୭ ବର୍ଷର ଶିଶୁଙ୍କୁ ଅପହରଣ ପରେ କରିଥିଲେ ହତ୍ୟା, ଚୂଡ଼ାନ୍ତ ରାୟରେ ଅଭିଯୁକ୍ତ ଦେବାଶିଷଙ୍କୁ…

ବ୍ରହ୍ମପୁର,୨୯ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)-୧ ନରେଶ ମହାନ୍ତି ସୋମବାର ୨୦୧୯ ଜାନୁଆରୀ ମାସର ବହୁଚର୍ଚ୍ଚିତ ଜନୈକ ୭ବର୍ଷର ଡିଏଭି ଛାତ୍ର ଅପହରଣ ପରେ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ସେ ଅଭିଯୁକ୍ତ ଯାଜପୁରର ଦେବାଶିଷ ପଣ୍ଡା(୪୦)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ ପାଇଁ ନିଜ ରାୟରେ ଉଲ୍ଳେଖ କରିଛନ୍ତି। ଗୋଶାଣିନୂଆଗାଁ ଥାନା ଅନ୍ତର୍ଗତ ସଦାନନ୍ଦ ବିହାରରେ ନିରୂପାରାଣୀ ଆଚାରୀ ନିଜର ୭ବର୍ଷର ପୁଅ ଆଶିଷ ଅଂଶୁମାନ ସହ ରହୁଥିଲେ। ଶିଶୁଟି ଗାନ୍ଧିନଗରସ୍ଥିତ ଡିଏଭି ସ୍କୁଲରେ ଷ୍ଟାଣ୍ଡାର୍ଡ ୧ରେ ପଢୁଥିଲେ। ଯାଜପୁର ଅଞ୍ଚଳର ଦେବାଶିଷ ପଣ୍ଡାଙ୍କ ସହ ତାଙ୍କର ଫେସବୁକ୍‌ ଜରିଆରେ ସମ୍ପର୍କ ହୋଇଥିଲା। ୨୦୧୯ ଜାନୁଆରୀ ୧୨ ତାରିଖ ସକାଳେ ଦେବାଶିଷ ନିରୂପାରାଣୀଙ୍କ ଘରେ ପହଞ୍ଚିଥିଲେ। ଆଶିଷ ସ୍କୁଲ ଯିବାକୁ ବାହାରିଥିଲେ। ଆଶିଷଙ୍କ ସ୍କୁଲରେ ଛାଡ଼ିଦେବାକୁ କହି ତାକୁ ଧରି ଦେବାଶିଷ ଯାଇଥିଲେ। ହେଲେ ସନ୍ଧ୍ୟା ସୁଦ୍ଧା ପୁଅ ଘରକୁ ଫେରି ନ ଥିବାରୁ ନିରୂପାରାଣୀଙ୍କ ସନ୍ଦେହ ହେଲା। ସେ ଗୋଶାଣିନୂଆଗାଁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୩/୧୯ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଦେବାଶିଷଙ୍କୁ ଗିରଫ କରିବା ପରେ ସେ ସେ ଉକ୍ତ ଶିଶୁଟିକୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ତାଙ୍କୁ ତତ୍କାଳୀନ ଥାନାଧିକାରୀ ତଥା ତଦନ୍ତକାରୀ ଅଧିକାରୀ କୁଳମଣି ସେଠୀ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ମାମଲାର ବିଚାରଣା ବେଳେ ୨୬ ଜଣଙ୍କ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ପ୍ରମାଣ ଆଧାରରେ ଜଜ୍‌ ଅଜିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷେରୁ ଏପିପି ଅଶୋକ କୁମାର ନାୟକ ମୋକଦ୍ଦମା ପରିଚାଳନା କରିଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ, ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ –ସଦାନନ୍ଦ ବିହାରରେ ନିରୂପାରାଣୀ ଆଚାରୀ ନିଜର ୭ବର୍ଷର ପୁଅକୁ ନେଇ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ରହୁଥିଲେ। ଯାଜପୁର ଜିଲା ଜଖପୁର ଥାନା ଅନ୍ତର୍ଗତ ଜଖପୁରର ଦେବାଶିଷ ପଣ୍ଡା ଉକ୍ତ ମହିଳାଙ୍କ ସହ ଫେସବୁକ ଜରିଆରେ ଘଟଣାର ବର୍ଷେକ ପୂର୍ବରୁ ବନ୍ଧୁତା ହୋଇଥିଲା।  ସମୟ ସମୟରେ ଦେବାଶିଷ ମହିଳାଙ୍କ ଘରକୁ  ଯିବା ଆସିବା କରନ୍ତି।ନିରୂପାରାଣୀଙ୍କୁ ସେ ଏକ ତରଫା ପ୍ରେମ କରିବା ଆରମ୍ଭ କରିଥିଲେ। ହେଲେ ମହିଳାଙ୍କ ପାଖରେ ତାଙ୍କ ପୁଅ ଆଶିଷ ଅଂଶୁମାନ (୭)ରହୁଥିବାରୁ ସେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିପାରୁନଥିଲେ। ଏଣୁ ସେ ଆଶିଷଙ୍କୁ ରାସ୍ତାରୁ ହଟାଇବା ପାଇଁ ସେ ସୁଯୋଗ ଅପେକ୍ଷାରେ ରହିଥିଲେ। ନିରୂପାରାଣୀଙ୍କ ପୁଅ ଆଶିଷ ଅଂଶୁମାନ ଯିଏକି ଡିଏଭି ସ୍କୁଲରେ ଷ୍ଟାଣ୍ଡର୍ଡ ୧ ‘ରେ ପାଠ ପଢନ୍ତି। ଗତ ୨୦୧୯  ଜାନୁଆରୁ ୬’ ରେ ଆଶିଷ’ଙ୍କ ଜନ୍ମଦିନ ପାଳନ ଗୋପଲପୁର ସର୍କିଟ ହାଉସରେ  ହୋଇଥିଲା। ଦେବାଶିଷ ଵ୍ରହ୍ମପୁର ଆସି ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେହିପରି ଜାନୁଆରୀ୧୧ ତାରିଖ ସନ୍ଧ୍ୟାରେ ଉଭୟ ଦେବାଶିଷ ଓ ମହିଳାଙ୍କ ମଧ୍ୟରେ କୌଣସି କଥାକୁ ନେଇ ମନମାଳିନ ହୋଇଥିଲା। ୧୨ ତାରିଖ ସକାଳେ ଦେବାଶିଷ ଉକ୍ତ ମହିଳାଙ୍କ ଘରକୁ ଆସିଥିଲେ। ସେହିସମୟରେ ସେ ତାଙ୍କ ପୁଅକୁ ଛାଡ଼ିବା ପାଇଁ ବାହାରିଥିଲେ। ଦେବାଶିଷ କହିଥିଲେ ମୁ ,ଆଶିଷଙ୍କୁ ସ୍କୁଲରେ ଛାଢ଼ିଦେବି କହି ମହିଳାଙ୍କ ସ୍କୁଟି (ଓଡ଼ି ୦୭ ବି ୪୯୪୬) ଧରି ଘରୁ ଚାଲିଯାଇଥିଲେ। ହେଲେ ଆଶିଷ ସ୍କୁଲରୁ ଫେରିବା ସମୟ ହୋଇଯାଇଥିବା ବେଳେ ସେ ଘରକୁ ଫେରିନଥିଲେ କି ଦେବାଶିଷ ମୋବାଇଲକୁ ମହିଳା ଜଣଙ୍କ ବାରମ୍ବାର ଫୋନ କଲେ ମଧ୍ୟ କୌଣସି ଉତ୍ତର ମିଳିପାରିନଥିଲା। ଶେଷରେ ପୁଅକୁ ନପାଇ ମହିଳା ଜଣଙ୍କ ଏନେଇ ଗୋଷଣୀନୂଆଗାଁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ନଂ ୦୩/୧୯ ରୀଙ୍କ ମାମଲା ରୁଜୁ କରି ଘଟଣାର ତଦନ୍ତର ଦୁଇଦିନ  ପରେ ଅଭିଯୁକ୍ତ ଦେବାଶିଷ ଙ୍କୁ ସୋନପୁର ଜିଲା ସିଙ୍ଗଳପୁରର ଡୁଙ୍ଗୁରିପାଳିରୁ କାବୁ କରି ଵ୍ରହ୍ମପୁର ଆଣିଥିଲା। ପରେ ପୋଲିସ ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସ୍ପଟ ତାରାତାରିଣୀ ମନ୍ଦିର ପଦଦେଶରେ ଥିବା ଏକ ବୁଦା ମୂଳକୁ ଯାଇ ଶିଶୁଙ୍କ ମୃତଦେହ ଦେଖାଇଥିଲେ। ସେଠାକୁ  ନିରୂପାରାଣୀ ମଧ୍ୟ ଯାଇ ପୁଅର ମୃତଦେହ ଚିହ୍ନଟ କରିଥିଲେ। ପୋଲିସ ମୃତଦେହ ଜବତ କରିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?