୭ ବର୍ଷର ଶିଶୁଙ୍କୁ ଅପହରଣ ପରେ କରିଥିଲେ ହତ୍ୟା, ଚୂଡ଼ାନ୍ତ ରାୟରେ ଅଭିଯୁକ୍ତ ଦେବାଶିଷଙ୍କୁ…

ବ୍ରହ୍ମପୁର,୨୯ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)-୧ ନରେଶ ମହାନ୍ତି ସୋମବାର ୨୦୧୯ ଜାନୁଆରୀ ମାସର ବହୁଚର୍ଚ୍ଚିତ ଜନୈକ ୭ବର୍ଷର ଡିଏଭି ଛାତ୍ର ଅପହରଣ ପରେ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ସେ ଅଭିଯୁକ୍ତ ଯାଜପୁରର ଦେବାଶିଷ ପଣ୍ଡା(୪୦)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ ପାଇଁ ନିଜ ରାୟରେ ଉଲ୍ଳେଖ କରିଛନ୍ତି। ଗୋଶାଣିନୂଆଗାଁ ଥାନା ଅନ୍ତର୍ଗତ ସଦାନନ୍ଦ ବିହାରରେ ନିରୂପାରାଣୀ ଆଚାରୀ ନିଜର ୭ବର୍ଷର ପୁଅ ଆଶିଷ ଅଂଶୁମାନ ସହ ରହୁଥିଲେ। ଶିଶୁଟି ଗାନ୍ଧିନଗରସ୍ଥିତ ଡିଏଭି ସ୍କୁଲରେ ଷ୍ଟାଣ୍ଡାର୍ଡ ୧ରେ ପଢୁଥିଲେ। ଯାଜପୁର ଅଞ୍ଚଳର ଦେବାଶିଷ ପଣ୍ଡାଙ୍କ ସହ ତାଙ୍କର ଫେସବୁକ୍‌ ଜରିଆରେ ସମ୍ପର୍କ ହୋଇଥିଲା। ୨୦୧୯ ଜାନୁଆରୀ ୧୨ ତାରିଖ ସକାଳେ ଦେବାଶିଷ ନିରୂପାରାଣୀଙ୍କ ଘରେ ପହଞ୍ଚିଥିଲେ। ଆଶିଷ ସ୍କୁଲ ଯିବାକୁ ବାହାରିଥିଲେ। ଆଶିଷଙ୍କ ସ୍କୁଲରେ ଛାଡ଼ିଦେବାକୁ କହି ତାକୁ ଧରି ଦେବାଶିଷ ଯାଇଥିଲେ। ହେଲେ ସନ୍ଧ୍ୟା ସୁଦ୍ଧା ପୁଅ ଘରକୁ ଫେରି ନ ଥିବାରୁ ନିରୂପାରାଣୀଙ୍କ ସନ୍ଦେହ ହେଲା। ସେ ଗୋଶାଣିନୂଆଗାଁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୩/୧୯ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଦେବାଶିଷଙ୍କୁ ଗିରଫ କରିବା ପରେ ସେ ସେ ଉକ୍ତ ଶିଶୁଟିକୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ତାଙ୍କୁ ତତ୍କାଳୀନ ଥାନାଧିକାରୀ ତଥା ତଦନ୍ତକାରୀ ଅଧିକାରୀ କୁଳମଣି ସେଠୀ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ମାମଲାର ବିଚାରଣା ବେଳେ ୨୬ ଜଣଙ୍କ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ପ୍ରମାଣ ଆଧାରରେ ଜଜ୍‌ ଅଜିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷେରୁ ଏପିପି ଅଶୋକ କୁମାର ନାୟକ ମୋକଦ୍ଦମା ପରିଚାଳନା କରିଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ, ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ –ସଦାନନ୍ଦ ବିହାରରେ ନିରୂପାରାଣୀ ଆଚାରୀ ନିଜର ୭ବର୍ଷର ପୁଅକୁ ନେଇ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ରହୁଥିଲେ। ଯାଜପୁର ଜିଲା ଜଖପୁର ଥାନା ଅନ୍ତର୍ଗତ ଜଖପୁରର ଦେବାଶିଷ ପଣ୍ଡା ଉକ୍ତ ମହିଳାଙ୍କ ସହ ଫେସବୁକ ଜରିଆରେ ଘଟଣାର ବର୍ଷେକ ପୂର୍ବରୁ ବନ୍ଧୁତା ହୋଇଥିଲା।  ସମୟ ସମୟରେ ଦେବାଶିଷ ମହିଳାଙ୍କ ଘରକୁ  ଯିବା ଆସିବା କରନ୍ତି।ନିରୂପାରାଣୀଙ୍କୁ ସେ ଏକ ତରଫା ପ୍ରେମ କରିବା ଆରମ୍ଭ କରିଥିଲେ। ହେଲେ ମହିଳାଙ୍କ ପାଖରେ ତାଙ୍କ ପୁଅ ଆଶିଷ ଅଂଶୁମାନ (୭)ରହୁଥିବାରୁ ସେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିପାରୁନଥିଲେ। ଏଣୁ ସେ ଆଶିଷଙ୍କୁ ରାସ୍ତାରୁ ହଟାଇବା ପାଇଁ ସେ ସୁଯୋଗ ଅପେକ୍ଷାରେ ରହିଥିଲେ। ନିରୂପାରାଣୀଙ୍କ ପୁଅ ଆଶିଷ ଅଂଶୁମାନ ଯିଏକି ଡିଏଭି ସ୍କୁଲରେ ଷ୍ଟାଣ୍ଡର୍ଡ ୧ ‘ରେ ପାଠ ପଢନ୍ତି। ଗତ ୨୦୧୯  ଜାନୁଆରୁ ୬’ ରେ ଆଶିଷ’ଙ୍କ ଜନ୍ମଦିନ ପାଳନ ଗୋପଲପୁର ସର୍କିଟ ହାଉସରେ  ହୋଇଥିଲା। ଦେବାଶିଷ ଵ୍ରହ୍ମପୁର ଆସି ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେହିପରି ଜାନୁଆରୀ୧୧ ତାରିଖ ସନ୍ଧ୍ୟାରେ ଉଭୟ ଦେବାଶିଷ ଓ ମହିଳାଙ୍କ ମଧ୍ୟରେ କୌଣସି କଥାକୁ ନେଇ ମନମାଳିନ ହୋଇଥିଲା। ୧୨ ତାରିଖ ସକାଳେ ଦେବାଶିଷ ଉକ୍ତ ମହିଳାଙ୍କ ଘରକୁ ଆସିଥିଲେ। ସେହିସମୟରେ ସେ ତାଙ୍କ ପୁଅକୁ ଛାଡ଼ିବା ପାଇଁ ବାହାରିଥିଲେ। ଦେବାଶିଷ କହିଥିଲେ ମୁ ,ଆଶିଷଙ୍କୁ ସ୍କୁଲରେ ଛାଢ଼ିଦେବି କହି ମହିଳାଙ୍କ ସ୍କୁଟି (ଓଡ଼ି ୦୭ ବି ୪୯୪୬) ଧରି ଘରୁ ଚାଲିଯାଇଥିଲେ। ହେଲେ ଆଶିଷ ସ୍କୁଲରୁ ଫେରିବା ସମୟ ହୋଇଯାଇଥିବା ବେଳେ ସେ ଘରକୁ ଫେରିନଥିଲେ କି ଦେବାଶିଷ ମୋବାଇଲକୁ ମହିଳା ଜଣଙ୍କ ବାରମ୍ବାର ଫୋନ କଲେ ମଧ୍ୟ କୌଣସି ଉତ୍ତର ମିଳିପାରିନଥିଲା। ଶେଷରେ ପୁଅକୁ ନପାଇ ମହିଳା ଜଣଙ୍କ ଏନେଇ ଗୋଷଣୀନୂଆଗାଁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ନଂ ୦୩/୧୯ ରୀଙ୍କ ମାମଲା ରୁଜୁ କରି ଘଟଣାର ତଦନ୍ତର ଦୁଇଦିନ  ପରେ ଅଭିଯୁକ୍ତ ଦେବାଶିଷ ଙ୍କୁ ସୋନପୁର ଜିଲା ସିଙ୍ଗଳପୁରର ଡୁଙ୍ଗୁରିପାଳିରୁ କାବୁ କରି ଵ୍ରହ୍ମପୁର ଆଣିଥିଲା। ପରେ ପୋଲିସ ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସ୍ପଟ ତାରାତାରିଣୀ ମନ୍ଦିର ପଦଦେଶରେ ଥିବା ଏକ ବୁଦା ମୂଳକୁ ଯାଇ ଶିଶୁଙ୍କ ମୃତଦେହ ଦେଖାଇଥିଲେ। ସେଠାକୁ  ନିରୂପାରାଣୀ ମଧ୍ୟ ଯାଇ ପୁଅର ମୃତଦେହ ଚିହ୍ନଟ କରିଥିଲେ। ପୋଲିସ ମୃତଦେହ ଜବତ କରିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜିଲାସ୍ତରୀୟ ଜନଶୁଣାଣି: ୨୨୧ ଅଭିଯୋଗ ଶୁଣିଲେ ଜିଲାପାଳ-ଏସପି

ଦାରିଙ୍ଗବାଡି, ୩୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଥିବା ସଭାଗୃହରେ ସୋମବାର ଜିଲାସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି…

କନ୍ୟା ରାଶିରେ ବୁଧଙ୍କ ଗୋଚର: ୭ ସେପ୍ଟେମ୍ବରରୁ ଏହି ୫ ରାଶିଙ୍କ ଖୋଲିବ ଉନ୍ନତିର ରାସ୍ତା, ବଢ଼ିବ…

ବୈଦିକ ଜ୍ୟୋତିଷରେ ବୁଧଙ୍କୁ ବୁଦ୍ଧି, ବାଣୀ, ତର୍କ, ଗଣନା, ବ୍ୟବସାୟ ଓ ଯୋଗାଯୋଗର କାରକ ଗ୍ରହ ଭାବେ ମାନାଯାଏ। ତେଣୁ ବୁଧଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଜାତକଙ୍କ…

ବନ୍ୟା ସ୍ରୋତରେ ଭାସିଗଲେ: ଜଣେ ଉଦ୍ଧାର, ଜଣେ ନିଖୋଜ

ପଟ୍ଟାମୁଣ୍ଡାଇ୩୧।୮(କଳ୍ପତରୁ ନାୟକ): କେନ୍ଦ୍ରପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ କୋଳଥିଆ ବ୍ରାହ୍ମଣ ସାହି ଘୋଷରା ନିକଟ ଘାଇରେ ଘଟିଛି ଏକ ଦୁଃଖଦ ଘଟଣା। ବନ୍ୟା ସ୍ରୋତରେ ଦୁଇଜଣ…

ଗୁଡ଼ାରି ଏନ୍‌ଏସିରେ ଜାତୀୟ ପତାକାକୁ ଅବମାନନା

ଗୁଡ଼ାରି, ୩୧।୮ (ପ୍ରମୋଦ କୁମାର ପତି): ଗୁଡ଼ାରି ଏନ୍‌ଏସି ପରିସରରେ ସୋମବାର ସ୍ୱାୟତ୍ତ ଶାସନ ଦିବସ ପାଳନ ବେଳେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି।…

ବ୍ୟାପୁଛି ସ୍କ୍ରବ ଟାଇଫସ୍‌: ଦିନକରେ ୨୨ ପଜିଟିଭ ଚିହ୍ନଟ

ପାଳଲହଡ଼ା,୩୧।୮(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡ଼ା ସାନବାଗଦରୀ ଗାଁରେ ସ୍କ୍ରବ ଟାଇଫସ୍‌(Scrub Typhus) ବ୍ୟାପିବା ଖବର ପ୍ରସାରଣ ପରେ ସ୍ବାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଟିମ୍‌ ଗାଁରେ…

୬ ମାସର ପାରିଶ୍ରମିକ ଦାବିରେ ଆଶା କର୍ମୀଙ୍କ ଆନ୍ଦୋଳନ

ଖଡ଼ିଆଳ, ୩୧।୮ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ ସମସ୍ତ ଆଶା କର୍ମୀଙ୍କ ୬ ମାସର ଆର୍ଥିକ ସହାୟତା ପ୍ରଦାନ…

ଦୌଡୁଛି ଭାରତୀୟ ଅର୍ଥନୀତି: ପ୍ରଥମ ତ୍ରୈମାସିକରେ GDP ଅଭିବୃଦ୍ଧି ଆଶ୍ଚର୍ଯ୍ୟଜନକ

ନୂଆଦିଲ୍ଲୀ,୩୧।୮: ଆମେରିକା-ଇରାନ ବିବାଦରୁ ସୃଷ୍ଟି ହୋଇଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ ଭାରତୀୟ ଅର୍ଥନୀତି ପ୍ରଭାବଶାଳୀ ପ୍ରଦର୍ଶନ କରିଛି। ୨୦୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର GDP…

ବ୍ରେକଅପ୍‌ ପରେ ଭାଙ୍ଗିପଡ଼ିଥିଲେ ବିଜୟ, ସମ୍ଭାଳିଥିଲେ ରଶ୍ମିକା! ଚମକାଇଲା ଅଭିନେତାଙ୍କ ବଡ଼ ଖୁଲାସା

ମୁମ୍ବାଇ: ତେଲୁଗୁ ସିନେମାର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନିକଟରେ ଏକ ଇଭେଣ୍ଟରେ ନିଜ ବ୍ୟକ୍ତିଗତ ଜୀବନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri