ଅମର ହେବେ ପୁଟିନ! ୧୫୦ ବର୍ଷ ବଞ୍ଚିବା ପାଇଁ ରୁଷିଆର ମାଷ୍ଟର ପ୍ଲାନ, ଖର୍ଚ୍ଚ ହେବ ଏତେ ଟଙ୍କା, ଜାଣିଲେ…

ବେଜିଂ,୨୯।୫: ସେପ୍ଟେମ୍ବର ୨୦୨୫ ରେ ବେଜିଂରୁ ସାମ୍ନାକୁ ଆସିଥିବା ଶି ଜିନପିଙ୍ଗ ଏବଂ ଭ୍ଲାଦିମିର ପୁଟିନଙ୍କ ଏକ ଲିକ ଅଡିଓ, ଆୟୁଷ ବଢ଼ାଇବା ବିଷୟକୁ ନେଇ ସାରା ବିଶ୍ୱରେ ଏକ ନୂଆ ବିତର୍କ ସୃଷ୍ଟି କରିଛି । ପ୍ରଶ୍ନ ଉଠିବାକୁ ଲାଗିଛି ଯେ, ମଣିଷ କଣ ଏମିତି କୌଣସି ପରୀକ୍ଷଣ କରିପାରିବ, ଯାହା ଦ୍ୱାରା ସାଧାରଣ ନାଗରିକଙ୍କ ଆୟୁଷ ବଢ଼ାଯାଇପାରିବ । ପ୍ରକୃତରେ, ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏହି କଥାବାର୍ତ୍ତା ଚାଲିଥିଲା ଯେ ମଣିଷର ଆୟୁଷକୁ ୧୫୦ ବର୍ଷ ପର୍ଯ୍ୟନ୍ତ ବଢ଼ାଯାଇପାରିବ । ଏହା ପରେ ଏହି ଚର୍ଚ୍ଚା ମଧ୍ୟ ଜୋର ଧରିଛି ଯେ, କଣ ପୁଟିନ ଏବଂ ଜିନପିଙ୍ଗ ନିଜେ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାକୁ ଚାହୁଁଛନ୍ତି?

ଏବେ ରୁଷିଆର ରାଷ୍ଟ୍ରପତି କାର୍ଯ୍ୟାଳୟ ‘କ୍ରେମଲିନ’ରୁ ଯେଉଁ ନୂଆ ସୂଚନା ଆସିଛି, ସେହି ଅନୁଯାୟୀ ରୁଷିଆ ରାଷ୍ଟ୍ରପତିଙ୍କ ବାସଭବନ ଆୟୁଷ ବଢ଼ାଇବାର ଉପାୟ ଖୋଜିବା ପାଇଁ ଏକ ଗବେଷଣା (Research) କରାଉଛି । ଏହି ଗବେଷଣା ପାଇଁ ୨୬ ଅରବ ଡଲାର (ପ୍ରାୟ ୨୫୦୦ ଅରବ ଟଙ୍କା) ଖର୍ଚ୍ଚ କରିବାକୁ ପ୍ରସ୍ତୁତି ଚାଲିଛି । ‘ଦି ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ’ (The Wall Street Journal) ନିଜ ରିପୋର୍ଟରେ ଏହି ସୂଚନା ଦେଇଛି ।

ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ପୁଟିନ ନିଜେ ଏହି ବୈଜ୍ଞାନିକ ପ୍ରୋଜେକ୍ଟର ତଦାରଖ କରୁଛନ୍ତି । ଅନ୍ୟପଟେ, ଏହି ପ୍ରୋଜେକ୍ଟର ନେତୃତ୍ୱ ପୁଟିନଙ୍କ ଝିଅ ମାରିଆ ଭୋରୋଣ୍ଟସୋଭା (ଏଣ୍ଡୋକ୍ରିନୋଲୋଜିଷ୍ଟ) ଏବଂ ରୁଷିଆର କୁରଚାତୋଭ ଇନଷ୍ଟିଚ୍ୟୁଟର ମୁଖ୍ୟ ମିଖାଇଲ କୋଭାଲଚୁକ କରୁଛନ୍ତି ।

୨୦୨୪ ରେ ରୁଷିଆର ବୈଜ୍ଞାନିକମାନେ ଏହି ପ୍ରୋଜେକ୍ଟ ଉପରେ କାମ ଆରମ୍ଭ କରିଥିଲେ। ଏହାର ଆରମ୍ଭ ବହୁତ ଧିମା ଥିଲା, କିନ୍ତୁ ଏବେ ଏହି ପ୍ରୋଜେକ୍ଟର ଗତି ବଢ଼ିଯାଇଛି । ଏହି ପ୍ରୋଜେକ୍ଟ ଅଧୀନରେ ୩ଟି ମୁଖ୍ୟ କାମ କରାଯାଉଛି-

୧.ଜିନ ଥେରାପି ଜରିଆରେ ସେଲୁଲାର୍‌ ଏଜେଇଞ୍ଜ (Cellular ageing – କୋଷଗୁଡ଼ିକର ବୁଢ଼ା ହେବା ପ୍ରକ୍ରିୟା) କୁ ଧିମା କରିବା । ଏହି ଥେରାପି ସାହାଯ୍ୟରେ ବାର୍ଦ୍ଧକ୍ୟ ବା ବୁଢ଼ାପଣ ବଢ଼ାଉଥିବା ଜିନ୍‌କୁ ନଷ୍ଟ କରିବାକୁ ଚେଷ୍ଟା କରାଯାଉଛି ।

୨. ୩D ବାୟୋପ୍ରିଣ୍ଟିଂ (3D Bioprinting): ୩D ବାୟୋପ୍ରିଣ୍ଟିଂ ପ୍ରୋସେସ ମାଧ୍ୟମରେ ଖରାପ ହୋଇଯାଇଥିବା ମାନବ ଅଙ୍ଗକୁ ପୁଣି ଥରେ ପ୍ରସ୍ତୁତ କରିବା । ପୁଟିନଙ୍କ କହିବା କଥା ଥିଲା ଯେ ଯଦି ଶରୀରର ଅଙ୍ଗଗୁଡ଼ିକୁ ବଦଳାଇ ଦିଆଯାଏ, ତେବେ ଆୟୁଷ ବଢ଼ିପାରିବ ।

୩. ପଶୁଙ୍କ ଶରୀରରେ ମାନବ ଅଙ୍ଗର ବିକାଶ: ଜିନ-ମ୍ୟାଚ୍ଡ (Gene-matched) ଛୋଟ ଘୁଷୁରିମାନଙ୍କ ଶରୀରରେ ମାନବ ଅଙ୍ଗର ବିକାଶ କରି ଏହି ପରୀକ୍ଷଣକୁ ସଫଳ କରିବାକୁ ଚେଷ୍ଟା କରାଯାଉଛି । ରୁଷିଆର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ସେମାନେ ମୂଷାର ଥାଇରଏଡ ଗ୍ଲାଣ୍ଡ ଏବଂ ମଣିଷର କାର୍ଟିଲେଜ ଟିସୁ (Cartilage tissue) ବାୟୋପ୍ରିଣ୍ଟ କରିସାରିଛନ୍ତି । ରୁଷିଆର ବୈଜ୍ଞାନିକମାନେ ଆଶା ରଖିଛନ୍ତି ଯେ ଏହି ପ୍ରକ୍ରିୟା ୨୦୩୦ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ହୋଇଯିବ ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri