ଅପେରା ନାୟିକା କରାଇବାକୁ କହି ଯୁବତୀଙ୍କୁ ହୋଟେଲ୍‌ ଡାକି ବଳାତ୍କାର: ଭିଡିଓ କରି ବ୍ଲାକମେଲିଂ, ଯାତ୍ରାପାର୍ଟି ମ୍ୟାନେଜର ଗିରଫ

ପଟ୍ଟାମୁଣ୍ଡାଇ, ୩୧ା୫(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଯାତ୍ରା ପାଟି ନାୟିକା କରାଇ ଦେବାକୁ ପ୍ରଲୋଭନ ଦେଖାଇ ତାଙ୍କଠାରୁ ଅର୍ଥ ଲୁଟ କରିବା ସହିତ ବଳାତ୍କାର କରାଯାଇଛି। ଏହି ଅପରାଧ କରିବା ସହିତ ଦୁଇ ଜଣ ଅଭିଯୁକ୍ତ ତାଙ୍କ ସହିତ ଆପତ୍ତି ଜନକ ଭିଡିଓ ସୁଟିଂ କରିଥିବା ପୀଡିତା ଆଦର୍ଶ ଥାନାରେ ଗତ ୨୬ ରେ ଅଭିଯୋଗ କରିଥିଲେ। ଏନେଇ ଏକ ମାମଲା (ନଂ ୨୩୩/୨୬) ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲଣ କରିଛି। ସେମାନେ ହେଲେ ବୁଲୁ ପଣ୍ଡା ଏବଂ ଜ୍ୟୋତି ପଣ୍ଡା ।
ଅଭିଯୋଗ ଅନୁଯାଇ ଚାଉଦକୁଲାଟ ଫାଣ୍ଡି ଅଞ୍ଚଳର ଜୈନିକା ୩୦ ବର୍ଷିୟା ଯୁବତୀଙ୍କୁ ଗତ ଏପ୍ରିଲ ୬ରେ ତୁଳସୀ ଗଣନାଟ୍ୟର ପରିଚାଳକ ବୁଲୁ ପଣ୍ଡା ଏବଂ ଜ୍ୟୋତି ପଣ୍ଡା ତାଙ୍କୁ ଡକାଇଥିଲେ। ସେଠାରେ ତାଙ୍କୁ ଅପେରାରେ ନାୟିକା ଭୂମିକାରେ ଅଭିନୟ
କରାଦେବାକୁ କହି ନିଜ ସହିତ କେନ୍ଦ୍ରାପଡା ଏକ ହୋଟେଲକୁ ନେଇଯାଇଥିଲେ। ସେଠାରେ ବୁଲୁ ଓ ଜ୍ୟୋତି ତାଙ୍କୁ ଥଣ୍ଡା ପାନୀୟରେ ନିଶାଦ୍ରବ୍ୟ ମିଶାଇ ପିଇବାକୁ ଦେଇଥିଲେ ା ସେ ଥଣ୍ଡା ପାନୀୟ ପିଇ ଯୁବତୀ ଜଣକ ଚେତାଶୂନ୍ୟ ହୋଇଯାଇଥିଲେ। ଏହାର ସୁଯୋଗ ନେଇ ଉଭୟ ତାଙ୍କୁ ବଳାତ୍କାର।ର କରିବା ସହିତ ଆପତ୍ତି ଜନକ ଫଟୋ ଏବଂ ଭିଡିଓ ଉଠାଇଥିଲେ ା ଚେତା ଫେରିବା ପରେ ଯୁବତୀଜଣକ ସବୁ ଜାଣିପାରିଥିଲେ। ଉଭୟ ବ୍ୟକ୍ତି ତାଙ୍କୁ ଧମକ ଦେଇ କହିଥିଲେ ଆମେ ଡାକିଲେ ତୁ ଆସିବୁ, ନଚେତ୍‌ ଏହି ଭିଡିଓ ଭାଇରାଲ କରିଦେବୁ । ଯଦି ଏ ସମ୍ପର୍କରେ କିଛି କରୁ ତାଙ୍କ ମାଲିକ ନାଣ୍ଡୁ ବାବୁ ସବୁକିଛି ବୁଝିନେବେ। ପରେ ଅପେରାରେ ନାୟିକା ଭୂମିକାରେ ଅଭିନୟ କରିବାର ପ୍ରତିଶ୍ରୁତି ଦେଇ ଯୁବତୀ ଜଣକଠାରୁ ଉଭୟେ ୨ଲକ୍ଷ ୮୦ ହଜାରେ ଟଙ୍କା ନେଇଥିଲେ। ପରେ ସେମାନେ ତାଙ୍କ ମାଲିକ ନାଣ୍ଡୁବାବୁଙ୍କ ପାଖକୁ ନେଇ ପ୍ରତିଶ୍ରୁତି ଦେଇଥିଲେ ଯେ ସେମାନେ ପରବର୍ତ୍ତୀ ତାରିଖରେ ଅପେରା ପାଇଁ ଏକ ଚୁକ୍ତିନାମା କରାଇବେ। ପରେ ଚୁକ୍ତିନାମା ସ୍ବାକ୍ଷର କରିବା ଲାଗି ବୁଲୁ କେନ୍ଦ୍ରାପଡା ଏକ ଲଜକୁ ଡାକି ୫୦ ହଜାର ଟଙ୍କା ଦାବି କରିଥିଲେ । ଯୁବତୀଜଣକ ଟଙ୍କା ଦେବାକୁ ମନା କରିବାରୁ ବୁଲୁ ତାଙ୍କୁ ଆକ୍ରମଣ କରି ଜୋରଜବରଦସ୍ତ ଗାଡ଼ିରେ ନେଇ ତିନିମୁହାଣି ଛକରେ ଛାଡ଼ି ଦେଇଥିଲେ। ସମ୍ପୃକ୍ତା ଯୁବତୀ ଜଣକ କୌଣସି ଉପାୟ ନ ପାଇ ଘରକୁ ଫେରି ଆସିଥିଲେ। ଏହି ଘଟଣା ପରେ ଯାତ୍ରା ପାର୍ଟି ପରିଚାଳକ ବୋଲି ଦାବି କରୁଥିବା ୨ଜଣ ଯୁବକ ସମ୍ପୃକ୍ତା ଯୁବତୀଙ୍କୁ ଭିଡିଓ କଲକରି ଉଲଂଗ୍ନ ହେବାକୁ ଧମକ ଦେବା ସହିତ ହିରୋଇନ କରାଇବାକୁ ପୁନଃରାୟ ଟଙ୍କା ଦେବାକୁ ଧମକ ଦେଉଛନ୍ତିି। ଯୁବତୀ ଜଣକ ବାରମ୍ବାର ବଳାତ୍କାର ଓ ପ୍ରତାରଣାର ଶୀକାର ହୋଇଥିବା ନେଇ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?