ଖୋଲିବ ହର୍ମୁଜ ପ୍ରଣାଳୀର ତାଲା! ଦ୍ରୁତ ଗତିରେ ଚାଲିବ ଭାରତୀୟ ଜାହାଜ, ଖୁସିରେ ସର୍ବନିମ୍ନ ସ୍ତରକୁ ଖସିଲା…

ନୂଆଦିଲ୍ଲୀ,୩୦।୫: ଖୁସି ଖବର! ଇନ୍ଧନ ସଙ୍କଟ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି। ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିଚୁକ୍ତିର ସମ୍ଭାବନା ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ବିଶ୍ୱାସ କରାଯାଉଛି ଯେ ଉଭୟ ଦେଶ ଖୁବ ଶୀଘ୍ର କୌଣସି ଏକ ନିଷ୍ପତ୍ତିରେ ପହଞ୍ଚିବେ। ଏହି ଚୁକ୍ତିର ଖୁସି ଅଶୋଧିତ ତୈଳ (କ୍ରୁଡ ଅଏଲ) ମୂଲ୍ୟ ଉପରେ ମଧ୍ୟ ଦେଖିବାକୁ ମିଳୁଛି, ଯାହା ଶନିବାର ସକାଳେ ହ୍ରାସ ପାଇ ୬ ସପ୍ତାହ ଅର୍ଥାତ୍‌ ଦେଢ଼ ମାସର ସର୍ବନିମ୍ନ ସ୍ତରକୁ ଚାଲିଆସିଛି। ଆଶା କରାଯାଉଛି ଯେ ବର୍ତ୍ତମାନ ହର୍ମୁଜ ପ୍ରଣାଳୀ (Strait of Hormuz) ରାସ୍ତା ପୁଣି ଥରେ ଖୋଲାଯାଇପାରେ ଏବଂ ଇନ୍ଧନ ବୋଝେଇ ଭାରତୀୟ ଜାହାଜଗୁଡ଼ିକ ଦ୍ରୁତ ଗତିରେ ଗତି କରିବା ଆରମ୍ଭ କରିବେ। ଏହାଦ୍ୱାରା ଦେଶରେ ସୃଷ୍ଟି ହୋଇଥିବା କ୍ରୁଡ ଓ ଗ୍ୟାସ ସଙ୍କଟ ମଧ୍ୟ ଖୁବ ଶୀଘ୍ର ଦୂର ହୋଇଯିବ।

ଗ୍ଲୋବାଲ ମାର୍କେଟରେ ଆଜି ଅଶୋଧିତ ତୈଳ ମୂଲ୍ୟରେ ୨ ପ୍ରତିଶତରୁ ଅଧିକ ହ୍ରାସ ଦେଖିବାକୁ ମିଳୁଛି। WTI ର ମୂଲ୍ୟ ହ୍ରାସ ପାଇ ବ୍ୟାରେଲ ପିଛା $୮୭.୩୬ ଡଲାରରେ ପହଞ୍ଚିଥିବା ବେଳେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ମଧ୍ୟ ବ୍ୟାରେଲ ପିଛା $୯୧.୧୨ ଡଲାରରେ କାରବାର ହେଉଛି। ଏହା ଗତ ୬ ସପ୍ତାହ ମଧ୍ୟରେ ସବୁଠାରୁ ସର୍ବନିମ୍ନ ସ୍ତର। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସଙ୍କେତ ଦେଇଛନ୍ତି ଯେ ଇରାନ ସହ ଶାନ୍ତି ଚୁକ୍ତି ପାଇଁ ଚୂଡ଼ାନ୍ତ ଆଲୋଚନା ଚାଲିଛି। ତେବେ ଇରାନର ବୈଦେଶିକ ମନ୍ତ୍ରୀ ଏବେ ବି କହୁଛନ୍ତି ଯେ କୌଣସି ଚୂଡ଼ାନ୍ତ ଚୁକ୍ତି ହୋଇନାହିଁ ଏବଂ ଉଭୟ ଦେଶ ମଧ୍ୟରେ ଆଲୋଚନା ନିରନ୍ତର ଜାରି ରହିଛି। ତଥାପି, ଆମେରିକାର ଆଭିମୁଖ୍ୟକୁ ଦେଖିଲେ ମନେହେଉଛି ଯେ ସେ ଇରାନ ସହ ପରମାଣୁ ପ୍ରସଙ୍ଗରେ ପୁଣି ଥରେ ନୂଆ କରି ଆଲୋଚନା ଆରମ୍ଭ କରିପାରେ।

ଗ୍ଲୋବାଲ ଏନର୍ଜି ଏଜେନ୍ସିଗୁଡ଼ିକର କହିବାନୁସାରେ, ହର୍ମୁଜ ରାସ୍ତାରେ ଶହ ଶହ ଜାହାଜ ଅପେକ୍ଷା କରି ରହିଛନ୍ତି। ଏହା ଉପରେ ଇରାନ ଏବଂ ଆମେରିକା ଉଭୟ ନିଜର ଦାବି ଉପସ୍ଥାପନ କରୁଛନ୍ତି ଏବଂ କୌଣସି ବି ଜାହାଜକୁ ଯିବାକୁ ଦେଉନାହାନ୍ତି। ଯଦି ଉଭୟଙ୍କ ମଧ୍ୟରେ ଚୁକ୍ତି ହୁଏ ଏବଂ ହର୍ମୁଜ ଦେଇ ପୁଣି ବ୍ୟବସାୟ ଆରମ୍ଭ ହୁଏ, ତେବେ ଖୁବ ଶୀଘ୍ର ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା $୮୦ ଡଲାରରୁ ମଧ୍ୟ ତଳକୁ ଖସିପାରେ। ବର୍ତ୍ତମାନ ଏହି ବିବାଦ ଯୋଗୁଁ ଗ୍ଲୋବାଲ ମାର୍କେଟରେ କ୍ରୁଡ ମହଜୁଦ ପ୍ରାୟ ୨ କୋଟି ବ୍ୟାରେଲ ହ୍ରାସ ପାଇଛି। ବିଶ୍ୱ ବ୍ୟାଙ୍କ, ଆଇଏମଏଫ (IMF) ସହିତ ସମସ୍ତ ଗ୍ଲୋବାଲ ଏଜେନ୍ସି ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଯଦି ହର୍ମୁଜ ସଙ୍କଟ ଦୀର୍ଘ ଦିନ ଧରି ଚାଲେ, ତେବେ ଖରାଦିନେ ଇନ୍ଧନ ସଙ୍କଟ ଆହୁରି ଗଭୀର ହୋଇପାରେ।

 

Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri