ଆଜିଠୁ ଓଡ଼ିଶାରେ ଏସ୍‌ଆଇଆର୍‌: ସାମାନ୍ୟ ତ୍ରୁଟି ଥିଲେ…

ଭୁବନେଶ୍ୱର,୩୦।୫ (ସୁନିତ୍‌ ମିଶ୍ର): ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁଯାୟୀ ରାଜ୍ୟରେ ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌)-୨୦୨୬ ଶନିବାରଠାରୁ ଆରମ୍ଭ ହେବ। ଆସନ୍ତା ଜୁନ୍‌ ୨୮ ପର୍ଯ୍ୟନ୍ତ ବିଏଲ୍‌ଓମାନେ ଘରକୁ ଘର ଯାଇ ଲୋକମାନଙ୍କ ପାଇଁ ଦୁଇଟି ପରିଗଣନା ଫର୍ମ ପ୍ରଦାନ କରିବେ। ଏଥିରେ ଲୋକଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ ୨୦୦୨ ମସିହାର ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିବେ। ବିଏଲ୍‌ଓମାନେ ପରିଦର୍ଶନ ସମୟରେ ସେମାନଙ୍କ ତଥ୍ୟ ଯାଞ୍ଚ କରିବେ ଓ ସାମାନ୍ୟ ତ୍ରୁଟିକୁ ସଂଶୋଧନ କରିବେ। ଜଣେ ବି ଯୋଗ୍ୟ ଭାରତୀୟ ଭୋଟର ଯେମିତି ବାଦ୍‌ ନ ପଡ଼ନ୍ତି ଓ ଅଯୋଗ୍ୟ ଭୋଟର ଯେପରି ତାଲିକାରେ ଅନ୍ତର୍ଭୁକ୍ତ ହେବେ ନାହିଁ ସେଥିପ୍ରତି ବିଏଲ୍‌ଓମାନଙ୍କୁ ସଜାଗ ରହିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌. ଗୋପାଳନ ସୂଚନା ଦେଇଛନ୍ତି।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଗୋପାଳନ କହିଛନ୍ତି, ଓଡ଼ିଶାରେ ଭୋଟର ତାଲିକାର ଏସ୍‌ଆଇଆର୍‌ ପ୍ରକ୍ରିୟା ଲାଗି ସମୟସୂଚୀ ଘୋଷଣା ହୋଇସାରିଛି। ଆସନ୍ତା ଜୁଲାଇ ୧କୁ ଏସ୍‌ଆଇଆର୍‌ ଲାଗି ଯୋଗ୍ୟତା ତାରିଖ ଧାର୍ଯ୍ୟ କରାଯାଇଛି। ଶୁକ୍ରବାର ସୁଦ୍ଧା ରାଜ୍ୟରେ ପ୍ରିଣ୍ଟିଂ, ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଥିବାବେଳେ ବିଏଲ୍‌ଓମାନଙ୍କ ପ୍ରଶିକ୍ଷଣ ମଧ୍ୟ ଶେଷ ହୋଇଛି। ଜୁନ୍‌ ୨୮ ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକର ପୁନର୍ବିନ୍ୟାସ ହେବ। ଜୁଲାଇ ୫ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଜୁଲାଇ ୫ରୁ ଅଗଷ୍ଟ ୪ ଯାଏଁ ଦାବି ଓ ଆପତ୍ତି ଦାଖଲ ସମୟସୀମା ଧାର୍ଯ୍ୟ ହୋଇଥିବା ବେଳେ ସେପ୍ଟେମ୍ବର ୨ ଯାଏଁ ନୋଟିସ ପର୍ଯ୍ୟାୟ ସହ ଦାବି ଓ ଆପତ୍ତିର ସମାଧାନ କରାଯିବ। ସେପ୍ଟେମ୍ବର ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏସ୍‌ଆଇଆର୍‌ ପାଇଁ ପ୍ରସ୍ତୁତି ପର୍ଯ୍ୟାୟରେ ମୋଟ୍‌ ଲୋକଙ୍କ ମଧ୍ୟରୁ ୩,୧୬,୦୩,୩୨୩ ଜଣ ନିର୍ବାଚକ ଅର୍ଥାତ୍‌ ୯୪.୬୧% ଜନସାଧାରଣଙ୍କୁ ୨୦୦୨ରେ ପ୍ରକାଶିତ ହୋଇଥିବା ଶେଷ ଏସ୍‌ଆଇଆର୍‌ ସମୟର ଭୋଟର ତାଲିକା ସହ ମ୍ୟାପିଂ କରାଯାଇଛି। ପ୍ରାକ୍‌-ଏସ୍‌ଆଇଆର୍‌ ପର୍ଯ୍ୟାୟରେ ଯେଉଁ ଭୋଟରମାନଙ୍କୁ ମ୍ୟାପିଙ୍ଗ୍‌ କରାଯାଇପାରି ନ ଥିଲା, ସେମାନେ ମଧ୍ୟ ଏସ୍‌ଆଇଆର୍‌ ସମୟରେ ଯଥୋଚିତ ସୂଚନା ଦାଖଲକଲେ ମ୍ୟାପ୍‌ ହୋଇପାରିବ ବୋଲି ସେ କହିଛନ୍ତି।
