ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ ମାନେ ଶିକାର କରି ମାଂସ କାଟି ବିକ୍ରି କରୁଥିଲେ । ଏହି ବନ ବିଭାଗ ବଣମହୁଲଡିହା ଗ୍ରାମରେ ଲକ୍ଷ୍ମଣ ମାଝୀ ଘର ନିକଟରେ ଚାଢ଼ାଉ କରି ୧୦କିଲୋ ହରିଣ ମାଂସ, ୮କିଲୋ ହରିଣ ମୁଣ୍ଡ ମାଂସକୁ ଜବତ କରି ଆଣି ପାଟଣା ରେଞ୍ଜ କାର୍ଯ୍ୟାଳୟରେ ଭେଟନରି ଡ଼ାକ୍ତର ଡକାଇ ପୋଷ୍ଟମର୍ଟମ କରିଛନ୍ତି ।  ରବିବାର ସନ୍ଧ୍ୟାରେ ଏକ ପ୍ରେସ୍ ବିଜ୍ଞପ୍ତିରେ ଡିଏଫଓ  ଧନରାଜ ଏଚଡି ଏହା କହିଛନ୍ତି ।
ଗିରଫ ବ୍ୟକ୍ତି ହେଉଛନ୍ତି ବଣ ମହୁଲ ଡିହା ଦଲକି ସାହିର ଲକ୍ଷ୍ମଣ ମାଝୀ, ଯଦୁମଣି ମାଝୀ , ମୟୂର ଭଞ୍ଜ ଜିଲା ଠାକୁର ମୁଣ୍ଡା ଥାନା ବେଣ୍ଟ କାର ପଡ଼ା ଗ୍ରାମର ଗୋପାଳ ମାଝୀ, ଠାକୁର ମୁଣ୍ଡା ଥାନା ବେଣ୍ଟ କାର ପଡ଼ା ଗ୍ରାମର ସାନକରଣ ମାଝୀ । ଚଢାଉରେ ରେଞ୍ଜର ବନ ବିହାରୀ ସର୍ଦାରଙ୍କ ନିର୍ଦ୍ଦେଶରେ ପାଟଣା ବନନିରଞ୍ଜନ ସେଠୀ ଗାର୍ଡ ଦୀପକ ସ୍ୱାଇଁ, ୪ପାରା ସ୍କ୍ବାର୍ଡ ସାମିଲ ହୋଇଥିଲା। ବନ ବିଭାଗ ସେମାନଙ୍କ ବିରୁଦ୍ଧରେ 14 ପି/ 2026-2027 ରେ ମାମଲା ରୁଜୁ କରି ବନ୍ୟପ୍ରାଣୀ (ସୁରକ୍ଷା) ଆଇନ, 1972 ଅନୁଯାୟୀ ଏକ ମାମଲା ରୁଜୁ କରିଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ରପ୍ରଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ୪, ହାଇ ଆଲର୍ଟରେ…

ଅମରାବତୀ,୧୭।୭: ଆନ୍ଧ୍ରରେ ମାଡୁଛି କରୋନା ଭାଇରସ୍ । ରାଜ୍ୟ ସ୍ୱାସ୍ଥ୍ୟ କମିଶନର ଜି. ବୀରାପାଣ୍ଡିଆନ୍ କହିଛନ୍ତି ଯେ ଜୁନ୍ ୨୬ ରୁ ଜୁଲାଇ ୧୬ ମଧ୍ୟରେ ରାଜ୍ୟରେ…

ବଙ୍ଗୋପସାଗରରେ ବୁଡ଼ିଗଲା ଦୁଇ ଡଙ୍ଗା; ୫୦୦ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ,୧୭।୭: ମ୍ୟାନମାରରୁ ଯାଇଥିବା ୫୦୦ ରୁ ଅଧିକ ଲୋକ ସମୁଦ୍ରରେ ନିଖୋଜ ହେବାର ଆଶଙ୍କା କରାଯାଉଛି। ଖରାପ ପାଗ ଯୋଗୁ ମ୍ୟାନମାର ଉପକୂଳ ନିକଟରେ ଦୁଇଟି ଡଙ୍ଗା…

‘ମହାପ୍ରଭୁ ଜଗନ୍ନାଥ’ ଆନିମେସନ ଫିଲ୍ମ ରିଲିଜ ରୋକ ଲଗାଇଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୧୭।୭: ‘ମହାପ୍ରଭୁ ଜଗନ୍ନାଥ’ ଆନିମେସନ ଫିଲ୍ମ ରିଲିଜ ଉପରେ ଅଙ୍କୁଶ ଲାଗିଛି। ହାଇକୋର୍ଟଙ୍କ ଅନ୍ତରୀଣ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ରଥଯାତ୍ରା ନ ସରିବା ଯାଏ ଫିଲ୍ମ…

ବାର୍‌ହା ଆତଙ୍କ: ଘରେ ପଶି ଗୋଡ଼ାଇ ଗୋଡ଼ାଇ କଲା ଆକ୍ରମଣ, ୫ ଲହୁଲୁହାଣ

ମହାକାଳପଡ଼ା,୧୭ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବରକନ୍ଧା ପଞ୍ଚାୟତର ସାଠିଏବାଟି ଗ୍ରାମରେ ଶୁକ୍ରବାର ସକାଳୁ ଜଙ୍ଗଲୀ ବାର୍‌ହା ଆତଙ୍କ ସୃଷ୍ଟି କରିଛି। ବାର୍‌ହା ଆକ୍ରମଣରେ…

ପରସ୍ପର କଥା ହେଉନାହାନ୍ତି କି କୋହଲି-ଗମ୍ଭୀର: କୋଚ କଲେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୭।୭: ବିରାଟ କୋହଲି ଏବଂ ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ମଧ୍ୟରେ ସମ୍ପର୍କକୁ ନେଇ ବହୁତ ସମୟ ଧରି କଳ୍ପନାଜଳ୍ପନା ଚାଲିଛି। ଗତ ବର୍ଷ…

ରେଳ ବିଭାଗର ବଡ଼ ଅପ୍‌ଡେଟ୍‌: ଜୁଲାଇ ୨୦ରେ ଏସବୁ ରୁଟ୍‌ରେ ଟ୍ରେନ୍‌ ବାତିଲ, ଯାଞ୍ଚ୍‌ କରିନିଅନ୍ତୁ ସ୍ଥିତି…

ନୂଆଦିଲ୍ଲୀ,୧୭ା୭: ପ୍ରତ୍ୟେକ ଟ୍ରେନ୍‌ ଯାତ୍ରୀ ଜାଣିଛନ୍ତି ଗୋଟିଏ ଟିକେଟ୍‌ କନ୍‌ଫର୍ମ ହେବା କେତେ କଷ୍ଟକର। କନ୍‌ଫର୍ମ ଟିକେଟଗୁଡ଼ିକ ଆର୍‌ଏସି କିମ୍ବା ଓ୍ବେଟିଂ ଲିଷ୍ଟକୁ ଟ୍ରାନ୍ସଫର କରାଯାଏ। ବହୁ…

ଜୈଶ-ଇ-ମହମ୍ମଦର ୫ ଆତଙ୍କବାଦୀ ଗିରଫ; ଦେଶବ୍ୟାପୀ ବିସ୍ଫୋରଣ ଯୋଜନା ପଣ୍ଡ

ଅହମଦାବାଦ,୧୭।୭: ଗୁଜୁରାଟ ATS ଜୈଶ-ଇ-ମହମ୍ମଦ ସହିତ ଜଡିତ ୫ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଜୈଶ ଆତଙ୍କବାଦୀଙ୍କ ସମ୍ପର୍କରେ ଗୁପ୍ତ ସୂଚନା ପାଇ ଗୁଜୁରାଟ ଆତଙ୍କବାଦ ନିରୋଧୀ…

ଶୋଇଥିବାବେଳେ ଘର ମାଲିକାଣୀଙ୍କୁ ବାହାର ପଟୁ ଶିକୁଳି ମାରି ୪ ଛେଳି ଧରି ଛୁ, ସକାଳୁ ଉଠି ଦେଖିଲା ବେଳକୁ…

ପାଟଣା ,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଜଗନ୍ନାଥ ବାରିକଙ୍କ ଘର ଭିତରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri