ଏହାପରେ ସୁନ୍ଦର ଏକାକୀ ଦଳୀୟ ସ୍କୋରକୁ ୧୫୦ ପାଖାପାଖି ପହଞ୍ଚାଇ ଥିଲେ। ଫଳରେ ଗୁଜରାଟ ୨୦ ଓଭରରେ ୮ ଉଇକେଟ ହରାଇ ୧୫୫ ରନ୍‌ କରି ଅଟକି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଙ୍ଗଲରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ହାତୀମାନେ ଜନବସତି ଆଡ଼କୁ ମୁହଁାଉଛନ୍ତି। ଫସଲ ଓ ଧନଜୀବନ ରକ୍ଷା କରିବା ପାଇଁ ମଣିଷ ସେମାନଙ୍କର ମୁକାବିଲା କରୁଛି।…

ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ଭାରତ

ଚଳିତ ୨୦୨୬ ମସିହାରେ ଗଣନା କରାଯାଇଥିବା ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ୧୨୨ଟି ଦେଶ ମଧ୍ୟରେ ଭାରତ ୧୦୩ତମ ସ୍ଥାନ ଅଧିକାର କରିଛି। ଏ କ୍ଷେତ୍ରରେ ଅର୍ଥନୈତିକ ଦୃଷ୍ଟିକୋଣରୁ…

ରହସ୍ୟଘେରରେ ନିଖୋଜ ଶିଶୁ

ସଭ୍ୟତାର କ୍ରମବିକାଶ ସହ ତାଳ ଦେଇ ଅନେକ ଅରୁଚିକର ଘଟଣା ପ୍ରତ୍ୟହ ସଂଘଟିତ ହୋଇ ଆମ ସଂସ୍କୃତି, ଐତିହ୍ୟ ଓ ଉଚ୍ଚ ପରମ୍ପରା ପ୍ରତି ଆହ୍ବାନ ସୃଷ୍ଟି…

କଥା ଓ କାମରେ ପ୍ରଭେଦ

ହିନ୍ଦୁତ୍ୱବାଦୀ ଚିନ୍ତାଧାରାରେ ଥିବା ଭାରତ ସମ୍ପୂର୍ଣ୍ଣ ଭାବେ ଏକ ସମ୍ପ୍ରଦାୟଭିତ୍ତିକ ରାଷ୍ଟ୍ର ନୁହେଁ ବୋଲି ମୁଁ ପୂର୍ବରୁ ଲେଖିଛି। ମୋ ଯୁକ୍ତି ହେଉଛି, ୨୦୦୮ ପୂର୍ବରୁ ନେପାଳ…

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: ବନ୍ୟା ଜଳରୁ ୧୦ କୃଷ୍ଣସାର ଉଦ୍ଧାର, ୨ ମୃତ

ଗଞ୍ଜାମ,୧।୧୧,(ଅନାଥ ତରାଇ ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୁଲ୍ୟା ନଦୀରେ ଆସିଥିବା ବନ୍ୟା ଯୋଗୁ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳରେ କେତେକ କୃଷ୍ଣସାର ମୃଗ ଭାସିଯାଉଥିବା ଦେଖିବାକୁ…

ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତାଙ୍କ ପରଲୋକ

ନୂଆଦିଲ୍ଲୀ, ୧।୧୧: ‘କାଣ୍ଟେ’, ‘ସୁଟ୍‌ଆଉଟ ଆଟ୍‌ ଲୋଖଣ୍ଡୱାଲା’ ଏବଂ ‘କାବିଲ’ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ପାଇଁ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଗୁପ୍ତାଙ୍କର ୫୯ ବର୍ଷ ବୟସରେ…

ବାତ୍ୟାଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବ୍ରହ୍ମପୁର ଏମ୍‌ପି

ଦିଗପହଣ୍ଡି,୩୧।୧୦(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ଏମ୍‌ପି ଡ.ପ୍ରଦୀପ ପାଣିଗ୍ରାହୀ ଶନିବାର ଦିଗପହଣ୍ଡି ବ୍ଳକ ଗସ୍ତରେ ଆସି ବାତ୍ୟା ଅର୍ଣ୍ଣବର କରାଳ ରୂପରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଗ୍ରାମ…

ଜିଲାପାଳଙ୍କ ସହ ଆଲୋଚନା କଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ଛତ୍ରପୁର, ୩୧ା୧୦(ଦିଲୀପ ସାମଲ): ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?