ଗୋପାଳନ ଆହୁରି କହିଛନ୍ତି, ଏସ୍‌ଆଇଆର୍‌ ସମୟରେ ୪୫ ହଜାର ୨୫୫ ଜଣ ବୁଥ୍‌ସ୍ତରୀୟ ଅଧିକାରୀ ଭୋଟରଙ୍କ ଘରକୁ ଘର ଯାଇ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରିବେ। ଏସ୍‌ଆଇଆରକୁ ସମ୍ପୂର୍ଣ୍ଣ ସ୍ବଚ୍ଛ ଏବଂ ରାଜନୈତିକ ଦଳଗୁଡିକ ପୂର୍ବ ସହଭାଗିତା ସହ କାର୍ଯ୍ୟାନ୍ବୟନ କରିବା ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ସମସ୍ତ ରାଜନୈତିକ ଦଳକୁ ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ବୁଥ୍‌ସ୍ତରୀୟ ଏଜେଣ୍ଟ(ବିଏଲ୍‌ଏ) ନିଯୁକ୍ତ କରିବାକୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ମୋଟ୍‌ ୩୩ ହଜାର ୨୬ ଜଣଙ୍କୁ ନିଯୁକ୍ତ କରାଯାଇଛି। ବିଏଲ୍‌ଓମାନେ ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ଫର୍ମ ଦେବେ। ପୂରଣ ହୋଇଥିବା ଫର୍ମର ଗୋଟିଏ ନକଲ ବିଏଲ୍‌ଓମାନେ ସଂଗ୍ରହ କରିବେ ଏବଂ ୨ୟ ନକଲରେ ଦସ୍ତଖତକରି ଭୋଟରଙ୍କୁ ରସିଦ ବା ସ୍ବୀକୃତି ପତ୍ର ଭାବେ ଫେରସ୍ତ କରିବେ। ଏହାକୁ ଭୋଟର ଭବିଷ୍ୟତ ପାଇଁ ସାଇତି ରଖିବେ। ଭୋଟରମାନେ ଚାହିଁଲେ ନିର୍ବାଚନ କମିଶନଙ୍କ ଓ୍ବେବ୍‌ସାଇଟ୍‌ରୁ ଏହି ଫର୍ମ ଡାଉନ୍‌ଲୋଡ୍‌ କରିପାରିବେ। ପୂରଣ ପରେ ସେହି ପୋର୍ଟାଲ ଜରିଆରେ ଅନ୍‌ଲାଇନ ଅପ୍‌ଲୋଡ୍‌ କରିପାରିବେ। ଯେଉଁ ଲୋକମାନେ ବିଦେଶରେ ନାଗରିକତା ଗ୍ରହଣ କରିସାରିଛନ୍ତି ସେମାନଙ୍କ ନାମ ଭୋଟର ତାଲିକାରୁ ବାଦ୍‌ ଦିଆଯିବ। କୌଣସି ଲୋକ ଯଦି ନିଜର ଦସ୍ତାବିଜ ଦେଇପାରୁନାହାନ୍ତି ତେବେ ସ୍ଥାନୀୟ ବାସିନ୍ଦାଙ୍କଠାରୁ ତଥ୍ୟ ସଂଗ୍ରହ କରାଯିବ। ଯଦି ଏହା ସତ୍ତ୍ୱେ ତଥ୍ୟ ସଂଗ୍ରହ ନ ହୋଇପାରିଲା ତା’ହେଲେ ଭୋଟର ତାଲିକାରୁ ବାଦ୍‌ ଦିଆଯିବ ବୋଲି ଗୋପାଳନ କହିଛନ୍ତି।
ଫର୍ମ ପୂରଣରେ କୌଣସି ସମସ୍ୟା ହେଲେ ବିଏଲ୍‌ଓ ସମ୍ପୃକ୍ତ ଭୋଟରଙ୍କୁ ସମ୍ପୂର୍ଣ୍ଣ ସହାୟତା କରିବେ। ଏହାସହ ନୂଆ ଭୋଟର ଭାବେ ନାମ ପଞ୍ଜୀକରଣ କରିବାକୁ ଚାହୁଁଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ବିଏଲ୍‌ଓ ସେହି ସମୟରେ ଫର୍ମ-୬ ସହିତ ସ୍ବତନ୍ତ୍ର ଘୋଷଣାପତ୍ର ପ୍ରଦାନ କରିବେ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବୁଥ୍‌ସ୍ତରୀୟ ଅଧିକାରୀମାନଙ୍କ ସୁରକ୍ଷା ଲାଗି ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ଏବଂ ଅପରାହ୍ନ ୪ଟାରୁ ସା ୭ଟା ପର୍ଯ୍ୟନ୍ତ ଫିଲ୍ଡ ଓ୍ବାର୍କ କରିବେ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଫିଲ୍ଡ ଓ୍ବାର୍କ କରିବେ ନାହିଁ। କାମ ସମୟରେ ବିଏଲ୍‌ଓମାନେ ଯଦି କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି ତେବେ ତୁରନ୍ତ ସେମାନଙ୍କୁ ସୁରକ୍ଷା ଯୋଗାଇଦେବାକୁ ସବୁ ଜିଲା ଆରକ୍ଷୀ ଅଧୀକ୍ଷକ ଓ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଲୋଚନା କରିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

‘ଶିକ୍ଷକଙ୍କ ହାତରେ ରହିଛି ଉତ୍ତମ ଶିଶୁ ଗଠନର ଦାୟିତ୍ୱ’

ଭୁବନେଶ୍ୱର,୫ା୯: ବାଲିପୁଟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ୍‌ ଜାଭିଅର କିଡ୍ସରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଗୁରୁଦିବସ। ବିଦ୍ୟାଳୟର ପ୍ରାର୍ଥନା ପର୍ବ ପରେ ପୂର୍ବତନ ରାଷ୍ଟ୍ରପତି ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri