ଅମର ହେବେ ପୁଟିନ! ୧୫୦ ବର୍ଷ ବଞ୍ଚିବା ପାଇଁ ରୁଷିଆର ମାଷ୍ଟର ପ୍ଲାନ, ଖର୍ଚ୍ଚ ହେବ ଏତେ ଟଙ୍କା, ଜାଣିଲେ…

ବେଜିଂ,୨୯।୫: ସେପ୍ଟେମ୍ବର ୨୦୨୫ ରେ ବେଜିଂରୁ ସାମ୍ନାକୁ ଆସିଥିବା ଶି ଜିନପିଙ୍ଗ ଏବଂ ଭ୍ଲାଦିମିର ପୁଟିନଙ୍କ ଏକ ଲିକ ଅଡିଓ, ଆୟୁଷ ବଢ଼ାଇବା ବିଷୟକୁ ନେଇ ସାରା ବିଶ୍ୱରେ ଏକ ନୂଆ ବିତର୍କ ସୃଷ୍ଟି କରିଛି । ପ୍ରଶ୍ନ ଉଠିବାକୁ ଲାଗିଛି ଯେ, ମଣିଷ କଣ ଏମିତି କୌଣସି ପରୀକ୍ଷଣ କରିପାରିବ, ଯାହା ଦ୍ୱାରା ସାଧାରଣ ନାଗରିକଙ୍କ ଆୟୁଷ ବଢ଼ାଯାଇପାରିବ । ପ୍ରକୃତରେ, ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏହି କଥାବାର୍ତ୍ତା ଚାଲିଥିଲା ଯେ ମଣିଷର ଆୟୁଷକୁ ୧୫୦ ବର୍ଷ ପର୍ଯ୍ୟନ୍ତ ବଢ଼ାଯାଇପାରିବ । ଏହା ପରେ ଏହି ଚର୍ଚ୍ଚା ମଧ୍ୟ ଜୋର ଧରିଛି ଯେ, କଣ ପୁଟିନ ଏବଂ ଜିନପିଙ୍ଗ ନିଜେ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାକୁ ଚାହୁଁଛନ୍ତି?

ଏବେ ରୁଷିଆର ରାଷ୍ଟ୍ରପତି କାର୍ଯ୍ୟାଳୟ ‘କ୍ରେମଲିନ’ରୁ ଯେଉଁ ନୂଆ ସୂଚନା ଆସିଛି, ସେହି ଅନୁଯାୟୀ ରୁଷିଆ ରାଷ୍ଟ୍ରପତିଙ୍କ ବାସଭବନ ଆୟୁଷ ବଢ଼ାଇବାର ଉପାୟ ଖୋଜିବା ପାଇଁ ଏକ ଗବେଷଣା (Research) କରାଉଛି । ଏହି ଗବେଷଣା ପାଇଁ ୨୬ ଅରବ ଡଲାର (ପ୍ରାୟ ୨୫୦୦ ଅରବ ଟଙ୍କା) ଖର୍ଚ୍ଚ କରିବାକୁ ପ୍ରସ୍ତୁତି ଚାଲିଛି । ‘ଦି ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ’ (The Wall Street Journal) ନିଜ ରିପୋର୍ଟରେ ଏହି ସୂଚନା ଦେଇଛି ।

ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ପୁଟିନ ନିଜେ ଏହି ବୈଜ୍ଞାନିକ ପ୍ରୋଜେକ୍ଟର ତଦାରଖ କରୁଛନ୍ତି । ଅନ୍ୟପଟେ, ଏହି ପ୍ରୋଜେକ୍ଟର ନେତୃତ୍ୱ ପୁଟିନଙ୍କ ଝିଅ ମାରିଆ ଭୋରୋଣ୍ଟସୋଭା (ଏଣ୍ଡୋକ୍ରିନୋଲୋଜିଷ୍ଟ) ଏବଂ ରୁଷିଆର କୁରଚାତୋଭ ଇନଷ୍ଟିଚ୍ୟୁଟର ମୁଖ୍ୟ ମିଖାଇଲ କୋଭାଲଚୁକ କରୁଛନ୍ତି ।

୨୦୨୪ ରେ ରୁଷିଆର ବୈଜ୍ଞାନିକମାନେ ଏହି ପ୍ରୋଜେକ୍ଟ ଉପରେ କାମ ଆରମ୍ଭ କରିଥିଲେ। ଏହାର ଆରମ୍ଭ ବହୁତ ଧିମା ଥିଲା, କିନ୍ତୁ ଏବେ ଏହି ପ୍ରୋଜେକ୍ଟର ଗତି ବଢ଼ିଯାଇଛି । ଏହି ପ୍ରୋଜେକ୍ଟ ଅଧୀନରେ ୩ଟି ମୁଖ୍ୟ କାମ କରାଯାଉଛି-

୧.ଜିନ ଥେରାପି ଜରିଆରେ ସେଲୁଲାର୍‌ ଏଜେଇଞ୍ଜ (Cellular ageing – କୋଷଗୁଡ଼ିକର ବୁଢ଼ା ହେବା ପ୍ରକ୍ରିୟା) କୁ ଧିମା କରିବା । ଏହି ଥେରାପି ସାହାଯ୍ୟରେ ବାର୍ଦ୍ଧକ୍ୟ ବା ବୁଢ଼ାପଣ ବଢ଼ାଉଥିବା ଜିନ୍‌କୁ ନଷ୍ଟ କରିବାକୁ ଚେଷ୍ଟା କରାଯାଉଛି ।

୨. ୩D ବାୟୋପ୍ରିଣ୍ଟିଂ (3D Bioprinting): ୩D ବାୟୋପ୍ରିଣ୍ଟିଂ ପ୍ରୋସେସ ମାଧ୍ୟମରେ ଖରାପ ହୋଇଯାଇଥିବା ମାନବ ଅଙ୍ଗକୁ ପୁଣି ଥରେ ପ୍ରସ୍ତୁତ କରିବା । ପୁଟିନଙ୍କ କହିବା କଥା ଥିଲା ଯେ ଯଦି ଶରୀରର ଅଙ୍ଗଗୁଡ଼ିକୁ ବଦଳାଇ ଦିଆଯାଏ, ତେବେ ଆୟୁଷ ବଢ଼ିପାରିବ ।

୩. ପଶୁଙ୍କ ଶରୀରରେ ମାନବ ଅଙ୍ଗର ବିକାଶ: ଜିନ-ମ୍ୟାଚ୍ଡ (Gene-matched) ଛୋଟ ଘୁଷୁରିମାନଙ୍କ ଶରୀରରେ ମାନବ ଅଙ୍ଗର ବିକାଶ କରି ଏହି ପରୀକ୍ଷଣକୁ ସଫଳ କରିବାକୁ ଚେଷ୍ଟା କରାଯାଉଛି । ରୁଷିଆର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ସେମାନେ ମୂଷାର ଥାଇରଏଡ ଗ୍ଲାଣ୍ଡ ଏବଂ ମଣିଷର କାର୍ଟିଲେଜ ଟିସୁ (Cartilage tissue) ବାୟୋପ୍ରିଣ୍ଟ କରିସାରିଛନ୍ତି । ରୁଷିଆର ବୈଜ୍ଞାନିକମାନେ ଆଶା ରଖିଛନ୍ତି ଯେ ଏହି ପ୍ରକ୍ରିୟା ୨୦୩୦ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ହୋଇଯିବ ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?