ଶାଳପଡା ହାଟପଡ଼ିଆରେ ପୋଲିସର ଚଢ଼ାଉ: ବ୍ରାଉନ୍ ସୁଗାର ସହ ଯୁବକ ଗିରଫ

ହାଟଡିହୀ/ଆନନ୍ଦପୁର/ବଞ୍ଚୋ , ୩୦।୫ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ନିଶା କାରବାର ବିରୋଧରେ ପୋଲିସର କଡ଼ା ଆଭିମୁଖ୍ୟ ଜାରି ରହିଛି। ଶନିବାର ଘସିପୁରା ଥାନା ପୋଲିସ ଶାଳପଡ଼ା ହାଟପଡ଼ିଆଠାରେ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କୁ ନିଷିଦ୍ଧ ମାଦକ ଦ୍ରବ୍ୟ ବ୍ରାଉନସୁଗାର ସହିତ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ଜଣକ ପଞ୍ଚୁପଲ୍ଲୀ ଗ୍ରାମର ଭକ୍ତବନ୍ଧୁ ବାରିକଙ୍କ ପୁଅ ମନୋଜ ବାରିକ (୩୩) ବୋଲି ଆନନ୍ଦପୁର ଏସ୍‌ଡିପିଓ କମଳ ପଣ୍ଡା ସୂଚନା  ଦେଇଛନ୍ତି।

ପୋଲିସ ସୂଚନା ଅନୁଯାୟୀ, ଶାଳପଡ଼ା ହାଟପଡ଼ିଆ ନିକଟରେ ମନୋଜ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ବେଳେ ପୋଲିସ ତାଙ୍କୁ ଅଟକ ରଖିଥିଲା। ଏନ୍‌ଡିପିଏସ୍ (NDPS) ଆଇନର ନିର୍ଦ୍ଧାରିତ ନିୟମ ଅନୁସରଣ କରି ନିର୍ବାହୀ ମାଜିଷ୍ଟ୍ରେଟଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଅଭିଯୁକ୍ତଙ୍କର ଜାନତଲାସି କରାଯାଇଥିଲା। ଏହି ସମୟରେ ତାଙ୍କ ପାଖରୁ ୦.୬୮ ଗ୍ରାମ୍ ଓଜନର ନିଷିଦ୍ଧ ବ୍ରାଉନସୁଗାର ଜବତ କରାଯାଇଛି। ଏହି ଚୋରା ନିଶା କାରବାର ସଂକ୍ରାନ୍ତରେ ଘସିପୁରା ଥାନାରେ କେସ୍ ନଂ- ୨୫୨/୨୦୨୬ ରୁଜୁ କରାଯାଇଛି। ପୋଲିସ ଅଭିଯୁକ୍ତ ମନୋଜଙ୍କ ବିରୋଧରେ ଧାରା ୨୧(ଏ)/୨୫ ଏନ୍‌ଡିପିଏସ୍ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ ଯେ, ନିକଟ ଅତୀତରେ ଆନନ୍ଦପୁର ଉପଖଣ୍ଡ ଅଧୀନରେ ଥିବା ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ବ୍ୟାପକ ଚଢ଼ଉ କରାଯାଇଛି। ଏହି ବିଶେଷ ଅଭିଯାନରେ ଏପର୍ଯ୍ୟନ୍ତ ୨୦ରୁ ଊର୍ଦ୍ଧ୍ୱ ନିଶା ବ୍ୟବସାୟୀଙ୍କୁ ବିପୁଳ ପରିମାଣର ବ୍ରାଉନସୁଗାର ସହ ଗିରଫ କରାଯାଇ ଜେଲ୍ ପଠାଯାଇଛି। ସ୍ଥାନୀୟ ଅଞ୍ଚଳକୁ ନିଶାମୁକ୍ତ କରିବା ପାଇଁ ପୋଲିସର ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାର୍‌ହା ଆତଙ୍କ: ଘରେ ପଶି ଗୋଡ଼ାଇ ଗୋଡ଼ାଇ କଲା ଆକ୍ରମଣ, ୫ ଲହୁଲୁହାଣ

ମହାକାଳପଡ଼ା,୧୭ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବରକନ୍ଧା ପଞ୍ଚାୟତର ସାଠିଏବାଟି ଗ୍ରାମରେ ଶୁକ୍ରବାର ସକାଳୁ ଜଙ୍ଗଲୀ ବାର୍‌ହା ଆତଙ୍କ ସୃଷ୍ଟି କରିଛି। ବାର୍‌ହା ଆକ୍ରମଣରେ…

ରେଳ ବିଭାଗର ବଡ଼ ଅପ୍‌ଡେଟ୍‌: ଜୁଲାଇ ୨୦ରେ ଏସବୁ ରୁଟ୍‌ରେ ଟ୍ରେନ୍‌ ବାତିଲ, ଯାଞ୍ଚ୍‌ କରିନିଅନ୍ତୁ ସ୍ଥିତି…

ନୂଆଦିଲ୍ଲୀ,୧୭ା୭: ପ୍ରତ୍ୟେକ ଟ୍ରେନ୍‌ ଯାତ୍ରୀ ଜାଣିଛନ୍ତି ଗୋଟିଏ ଟିକେଟ୍‌ କନ୍‌ଫର୍ମ ହେବା କେତେ କଷ୍ଟକର। କନ୍‌ଫର୍ମ ଟିକେଟଗୁଡ଼ିକ ଆର୍‌ଏସି କିମ୍ବା ଓ୍ବେଟିଂ ଲିଷ୍ଟକୁ ଟ୍ରାନ୍ସଫର କରାଯାଏ। ବହୁ…

ଶୋଇଥିବାବେଳେ ଘର ମାଲିକାଣୀଙ୍କୁ ବାହାର ପଟୁ ଶିକୁଳି ମାରି ୪ ଛେଳି ଧରି ଛୁ, ସକାଳୁ ଉଠି ଦେଖିଲା ବେଳକୁ…

ପାଟଣା ,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଜଗନ୍ନାଥ ବାରିକଙ୍କ ଘର ଭିତରୁ…

ବଣ ବିଲୁଆ ଆତଙ୍କ: ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି

ନୂଆପଡ଼ା,୧୭ା୭ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ୍‌ ବେଲଟୁକୁରି ଥାନା ଅନ୍ତର୍ଗତ ଭାଲେଶ୍ୱର ପଞ୍ଚାୟତ ଅଞ୍ଚଳରେ ବଣ ବିଲୁଆ ଆତଙ୍କ ଦେଖାଦେଇଛି। ସପ୍ତାହକ ମଧ୍ୟରେ ବିଲୁଆ କାମୁଡ଼ାରେ ୪ଜଣ…

କେସିଙ୍ଗାରେ ଶାନ୍ତିଶୃଙ୍ଖଳା ସହ ରଥଯାତ୍ରା ସମ୍ପନ୍ନ: ସହାୟତା କଲେ ବିଧାୟକ

କେସିଙ୍ଗା,୧୭।୭(ତୁମେଶ୍ୱର ସାହୁ): ତୁହାକୁ ତୁହା ବର୍ଷା ସତ୍ତ୍ୱେ କେସିଙ୍ଗା ବ୍ଳକର ୨୬ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଶାନ୍ତି ଶୃଙ୍ଖଳା…

ବର୍ଷା ଜଳରେ ବୁଡିଲା କେଶପୁର, ଘରୁ ବାହାରି ପାରୁନାହାନ୍ତି ଲୋକେ

କଟକ ସଦର,୧୭।୭(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ଅନ୍ତର୍ଗତ ଆୟତ୍ତପୁର ପଞ୍ଚାୟତ କେଶପୁର ଗହିରରେ ବର୍ଷା ଜଳ ଜମି ରହିଛି । ଫଳରେ ନଦୀର ଭ୍ରମ…

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ପରିବାରରେ ଶୋକାକୁଳ ପରିବେଶ

ନୂଆପଡ଼ା,୧୭ା୭ (ମକାରୁ ବେମାଲ): ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତଦେହ ଗାଁରେ ପହଞ୍ଚିଛି। ଏପରି ଏକ କରୁଣ ଚିତ୍ର ନୂଆପଡ଼ା ଜିଲା କୋମନା ଥାନା କୁରେଶ୍ୱର ପଞ୍ଚାୟତ…

ନକଲି ସୁନା ବନ୍ଧକ ଦେଇ ନେଉଥିଲେ ଋଣ, ସତ ଜଣାପଡିବା ପରେ ହେଲା…

ଦେବଗଡ,୧୭।୭(ଶଶାଙ୍କ ଶେଖର ଝାଙ୍କର): ନକଲି ସୁନା ଅଳଙ୍କାର ବନ୍ଧକ ଦେଇ ଋଣ ଟଙ୍କା ହାତେଇବା ଅଭିଯୋଗରେ ଦେବଗଡ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri